କୁରାଳର ଉନ୍ନୟନ କାର୍ଯ୍ୟରେ ସ୍ବଚ୍ଛତା ରହୁନି

ନୟାଗଡ଼ ଅଫିସ/ଓଡ଼ଗାଁ ,୨୭।୩(ସ୍ବ.ପ୍ର.)ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ କୁରାଳ ପଞ୍ଚାୟତର ନାଠିଆପଲ୍ଲୀ ସ୍କୁଲ ପାର୍ଶ୍ୱ କେଳାସାହି ବାରିପଟ ରାସ୍ତାରେ ଥିବା ଏକ ଖାତ ପୋତିବା ପାଇଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ୩ ମାସରେ କାମ ଶେଷ ହେବାକୁ ଥିବାବେଳେ ୨ବର୍ଷ ପରେ ବି କାମ ଶେଷ ହୋଇ ପାରୁନି। ପୁଣି ଏଠାର ଖାତ ପୋତିବା ପାଇଁ କରାଯାଇଥିବା ନାମଫଳକ କେବଳ ନିର୍ମାଣ ହୋଇରହିଛି। ଏଥିରେ ରଙ୍ଗତୂଳି ବି ବାଜିନି। ତେବେ ସୂଚନାଫଳକରେ ତଥ୍ୟ ନ ଦେବାରୁ ଖାତ ପୋତିବାରେ ଅନିୟମିତତା ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଛି। ଏହାର ତଦନ୍ତ କରି ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି। ଅନ୍ୟପକ୍ଷେ ସୂଚନାଫଳକ କରି ତଥ୍ୟ ନ ଦେବା କି ପ୍ରକାରର ବିକାଶ ବାର୍ତ୍ତା ବୋଲି ସାଧାରଣରେ ପ୍ରଶ୍ନ କରାଯାଇ ସମାଲୋଚନା କରାଯାଉଛି।
ଅଭିଯୋଗ ଅନୁସାରେ, ସରକାର ବିକାଶର ନାରା ଦେଉଛନ୍ତି। ସରକାରୀ ଅନୁଦାନ କିପରି ଠିକ୍‌ରେ ଖର୍ଚ୍ଚ ହେବ ସେଥିରେ ସହଯୋଗ କରିବାକୁ କହୁଛନ୍ତି। ହେଲେ କୁରାଳ ପଞ୍ଚାୟତର ନାଠିଆପଲ୍ଲୀ ସ୍କୁଲ ପାର୍ଶ୍ୱ କେଳାସାହି ବାରିପଟ ରାସ୍ତାରେ ଏକ ଖାତ ପୋତିବାକୁ ୨୦୨୧ରେ ୯ ଲକ୍ଷ ମଞ୍ଜୁର ହୋଇଥିଲା। ଏହାର କାମ ୩ ମାସ ମଧ୍ୟରେ ହେବ ବୋଲି କୁହାଯାଇଥିଲା। ହେଲେ ୩ ମାସ ଯାଇ ୨ ବର୍ଷ ବିତିଯିବାକୁ ବସିଛି କାମ ଶେଷ ହେଉନି। ଇତିମଧ୍ୟରେ ଖାତ ପୋତିବାକୁ ୩ ଲକ୍ଷ ବିଲ୍‌ ହୋଇ ସାରିଥିବା କୁହାଯାଉଛି। ଅନ୍ୟପକ୍ଷେ ଖାତ ପୋତିବାରେ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇ ନ ଥିଲେ ମଧ୍ୟ ତରବରିଆ ଭାବେ ବିଲ୍‌ କରାଯାଇଛି। ଖାତଠାରୁ ୧ କିମି ଦୂରରେ ଥିବା ଏକ ପୋଖରୀ ଖନନ ମାଟି ଆଣି ଖାଲର କିଛି ଅଂଶ ପୋତିଥିବା ଦେଖିବାକୁ ମିଳିଥିଲା। ବିଲ୍‌ ହୋଇ ସାରିବା ପରେ ଏକ ସିମେଣ୍ଟର ଫଳକ ନିର୍ମାଣ ହୋଇଛି। ତେବେ ଫଳକରେ ଖାତ ପୋତିବା ନେଇ କିଛି ସୂଚନା ନାହିଁ। ଯଦି ସୂଚନା ଦେବାରେ ଅସୁବିଧା ହେଉଛି ତେବେ ସୂଚନାଫଳକ କାହିଁକି ନିର୍ମାଣ କରାଯାଉଛି। ଯଦି ସୂଚନାଫଳକ ନିର୍ମାଣ କରାଯାଉଛି ତେବେ ସୂଚନା କାହିଁକି ଦିଆଯିବନି ବୋଲି ଅଭିଯୋଗ ହେଉଛି। ସୂଚନାଫଳକରେ ସୂଚନା ନ ଥିବାରୁ ଉନ୍ନୟନ କାର୍ଯ୍ୟଟି କେଉଁ ଯୋଜନାରୁ ହେଉଛି ଜାଣିବା କାଠିକର ପାଠ ହୋଇପଡୁଛି। ଏହାପଛରେ ମନ୍ଦ ଉଦ୍ଦେଶ୍ୟ ରହୁଥିବାରୁ ସୂଚନାଫଳକରେ ତଥ୍ୟ ଲେଖାଯାଉନି ବୋଲି କୁହାଯାଉଛି। ଏ ନେଇ ସାମାଜିକ କର୍ମୀ ଶାନ୍ତନୁ ବିଶୋଇ କୁହନ୍ତି, ସରକାରୀ ଅନୁଦାନ କେତେ ଆସୁଛି, କେଉଁ ଯୋଜନାରେ ଆସୁଛି, କେବେ କାମ ଆରମ୍ଭ ଓ ଶେଷ ସେ ନେଇ ବିବରଣୀ ସୂଚନାଫଳକରେ ରହିବା କଥା। ହେଲେ ସୂଚନାଫଳକ କରି ସୂଚନା ନ ଦେବା ଦୁର୍ନୀତି କରିବାର ସୂଚନା ଦେଉଛି। ପୁଣି ୩ ମାସର ଅବଧି ଥାଇ ରାସ୍ତାକୁ ୨ ବର୍ଷ ଭିତରେ ଶେଷ କାହିଁକି କରାଯାଉନି ତାହା ଅନୁରୂପ ସନ୍ଦେହ ସୃଷ୍ଟି କରୁଛି। ଖାତ ପୋତିବା କାର୍ଯ୍ୟରେ ଅନିୟମିତତା ହୋଇଥିବା ସ୍ପଷ୍ଟ ହେଉଥିଲେ ହେଁ ଏହାର ତଦନ୍ତ କରାଯାଉନି। ଓଡ଼ଗାଁ ବିଡିଓ ସନ୍ତୋଷ କୁମାର ଜେନାଙ୍କୁ ପଚାରିବାରେ ଖାତ ପୋତାରେ ଦୁର୍ନୀତି ହୋଇଛି କି ନାହିଁ, କାହିଁକି ସୂଚନାଫଳକରେ ସୂଚନା ଲେଖାଯାଇନି ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?