ଧାର୍ଯ୍ୟ ସମୟରେ ସରିବ ନାହିଁ ସମ୍ପ୍ରସାରଣ

ଢେଙ୍କାନାଳ ଅଫିସ,୧୭।୩: କଟକ, ଢେଙ୍କାନାଳ, ଅନୁଗୋଳ ଏବଂ ସମ୍ବଲପୁର ଜିଲାବାସୀଙ୍କ ଜୀବନରେଖା ଭାବେ ପରିଚିତ ବ୍ୟସ୍ତବହୁଳ ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଆହୁରି ବିଳମ୍ବିତ ହେବ। ବିଭିନ୍ନ ସ୍ଥାନରେ କାମ ଅଧାପନ୍ତରିଆ ହୋଇ ପଡ଼ିଥିବାରୁ ନିର୍ଦ୍ଧାରିତ ସମୟସୀମା ଅର୍ଥାତ୍‌ ମାର୍ଚ୍ଚ ୩୧ ସୁଦ୍ଧା ରାସ୍ତା କିପରି ପୂର୍ଣ୍ଣାଙ୍ଗ ରୂପ ନେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ବ୍ୟାପକ ଦୁର୍ନୀତି ଯୋଗୁ ଏନ୍‌ଏଚ୍‌ କାର୍ଯ୍ୟରେ ଏଭଳି ଅହେତୁକ ବିଳମ୍ବ ହୋଇଥିବା ସ୍ପଷ୍ଟ ହେବାରେ ଲାଗିଛି। ଏହାର ସିବିଆଇ ତଦନ୍ତ କରାଗଲେ ବଡ଼ଧରଣର ଅନିୟମିତତା ପଦାକୁ ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।
ଢେଙ୍କାନାଳସ୍ଥିତ ଜାତୀୟ ରାଜପଥ ପ୍ରାଧିକରଣ କାର୍ଯ୍ୟାଳୟର ତତ୍କାଳୀନ ପ୍ରକଳ୍ପ ନିର୍ଦ୍ଦେଶକ ଏସ୍‌. ରାଓ ସମ୍ପ୍ରସାରଣରେ ନିୟୋଜିତ ଠିକାସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇ ଅଗ୍ରୀମ ଅର୍ଥ ପ୍ରଦାନ କରିଥିବା ଅଭିଯୋଗ ହୋଇଥିଲା। ଏହାସତ୍ତ୍ୱେ କାମ ଯେଉଁଭଳି ଭାବେ ଅଗ୍ରଗତି ହେବା କଥା, ତାହା ହୋଇ ନ ଥିଲା। ସମ୍ପ୍ରସାରଣ କାର୍ଯ୍ୟ ୨-୩ ବର୍ଷ ବିଳମ୍ବିତ ହେବା ସହ ଦୁର୍ଘଟଣାରେ ବହୁ ଧନଜୀବନ ହାନି ହୋଇଥିଲା। ଏହାକୁ ନେଇ ଢେଙ୍କାନାଳର ଯୁବ ସାମାଜିକ କର୍ମୀ ରାଜକିଶୋର ବେହେରା ପ୍ରଧାନମନ୍ତ୍ରୀ, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ, ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ, ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ଜିଲାପାଳଙ୍କୁ ଟୁଇଟ୍‌ କରି ଜଣାଇଥିଲେ। ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ଅଭିଯୋଗର ଆନ୍ତଃବିଭାଗୀୟ ତଦନ୍ତ କରିବା ପରେ ରାସ୍ତା କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ସ୍ପଷ୍ଟ ହୋଇଥିଲା। କାର୍ଯ୍ୟାନୁଷ୍ଠାନ ସ୍ବରୂପ ତତ୍କାଳୀନ ପ୍ରକଳ୍ପ ନିର୍ଦ୍ଦେଶକ ରାଓଙ୍କ ସମେତ ଅନ୍ୟ ଜଣେ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା। ଠିକାସଂସ୍ଥାର ଟେଣ୍ଡର ବାତିଲ ହୋଇଥିଲା।
ତେବେ ଏଥିପୂର୍ବରୁ ସମ୍ପୃକ୍ତ ଠିକାସଂସ୍ଥା ଚୁକ୍ତିନାମା ଅନୁଯାୟୀ ନିର୍ଦ୍ଧାରିତ ସମୟ ମଧ୍ୟରେ ରାସ୍ତା ସମ୍ପ୍ରସାରଣ କାମ ଶେଷ କରିପାରି ନ ଥିଲା। ଏପରି କି ଦୁଇଥର ସମୟ ଅବଧି ବୃଦ୍ଧି ସତ୍ତ୍ୱେ ୩୦%ରୁ କମ୍‌ କାମ ସମ୍ପୂର୍ଣ୍ଣ ହୋଇପାରିଥିଲା। ଏହାସତ୍ତ୍ୱେ ଠିକାସଂସ୍ଥା ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା କିମ୍ବା ନୂତନ ଟେଣ୍ଡର ହୋଇ ନ ଥିଲା। ଏପରି କି ଉକ୍ତ ଠିକାସଂସ୍ଥା ସମ୍ପୃକ୍ତ ଅଧିକାରୀଙ୍କୁ ହାତ କରି ଅଗ୍ରୀମ ଆକାରରେ ଅଧିକ ଟଙ୍କା ହାତେଇବାରେ ସକ୍ଷମ ହୋଇଥିଲା। କେବଳ ଏତିକି ନୁହେଁ, ଠିକାସଂସ୍ଥା ନିଜ ପସନ୍ଦର ଅନ୍ୟ ୩ ଠିକାଦାରଙ୍କୁ ସମ୍ପ୍ରସାରଣ କାର୍ଯ୍ୟ ସବ୍‌ଲେଟ୍‌ ଆକାରରେ ଦେଇଥିବା ଅଭିଯୋଗ ହୋଇଛି, ଯାହାକି ତଦନ୍ତ ସାପେକ୍ଷ। ଏହାର ସିବିଆଇ ତଦନ୍ତ କରାଗଲେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ପଦାକୁ ଆସିବ ବୋଲି ପୂର୍ବତନ ନଗରପାଳ ସୁରେନ୍ଦ୍ର ମିଶ୍ର ଦାବି କରିଛନ୍ତି ା
ସୂଚନାଯୋଗ୍ୟ, ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ବିଳମ୍ବକୁ ନେଇ ଅସନ୍ତୋଷ ଚରମ ସୀମାରେ ପହଞ୍ଚତ୍ଛି। ଏହାକୁ ନେଇ ବିଗତ ଦିନରେ ଢେଙ୍କାନାଳ ଓ ଅନୁଗୋଳ ଜିଲାର ଓକିଲ ସଂଘ ସମେତ ବିଭିନ୍ନ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଛି। ଏପରି କି ଜିଲାର ଜନପ୍ରତିନିଧିମାନେ ମଧ୍ୟ ସ୍ବର ଉଠାଇଛନ୍ତି। କାର୍ଯ୍ୟ ଅଗ୍ରଗତିର ତଦାରଖ କରିବାକୁ ଏକ ଉଚ୍ଚସ୍ତରୀୟ କମିଟି ଗଠିତ ହୋଇଛି। ତଥାପି ଏହାକୁ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ହେୟଜ୍ଞାନ କରି ଚାଲିଛନ୍ତି, ଯାହା ଜାତୀୟ ରାଜପଥରେ ଗମନାଗମନକୁ ଯନ୍ତ୍ରଣାମୟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାରେ ଗାଡ଼ି ଚେକିଂ କଡ଼ାକଡ଼ି

ବାରିପଦା ଅଫିସ, ୧ା୩- ନୂଆ ମୋଟର ଯାନ ଆଇନ ରବିବାରଠାରୁ ରାଜ୍ୟରେ କଡ଼ାକଡ଼ି ଲାଗୁ ହୋଇଛି। ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲାର ବିଭିନ୍ନ ସ୍ଥାନରେ ପୋଲିସ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କରଣ ସମାଜର ସହାୟତା

କୋକସରା,୬।୫(ଡି.ଏନ.ଏ.)-କଳାହାଣ୍ଡି ଜିଲା କୋକସରା ଆଞ୍ଚଳିକ କରଣ ସମାଜ ପକ୍ଷରୁ ଡାକ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ୧୯ ସହାୟତା ପାଣ୍ଠିକୁ ୩୧ହଜାର ଟଙ୍କା ପ୍ରଦାନ କରାଯାଇଛି। ଆଞ୍ଚଳିକ...

ଘାଟିରେ ବସ୍‌-ଟ୍ରକ୍‌ ମୁହାଁମୁହିଁ, ୨ ଗୁରୁତର

ପାପଡ଼ାହାଣ୍ଡି,୧୯ା୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଆମପାଣି ଘାଟିର ଖଡ଼କା ନିକଟରେ ଶୁକ୍ରବାର ସକାଳୁ ଏକ ବସ୍‌ ଓ ଟ୍ରକ୍‌ ମଧ୍ୟରେ ଧକ୍କା ହୋଇ ଦୁଇ...

ପର୍ଯ୍ୟଟନ କ୍ଷେତ୍ର କୁପାରୀକୁ ପ୍ରଦୂଷଣମୁକ୍ତ ଲାଗି ପ୍ରୟାସ :  ଅଣ୍ଟା ଭିଡିଲେ ବିଭିନ୍ନ ସଙ୍ଗଠନ

ଖଇରା, ୧୧।୮(ଡି.ଏନ.ଏ.)-୧୯୯୯ ମସିହାରୁ କୁପାରୀକୁ ପର୍ଯ୍ୟଟନ କ୍ଷେତ୍ର ଭାବେ ମାନ୍ୟତା ମିଳିଛି ସତ, ହେଲେ ସେଭଳି କିଛି ଆଖିଦୃଶିଆ ପ୍ରଗତି ହୋଇପାରିନାହିଁ ା ଏଭଳିକି ସାଂସ୍କୃତିକ...

ଆନ୍ଧ୍ରର ଷଡ଼ଯନ୍ତ୍ରକୁ ପଣ୍ଡ କଲା ଜିଲା ପ୍ରଶାସନ

କୋରାପୁଟ/ପଟ୍ଟାଙ୍ଗୀ,୧୧ା୭(ସ୍ବ.ପ୍ର./ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ଆନ୍ଧ୍ର ସୀମାକୁ ଲାଗି ରହିଥିବା କୋଟିଆ ପଞ୍ଚାୟତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ବିଭିନ୍ନ ସରକାରୀ...

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ବିଛାଇଥିଲେ ଲ୍ୟାଣ୍ଡମାଇନ: ଯୋଜନା ପଣ୍ଡ

ଚିତ୍ରକୋଣ୍ଡା,୨୦।୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ନାକାମାମୁଡି ପିପିଲପଦର ଅଞ୍ଚଳରୁ ଶନିବାର ବିଏସ୍‌ଏଫ ଯବାନମାନେ ଲ୍ୟାଣ୍ଡମାଇନ ଉଦ୍ଧାର କରିଛନ୍ତି। ବିଏସ୍‌ଏଫ୍‌ ଯବାନ ଉକ୍ତ ରାସ୍ତା...

ଆବଶ୍ୟକତାଠାରୁ ଅଧିକ ସାର କିଣିଛନ୍ତି ୨୦ ଚାଷୀ

ଯାଜପୁର ଅଫିସ୍‌/ଯାଜପୁର ଟାଉନ୍‌ (ଡି.ଏନ୍‌.ଏ.)୨୧ା୮: ଜିଲାର କେତେକ ଚାଷୀଙ୍କୁ ଆବଶ୍ୟକତାଠାରୁ ବହୁ ଅଧିକ ୟୁରିଆ ସାର ମିଳିଛି। ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ତଦନ୍ତ ପରେ...

ଘରେ ପଶି ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ଅଭିଯୁକ୍ତ ଅଟକ

ଦିଗପହଣ୍ଡି,୬।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଘରେ ପଶି ଜଣେ ମହିଳାଙ୍କୁ ଅସଦାଚରଣ କରିବା ସହ ଅଭିଯୁକ୍ତମାନେ ସଂଘବଦ୍ଧ ଆକ୍ରମଣ କରିଥିବା...

Advertisement
Archives

Model This Week