ସରକାରୀ ବିଦ୍ୟାଳୟରେ ଅନିଶ୍ଚିତତା ଘେରରେ ପ୍ରି-ନର୍ସରି

ଜଗତ୍‌ସିଂହପୁର ଅଫିସ,୨୭ା୩: ୨୦୧୮ରେ କେନ୍ଦ୍ର ସରକାର ଶିକ୍ଷାରେ ସଂସ୍କାର ଆଣିବା ପାଇଁ ଦେଶରେ ଏକକ ଶିକ୍ଷା ବ୍ୟବସ୍ଥା ତଥା ସମଗ୍ର ଶିକ୍ଷା ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ବିଦ୍ୟାଳୟଗୁଡ଼ିକରେ ପ୍ରି ନର୍ସରି ଖୋଲିବା ସାଙ୍ଗକୁ ଏକକ ଶିକ୍ଷାନୁଷ୍ଠାନରେ ସାଧାରଣ ଓ ଭିନ୍ନକ୍ଷମ ପିଲା ଶିକ୍ଷାଲାଭ କରିବା ଏହାର ଉଦ୍ଦେଶ୍ୟ ଥିଲା। ଡିଜିଟାଲ ଇଣ୍ଡିଆକୁ ପ୍ରାଧାନ୍ୟ ଦେଇ କେନ୍ଦ୍ର ସରକାର ଶିକ୍ଷଣରେ ବୈଷୟିକ ଜ୍ଞାନର ପ୍ରୟୋଗ କରିବେ ବୋଲି ଯୋଜନା ପ୍ରସ୍ତୁତ କରିଥିଲେ। ୨୦୨୦ ଜାତୀୟ ଶିକ୍ଷା ନୀତିରେ କେନ୍ଦ୍ର ସରକାର ଏ ସମ୍ପର୍କରେ ସମସ୍ତ ରାଜ୍ୟ ସରକାରଙ୍କୁ ପ୍ରି ନର୍ସରି ଖୋଲିବା ପାଇଁ ଚିଠି କରିଥିଲେ। ଓଡ଼ିଶା ସରକାର ମଧ୍ୟ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରି-ନର୍ସରି ଖୋଲିବେ ବୋଲି ଚିନ୍ତା କରି ପ୍ରାଥମିକ ପର୍ଯ୍ୟାୟରେ ଏକ ତାଲିମ କାର୍ଯ୍ୟକ୍ରମ କରିଥିଲେ। ସେତେବେଳେ ଜଗତ୍‌ସିଂହପୁର ଜିଲାରେ ଅଭିଭାବକମାନେ ଏନେଇ ଖୁସି ଅନୁଭବ କରିଥିଲେ। ଆଶା ଥିଲା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରି-ନର୍ସରି ଖୋଲିଲେ ପିଲାମାନେ ମାଗଣା ଶିକ୍ଷା ପାଇବା ସହ ଉତ୍ତମ ପରିବେଶ ଓ ଖେଳକୁଦ ପାଇଁ ଉପଯୋଗୀ ଭିତ୍ତିଭୂମି ପାଇବେ। କିନ୍ତୁ କେନ୍ଦ୍ର ସରକାରଙ୍କ ଏହି ଘୋଷଣା ଏ ପର୍ଯ୍ୟନ୍ତ ଓଡ଼ିଶାରେ କାର୍ଯ୍ୟକାରୀ ହେଲା ନାହିଁ। କାହିଁକି ବିଳମ୍ବ ହେଉଛି ତାହା ମଧ୍ୟ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହେଉନାହିଁ। ଏନେଇ ଜିଲାର ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ଓଡ଼ିଶାର ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକରେ ଏହି ପ୍ରି-ନର୍ସରି ଶିକ୍ଷା ବ୍ୟବସ୍ଥା ପ୍ରଚଳନ ଅଛି। ଯେଉଁଠି ପିଲାମାନଙ୍କୁ ଶିକ୍ଷାଦାନ ସାଙ୍ଗକୁ ଅଣ୍ଡା, ଛତୁଆ, ସୁଜି ଆଦି ଦିଆଯାଉଛି, କିନ୍ତୁ ଏହା ଅଭିଭାବକମାନଙ୍କୁ ଆକୃଷ୍ଟ କରିପାରୁନାହିଁ । କାରଣ ଅଭିଭାବକ ଅଙ୍ଗନୱାଡି କେନ୍ଦ୍ରକୁ ପସନ୍ଦ କରୁନାହାନ୍ତି । ଏ ସମ୍ପର୍କରେ ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖି କହିଛନ୍ତି, ରାଜ୍ୟ ସରକାର ଅତୀତରେ ଏ ସଂକ୍ରାନ୍ତରେ ଚିନ୍ତା କରିଥିଲେ। ଜଣାଯାଇଥିଲା ଯେ, ଦୀର୍ଘ ବର୍ଷ ପୂର୍ବରୁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ କେତେକ ସଂଶୋଧନ ଯୋଗୁ ଏଭଳି ପରିସ୍ଥିତି ଉପୁଜିଛି। ଅର୍ଥାତ୍‌ ପୂର୍ବରୁ ଥିବା ଶିଶୁ ଶ୍ରେଣୀ ଉଠିଯିବା ଦ୍ୱାରା ଅଭିଭାବକମାନେ ବେସରକାରୀ ବିଦ୍ୟାଳୟ ମୁହାଁ ହେବାକୁ ବାଧ୍ୟ ହୋଇଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ପ୍ରି-ନର୍ସରି ସରକାରୀ ନୁହେଁ, ବେସରକାରୀ ଶିକ୍ଷାନୁଷ୍ଠାନରେ ଉପଲବ୍ଧ ହେଉଛି। ସରକାର ଯେଉଁ ତ୍ରୁଟି କରିଛନ୍ତି ତା’ର ସଂଶୋଧନ ନ କଲେ ଆଗକୁ ପରିଣିତି ଅଧିକ ଜଟିଳ ହେବ ବୋଲି ଚିନ୍ତା କରାଯାଇଥିଲା। କାରଣ ଅଢେଇ ବର୍ଷ, ୩ ବର୍ଷର ପିଲାଙ୍କୁ ବିଭିନ୍ନ ବେସରକାରୀ ବିଦ୍ୟାଳୟରେ ନାମ ଲେଖାଇ ଦିଆଯାଉଛି। ଯେହେତୁ ଏସବୁ ବିଦ୍ୟାଳୟରେ ପିଲାମାନେ ଅତି କମ୍‌ରେ ୩/୪ ବର୍ଷ ପର୍ଯ୍ୟନ୍ତ ପଢ଼ୁଛନ୍ତି ତେଣୁ ଶିକ୍ଷାନୁଷ୍ଠାନ ସହ ସେମାନଙ୍କ ସମ୍ପର୍କ ଯୋଡି ହୋଇଯାଉଛି। ପରବର୍ତ୍ତୀ ସମୟରେ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ଅନ୍ୟତ୍ର ନେବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ବିଶେଷକରି ସରକାରୀ ବିଦ୍ୟାଳୟରେ ପଢ଼ାଇବା ପାଇଁ ଇଚ୍ଛାବ୍ୟକ୍ତ କରୁନାହାନ୍ତି। କେବଳ ଏତିକି ନୁହେଁ, ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଇବାକୁ ହେଲେ ସର୍ବନିମ୍ନ ୫ ବର୍ଷ ଉପରେ ଅର୍ଥାତ୍‌ ୬ ବର୍ଷ ବୟସ ହୋଇଥିବା ଆବଶ୍ୟକ। ସମ୍ପୃକ୍ତ ଛାତ୍ରୀଛାତ୍ର ୯ମରେ ପଢ଼ିବାବେଳକୁ ତାଙ୍କ ସର୍ବନିମ୍ନ ବୟସ ୧୪ ବର୍ଷ ହେବା ଜରୁରୀ । ୧୪ ବର୍ଷ ହୋଇ ନ ଥିଲେ ଛାତ୍ରୀଛାତ୍ରଙ୍କୁ ୧ ବର୍ଷ ଅଟକିବାକୁ ପଡ଼ିବ। ଏହି ନିୟମ ବେସରକାରୀ ବିଦ୍ୟାଳୟରେ ନାହିଁ । ଏଭଳି ଏକାଧିକ କାରଣରୁ ଛାତ୍ର ଅଭିଭାବକ ମାଗଣା ଅପେକ୍ଷା ଅର୍ଥ ଖର୍ଚ୍ଚ କରି ସେମାନଙ୍କ ପିଲାଙ୍କୁ ବେସରକାରୀ ବିଦ୍ୟାଳୟରେ ପଢ଼ାଇବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଏ ପରିସ୍ଥିତିରେ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରି ନର୍ସରି ଖୋଲିବା ଆବଶ୍ୟକ। କାରଣ ଏହି ଶିକ୍ଷାନୁଷ୍ଠାନରେ ତାଲିମପ୍ରାପ୍ତ ଶିକ୍ଷକ ଅଛନ୍ତି। ପ୍ରଶସ୍ତ ଭିତ୍ତିଭୂମି ସାଙ୍ଗକୁ ଉତ୍ତମ ପରିବେଶ ରହୁଛି । ଖେଳ ଉପକରଣ ସାଙ୍ଗକୁ ଅନ୍ୟାନ୍ୟ ସୁବିଧାସୁଯୋଗ ଯୋଗାଇ ଦିଆଗଲେ ଅଭିଭାବକମାନେ ଆକର୍ଷିତ ହୁଅନ୍ତେ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି ।
ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରାଙ୍କୁ ପଚାରିବାରୁ ସରକାର ଏ ପର୍ଯ୍ୟନ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରି-ନର୍ସରି ଖୋଲିନାହାନ୍ତି। କେବେ ଖୋଲିବେ ସେ ନେଇ ତାଙ୍କ ପାଖରେ କୌଣସି ସୂଚନା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଫୁଲଚାଷ ପ୍ରତି ବଢୁଛି ଆଗ୍ରହ

ସମ୍ବଲପୁର,୨୯ା୩ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଧାନଫସଲରେ ପୂର୍ବଭଳି ଲାଭ ହେଉ ନ ଥିବାବେଳେ ଚାଷୀମାନେ ପନିପରିବା ଓ ଅନ୍ୟ ଅର୍ଥକରୀ ଫସଲ ଚାଷ...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ବିଧାନସଭା ନିର୍ବାଚନକୁ ଫେରିପାରନ୍ତି ମହେଶ

ଅନୁଗୋଳ,୨୯ା୩ (ଅମିତ କୁମାର ସାମଲ): ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଡା. ଅବିନାଶ ସାମଲଙ୍କ ନାମ ଘୋଷଣା କରିବା ପରେ ଅନୁଗୋଳ ଜିଲାର ପୁରୁଖା...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୯ା୩ (କାର୍ତ୍ତିକ ସାହୁ):ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ବିଧାୟକ ଜେନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri