ଜାତୀୟସ୍ତରର ସ୍କାମ୍‌: ଏସ୍‌ପି

ବଲାଙ୍ଗୀର ଅଫିସ, ୨୭ା୩:ବଲାଙ୍ଗୀର ଡାକମଣ୍ଡଳର ବିଭିନ୍ନ ପଦବୀ ପାଇଁ କେତେକ ପ୍ରାର୍ଥୀ ଜାଲ ସାର୍ଟିଫିକେଟ ଦେଇ ଧରାପଡିଛନ୍ତି। ଏହି ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ପରେ ହଇଚଇ ସୃଷ୍ଟି ହୋଇଛି। ଗତ ତିନିଦିନ ଧରି ପୋଲିସ ପକ୍ଷରୁ କରାଯାଇଥିବା ଖୋଳତାଡରୁ ଏହା ଏକ ଜାତୀୟସ୍ତର ଜାଲ ସାର୍ଟିଫିକେଟ ସ୍କାମ ବୋଲି ସ୍ପଷ୍ଟ ହୋଇଛି। ବିଭିନ୍ନ ରାଜ୍ୟର ଅନେକ ଶିକ୍ଷାନୁଷ୍ଠାନରେ କେତେକ କୋଅର୍ଡିନେଟର, ଦଲାଲ ସଙ୍ଗଠିତ ଭାବେ ଏହି ସ୍କାମ୍‌ ଚଳାଉଥିବା ପ୍ରାରମ୍ଭିକ ତଦନ୍ତରୁ ସ୍ପଷ୍ଟ ହୋଇଥିବା କହିଛନ୍ତି ବଲାଙ୍ଗୀର ଏସ୍‌ପି ନୀତିନ୍‌ କୁଶଲକର।
ଏସ୍‌ପି କୁଶଲକରଙ୍କ ନିର୍ଦ୍ଦେଶରେ ଗଠିତ ସ୍ବତନ୍ତ୍ର ସ୍କ୍ବାଡ ଜାଲ ସାର୍ଟିଫିକେଟ ଗୁମର ଖୋଲିବାକୁ ତନାଘନା ଚଳାଇଛନ୍ତି। ବଲାଙ୍ଗୀର ଡାକମଣ୍ଡଳ ଜାଲ ସାର୍ଟିଫିକେଟ ମାମଲାରେ ପୋଲିସ ଏଯାବତ୍‌ ୨୧ ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି। ପଚରାଉଚରା ପରେ ବଲାଙ୍ଗୀର ମିଶନ ପଡିଆ ସମ୍ମୁଖସ୍ଥ କୋଚିଂ ସେଣ୍ଟର ରିଲାଏନ୍ସ ଏଜୁକେଶନ କମ୍ପ୍ଳେକ୍ସରେ ଚଢ଼ାଉ କରି ବହୁ ଜାଲ ସାର୍ଟିଫିକେଟ, ପ୍ରିଣ୍ଟର୍ସ, କମ୍ପ୍ୟୁଟର, ୩୩ଟି ଶିକ୍ଷାନୁଷ୍ଠାନ, ସରକାରୀ ଅଫିସର ଷ୍ଟାଫ୍‌, ସିଲ, ଜେରକ୍ସ ମେଶିନ୍‌ ଜବତ କରିଥିଲା। ଏହା ସହିତ ରିଲାଏନ୍ସ ଏଜୁକେଶନ କମ୍ପ୍ଳେକ୍ସର ମାଲିକ ମନୋଜ ମିଶ୍ର ଏବଂ ସହଯୋଗୀ ଆଲୋକ ଉଦ୍‌ଗାତାଙ୍କୁ ଅଟକ ରଖି ପଚରାଉଚରା କରିଥିଲେ। ସେମାନଙ୍କ ସହ ଅନ୍ୟ ଅଟକ ଯୁବତୀ ଯୁବକଙ୍କଠାରୁ ମିଳିଥିବା ତଥ୍ୟରୁ ବିଭିନ୍ନ ପ୍ରଦେଶରେ ଥିବା ୩୮ଟି ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟର ଜାଲ ସାର୍ଟିଫିକେଟ ଗୁମର ଧରାପଡିଛି। ଏହାବାଦ୍‌ ରିଲାଏନ୍ସ କୋଚିଂ ସେଣ୍ଟରରୁ ୨୭ଟି ଶିକ୍ଷାନୁଷ୍ଠାନର ରବର ଷ୍ଟାମ୍ପ ଓ ସିଲ୍‌ ସହ ବଲାଙ୍ଗୀର ଓ ପୁଇଁତଳା ତହସିଲଦାରଙ୍କ ସମେତ ୬ଟି ଅଫିସିଆଲ ଷ୍ଟାମ୍ପ ଓ ସିଲ୍‌ ମିଳିଛି। ଅଟକ ଯୁବତୀ, ଯୁବକଙ୍କଠାରୁ ମିଳୁଥିବା ସୂଚନା ଆଧାରରେ ପୋଲିସ ତଦନ୍ତ ତ୍ୱରାନ୍ବିତ କରୁଛି ବୋଲି ଏସ୍‌ପି କୁଶଲକର ସୂଚନା ଦେଇଛନ୍ତି। ତେବେ ଏହା ଏକ ଜାତୀୟ ସ୍ତରର ସ୍କାମ୍‌ ହୋଇଥିବାରୁ ଏଦିଗରେ ବଡଧରଣର କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ଏସ୍‌ପି କହିଛନ୍ତି।
ଅପରପକ୍ଷରେ ମିଶନ ପଡିଆ ସମ୍ମୁଖ ରିଲାଏନ୍ସ ଏଜୁକେଶନ କମ୍ପ୍ଳେକ୍ସରେ ଚଢ଼ାଉ ପରେ ମିଳିଥିବା ତଥ୍ୟ ଆଧାରରେ ରବିବାର ସ୍ଥାନୀୟ ଭାରତୀୟ ଜୀବନ ବୀମା ନିଗମ ଅଫିସ ସମ୍ମୁଖ ରାସ୍ତାରେ ଥିବା କମ୍ପଭାଇ ଭୋକେଶନାଲ ଟ୍ରେନିଂ ଇନଷ୍ଟିଚ୍ୟୁଟ(କେବିଭିଟିଆଇ)ରେ ପୋଲିସ ଟିମ୍‌ ଚଢ଼ାଉ କରିଥିଲା। ମାଜିଷ୍ଟ୍ରେଟ୍‌ ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡାଙ୍କ ଉପସ୍ଥିିତିରେ ଏସ୍‌ଡିପିଓ ତୋଫାନ୍‌ ବାଗ, ଟାଉନ୍‌ ଥାନା ଆଇଆଇସି ବିଶ୍ୱଜିତ୍‌ ମନବୋଧ, ସଦର ଥାନା ଆଇଆଇସି ଶ୍ରୀକାନ୍ତ ସାହୁ ଓ ଅନ୍ୟ ପୋଲିସ ଟିମ୍‌ ସଦସ୍ୟ ଏହି ସଂସ୍ଥା ଅଫିସରେ ଚଢ଼ାଉ କରି ବିଭିନ୍ନ କାଗଜପତ୍ର, ବ୍ୟାଙ୍କ ପାସ୍‌ବୁକ୍‌, ପାସ୍‌ପୋର୍ଟ, ଷ୍ଟାମ୍ପ ଓ ସିଲ୍‌ ଯାଞ୍ଚ କରିଥିଲେ। ଚଢ଼ାଉ ସମୟରେ ଏହି ସଂସ୍ଥାର ମାଲିକ ଅନୁପସ୍ଥିତ ଥିଲେ ଓ କର୍ମଚାରୀମାନେ ଅଫିସ ଖୋଲିଥିଲେ। ରିଲାଏନ୍ସ କୋଚିଂ ସେଣ୍ଟରରୁ ମିଳିଥିବା ସାର୍ଟିଫିକେଟ ଧରାପଡିବା ବେଳେ ଏହି କମ୍ପଭାଇ ଭୋକେଶନାଲ ଟ୍ରେନିଂ ଇନଷ୍ଟିଚ୍ୟୁଟରେ ମଧ୍ୟ କିଛି ସାର୍ଟିଫିକେଟ ଏଠାରେ ରହିଥିବା ଦେଖିବାକୁ ମିଳିଥିଲା। କିଭଳି ଭାବେ ଏହି ସଂସ୍ଥାର ସାର୍ଟିଫିକେଟ ରିଲାଏନ୍ସ କୋଚିଂ ସେଣ୍ଟରକୁ ଗଲା ସେନେଇ ତଦନ୍ତ କରାଯିବା ପରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏଠାରୁ କ’ଣ ସବୁ ମିଳିଛି ସେନେଇ ପୋଲିସ ପକ୍ଷରୁ କିଛି କୁହାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

ସାନଖେମୁଣ୍ଡିରେ ବ୍ୟାପିଲା ଝାଡ଼ାବାନ୍ତି, ଜଣଙ୍କ ମୃତ୍ୟୁ, ୪ ଗୁରୁତର; ବ୍ରହ୍ମପୁର MKCGରେ…

ଦିଗପହଣ୍ଡି,୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର ଗାଁରେ ଗତ ୪ ଦିନ ହେଲା ଝାଡ଼ାବାନ୍ତି କାୟା ବିସ୍ତାର କରିବାରେ ଲାଗିଛି।…

ଅନଲାଇନ୍ ଗେମିଂ-ବେଟିଂ ନାଁରେ କୋଟି କୋଟି ଟଙ୍କାର ସାଇବର ଠକେଇ! ଗଞ୍ଜାମରେ ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ

ଛତ୍ରପୁର,୩୦।୯(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : ଅନଲାଇନ୍ ଗେମିଂ, ବେଟିଂ ଓ ଇନଭେଷ୍ଟମେଣ୍ଟ ଆପ୍ ମାଧ୍ୟମରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ଠକେଇ କରୁଥିବା ଏକ ସାଇବର ନେଟୱର୍କକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?