୧୩ ଜିଲାକୁ କାଳବୈଶାଖୀ, ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ
ଭୁବନେଶ୍ୱର,୨୭ା୩(ବ୍ୟୁରୋ): ସୋମବାର ୧୩ ଜିଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ ଗଜପତି ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଥିବା ପାଣିପାଗ…
କ୍ଷତିଗ୍ରସ୍ତଙ୍କୁ ସହାୟତା ଦାବି
ଦଶପଲ୍ଲା,୨୭ା୩ (ଡି.ଏନ.ଏ.): ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଖମାରସାହି ପଞ୍ଚାୟତର ସାରେଣୀ ଗଣ୍ଡା ଗାଁରେ ଗତ ୨୧ ତାରିଖରେ ଝଡ ତୋଫାନ ହୋଇ ଗାଁର ପ୍ରକାଶ କୁମାର ଜାନୀଙ୍କ ଘର ଛପର ଉଡାଇ ଦେଇଥିଲା। ସେ ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ…
ରାଶନ ଯୋଗାଇଦେବାକୁ ଯୋଗାଣ ନିରୀକ୍ଷକଙ୍କ ନିର୍ଦ୍ଦେଶ
ନୂଆଗାଁ,୨୭ା୩ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ବେରୁହାଁବାରି ଗ୍ରାମର ବାସନ୍ତୀ ନାୟକ ୬ ମାସ ହେଲା ରାଶନ ସାମଗ୍ରୀ ପାଉ ନ ଥିଲେ। ଏ ନେଇ ଶୁକ୍ରବାର ନୂଆଗାଁ ଯୋଗାଣ ନିରୀକ୍ଷକଙ୍କୁ ଭେଟି ବାସନ୍ତୀ ଓ ଭିନ୍ନକ୍ଷମ ଝିଅ ଅଭିଯୋଗ…
ନିଯୁକ୍ତି ଦାବିରେ ଧାରଣାରେ ବସିଲେ ସ୍ଥାନୀୟ ଲୋକେ
ଜେନାପୁର,୨୭ା୩(ଡି.ଏନ୍.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧୀନ ୫୩ ନମ୍ବର ଜାତୀୟ ରାଜପଥର ତାରିଣୀ ଛକ ନିକଟସ୍ଥ ଏଭର ସଣ୍ଡାଇ ନାମକ କମ୍ପାନୀ ରହିଥିବା ବେଳେ ସ୍ଥାନୀୟ ଲୋକମାନଙ୍କୁ ନିଯୁକ୍ତି ନ ମିଳିବାରୁ ଅସନ୍ତୋଷ ପ୍ରକାଶ ପାଇଛି।…
ଭଦ୍ରକରୁ ନୟାଗଡ଼ ଚାଲିବ ମେମୁ ଟ୍ରେନ୍
ନୟାଗଡ଼ ଅଫିସ,୨୭।୩: ନୟାଗଡ଼ରୁ ଭଦ୍ରକ ଚାଲିବ ମେମୁ ଟ୍ରେନ୍। ଏପରି ସୂଚନା ଆସିଛି ଭଦ୍ରକର ପୂର୍ବତନ ବିଧାୟକ ନରେନ୍ଦ୍ର ପଲେଇଙ୍କ ପାଖକୁ। ରେଳ ବିଭାଗ ପକ୍ଷରୁ ଆସିଥିବା ଏହି ସୂଚନା ଅନୁସାରେ ଏପ୍ରିଲ ପ୍ରଥମ ସପ୍ତାହରୁ ରେଳ ଚଳାଚଳ ହେବ। ଅନ୍ୟପକ୍ଷେ…
ହିନ୍ଦୋଳରେ ବିଜେଡିର ଜୋର୍ଦାର ପ୍ରଚାର
ଢେଙ୍କାନାଳ ଅଫିସ୍,୨୭ା୩: ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍ଏସି ନିର୍ବାଚନରେ ବିଜେଡି ପକ୍ଷରୁ ପ୍ରଚାର ଜୋର୍ ଧରିଛି। ପର୍ଯ୍ୟବେକ୍ଷକ ତଥା ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲଙ୍କ ନେତୃତ୍ୱରେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ପାଲଲହଡ଼ା ବିଧାୟକ ମୁକେଶ ପାଲ୍, ଛେଣ୍ଡିପଦା ବିଧାୟକ…
ପୁରୁଣା ହଟିଲେ, ନୂଆ ଗାନ୍ଧୀ ଆସୀନ
ନୟାଗଡ଼ ଅଫିସ,୨୭।୩: ନୟାଗଡ଼ ସହରର ତ୍ରିନାଥ ଛକରେ ଆମ ପାଇଁ ବଡ଼ ଆମ ନୟାଗଡ଼ ସେଲଫି ପଏଣ୍ଟ ରବିବାର ଲୋକାର୍ପିିତ ହେବା ପରେ ସେଲଫି ନେବାକୁ ଭିଡ଼ ହୋଇଥିଲା। ତେବେ ସେଲଫି ପଏଣ୍ଟକୁ ଲାଗି ରହିଥିବା ଗାନ୍ଧୀଙ୍କର ପୁରୁଣା ମୂର୍ତ୍ତି ହଟିଯାଇଛି।…
ସମ୍ପର୍କ ଯୋଡ଼ିଛି ମାନକୁଣ୍ଡା ହାଟ
ଭୋଗରାଇ,୨୭ା୩(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ମାନକୁଣ୍ଡା ସାପ୍ତାହିକ ହାଟ ଓଡ଼ିଶା ଓ ପଶ୍ଚିମବଙ୍ଗ ଅଧିବାସୀଙ୍କ ମଧ୍ୟରେ ଭାଇଚାରାର ସେତୁ ବାନ୍ଧିଛି। ୧ଏକର ଜାଗା ପରିଧି ମଧ୍ୟରେ ଅବସ୍ଥିତ ଏହି ହାଟ ଦୁଇ ରାଜ୍ୟ ସୀମାନ୍ତବାସୀଙ୍କ ଆର୍ଥିକ ଓ…
ଆଲବମ୍ ଅଭିନେତ୍ରୀଙ୍କ ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ
ବଲାଙ୍ଗୀର ଅଫିସ,୨୭ା୩: ଆଲବମ୍ ଅଭିନେତ୍ରୀ ତଥା ଗାୟିକା ରୁଚିସ୍ମିତା ଗୁରୁ ରବିବାର ବଲାଙ୍ଗୀର ଜିଲା ସୁଦପଡ଼ାରେ ଥିବା ତାଙ୍କ ମାମୁଙ୍କ ଘରେ ଆତ୍ମହତ୍ୟା କରିଥିଲେ। ଖବର ପାଇ ପୋଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତାଙ୍କ ନିଜ ଘର ସୋନପୁର…
ହାଇଓ୍ବାକୁ ଧକ୍କା ଦେଲା ବସ୍, ଦୁଇ ଜଣଙ୍କ ଜୀବନ ଗଲା, ୧୦ରୁ ଊର୍ଦ୍ଧ୍ୱ ଆହତ
ସୁନ୍ଦରଗଡ଼,୨୭ା୩(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ଚାନ୍ଦିପୋଷ ନିକଟରେ ସୋମବାର ଭୋର୍ରୁ ଏକ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ହାଇଓ୍ବାକୁ ଧକ୍କା ଦେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ ଜଣଙ୍କ…
ଭଙ୍ଗା ଘରେ ବିତୁଛି ବୃଦ୍ଧ ଦମ୍ପତିଙ୍କ ଜୀବନ
ଭବାନୀପାଟଣା,୨୭।୩(ସ୍ବ.ପ୍ର.):ଯୋଜନା ପରେ ଯୋଜନା କାର୍ଯ୍ୟକାରୀ ହେଉଛି। କେତେବେଳେ ପକ୍କାଘର ପାଇଁ ଯୋଜନା ତ ପୁଣି କେତେବେଳେ ଘର ମରାମତି ପାଇଁ ଯୋଜନା ପ୍ରଣୟନ ହେଉଛି। ହେଲେ ଏସବୁ ଯୋଜନା ବାସ୍ତବରେ କେତେ କାର୍ଯ୍ୟକାରୀ ହେଉଛି ସେଥିପ୍ରତି ସରକାରଙ୍କ ଦୃଷ୍ଟି ନାହିଁ। ଗ୍ରାମାଞ୍ଚଳର…
କୁରାଳର ଉନ୍ନୟନ କାର୍ଯ୍ୟରେ ସ୍ବଚ୍ଛତା ରହୁନି
ନୟାଗଡ଼ ଅଫିସ/ଓଡ଼ଗାଁ ,୨୭।୩(ସ୍ବ.ପ୍ର.)ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ କୁରାଳ ପଞ୍ଚାୟତର ନାଠିଆପଲ୍ଲୀ ସ୍କୁଲ ପାର୍ଶ୍ୱ କେଳାସାହି ବାରିପଟ ରାସ୍ତାରେ ଥିବା ଏକ ଖାତ ପୋତିବା ପାଇଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ୩ ମାସରେ କାମ ଶେଷ ହେବାକୁ ଥିବାବେଳେ…

