ଚାଉଳକୁ ନେଇ ଚିନ୍ତାରେ ହିତାଧିକାରୀ

ପୁରୀ ଅଫିସ, ୨୭ା୩: ରାଶନ କାର୍ଡ ହିତାଧିକାରୀଙ୍କୁ ସୁଲଭ ମୂଲ୍ୟରେ ଚାଉଳ ଯୋଗାଇ ଦିଆଯାଉଛି। ତେବେ କେତେକ ସ୍ଥାନରେ ଯୋଗାଣ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ଚାଉଳରେ ପ୍ଲାଷ୍ଟିକ୍‌ ଚାଉଳ ମିଶିଥିବା ଅଭିଯୋଗ ହେଉଛି। ପୁରୀ ପୌରସଂସ୍ଥା ଅନ୍ତର୍ଗତ ବଳିଆପଣ୍ଡା ଅଞ୍ଚଳର ହିତାଧିକାରୀ ବିକାଶ ସାହୁ ଏଭଳି ଅଭିଯୋଗ ଆଣି ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବିକାଶଙ୍କ ସ୍ତ୍ରୀ ମାନସୀ ସାହୁ କହିଛନ୍ତି, ପ୍ରତ୍ୟେକ ଥର ଭଳି ଗତ ମାସରେ କଣ୍ଟ୍ରୋଲ ଦୋକାନୀଙ୍କ ଠାରୁ ତାଙ୍କ ସ୍ବାମୀ ଚାଉଳ ଆଣିଥିଲେ। ତେବେ ସେ ରବିବାର ରୋଷେଇ କରିବା ପାଇଁ ଉକ୍ତ ଚାଉଳକୁ ଆଣିବାବେଳେ ସେଥିରେ କିଛି ପୋକ ହୋଇଯାଇଥିବା ଦେଖିବାକୁ ପାଇଥିଲେ। ସେହି ଚାଉଳକୁ ଖରାରେ ଶୁଖାଇଥିଲେ। ତେବେ ସେଥିରେ ଦୁଇ ପ୍ରକାରର ଚାଉଳ ରହିଥିବା ଦେଖିବାକୁ ପାଇଥିଲେ। ସେ ସେହି ଦୁଇ ପ୍ରକାର ଚାଉଳକୁ ଅଲଗା କରିଥିଲେ। ତନ୍ମଧ୍ୟରେ ଗୋଟିଏ ପ୍ରକାର ଚାଉଳର ଆକାର ଛୋଟ ରହିଥିବା ବେଳେ ଅନ୍ୟ ଚାଉଳ ବଡ଼ ଓ ମୋଟା ରହିଥିଲା। ସନ୍ଦେହ ହେବାକୁ ଚାଉଳକୁ ପାଣିରେ ପକାଇ ପରୀକ୍ଷା କରିଥିଲେ। ଆକାରରେ ବଡ଼ ଥିବା ଚାଉଳ ଫୁଲି ଭାତ ଭଳି ହୋଇଯିବା ସହ ହାତକୁ ନାଳୁଆ ଲାଗିଥିଲା। ଏପରିକି ଚାଉଳ ହାତକୁ ଅଠା ଅଠା ଲାଗିଥିଲା। ମାତ୍ର ଛୋଟ ଆକାର ଥିବା ଚାଉଳ ଠିକ ରହିଥିଲା। ତେଣୁ ମୋଟା ତଥା ବଡ଼ ଆକାରର ଚାଉଳ ଉପରେ ତାଙ୍କର ସନ୍ଦେହ ଅଧିକ ହେବାରୁ ସେ ତାହାକୁ ନେଇ ଚାଉଳ ବିକ୍ରୟ କରୁଥିବା ଜଣେ ବୟସ୍କ ବ୍ୟକ୍ତିଙ୍କୁ ଦେଖାଇଥିଲେ। ସେ ଏପରି ଚାଉଳ ଆଗରୁ ଦେଖି ନ ଥିବା କହିଥିଲେ। ତେଣୁ ତାହା ପ୍ଲାଷ୍ଟିକ୍‌ ଚାଉଳ ବୋଲି ମାନସୀ ସନ୍ଦେହ ପ୍ରକାଶ କରିଛନ୍ତି। ଯଦି ତାହା ପ୍ଲାଷ୍ଟିକ୍‌ ଚାଉଳ ହୋଇଥାଏ, ତାହେଲେ ଉକ୍ତ ଚାଉଳର ଭାତ ଖାଇଲେ ଦେହ ଖରାପ ହେବାର ସମ୍ଭାବନା ରହିଛି। ଉକ୍ତ ଚାଉଳ ପ୍ଲାଷ୍ଟି୍‌କ୍‌ କି ନୁହେଁ ସେ ସମ୍ପର୍କରେ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ପଦକ୍ଷେପ ନିଆଯାଉ ବୋଲି ମାନସୀ କହିଛନ୍ତି। ଅନ୍ୟପକ୍ଷରେ ଏ ନେଇ ଜିଲା ଯୋଗାଣ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?