ନୂଆ ରୂପ ପାଇବ ରାଜା ଛକ

ଅନୁଗୋଳ ଅଫିସ, ୧୭ା୩: ଆସନ୍ତା ଏପ୍ରିଲ ୧ ତାରିଖରେ ଅନୁଗୋଳ ଜିଲା ପ୍ରତିଷ୍ଠା ଦିବସ। ଜିଲାକୁ ୩୦ ବର୍ଷ ପୂରଣ ହେଉଥିବାରୁ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହାତକୁ ନିଆଯାଇଛି। ଏପରି କି ଅନୁଗୋଳର ଶେଷ ରାଜା ସୋମନାଥ ସିଂହ ଜଗଦ୍ଦେବଙ୍କ ପ୍ରତିମୂର୍ତ୍ତି ଥିବା ରାଜା ଛକକୁ ନୂଆ ରୂପ ଦେବାକୁ କାର୍ଯ୍ୟ ଆରମ୍ଭ ହୋଇଛି। ଏଠାରେ ଥିବା ରାଜାଙ୍କ ପ୍ରତିମୂର୍ତ୍ତି ଉପରେ ଛାତ ନିର୍ମାଣ କରାଯିବ। ରାଜାଙ୍କ ପ୍ରତିମୂର୍ତ୍ତିକୁ ଆଲୋକମାଳାରେ ସଜ୍ଜିତ କରାଯିବ। ଦୀର୍ଘଦିନ ହେବ ଏ ନେଇ ସହରବାସୀ, ବୁଦ୍ଧିଜୀବୀ ଦାବି କରିଆସୁଥିବା ବେଳେ ତାହାକୁ ଗୁରୁତ୍ୱ ଦେଇଛି ପ୍ରଶାସନ। ଓଡ଼ିଶା ଦିବସ ସହ ଜିଲା ପ୍ରତିଷ୍ଠା ଦିବସରେ ଏହା ଉଦ୍‌ଘାଟନ ହେବ ବୋଲି ପୌର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ରାଜା ସୋମନାଥ ସିଂହ ଜଗଦ୍ଦେବ ଅନୁଗୋଳର, ସ୍ବାଭିମାନ, ଗର୍ବ ଓ ଗୌରବ ହୋଇଥିବାରୁ ତାଙ୍କ ପ୍ରତିମୂର୍ତ୍ତି ପ୍ରତି ଉଚିତ ସମ୍ମାନ ଜଣାଇବାକୁ ବୁଦ୍ଧିଜୀବୀ ଦୀର୍ଘଦିନ ତଳୁ ଦାବି କରି ଆସୁଥିଲେ। ତେଣୁ ରାଜାଙ୍କ ପ୍ରତିମୂର୍ତ୍ତି ଉପରେ ଛାତ ସାଙ୍ଗକୁ ପାଦତଳେ ପାଣି ଫୁଆରା (ମିନି ୱାଟର ଫାଉଣ୍ଟେନ୍‌) କରାଯିବ। ଉକ୍ତ ସ୍ଥାନକୁ ରଙ୍ଗବେରଙ୍ଗର ଆଲୋକମାଳାରେ ସୁସଜ୍ଜିତ କରାଯିବ। ଏଥିସହ ସୁରକ୍ଷା ବାଡ଼ ନିର୍ମାଣ କରାଯାଇ ତାଲା ପକାଯିବ। ଫଳରେ ପୂର୍ବପରି ଆଉ କେହି ମାନସିକ ବିକାରଗ୍ରସ୍ତ ପ୍ରତିମୂର୍ତ୍ତି ଉପରେ ଚଢ଼ିବେ ନାହିଁ କି ହାତରୁ ଖଣ୍ଡା କାଢ଼ି ନେଇପାରିବେ ନାହିଁ। ଏହାଛଡ଼ା ଛାତ ନିର୍ମାଣ କରାଯାଉଥିବାରୁ ପୂର୍ବାପେକ୍ଷା ପ୍ରତିମୂର୍ତ୍ତି ସୁରକ୍ଷିତ ରହିବ। ନବୀକରଣ କାର୍ଯ୍ୟ ଯେପରି ଶୀଘ୍ର ଶେଷ କରାଯିବ ସେଥିପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ରାଜାଙ୍କ ପ୍ରତିମୂର୍ତ୍ତି ଚତୁଃପାର୍ଶ୍ୱରେ ଥିବା ଗ୍ରୀଲ୍‌ କଢ଼ାଯିବା କାର୍ଯ୍ୟ ଆରମ୍ଭ ହୋଇଛି। ଏହାପରେ ପିଣ୍ଡି ହଟାଯାଇ ଏହାକୁ ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ପୌରପାଳିକା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ହେଲା ସିନ୍‌ ରିକ୍ରିଏଶନ

ଭୁବନେଶ୍ୱର(ବ୍ୟୁରୋ)/ଯାଜପୁର ଅଫିସ/ରସୁଲପୁର(ଡି.ଏନ୍‌.ଏ.),୪ା୨:ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ୮ଦିନ ବିତିଛି। ଯାଜପୁର ପୋଲିସ ଏବଂ କମିଶନରେଟ ପୋଲିସ ଉଭୟ...

ବନ୍ଦୀ କରିଦେଇଛି କରୋନା: ଖାଲି ପଡ଼ିଛି ଜାଗା, ଜମୁନି ସାଙ୍ଗ-ଭାଙ୍ଗ-ପଙ୍ଗତ

ପୁରୀ ଅଫିସ,୩୦ା୩: ମହାମାରୀ କରୋନା ଏବେ ଆତଙ୍କ ଖେଳାଇଛି। ସମଗ୍ର ବିଶ୍ୱ ଏବେ କରୋନା ସହିତ ଲଢେଇ କରୁଛି। କିନ୍ତୁ ବେକାବୁ ଏହି ପ୍ରାଣଘାତୀ ଭୂତାଣୁ।...

ଦୋଳ ପୂର୍ଣ୍ଣିମା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୭।୩(ବ୍ୟୁରୋ): ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଏହି ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ଲେଖିଛନ୍ତି, ପବିତ୍ର ଦୋଳ ପୂର୍ଣ୍ଣିମା...

ବନ୍ଧୁକ ଦେଖାଇ ଲୁଟିନେଲେ ବାଇକ ସହ ୭୦ ହଜାର ଟଙ୍କା

ବାଉଁଶୁଣୀ,୧୨ା୧୨(ଡି.ଏନ.ଏ.): ବୌଦ୍ଧ ଜିଲା ମନମୁଣ୍ଡା ଥାନା ଅଧୀନ ବଉଲପୁର ଗ୍ରାମର ଛେଳି ବ୍ୟବସାୟୀ ଜଗନ୍ନାଥ ଜାଲ ଲୁଟ୍‌ର ଶିକାର ହୋଇଛନ୍ତି। ପଲାସାଗୋରା ବଜାରରୁ ସେ ଫେରୁଥିବା...

ଲୁଟେରାକୁ କାବୁ କଲେ ଲୋକେ

କେନ୍ଦୁଝର, ୧୯ା୫(ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ଥାନା କାଳିଆହତା ଫାଣ୍ଡି ଅଞ୍ଚଳ ମାରଦା ଗଁାର ଟଙ୍କଧର ମହାନ୍ତଙ୍କ ଘରେ ସୋମବାର ବିଳମ୍ବିତ ରାତିରେ ୪ଜଣ ଲୁଟେରା ବିଭିନ୍ନ...

ମକାଚାଷୀଙ୍କୁ ଧକ୍କା

ସୁଧୀର କୁମାର ପରିଡ଼ା କାମାକ୍ଷାନଗର, ୨୨।୯ – ଅର୍ଥକରୀ ଫସଲ ମକା ଚାଷ ପାଇଁ ଢେଙ୍କାନାଳର ଥଣ୍ଡା ଜଳବାୟୁ ଉପକାରୀ ସାବ୍ୟସ୍ତ ହୋଇଛି। ବିଶେଷକରି କାମାକ୍ଷାନଗର...

ଢେଙ୍କାନାଳ ସହରରେ ସିରିଜ ଦୁର୍ଘଟଣାକୁ ନେଇ ଉତ୍ତେଜନା:୪ ବାଇକ୍‌କୁ ଧକ୍କା ଦେଲା କାର୍‌

ଢେଙ୍କାନାଳ ଅଫିସ,୨୮ା୧୨ ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ପଛପାଖ କଚେରୀ ରୋଡ୍‌ରେ ଶୁକ୍ରବାର ସିରିଜ ଦୁର୍ଘଟଣା ଘଟିଛି। ନିଶାଶକ୍ତ ଅବସ୍ଥାରେ ଥିବା ଏକ କାର୍‌ ଚାଳକ ଦ୍ରୁତ...

ଜଳପଥରେ ଦୁର୍ଗମ ଗ୍ରାମକୁ ଗଲେ ଉପଜିଲାପାଳ: ସ୍ଥାନାନ୍ତର ହେବେ ୭୫ ଆଦିବାସୀ ପରିବାର

ପାତ୍ରପୁର,୮ା୯(ଡି.ଏନ୍‌.ଏ.)- ବାଘଲଟି ପ୍ରକଳ୍ପ ଆରପଟେ ପାହାଡ଼ ଉପରେ ଥିବା ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତର ଦୁର୍ଗମ ଗ୍ରାମକୁ ରବିବାର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ତହସିଲଦାର...

Advertisement
Archives

Model This Week