ଆରମ୍ଭ ହୋଇନି ମଡେଲ୍‌ ବସ୍‌ଷ୍ଟାଣ୍ଡ ନିର୍ମାଣ

ସୋନପୁର,୨୭।୩(ନି.ପ୍ର.):ସୁବର୍ଣ୍ଣପୁରର ମଡେଲ ବସ୍‌ଷ୍ଟାଣ୍ଡ ନିର୍ମାଣ ଅନିଶ୍ଚିତତା ମଧ୍ୟରେ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ଏଥିପ୍ରତି ରାଜ୍ୟ ପରିବହନ ବିଭାଗ, ପୌର ପରିଷଦ କି ଜିଲା ପ୍ରଶାସନ କାହାରି ଦୃଷ୍ଟି ନାହିଁ। ନିର୍ବାଚିତ ଲୋକ ପ୍ରତିନିଧିଙ୍କର ମଧ୍ୟ ଏହି ପ୍ରକଳ୍ପ ପାଇଁ ଆନ୍ତରିକତା ଥିଲା ଭଳି ଜଣାପଡୁନି।
ମୁଖ୍ୟମନ୍ତ୍ରୀ ୨୦୨୧ ଡିସେମ୍ବର ୨୩ ତାରିଖରେ ଭୁବନେଶ୍ୱରରୁ ଭିଡିଓ କନଫରେନ୍ସିଂ ଯୋଗେ ସୁବର୍ଣ୍ଣପୁର ଜିଲାର ସୁବର୍ଣ୍ଣପୁର ସହର ସମେତ, ବୀରମହାରାଜପୁର, ଉଲୁଣ୍ଡା ଓ ବିନିକାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ଏହି ବସ୍‌ଷ୍ଟାଣ୍ଡଗୁଡିକ ଜିଲାର ସାମଗ୍ରିକ ବିକାଶ ଓ ଯୋଗାଯୋଗ କ୍ଷେତ୍ରରେ ସହାୟକ ହେବ ବୋଲି କୁହାଯାଇଥିଲା। ଜିଲାପାଳଙ୍କ କାର୍ଯ୍ୟାଳୟର ଓସଓ୍ବାନ ହଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲାପାଳ ଅବୋଲି ସୁନିଲ ନରଓ୍ବଣେଙ୍କ ସମେତ ଜିଲାସ୍ତରୀୟ ଓ ପରିବହନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ତେବେ ଜିଲା ସଦର ମହକୁମାର ନୂତନ ବସ୍‌ଷ୍ଟାଣ୍ଡ ପ୍ରକଳ୍ପ ସରକାରଙ୍କ ଫାଇଲ ଭିତରେ ପଡି ରହିଛି। ଏଠାରେ ଥିବା ପୁରୁଣା ବସଷ୍ଟାଣ୍ଡ ଓ ପୁରୁଣା ଟାଉନ ହଲକୁ ଭାଙ୍ଗି ଏକ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। କିନ୍ତୁ ଏହି ପ୍ରକଳ୍ପକୁ ନେଇ ଯେପରି ବ୍ୟଗ୍ରତା ପ୍ରକାଶ ପାଇବା କଥା ତାହା ଦେଖିବାକୁ ମିଳୁନି। ତେଣୁ ମଡେଲ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବା ପ୍ରଶାସନ ଭୁଲିଗଲାଣି ବୋଲି ସାଧାରଣରେ ଆଲୋଚନା ହେଉଛି।
ସୁବର୍ଣ୍ଣପୁର ଜିଲା ଗଠନ ହେବା ଇତି ମଧ୍ୟରେ ୨୯ ବର୍ଷ ବିତି ସାରିଛି। ଜିଲା ସଦର ମହକୁମାରେ ଜନସଂଖ୍ୟା ବୃଦ୍ଧି ପାଇବା ସହିତ ସମସ୍ତ ଜିଲାସ୍ତରୀୟ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହୋଇସାରିଛି। ଜିଲାର ଡୁଙ୍ଗୁରିପାଲି ବ୍ଲକ ବ୍ୟତୀତ ଅନ୍ୟ ଅଞ୍ଚଳକୁ ରେଳ ସୁବିଧା ଏଯାଏ ଉପଲବ୍ଧ ହୋଇ ପାରିନାହିଁ। ଫଳରେ ଯାତାୟତ ପାଇଁ ହଜାର ହଜାର ଯାତ୍ରୀ ସୁବର୍ଣ୍ଣପୁର ବସ୍‌ଷ୍ଟାଣ୍ଡ ଉପରେ ହିଁ ନିର୍ଭର କରନ୍ତି। ପଡୋଶୀ ଜିଲାମାନଙ୍କ ସହ ଜିଲାର ବିଭିନ୍ନ ଅଞ୍ଚଳକୁ ପ୍ରତିଦିନ ଏହି ବସ୍‌ଷ୍ଟାଣ୍ଡକୁ ଯାତ୍ରୀବାହୀ ବସ ଯୋଗେ ଲୋକେ ଆସିଥାନ୍ତି। ହେଲେ ପୁରୁଣା ବସଷ୍ଟାଣ୍ଡରେ ହିଁ କାମ ଚଳାଯାଉଛି। ମନ୍ଦିରମାଳିନୀ ସହର ସମେତ ଜିଲାରେ ରହିଥିବା ପର୍ଯ୍ୟଟନସ୍ଥଳୀ ଗୁଡିକୁ ବର୍ଷର ସବୁ ସମୟରେ ପର୍ଯ୍ୟଟକ ଆସନ୍ତି। କିନ୍ତୁ ଏଠାରେ ଥିବା ପୁରାତନ ବସ୍‌ଷ୍ଟାଣ୍ଡର ଅବସ୍ଥା ଶୋଚନୀୟ ହୋଇପଡିଛି। ଯାତ୍ରୀ ବିଶ୍ରାମଗାର ଓ ଶୌଚାଳୟର ସୁବିଧା ନାହିଁ ଅଳିଆ ଆବର୍ଜନା ପଡି ରହୁଛି। କିଛି ଅଂଶ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଗଲାଣି । ତେଣୁ ବାହାରୁ ଆସୁଥିବା ଲୋକ ଏହା ଦେଖି ନାକ ଟେକୁଛନ୍ତି।
୨୦୦୬ ମସିହାରେ ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏହି ବସ୍‌ଷ୍ଟାଣ୍ଡର ନବକଳେବର କରିଥିଲେ। କିନ୍ତୁ ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ଯାତ୍ରୀ ବିଶ୍ରାମଗାରଟି ବସ୍‌ଷ୍ଟାଣ୍ଡର ପଛପାର୍ଶ୍ୱରେ ନିର୍ମାଣ କରାଯାଇଥିଲା। ଏହି ବିଶ୍ରାମଗାରଟି ଏବେ ଅବ୍ୟବହୃତ ହୋଇ ପଡିରହିଛି। ପ୍ରତ୍ୟହ ୨୦ରୁ ୨୫ଟି ଲୋକାଲ ବସ ଓ ୧୫ରୁ ଊର୍ଦ୍ଧ୍ୱ ରାତ୍ରିକାଳୀନ ଏକ୍ସପ୍ରେସ ବସ୍‌ଷ୍ଟାଣ୍ଡ ଦେଇ ଯାତାୟତ କରୁଛି। ସହରରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ୧୪ କୋଟି ଟଙ୍କାର ଏଷ୍ଟିମେଟ ପ୍ରସ୍ତୁତ କରିଛି। ମାତ୍ର ଏହା ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇନାହିଁ। ପୌରପରିଷଦର ଜମି ଉପରେ ଓଡିଶା ରାଜ୍ୟ ପରିବହନ ନିଗମ, ଗୃହ ଓ ନଗର ଉନ୍ନୟନ ବିଭାଗ କି ପୂର୍ତ୍ତ ବିଭାଗ କାମ କରିବ ତାହା ଚୂଡାନ୍ତ ହୋଇପାରୁନି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

ସାନଖେମୁଣ୍ଡିରେ ବ୍ୟାପିଲା ଝାଡ଼ାବାନ୍ତି, ଜଣଙ୍କ ମୃତ୍ୟୁ, ୪ ଗୁରୁତର; ବ୍ରହ୍ମପୁର MKCGରେ…

ଦିଗପହଣ୍ଡି,୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର ଗାଁରେ ଗତ ୪ ଦିନ ହେଲା ଝାଡ଼ାବାନ୍ତି କାୟା ବିସ୍ତାର କରିବାରେ ଲାଗିଛି।…

ଅନଲାଇନ୍ ଗେମିଂ-ବେଟିଂ ନାଁରେ କୋଟି କୋଟି ଟଙ୍କାର ସାଇବର ଠକେଇ! ଗଞ୍ଜାମରେ ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ

ଛତ୍ରପୁର,୩୦।୯(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : ଅନଲାଇନ୍ ଗେମିଂ, ବେଟିଂ ଓ ଇନଭେଷ୍ଟମେଣ୍ଟ ଆପ୍ ମାଧ୍ୟମରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ଠକେଇ କରୁଥିବା ଏକ ସାଇବର ନେଟୱର୍କକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?