ଓଡ଼ିଶା ଲୋକସେବା ଅଧିକାର ଆଇନ କାମରେ ଲାଗୁନି

ପାରାଦୀପ,୨୭ା୩ (ସ୍ବ.ପ୍ର.): ୨୦୧୧-୧୨ ମସିହାରେ ସମଗ୍ର ଦେଶରେ ଜନ ଲୋକପାଳ ଆଇନ୍‌ ପାଇଁ ଆନ୍ଦୋଳନ ହୋଇଥିଲା। ସେତେବେଳେ ଆନ୍ନା ହଜାରେ ଅନଶନ ମଧ୍ୟ କରିଥିଲେ। ଯେଉଁଥିପାଇଁ ୟୁପିଏ ସରକାର ପରବର୍ତ୍ତୀ ସମୟରେ ଶାସନରୁ ଯାଇଥିଲା ବୋଲି ଚର୍ଚ୍ଚା ହୁଏ। ସେହି ସମୟରେ ଓଡ଼ିଶା ସରକାର ରାଜ୍ୟରେ ଆଣିଥିଲେ ଓଡ଼ିଶା ଲୋକସେବା ଅଧିକାର ଆଇନ ୨୦୧୨। ୨୦୧୨ ସେପ୍ଟେମ୍ବର ୮ରେ ସରକାର ବିଭିନ୍ନ ଗଣମାଧ୍ୟମରେ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହି ଆଇନ୍‌ ଏବେ ମଧ୍ୟ ବଳବତ୍ତର ଥିବା ଜଣାଯାଏ। ଏହି ଆଇନର ଉପାଦେୟତା ହେଲା ଜଣେ ସାଧାରଣ ନାଗରିକ ପ୍ରତ୍ୟେକ ସରକାରୀ ଦପ୍ତରରେ କେତେଦିନ ମଧ୍ୟରେ ସୁବିଧା ସୁଯୋଗ ପାଇପାରିବେ। ଉଦାହରଣସ୍ବରୂପ, ଜଣଙ୍କର ସନ୍ତାନ ଜନ୍ମ ନେବାର ୨୧ ଦିନ ମଧ୍ୟରେ ତାଙ୍କୁ ଜନ୍ମ ପ୍ରମାଣପତ୍ର ମିଳିବା କଥା। ଏଥିରେ ଯଦି ଖିଲାପ ହୁଏ ସମ୍ପୃକ୍ତ ବ୍ୟକ୍ତି ସେହି ଦପ୍ତରର ଉପରିସ୍ଥ ଅଧିକାରୀଙ୍କୁ ଏହି ଆଇନ ବଳରେ ଅଭିଯୋଗ କରି ପାରିବେ। ସେତେବେଳେ ସମ୍ପୃକ୍ତ ଜନ୍ମ ମୃତ୍ୟୁ ପଞ୍ଜୀକରଣ ଅଧିକାରୀଙ୍କୁ ଉପସ୍ଥିତ ଅଧିକାରୀ ଦଣ୍ଡିତ କରିବାର କ୍ଷମତା ରହିଛି। ଏମିତି ପ୍ରତ୍ୟେକ ବିଭାଗର ଲୋକଙ୍କ ସେବାପାଇଁ ନିୟମ ଓ ସମୟ ସାରଣୀ ରହିଛି। ପରିତାପର ବିଷୟ ହେଲା ଏବେ ସୁଦ୍ଧା ଏହି ଆଇନ୍‌ ସମ୍ପର୍କରେ ପ୍ରାୟ ଅଧିକାଂଶ ଲୋକ ଅବଗତ ନାହାନ୍ତି ବୋଲି ଆଇନଜୀବୀ ଗତିକୃଷ୍ଣ ଶତପଥୀ କହିଛନ୍ତି। ଏପରି କି ଏହି ଆଇନ୍‌ ଜରିଆରେ କୌଣସି ସରକାରୀ କର୍ମଚାରୀ ଦଣ୍ଡିତ ହେଲାଭଳି ଦୃଷ୍ଟାନ୍ତ ନାହିଁ ବୋଲି ସେ ମତ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ କୁହନ୍ତି, ଏହି ଆଇନ୍‌ ସମ୍ପର୍କରେ ଆଲୋଚନା କରିବା ପାଇଁ ବିଧାନସଭା ବାଚସ୍ପତିଙ୍କୁ ନୋଟିସ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri