ଚାଉଳକୁ ନେଇ ଚିନ୍ତାରେ ହିତାଧିକାରୀ

ପୁରୀ ଅଫିସ, ୨୭ା୩: ରାଶନ କାର୍ଡ ହିତାଧିକାରୀଙ୍କୁ ସୁଲଭ ମୂଲ୍ୟରେ ଚାଉଳ ଯୋଗାଇ ଦିଆଯାଉଛି। ତେବେ କେତେକ ସ୍ଥାନରେ ଯୋଗାଣ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ଚାଉଳରେ ପ୍ଲାଷ୍ଟିକ୍‌ ଚାଉଳ ମିଶିଥିବା ଅଭିଯୋଗ ହେଉଛି। ପୁରୀ ପୌରସଂସ୍ଥା ଅନ୍ତର୍ଗତ ବଳିଆପଣ୍ଡା ଅଞ୍ଚଳର ହିତାଧିକାରୀ ବିକାଶ ସାହୁ ଏଭଳି ଅଭିଯୋଗ ଆଣି ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବିକାଶଙ୍କ ସ୍ତ୍ରୀ ମାନସୀ ସାହୁ କହିଛନ୍ତି, ପ୍ରତ୍ୟେକ ଥର ଭଳି ଗତ ମାସରେ କଣ୍ଟ୍ରୋଲ ଦୋକାନୀଙ୍କ ଠାରୁ ତାଙ୍କ ସ୍ବାମୀ ଚାଉଳ ଆଣିଥିଲେ। ତେବେ ସେ ରବିବାର ରୋଷେଇ କରିବା ପାଇଁ ଉକ୍ତ ଚାଉଳକୁ ଆଣିବାବେଳେ ସେଥିରେ କିଛି ପୋକ ହୋଇଯାଇଥିବା ଦେଖିବାକୁ ପାଇଥିଲେ। ସେହି ଚାଉଳକୁ ଖରାରେ ଶୁଖାଇଥିଲେ। ତେବେ ସେଥିରେ ଦୁଇ ପ୍ରକାରର ଚାଉଳ ରହିଥିବା ଦେଖିବାକୁ ପାଇଥିଲେ। ସେ ସେହି ଦୁଇ ପ୍ରକାର ଚାଉଳକୁ ଅଲଗା କରିଥିଲେ। ତନ୍ମଧ୍ୟରେ ଗୋଟିଏ ପ୍ରକାର ଚାଉଳର ଆକାର ଛୋଟ ରହିଥିବା ବେଳେ ଅନ୍ୟ ଚାଉଳ ବଡ଼ ଓ ମୋଟା ରହିଥିଲା। ସନ୍ଦେହ ହେବାକୁ ଚାଉଳକୁ ପାଣିରେ ପକାଇ ପରୀକ୍ଷା କରିଥିଲେ। ଆକାରରେ ବଡ଼ ଥିବା ଚାଉଳ ଫୁଲି ଭାତ ଭଳି ହୋଇଯିବା ସହ ହାତକୁ ନାଳୁଆ ଲାଗିଥିଲା। ଏପରିକି ଚାଉଳ ହାତକୁ ଅଠା ଅଠା ଲାଗିଥିଲା। ମାତ୍ର ଛୋଟ ଆକାର ଥିବା ଚାଉଳ ଠିକ ରହିଥିଲା। ତେଣୁ ମୋଟା ତଥା ବଡ଼ ଆକାରର ଚାଉଳ ଉପରେ ତାଙ୍କର ସନ୍ଦେହ ଅଧିକ ହେବାରୁ ସେ ତାହାକୁ ନେଇ ଚାଉଳ ବିକ୍ରୟ କରୁଥିବା ଜଣେ ବୟସ୍କ ବ୍ୟକ୍ତିଙ୍କୁ ଦେଖାଇଥିଲେ। ସେ ଏପରି ଚାଉଳ ଆଗରୁ ଦେଖି ନ ଥିବା କହିଥିଲେ। ତେଣୁ ତାହା ପ୍ଲାଷ୍ଟିକ୍‌ ଚାଉଳ ବୋଲି ମାନସୀ ସନ୍ଦେହ ପ୍ରକାଶ କରିଛନ୍ତି। ଯଦି ତାହା ପ୍ଲାଷ୍ଟିକ୍‌ ଚାଉଳ ହୋଇଥାଏ, ତାହେଲେ ଉକ୍ତ ଚାଉଳର ଭାତ ଖାଇଲେ ଦେହ ଖରାପ ହେବାର ସମ୍ଭାବନା ରହିଛି। ଉକ୍ତ ଚାଉଳ ପ୍ଲାଷ୍ଟି୍‌କ୍‌ କି ନୁହେଁ ସେ ସମ୍ପର୍କରେ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ପଦକ୍ଷେପ ନିଆଯାଉ ବୋଲି ମାନସୀ କହିଛନ୍ତି। ଅନ୍ୟପକ୍ଷରେ ଏ ନେଇ ଜିଲା ଯୋଗାଣ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri