ସରକାରୀ ବିଦ୍ୟାଳୟରେ ଅନିଶ୍ଚିତତା ଘେରରେ ପ୍ରି-ନର୍ସରି

ଜଗତ୍‌ସିଂହପୁର ଅଫିସ,୨୭ା୩: ୨୦୧୮ରେ କେନ୍ଦ୍ର ସରକାର ଶିକ୍ଷାରେ ସଂସ୍କାର ଆଣିବା ପାଇଁ ଦେଶରେ ଏକକ ଶିକ୍ଷା ବ୍ୟବସ୍ଥା ତଥା ସମଗ୍ର ଶିକ୍ଷା ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ବିଦ୍ୟାଳୟଗୁଡ଼ିକରେ ପ୍ରି ନର୍ସରି ଖୋଲିବା ସାଙ୍ଗକୁ ଏକକ ଶିକ୍ଷାନୁଷ୍ଠାନରେ ସାଧାରଣ ଓ ଭିନ୍ନକ୍ଷମ ପିଲା ଶିକ୍ଷାଲାଭ କରିବା ଏହାର ଉଦ୍ଦେଶ୍ୟ ଥିଲା। ଡିଜିଟାଲ ଇଣ୍ଡିଆକୁ ପ୍ରାଧାନ୍ୟ ଦେଇ କେନ୍ଦ୍ର ସରକାର ଶିକ୍ଷଣରେ ବୈଷୟିକ ଜ୍ଞାନର ପ୍ରୟୋଗ କରିବେ ବୋଲି ଯୋଜନା ପ୍ରସ୍ତୁତ କରିଥିଲେ। ୨୦୨୦ ଜାତୀୟ ଶିକ୍ଷା ନୀତିରେ କେନ୍ଦ୍ର ସରକାର ଏ ସମ୍ପର୍କରେ ସମସ୍ତ ରାଜ୍ୟ ସରକାରଙ୍କୁ ପ୍ରି ନର୍ସରି ଖୋଲିବା ପାଇଁ ଚିଠି କରିଥିଲେ। ଓଡ଼ିଶା ସରକାର ମଧ୍ୟ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରି-ନର୍ସରି ଖୋଲିବେ ବୋଲି ଚିନ୍ତା କରି ପ୍ରାଥମିକ ପର୍ଯ୍ୟାୟରେ ଏକ ତାଲିମ କାର୍ଯ୍ୟକ୍ରମ କରିଥିଲେ। ସେତେବେଳେ ଜଗତ୍‌ସିଂହପୁର ଜିଲାରେ ଅଭିଭାବକମାନେ ଏନେଇ ଖୁସି ଅନୁଭବ କରିଥିଲେ। ଆଶା ଥିଲା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରି-ନର୍ସରି ଖୋଲିଲେ ପିଲାମାନେ ମାଗଣା ଶିକ୍ଷା ପାଇବା ସହ ଉତ୍ତମ ପରିବେଶ ଓ ଖେଳକୁଦ ପାଇଁ ଉପଯୋଗୀ ଭିତ୍ତିଭୂମି ପାଇବେ। କିନ୍ତୁ କେନ୍ଦ୍ର ସରକାରଙ୍କ ଏହି ଘୋଷଣା ଏ ପର୍ଯ୍ୟନ୍ତ ଓଡ଼ିଶାରେ କାର୍ଯ୍ୟକାରୀ ହେଲା ନାହିଁ। କାହିଁକି ବିଳମ୍ବ ହେଉଛି ତାହା ମଧ୍ୟ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହେଉନାହିଁ। ଏନେଇ ଜିଲାର ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ଓଡ଼ିଶାର ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକରେ ଏହି ପ୍ରି-ନର୍ସରି ଶିକ୍ଷା ବ୍ୟବସ୍ଥା ପ୍ରଚଳନ ଅଛି। ଯେଉଁଠି ପିଲାମାନଙ୍କୁ ଶିକ୍ଷାଦାନ ସାଙ୍ଗକୁ ଅଣ୍ଡା, ଛତୁଆ, ସୁଜି ଆଦି ଦିଆଯାଉଛି, କିନ୍ତୁ ଏହା ଅଭିଭାବକମାନଙ୍କୁ ଆକୃଷ୍ଟ କରିପାରୁନାହିଁ । କାରଣ ଅଭିଭାବକ ଅଙ୍ଗନୱାଡି କେନ୍ଦ୍ରକୁ ପସନ୍ଦ କରୁନାହାନ୍ତି । ଏ ସମ୍ପର୍କରେ ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖି କହିଛନ୍ତି, ରାଜ୍ୟ ସରକାର ଅତୀତରେ ଏ ସଂକ୍ରାନ୍ତରେ ଚିନ୍ତା କରିଥିଲେ। ଜଣାଯାଇଥିଲା ଯେ, ଦୀର୍ଘ ବର୍ଷ ପୂର୍ବରୁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ କେତେକ ସଂଶୋଧନ ଯୋଗୁ ଏଭଳି ପରିସ୍ଥିତି ଉପୁଜିଛି। ଅର୍ଥାତ୍‌ ପୂର୍ବରୁ ଥିବା ଶିଶୁ ଶ୍ରେଣୀ ଉଠିଯିବା ଦ୍ୱାରା ଅଭିଭାବକମାନେ ବେସରକାରୀ ବିଦ୍ୟାଳୟ ମୁହାଁ ହେବାକୁ ବାଧ୍ୟ ହୋଇଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ପ୍ରି-ନର୍ସରି ସରକାରୀ ନୁହେଁ, ବେସରକାରୀ ଶିକ୍ଷାନୁଷ୍ଠାନରେ ଉପଲବ୍ଧ ହେଉଛି। ସରକାର ଯେଉଁ ତ୍ରୁଟି କରିଛନ୍ତି ତା’ର ସଂଶୋଧନ ନ କଲେ ଆଗକୁ ପରିଣିତି ଅଧିକ ଜଟିଳ ହେବ ବୋଲି ଚିନ୍ତା କରାଯାଇଥିଲା। କାରଣ ଅଢେଇ ବର୍ଷ, ୩ ବର୍ଷର ପିଲାଙ୍କୁ ବିଭିନ୍ନ ବେସରକାରୀ ବିଦ୍ୟାଳୟରେ ନାମ ଲେଖାଇ ଦିଆଯାଉଛି। ଯେହେତୁ ଏସବୁ ବିଦ୍ୟାଳୟରେ ପିଲାମାନେ ଅତି କମ୍‌ରେ ୩/୪ ବର୍ଷ ପର୍ଯ୍ୟନ୍ତ ପଢ଼ୁଛନ୍ତି ତେଣୁ ଶିକ୍ଷାନୁଷ୍ଠାନ ସହ ସେମାନଙ୍କ ସମ୍ପର୍କ ଯୋଡି ହୋଇଯାଉଛି। ପରବର୍ତ୍ତୀ ସମୟରେ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ଅନ୍ୟତ୍ର ନେବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ବିଶେଷକରି ସରକାରୀ ବିଦ୍ୟାଳୟରେ ପଢ଼ାଇବା ପାଇଁ ଇଚ୍ଛାବ୍ୟକ୍ତ କରୁନାହାନ୍ତି। କେବଳ ଏତିକି ନୁହେଁ, ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଇବାକୁ ହେଲେ ସର୍ବନିମ୍ନ ୫ ବର୍ଷ ଉପରେ ଅର୍ଥାତ୍‌ ୬ ବର୍ଷ ବୟସ ହୋଇଥିବା ଆବଶ୍ୟକ। ସମ୍ପୃକ୍ତ ଛାତ୍ରୀଛାତ୍ର ୯ମରେ ପଢ଼ିବାବେଳକୁ ତାଙ୍କ ସର୍ବନିମ୍ନ ବୟସ ୧୪ ବର୍ଷ ହେବା ଜରୁରୀ । ୧୪ ବର୍ଷ ହୋଇ ନ ଥିଲେ ଛାତ୍ରୀଛାତ୍ରଙ୍କୁ ୧ ବର୍ଷ ଅଟକିବାକୁ ପଡ଼ିବ। ଏହି ନିୟମ ବେସରକାରୀ ବିଦ୍ୟାଳୟରେ ନାହିଁ । ଏଭଳି ଏକାଧିକ କାରଣରୁ ଛାତ୍ର ଅଭିଭାବକ ମାଗଣା ଅପେକ୍ଷା ଅର୍ଥ ଖର୍ଚ୍ଚ କରି ସେମାନଙ୍କ ପିଲାଙ୍କୁ ବେସରକାରୀ ବିଦ୍ୟାଳୟରେ ପଢ଼ାଇବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଏ ପରିସ୍ଥିତିରେ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରି ନର୍ସରି ଖୋଲିବା ଆବଶ୍ୟକ। କାରଣ ଏହି ଶିକ୍ଷାନୁଷ୍ଠାନରେ ତାଲିମପ୍ରାପ୍ତ ଶିକ୍ଷକ ଅଛନ୍ତି। ପ୍ରଶସ୍ତ ଭିତ୍ତିଭୂମି ସାଙ୍ଗକୁ ଉତ୍ତମ ପରିବେଶ ରହୁଛି । ଖେଳ ଉପକରଣ ସାଙ୍ଗକୁ ଅନ୍ୟାନ୍ୟ ସୁବିଧାସୁଯୋଗ ଯୋଗାଇ ଦିଆଗଲେ ଅଭିଭାବକମାନେ ଆକର୍ଷିତ ହୁଅନ୍ତେ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି ।
ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ ନିରଞ୍ଜନ ବେହେରାଙ୍କୁ ପଚାରିବାରୁ ସରକାର ଏ ପର୍ଯ୍ୟନ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରି-ନର୍ସରି ଖୋଲିନାହାନ୍ତି। କେବେ ଖୋଲିବେ ସେ ନେଇ ତାଙ୍କ ପାଖରେ କୌଣସି ସୂଚନା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?