ଗଞ୍ଜାମର ନାଟ୍ୟ ପରମ୍ପରାରେ ‘ଭାରତଲୀଳା’

ଦିଗପହଣ୍ଡି, ୧୭ା୩: ଗଞ୍ଜାମର ନୃତ୍ୟ ପରମ୍ପରା ବହୁ ପ୍ରାଚୀନ। ଏହି ଅଞ୍ଚଳରେ ପୂର୍ବେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ବିଭିନ୍ନ ଲୋକ ନୃତ୍ୟ, ଲୋକ ନାଟକ ପ୍ରଚଳିତ ଥିଲା। ସେଥି ମଧ୍ୟରୁ ‘ଭାରତ ଲୀଳା’ ବା ସୁଭଦ୍ରା ପରିଣୟ (ବିବାହ) ଅନ୍ୟତମ। ସାରଳା ଦାସଙ୍କ ଲିଖିତ ମହାଭାରତର ମଧ୍ୟପର୍ବର ଅର୍ଜୁନ-ସୁଭଦ୍ରା ପରିଣୟ ବିଷୟ ବସ୍ତୁକୁ ନେଇ ‘ଭାରତ ଲୀଳା’ ରଚନା ହୋଇଛି। ମହାଭାରତର କଥାବସ୍ତୁକୁ ନେଇ ଏହି ଲୀଳା ରଚନା କରାଯାଇଥିବାରୁ ଏହାର ନାମ ‘ଭାରତ ଲୀଳା’ ବୋଲି ବିବେଚିତ କରାଯାଇଛି। ସୁଭଦ୍ରାଙ୍କ ବିବାହ ପ୍ରସଙ୍ଗ ଏଥିରେ ସ୍ଥାନ ପାଇଥିବାରୁ ଏହାକୁ ସୁଭଦ୍ରା ପରିଣୟ ବୋଲି ମଧ୍ୟ କୁହାଯାଏ। ଏହି ଲୀଳାର ମୁଖ୍ୟ ଚରିତ୍ର ହେଲେ ଦୁଆରି ଓ ସୁଭଦ୍ରା। ଏହି ସାମଗ୍ରୀକ ଲୀଳାରେ ଦୁଆରି ମୁଖ୍ୟ ଉଦ୍‌ଘୋଷକ ହୋଇଥିବାରୁ ଏହାକୁ ବିଭିନ୍ନ ଅଞ୍ଚଳରେ ଦୁଆରି ନାଟ ବୋଲି ଅଭିହିତ କରାଯାଏ। ବିଭିନ୍ନ ଲୀଳା ନାଟକ ମଧ୍ୟରେ ‘ଭାରତ ଲୀଳା’ ହେଉଛି ଶେଷ ଲୀଳା। ୧୮୭୦ ରୁ ୧୯୦୦ ମଧ୍ୟରେ ଗଞ୍ଜାମ କଲ୍ୟାଣପୁର ଗ୍ରାମର ଲୋକ ନାଟ୍ୟକାର ଦୀନବନ୍ଧୁ ଦାସ ଏହାକୁ ପ୍ରଥମେ ରଚନା କରିଥିବା ଗବେଷକ ଡ. ଅନନ୍ତରାମ କର ମତ ଦେଇଛନ୍ତିି।
ପ୍ରାଚୀନ କାଳରେ ଗଞ୍ଜାମର ଲୋକେ କାମ ପାଇଁ ରେଙ୍ଗୁନ ବା ବ୍ରହ୍ମଦେଶ ଏବେକାର ମିଆଁମାର ଯାଉଥିଲେ। ସେଠାରେ ରହୁଥିବା ଓଡ଼ିଆମାନେ ଏହି ‘ଭାରତ ଲୀଳା’ ପରିବେଷଣ କରି ତାହାର ପ୍ରଚାର ପ୍ରସାର କରାଇଥିଲେ। ପଶ୍ଚିମବଙ୍ଗର ହୁଗୁଳି ଅଞ୍ଚଳରେ ରହୁଥିବା ଓଡ଼ିଆମାନେ ଏହି ‘ଭାରତ ଲୀଳା’ ପରିବେଷଣ କରୁଥିବାରୁ ସେମାନେ ଏହାକୁ ହୁଗୁଳି ଭାରତ ଲୀଳା ବୋଲି ଆଖ୍ୟାୟିତ କରୁଥିଲେ। ଦୀନବନ୍ଧୁ ଦାସଙ୍କ ରଚିତ ଏହି ଭାରତ ଲୀଳାରେ ଶହେରୁ ଊର୍ଦ୍ଧ୍ୱ ସଙ୍ଗୀତ ସ୍ଥାନ ପାଇଥିଲା। ଏହି ଲୀଳାର ମୁଖ୍ୟ ଗାୟକ ଦୁଆରି ହିଁ ବିଭିନ୍ନ ସଙ୍ଗୀତ ଗାନ କରି ଲୀଳାକୁ ଗତିଶୀଳ କରାଇଥାନ୍ତି। ପରବର୍ତ୍ତୀ ସମୟରେ ଅନ୍ୟ କେତେକ ସଙ୍ଗୀତ ଏହି ଲୀଳାରେ ମିଶ୍ରଣ କରାଯାଇଛି। ପରବର୍ତ୍ତୀ ସମୟରେ ‘ଭାରତ ଲୀଳା’କୁ ପରିବର୍ଦ୍ଧିତ କରିଥିବା ଗୁରୁ (ଦୁଆରି)ମାନେ ହେଲେ ଗଞ୍ଜାମ ଜିଲା ଭାଲିଆଝୋଳା ଗ୍ରାମର ନିଳାଞ୍ଚଳ ମିଶ୍ର, କବିସୂର୍ଯ୍ୟନଗର ଅଞ୍ଚଳର ନବଘନ ପରିଡ଼ା, ଗୌତମୀ ଗ୍ରାମର ରାମଚନ୍ଦ୍ର ରେଡ୍ଡୀ, କନ୍ଧ ଖରିଡା ଗ୍ରାମର ଶ୍ୟାମ ସୁନ୍ଦର ସାବତ, ଆସିକା ନିକଟ ମାଗୁରା ଗ୍ରାମର ଭୀମ ପଣ୍ଡା, କନିଷି ପଞ୍ଚମା ଗ୍ରାମର ତ୍ରିନାଥ ପଟ୍ଟନାୟକ ଓ ନୀଳ ବଙ୍ଗଳା ଗଁାର ସନ୍ତୋଷ କୁମାର ପାଢ଼ୀ ଅନ୍ୟତମ। ଭାରତଲୀଳାର ମୁଖ୍ୟ ଚରିତ୍ରମାନେ ହେଲେ ଦୁଆରି, ଅର୍ଜୁନ, ସୁଭଦ୍ରା ଓ ସତ୍ୟଭାମା। ଗୌଣ ଚରିତ୍ରଗୁଡ଼ିକ ହେଲେ ନଟୁ, ଶ୍ରୀକୃଷ୍ଣ, ବଳରାମ, ନନ୍ଦ, ମଧୁ ମଙ୍ଗଳ, ଯଶୋଦା, ସୁଭଦ୍ରାଙ୍କ ସଖୀ, ହାଡ଼ି, ହାଡ଼ିଆଣି ଏବଂ ହାସ୍ୟାଭିନେତା ବାୟା।
ଏହି ଲୀଳା ପରିବେଷଣରେ ପୂର୍ବରୁ ଝିଅମାନଙ୍କ ପ୍ରବେଶ ନ ଥିଲା। ପୁଅମାନେ ଝିଅ ଚରିତ୍ରରେ ଅଭିନୟ କରୁଥଲେ। ବିଗତ ୨୦/୨୫ ବର୍ଷ ହେଲା ଯୁଗ ରୁଚି ଅନୁସାରେ ଝିଅମାନେ ବିଭିନ୍ନ ଚରିତ୍ରରେ ଅଭିନୟ କରୁଥିବାରୁ ଏହି ଲୀଳାକୁ ଅଧିକ ଜନାଦୃତ ହୋଇଛି। ଭାରତ ଲୀଳା କେବଳ ଗୀତ ସର୍ବସ୍ବ। ଏହି ଲୀଳାର ଗଦ୍ୟାବଳି ଓ ପଦ୍ୟାବଳୀ ଶିଖିବା ଅତି ସହଜ। ତେଣୁ ଗଞ୍ଜାମର ପୁରପଲ୍ଲୀରେ ବହୁସଂଖ୍ୟକ ଭାରତ ଲୀଳା ନାଟ୍ୟ ଅନୁଷ୍ଠାନ ରହିଛି ଏବଂ ଏହା ଜିଲାରେ ସର୍ବାଧିକ ଲୋକପ୍ରିୟ ଲୋକନୃତ୍ୟ ଭାବେ ବିବେଚିତ। ଏହି ଭାରତ ଲୀଳା ସର୍ବାଧିକ ୫/୬ ଘଣ୍ଟା ପରିବେଷଣ କରାଯାଇଥାଏ।
ଗଞ୍ଜାମର ଲୋକନୃତ୍ୟ ମଧ୍ୟରେ ଭାରତ ଲୀଳା ଅନ୍ୟତମ। ପ୍ରତ୍ୟେକ ଜାତିର ଲୋକ ଏଥିରେ ଭାଗ ନେଇଥାନ୍ତି। ନାଚ ମାଷ୍ଟ୍ରଙ୍କ ନିର୍ଦ୍ଦେଶନାରେ କେଉଁ ଲୋକ କେଉଁ ଅଭିନୟ କରିପାରିବ ତାହା ଚୟନ କରାଯାଇଥାଏ। ତାଙ୍କ ନିର୍ଦ୍ଦେଶରେ ଏକ ନାଚ ଦଳ ଗଠନ ହୁଏ। ଗତ କିଛିବର୍ଷ ହେଲା ‘ଭାରତ ଲୀଳା’ର ପ୍ରାୟ କଳାକାରମାନଙ୍କୁ ସରକାରୀ ସହାୟତା ସ୍ବରୂପ ପେନ୍‌ସନ୍‌ ପ୍ରଦାନ କରାଯାଉଥିବା ଜଣାପଡିଛି।

ଅଶେଷ ନାଥ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri