ଆମ ଜିଲା ଖବର

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ ଅଫିସ, ୨୧ା୨: ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଘଟଣାରେ ଫୁଲବାଣୀ ଅତିରିକ୍ତ ଜିଲା ଦୌରାଜଜ୍‌ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସିତ କୁମାର ବେହେରା ମାମଲାର ବିଚାର କରି ସୋମବାର ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ…

୭୫ ବର୍ଷ ଭିତରେ କେହି ଶିକ୍ଷିତ ହୋଇ ନ ଥିବା ଗାଁ

ପଟ୍ଟାଙ୍ଗି,୨୧ା୨(ଡି.ଏନ୍‌.ଏ.):ଶିକ୍ଷା ହିଁ ମଣିଷ ଜୀବନରେ ସର୍ବଶ୍ରେଷ୍ଠ ଆବଶ୍ୟକତା। ଶିକ୍ଷା ମଣିଷର ସାମାଜିକ ଓ ମାନସିକ ବିକାଶ ଘଟାଇଥାଏ । ଶିକ୍ଷାର ଉନ୍ନତି ଲାଗି ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଅଙ୍ଗନଓ୍ବାଡି କେନ୍ଦ୍ରମାନ ଖୋଲି ୩ବର୍ଷରୁ ୬ବର୍ଷ ବୟସର ଶିଶୁମାନଙ୍କ ପାଇଁ ପ୍ରାକ୍‌…

ପ୍ରକଳ୍ପ ଅଛି, କିନ୍ତୁ ସବୁ ଅଞ୍ଚଳକୁ ମିଳୁନି ପାଣି

ତେନ୍ତୁଳିଖୁଣ୍ଟି, ୨୧।୨(ଡି.ଏନ୍‌.ଏ.):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକରେ ସୋମବାର ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡ. କମଳ ଲୋଚନ ମିଶ୍ର, ଜିଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନ୍ୟା ଦାସ, ଏସ୍‌ପି ଏସ୍‌.ସୁଶ୍ରୀ, ଡିଏଫ୍‌ଓ ଜି.ଜଗଦୀଶ ରାଓ, ଜିଲା…

୪ ବର୍ଷ ପରେ ବି ନିର୍ମାଣ ହୋଇପାରୁନି ଛାତ୍ରାବାସ

ରାୟଗଡ଼ା,୨୧ା୨(ସ୍ବ.ପ୍ର.):ଅନୁସୂଚିତ ଜାତି ଓ ଜନଜାତିଙ୍କ ଶିକ୍ଷା କ୍ଷେତ୍ରରେ ଜିଲା ମଙ୍ଗଳ ବିଭାଗ ସହାୟକ ହୋଇଥାଏ ା ହେଲେ ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ଏହି ବିଭାଗର ଛାତ୍ରାବାସ ୪ ବର୍ଷ ପରେ ବି ନିର୍ମାଣ ହୋଇପାରୁନି। ଏଥିରୁ ଜିଲା ମଙ୍ଗଳ ବିଭାଗ…

ବିଡିଓଙ୍କ ଗାଡ଼ି ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ପାରଳାଖେମୁଣ୍ଡି:୨୧।୨(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ଉପଖଣ୍ଡ ଯାଜପୁର ଗ୍ରାମ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମୋହନା ବିଡିଓଙ୍କ ସରକାରୀ ଗାଡ଼ି ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ ଟି.ପ୍ରଭାକର ରାଓ। ତାଙ୍କର ଘର…

ଶୁଣିଲାନି ପ୍ରଶାସନ: ଅସ୍ଥାୟୀ କେନାଲ ଖୋଳିଲେ ଗ୍ରାମବାସୀ

ଟିକିରି,୨୧ା୨(ଡି.ଏନ୍‌.ଏ.):ପ୍ରଶାସନଠାରୁ ଜନପ୍ରତିନିଧି ପର୍ଯ୍ୟନ୍ତ ବାରମ୍ବାର ଗୁହାରି ସତ୍ତ୍ୱେ କେହି କର୍ଣ୍ଣପାତ କଲେନି। ଶେଷରେ ଗ୍ରାମବାସୀ ଶ୍ରମଦାନ କରି ଅସ୍ଥାୟୀ କେନାଲ ଖୋଳିଛନ୍ତି। ଏହାଦ୍ୱାରା ପ୍ରାୟ ୫୦୦ ଏକର ଜମିରେ ଚାଷ ହୋଇପାରିବ ବୋଲି ଗ୍ରାମବାସୀ କହିଛନ୍ତି। ରାୟଗଡା ଜିଲା କାଶୀପୁର ବ୍ଲକ…

ଦୁଇ ମାସରେ ଷ୍ଟ୍ରବେରୀ ଦେଲାଣି ଦେଢ଼ ଲକ୍ଷ

ଦାରିଙ୍ଗବାଡି,୨୧ା୨(ଡି.ଏନ.ଏ.): ଓଡ଼ିଶାର କାଶ୍ମୀରକଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଷ୍ଟ୍ରବେରୀ ଚାଷ ଏବେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ବଡ଼ ସଫଳତା ଦେଇଛି। ପୂର୍ବେ ବର୍ଷକୁ ରୋଜଗାର ମାତ୍ର ୧୦ ହଜାର ଟଙ୍କା ହେଉଥିବା ବେଳେ ଏବେ ଦୁଇ…

୩ ଦିନ ହେଲା ଓଟି ବନ୍ଦ

ବ୍ରହ୍ମପୁର ଅଫିସ,୨୧ା୨: ବ୍ରହ୍ମପୁର ବଡ ମେଡିକାଲରେ ପୁଣି ଅବ୍ୟବସ୍ତା ଦେଖାଦେଇଛି। ବିନା ନୋଟିସ୍‌ରେ ଅସ୍ଥିଶଲ୍ୟ ବିଭାଗ ଅସ୍ତ୍ରୋପଚାର (ଓଟି)ବନ୍ଦ କରାଯାଇଛି। ୩ ଦିନ ହେଲା ଏହି ବିଭାଗରେ ଓଟି ବନ୍ଦ ହେବା ଦ୍ୱାରା ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସୁଥିବା ରୋଗୀ…

ବିରୋଧୀଙ୍କ ଅଭିଯୋଗର ଜବାବ ରଖିଲେ ସରପଞ୍ଚ

ଖଇରା, ୨୧ା୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୁପାରୀ ପଞ୍ଚାୟତରେ ବିଭିନ୍ନ ଯୋଜନାକୁ ନେଇ ପ୍ରାକ୍ତନ ଲୋକ ପ୍ରତିନିଧି ଓ ବର୍ତ୍ତମାନର ଲୋକ ପ୍ରତିନିଧିଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିବା ପରେ କୁପାରୀ ରାଜନୀତି ସରଗରମ ହୋଇପଡିଛି। କିଛିଦିନ ତଳେ…

ନକଲି ଜର୍ଦା ଜବତ: ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ଭଦ୍ରକ ଅଫିସ,୨୧।୨: ଭଦ୍ରକ ପୁରୁଣାବଜ଼ାର ଥାନା କାଯିମହଲାରୁ ପୋଲିସ ନକଲି ଜର୍ଦା ସହ ଏଥିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ସୋମବାର ଜବତ କରିଛି। ଘଟଣାରେ ସମ୍ପୃକ୍ତ ସେକ୍‌ ଅବଦୁଲ କୁମାରଙ୍କୁ ଗିରଫ କରାଯାଇଥିବା ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ସିଟି ଡିଏସ୍‌ପି…

ରାସ୍ତାରେ କ୍ଷୀର ଢାଳିଲେ ଚାଷୀ

ନିଶ୍ଚିନ୍ତକୋଇଲି,୨୧।୨(ସ୍ବ.ପ୍ର.): ଓମ୍ଫେଡ଼ର ଚାଷୀମାରଣ ନୀତି ବିରୋଧରେ କଟକ ଜିଲା ମାହାଙ୍ଗା ବ୍ଲକ ଏରକଣା ବଜାରରେ ଚାଷୀ ରାସ୍ତାରେ କ୍ଷୀର ଢାଳି ପ୍ରତିବାଦ କରିଛନ୍ତି। ଚାଷୀଙ୍କ ଅଭିଯୋଗ ମୁତାବକ, ଅନ୍ୟ ଦୁଗ୍ଧ କମ୍ପାନୀମାନଙ୍କଠାରୁ ଓମ୍ଫେଡ଼ ଚାଷୀଙ୍କୁ କ୍ଷୀର ଲିଟର ପିଛା କମ୍‌ ମୂଲ୍ୟ…

ଅନ୍ତେବାସୀ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ

ବାଲେଶ୍ୱର ଅଫିସ/ସୋର, ୨୧।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ସୋର ପୌରାଞ୍ଚଳ ଅଧୀନ ଗାନ୍ଧୀ ସେବାସଂଘ ପୁରୁବାଈ କନ୍ୟାଶ୍ରମରେ ଅଜଣା ରୋଗ ବ୍ୟାପିବାର କାରଣ ସ୍ପଷ୍ଟ ହୋଇଛି। କନ୍ୟାଶ୍ରମର ୫ ଅନ୍ତେବାସୀ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌(ମସ୍ତିଷ୍କ ସଂକ୍ରାମକ ରୋଗ)ରେ ଆକ୍ରାନ୍ତ ଥିବା ରକ୍ତ ନମୁନା ପରୀକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?