ଆଶା ଭରସାର ଶକ୍ତିପୀଠ ମା’ କୁଲାଗଡ଼ କାଳୀ

ଶେରଗଡ଼, ୧୭ା୩ (ଡି.ଏନ୍‌.ଏ.): ଓଡ଼ିଶାରେ ଶକ୍ତି ପୀଠର ଅଭାବ ନାହିଁ। ଶକ୍ତି ପୀଠଗୁଡିକ ସାଧାରଣତଃ ବିଭିନ୍ନ ଐତିହାସିକ କିମ୍ବଦନ୍ତୀକୁ ନେଇ ଗଢିଉଠିଛି। ତେବେ ଗଞ୍ଜାମ ଜିଲାର ତାରାତାରିଣୀ, ନାରାୟଣୀ, ବାଗ୍‌ଦେବୀ, ଦକ୍ଷିଣକାଳୀ ମଧ୍ୟରେ ବିଭିନ୍ନ ଜାଗାର ମା’ କାଳୀଙ୍କୁ ନେଇ ବିଭିନ୍ନ ଇତିହାସ ରହିଛି। ବିଶେଷ କରି ଚୈତ୍ର ମାସରେ ପଡୁଥିବା ଦଣ୍ଡ ନାଚକୁ ନେଇ ଗଞ୍ଜାମ ଜିଲା ଚଳଚଞ୍ଚଳ ହୋଇଉଠେ। ମା’ କୁଲାଗଡ଼ କାଳୀ ପୀଠ ଉତ୍ସବମୁଖର ହୋଇଉଠେ। କାରଣ ଏହି ଦଣ୍ଡନାଚର ମହିମା ଓ ମହତ୍ତ୍ୱ ଅପାର। ସମସ୍ତ ଦଣ୍ଡନାଚ ମଧ୍ୟରେ କୁଲାଗଡ଼ କାଳୀଙ୍କ ଶକ୍ତି ପୀଠରେ ନିଆରା ଅନୁଭୂତି ମିଳେ। ଶେରଗଡ଼ ବ୍ଲକ କୁଲାଗଡ଼ ଗ୍ରାମର ମଧ୍ୟ ଭାଗରେ ଅବସ୍ଥିତ ଏହି ଶକ୍ତି ପୀଠ। ପ୍ରତି ଦିନ ଶହ ଶହ ଦର୍ଶକ ଆସନ୍ତି। ମା’ଙ୍କ ଦର୍ଶନ ସାଙ୍ଗକୁ ନିକଟସ୍ଥ ବନରାଜି ଶୋଭା ଦେଖିବା ସହ ବଣଭୋଜିର ମଜା ନିଅନ୍ତି ପର୍ଯ୍ୟଟକ।
ଏହି ଶକ୍ତି ପୀଠ ଦୀର୍ଘ ୨୦୦ ବର୍ଷ ତଳେ ଉକ୍ତ ଗ୍ରାମର ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତି କୃଷ୍ଣଚନ୍ଦ୍ର ନାଇକ, ସୁବୁଦ୍ଧି ନାଇକ ନିକଟସ୍ଥ ଲାଠିପଢ଼ା ଗ୍ରାମରୁ ବିଗ୍ରହଙ୍କୁ ଆଣି ମା’ଙ୍କୁ ଏକ କୁଡ଼ିଆ ଘରେ ରଖି ପୂଜାର୍ଚ୍ଚନା କରୁଥିଲେ। ଉକ୍ତ ଗ୍ରାମର ହରିଜନ ସାହିରେ କିଛି ବର୍ଷ ଭୋଗ ରାଗ ଚାଲେ। ତେବେ ଉକ୍ତ ସାହିରେ କିଛି ବର୍ଷ ମା’ ପୂଜା ପାଇବା ପରେ
କାଳକ୍ରମେ ମା’ଙ୍କୁ ନିତ୍ୟ ଭୋଗ ହୋଇପାରିଲା ନାହିଁ। ଫଳରେ ସେହି ସମୟର ବଦାନ୍ୟ ବ୍ୟକ୍ତି ସୋମନାଥ ଗୌଡ଼ଙ୍କ ବାପା କିଛି ବ୍ୟକ୍ତିଙ୍କ ସହ ମିଶି ଗ୍ରାମର ମଧ୍ୟ ଭାଗରେ ମା’ ଙ୍କୁ ଆଣି ପୂଜାର୍ଚ୍ଚନା କଲେ। ଏକ ଅସ୍ଥାୟୀ ମନ୍ଦିରରେ ପୂଜାର୍ଚ୍ଚନା ଚାଲିଲା। କାଳକ୍ରମେ ଉକ୍ତ ମନ୍ଦିର ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ କନିର୍ମାଣ କରାଗଲା। ମା’ଙ୍କ ମହତ୍ତ୍ୱ ଦିନକୁ ଦିନ ପ୍ରଚାରିତ ହେବାକୁ ଲାଗିଲା। ପରେ ଆରମ୍ଭ ହେଲା ମା’ଙ୍କ ମେରୁପର୍ବ। ଚୈତ୍ର ମାସର ମେରୁପର୍ବ ମା’ଙ୍କ ମୁଖ୍ୟ ପର୍ବ ହୋଇଥିଲା। ମା’ଙ୍କୁ ବିଶ୍ୱାସ କରି ବ୍ରହ୍ମପୁର ଅଞ୍ଚଳର ବହୁ ନିଃସନ୍ତାନ ତାଙ୍କ ନିକଟକୁ ଆସି ସୁଫଳ ପାଇବା ସହ ସନ୍ତାନପ୍ରାପ୍ତି ପରେ ଧୀରେ ଧୀରେ ମେରୁଯାତ୍ରାରେ ଗହଳି ଲାଗିଲା। ପ୍ରତିବର୍ଷ କେତେକ ଦଣ୍ଡୁଆଙ୍କୁ ନେଇ ଧୀରେ ଧୀରେ ଆରମ୍ଭ ହୋଇଥିବା ଏହି ମେରୁ ପର୍ବରେ ବର୍ତ୍ତମାନ ଦଣ୍ଡୁଆଙ୍କ ସଂଖ୍ୟା ୧ ହଜାରରୁ ଊର୍ଦ୍ଧ୍ୱ ହେଲାଣି। ମା’ ଙ୍କ ନିକଟରେ ଶୁଭ ମନାସି ବହୁ ଦୂରରୁ ଲକ୍ଷାଧିକ ଲୋକ ନିଜର ସଫଳତା ପାଇଁ କୁଲାଗଡ଼ କଳୀଙ୍କୁ ଶ୍ରେୟ ନେଉଛନ୍ତି।
ଏହି ଦଣ୍ଡଯାତ୍ରାର ନିଆରା ପରମ୍ପରା ହେଉଛି, ବହୁ ଦଣ୍ଡୁଆ ହୋଇଥିବାରୁ କେବଳ କାମନା ଦଣ୍ଡରେ ହିଁ ରାତି ପାହିଯାଏ। ଏପରି ୧୩ଦିନ ଯାତ୍ରା ମା’ ବୁଲି ବୁଲି କରୁଥିବା ବେଳେ ସଂକ୍ରାନ୍ତି ପୂର୍ବ ଦିନ ଗ୍ରାମକୁ ଫେରନ୍ତି। ଏଇ ଦଣ୍ଡନାଚ କରିବାକୁ ହେଲେ ଜଣେ କାମନାଧାରୀଙ୍କୁ ବହୁ ବର୍ଷ ଜଗିବାକୁ ପଡେ। ମା’ ଙ୍କ ୧୩ଦିନ ମେରୁଯାତ୍ରା ଲକ୍ଷାଧିକ ଭକ୍ତଙ୍କ ସମାଗମ ହୁଏ। ସଞ୍ଜ ନଇଁଲେ ମା’ଙ୍କ ମନ୍ଦିରରେ ଘଣ୍ଟା, ଢୋଲ ଶବ୍ଦ ବାଜିଉଠେ। ଆଖପାଖ ଶହେ ଖଣ୍ଡ ଗ୍ରାମର ଜନସାଧାରଣଙ୍କ ଆଶା ଭରସାର ଶକ୍ତି ପୀଠ ହେଉଛି ମା’ କୁଲାଗଡ଼ କାଳୀ । ଏବେ ମା’ଙ୍କ ମନ୍ଦିର ନବୀକରଣ ହୋଇଛି। ବଡ଼ସିଂହ ଦ୍ବାର ସହ କଲ୍ୟାଣ ମଣ୍ଡପ, ରହିବା ପାଇଁ ବ୍ୟବସ୍ଥା, ପାଣି ଆଲୁଅର ବ୍ୟବସ୍ଥା ଦର୍ଶକ ଓ ଆଗନ୍ତୁକମାନଙ୍କୁ ଟାଣି ଆଣୁଚି।
କୁଲାଗଡ଼ର ରାଜେନ୍ଦ୍ର ପଣ୍ଡା କହନ୍ତି, ମା’ କୁଲାଗଡ଼ କାଳୀଙ୍କ ମହିମା ଅପାର। କୁଲାଗଡ଼ ଓ ଆଖପାଖ ଗ୍ରାମର ରକ୍ଷାକର୍ତ୍ତା ହେଉଛନ୍ତି ମା’। ତାଙ୍କୁ ଡାକିଲେ ଶୁଣନ୍ତି । ବିଡିଓ ଶିବାଶିଷ ବରାଳ ଓ ତହସିଲଦାର ତ୍ରିଦେବ ରଥ କହନ୍ତି, ମା’ଙ୍କ କରୁଣା ଅପାର। ଆମ ଶେରଗଡ଼ ବ୍ଲକରେ ଏହି ସ୍ଥାନଟି ଶକ୍ତି ପୀଠ ଭାବେ ଖ୍ୟାତିଲାଭ କରିଛି। ବିଶେଷ କରି ମେରୁଯାତ୍ରା ନିମନ୍ତେ ଏହା ପ୍ରସିଦ୍ଧ। ଏଣୁ ଏହାର ବିକାଶ ନିମନ୍ତେ ଆମର ଚେଷ୍ଟା ଜାରି ରହିବ। କୁଲାଗଡ଼ର ସୀମାଞ୍ଚଳ ସେନାପତି କହନ୍ତି, ମା’ଙ୍କ ୧୩ ଦିନିଆ ମେରୁଯାତ୍ରା ଓ ସଂକ୍ରାନ୍ତି, ମଙ୍ଗଳବାର, ଶନିବାର, ଅମାବାସ୍ୟା, ଅଷ୍ଟମୀ ଦିନ ମନସ୍କାମନା ପାଇଁ ମା’ଙ୍କ ପୀଠକୁ ଭକ୍ତ ଆସନ୍ତି। ନିଜର ମନସ୍କାମନା ପୂରଣ ପାଇଁ ମା’ଙ୍କୁ ଭିକ୍ଷା କରନ୍ତି। ପ୍ରବାଦ ଅଛି ତାର ଠିକ୍‌ ପର ବର୍ଷ ଉକ୍ତ ମାନସିକଧାରୀଙ୍କ ମନସ୍କାମନା ନିଶ୍ଚିତ ଭାବେ ପୂରଣ ହୋଇଥାଏ। ପୂର୍ବତନ ସରପଞ୍ଚ ବୃନ୍ଦାବନ ଗୌଡ଼ କହନ୍ତି, ମା’ ହେଉଛନ୍ତି ଚଳନ୍ତି ଶକ୍ତିମୟୀ । ମା’ ଙ୍କ କୃପାରୁ ହିଁ ଆମେ କୁଲାଗଡ଼ବାସୀ ସୁଖରେ ଜୀବନ ଧାରଣ କରିଅଛୁ।

ସୂର୍ଯ୍ୟନାରାୟଣ ଦାଶ


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?