ଆମ ଜିଲା ଖବର

ଭୁଲ୍‌ ଇଞ୍ଜେକ୍ସନରେ ନାବାଳକଙ୍କ ମୃତ୍ୟୁ: ଥାନାରେ ରୁଜୁ ହେଲା ମାମଲା

ଭଦ୍ରକ ଅଫିସ,୩।୩: ଭଦ୍ରକର ଏକ କ୍ଲିନିକ୍‌ରେ ଭୁଲ୍‌ ଇଞ୍ଜେକ୍ସନ ଯୋଗୁ ବୁଧବାର ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା (ନଂ.୧୨୧/୨୩) ରୁଜୁ କରିଛି। ସୂଚନା ଅନୁଯାୟୀ, ବନ୍ତ ବ୍ଲକ ବସନ୍ତିଆ…

ଉତ୍ତରପ୍ରଦେଶର ୨ ଗଞ୍ଜେଇ ବେପାରୀ ଗିରଫ

ପଦ୍ମପୁର, ୩।୩(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ପଦ୍ମପୁର ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଉତ୍ତରପ୍ରଦେଶର ଗୁଲାମ ଖାନ(୨୫)ଓ ରାଜ ବାହାଦୁର(୨୪)। ସୂଚନା ଅନୁଯାୟୀ ଗୁରୁବାର ରାତିରେ ପଦ୍ମପୁର ପୋଲିସ ଗଞ୍ଜେଇ ଚାଲାଣ…

ଅଭାବୀ ବିକ୍ରି: ମିଳୁନି ଉପଯୁକ୍ତ ଦର

ରାଇକିଆ, ୩।୩(ଡି.ଏନ୍‌.ଏ.): ପନିପରିବା ଚାଷୀଙ୍କୁ ମିଳୁନି ଉପଯୁକ୍ତ ଦର । ମିଳୁନି ବଜାର ସୁବିଧା । ବିକ୍ରି କରି ନ ପାରି ଶେଷରେ ଗୋରୁଙ୍କୁ ଖାଇବାକୁ ଦେଉଛନ୍ତି ଉତ୍ପାଦିତ ଫସଲ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ରାଇକିଆ…

ପୌର ଅଧ୍ୟକ୍ଷାଙ୍କ ଟେବୁଲରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ଚୋରି

ଆନନ୍ଦପୁର,୩।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌର ପରିଷଦର କିଛି ଗୁରୁତ୍ୱପୁର୍ଣ୍ଣ ଉନ୍ନୟନ କାର୍ଯ୍ୟର ଫାଇଲ୍‌ ଅଧ୍ୟକ୍ଷାଙ୍କ ଟେବୁଲରୁ ଚୋରି ହୋଇଯାଇଛି। ଏନେଇ ପୌର ଅଧିକାରୀ ଅଶୋକ କୁମାର ରାଉତ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ପୌରକାର୍ଯ୍ୟାଳୟର ଜଣେ ଚତୁର୍ଥ…

ଜିଲାପାଳଙ୍କ କାର୍ଯ୍ୟାଳୟରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ ଅଫିସ,୩।୩: ଢେଙ୍କାନାଳ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ମହିଳାଙ୍କଠାରୁ କିରାସିନି ବୋତଲ, ଡିଆସିଲି, ଏକ ବିଷ ବୋତଲ ଜବତ କରିଛି। ଏପରିକି ପୋଲିସ…

କରୁଥିଲେ ଆଇରନ୍‌ ପିଲେଟ୍ ଚୋରା ଚାଲାଣ: ଧରାପଡିିଲେ ୩ ଅଭିଯୁକ୍ତ

ବଡ଼ବିଲ,୩।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ବଲାଣି-ବଡ଼ବିଲ ମୁଖ୍ୟ ରାସ୍ତାଦେଇ ଆଇରନ୍‌ ପିଲେଟ୍ ଚୋରା ଚାଲାଣ ବେଳେ ବଡ଼ବିଲ ପୋଲିସ ଧରିବାରେ ସଫଳ ହୋଇଛି। ପୋଲିସ କରି ୧୭ମେଟ୍ରିକ ଟନ୍‌ ଆଇରନ ପିଲେଟ୍ ସହ ହାଇଓ୍ବା ଟ୍ରକ୍‌ ସହ ଏସ୍‌କର୍ଟ…

ପଞ୍ଚଭୂତରେ ଲୀନ ହେଲେ ଅଭିନେତା ପିଣ୍ଟୁ

ପୁରୀ ଅଫିସ,୩।୩: ପଞ୍ଚଭୂତରେ ବିଲୀନ ହେଲେ ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦ। ଶୁକ୍ରବାର ପୁରୀ ସ୍ବର୍ଗଦ୍ୱାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ଭାଇ ଅଭିରାମଙ୍କ ପୁଅ ସାଇ ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ଏହି ସମୟରେ ସ୍ବର୍ଗଦ୍ୱାରରେ ଶୋକକୂଳ ପରିବେଶ ସୃଷ୍ଟି ହୋଇଥିଲା।…

ପାଟଣା, ତୁରୁମୁଙ୍ଗା ଥାନାରେ ଏତଲା ଦେଲା ଭାଜପା

ପାଟଣା,୩।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଭାଜପା ପକ୍ଷରୁ ଭୁବନେଶ୍ୱରରେ ଭାଜପା ଯୁବମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ଆକ୍ରମଣ ପ୍ରତିବାଦରେ ଶୁକ୍ରବାର ପାଟଣା ଓ ତୁରୁମୁଙ୍ଗା ଥାନାରେ ଏତଲା ଦିଆଯାଇଛି। ସୂଚନାଯୋଗ୍ୟ ଯେ, ରାଜ୍ୟ ଭାଜପା ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ସମର୍ଥକଙ୍କ ସହ…

ଭାଜପା କର୍ମକର୍ତ୍ତାଙ୍କୁ ମାଡ ମାରିବା ଘଟଣା: ଥାନାରେ ଏତଲା

ଦେବଗଡ, ୩।୩(ଡି. ଏନ. ଏ.) : ବିକ୍ଷୋଭ ବେଳେ ପୋଲିସ ଭାଜପା ଯୁବ ମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ମାଡ ମାରିବା ଘଟଣାରେ ଶୁକ୍ରବାର ଦେବଗଡ଼ ଭାଜପା କର୍ମକର୍ତ୍ତା ପକ୍ଷରୁ ଦେବଗଡ଼ ଆଦର୍ଶ ଥାନାରେ ଏତଲା ଦିଆଯାଇଛି। ଏଥି ସହିତ ଜିଲାର ସମସ୍ତ ଥାନାରେ…

ବାହାଘର କାର୍ଡ ବାଣ୍ଟିବା ନାଁରେ ଚାଲାଣ ହେଉଥିଲା ଗଞ୍ଜେଇ, ଧରିଲା ଅବକାରୀ

ଅନୁଗୋଳ ଅଫିସ,୩।୩: ଅନୁଗୋଳ ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି। ଦୁଇଟି ପୃଥକ ସ୍ଥାନରେ ଚଢାଉ କରି ମୋଟ୍‌ ୧୦୮ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଚୋରା ଚାଲାଣରେ ବ୍ୟବହୃତ ଏକ କାର୍‌ ଓ ବୋଲେରୋକୁ ଜବତ କରିବା ସହ ୬…

ବିବାହ ସରିଥିଲା, ଭୋଜି ପୂର୍ବରୁ ଚାଲିଗଲା ବରଙ୍କ ଜୀବନ

ବାଲେଶ୍ୱର ଅଫିସ,୩ା୩: ବିବାହ ସରିଥିଲା। ଭୋଜି ପାଇଁ ଘରେ ବନ୍ଧୁବାନ୍ଧବ ଆସି ପହଞ୍ଚିଥିଲେ। ମାତ୍ର ତା’ ପୂର୍ବରୁ ଘଟିଛି ଅଘଟଣ। ବିବାହ ଭୋଜି ଦିନ ହିଁ ପୋଖରୀରେ ବୁଡ଼ି ବରଙ୍କ ଜୀବନ ଯାଇଛି। ଖନ୍ତାପଡ଼ା ଥାନା ଖଡୁପାହି ଗାଁର ଯୁବକ ଅଜୟ…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ

ଭବାନୀପାଟଣା,୩ା୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା କେବିକେ-୧ କ୍ଷୁଦ୍ର ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ କନ୍ଦର୍ପ ପ୍ରଧାନ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଭବାନୀପାଟଣାସ୍ଥିତ କ୍ୱାର୍ଟର ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଆୟ ବହିଃର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଚଢ଼ାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?