ଶ୍ରୀମନ୍ଦିରରେ ଦୟଣା ଚୋରି ନୀତି

ପୁରୀ ଅଫିସ, ୫।୪: ଚୈତ୍ର ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥି ମଙ୍ଗଳବାର ଅବସରରେ ଶ୍ରୀମନ୍ଦିରରେ ଦୟଣା (ଦମନକ) ଚୋରି ନୀତି ସମ୍ପନ୍ନ ହୋଇଛି। ଅପରପକ୍ଷରେ ଏହି ନୀତି ଯୋଗୁ ଶ୍ରୀମନ୍ଦିରରେ ରାମଲୀଳା ନୀତି ବନ୍ଦ ରହିଥିଲା। ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ଓ ଦକ୍ଷିଣୀଘର ଭୋଗ ସରିବା ପରେ ରାମ ଏବଂ କୃଷ୍ଣ ରତ୍ନସିଂହାସନକୁ ବିଜେ କରିଥିଲେ। ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ଦୁଇ ଠାକୁରଙ୍କୁ ପ୍ରଦାନ କରିଥିଲେ। ପୂର୍ବରାତ୍ରୀ ଅର୍ଥାତ ସୋମବାରରୁ ଅଧିବାସ ହୋଇ ରହିଥିବା କନ୍ଦର୍ପ ପଟି ବଟମୂଳସ୍ଥିତ ପାଲିଙ୍କି ନିକଟକୁ ମହାଜନ ସେବକ ବିଜେ କରାଇଥିଲେ। ଏହାପରେ ରାମ ଓ କୃଷ୍ଣ ପାଲିଙ୍କିକୁ ବିଜେ ହୋଇଥିଲେ। କନ୍ଦର୍ପ ପଟି ଧରି ମହାଜନ ସେବକ ଆଗେ ଆଗେ ଚାଲିଥିଲେ। ବିମାନବଡୁମାନେ ଘଣ୍ଟ, ଛତା, କାହାଳୀ ସହ ଠାକୁରଙ୍କୁ ଜଗନ୍ନାଥବଲ୍ଲଭକୁ ବିଜେ କରାଇଥିଲେ। ଜଗନ୍ନାଥବଲ୍ଲଭ ଝୁଲଣ ଘର ଶେଯଖଟରେ ରାମ, କୃଷ୍ଣ ବିଜେ କରିବା ପରେ କନ୍ଦର୍ପ ପଟି ବିଜେ କରାଯାଇଥିଲା।
ପୂଜାପଣ୍ଡା ସାମନ୍ତ ବରୁଣ ପୂଜା ଓ ଯଜ୍ଞ କରିଥିଲେ। ପୂର୍ଣ୍ଣାହୁତି ପରେ ପଞ୍ଚୋପଚାରରେ ଖିରି ଭୋଗ ହେବା ସହ ମୁଦିରସ୍ତ ବନ୍ଦାପନା କରିଥିଲେ। ପୂଜାପଣ୍ଡା ସାମନ୍ତ ରାମକୃଷ୍ଣଙ୍କ ନିକଟରେ ପୂଜା ଓ ଶୀତଳ ଭୋଗ ମଣୋହି କରିବା ପରେ ବନ୍ଦାପନା କରାଯାଇଥିଲା। ମହାଜନ ସେବକ ରାମ, କୃଷ୍ଣଙ୍କୁ ମଠର ସୁଗ୍ରୀବ ମହାରାଜଙ୍କ ସମ୍ମୁଖ ପ୍ରମୋଦ ଉଦ୍ୟାନକୁ ବିଜେ କରାଇଥିଲେ। ସେଠାରେ ଏକ ଆସ୍ଥାନରେ ୬ଟି ଦୟଣା ବୃକ୍ଷ ରୋପଣ କରାଯାଇ ଥିଲା। ଭିତରଚ୍ଛ ୨ଟି ବୃକ୍ଷ ଆଣି ରାମକୃଷ୍ଣଙ୍କ ଶ୍ରୀହସ୍ତରେ ଲାଗି କରାଇଥିଲେ। ଅବଶିଷ୍ଟ ୪ଟି ବୃକ୍ଷକୁ ଏକ ତାଡ଼ରେ ଶ୍ରୀମନ୍ଦିରକୁ ଅଣାଯାଇଥିଲା। ଏହାପରେ ରାମ ଓ କୃଷ୍ଣ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଭୋଗମଣ୍ଡପ ଘରେ ଧୋପଖାଳ ହୋଇ ଚାନ୍ଦୁଆ ଟଣାଯାଇଥିଲା। ଚାନ୍ଦୁଆ ତଳେ ବାଲିବନ୍ଧ ଉପରେ ଦୟଣା, ମରୁଆ ସୁବାସ ଗଛମାନ ରୋପଣ କରାଯାଇଥିଲା। ପାଲିଙ୍କିରୁ ମହାଜନ ଦୁଇ ଠାକୁରଙ୍କୁ ଗରୁଡ଼ ଦ୍ୱାରକୁ ଆଣିଥିଲେ। ସେଠାରେ ମଇଲମ ହୋଇଥିଲା। ବଡ଼ସିଂହାର ଭୋଗ ଶେଷ ହେବା ପରେ ମଦନମୋହନ ରତ୍ନସିଂହାସନକୁ ବିଜେ କରିଥିଲେ। ମଦନ ମୋହନ, ଶ୍ରୀଦେବୀ ଓ ଭୂଦେବୀ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଭୋଗମଣ୍ଡପ ଘର ଖଟଶେଯ ଉପରେ ବିଜେ ହୋଇଥିଲେ। ମହାଜନ ସେବକ ମଦନମୋହନ, ଶ୍ରୀଦେବୀ ଏବଂ ଭୂଦେବୀଙ୍କୁ ଜଗନ୍ନାଥବଲ୍ଲଭରୁ ଆସିଥିବା ୩ଟି ଗଛ ଦୟଣା ଲାଗିକରାଇଥିଲେ। ଏହାପରେ ଠାକୁରଙ୍କ ଆଗରେ ୩ଟି ଚାଙ୍ଗୁଡ଼ିରେ ୩ଟି ଗଛ ରଖାଯାଇଥିଲା। ପୂଜାପଣ୍ଡା ମଣ୍ଡଳ ଉପରେ ୩ଟି ଚାଙ୍ଗୁଡ଼ି ରଖିଥିଲେ। ଶୀତଳଭୋଗ ମଣୋହି ପରେ ଭୋଗମଣ୍ଡପ ଘର ଦ୍ୱାର ବନ୍ଦ କରି ଜଉମୁଦ ଦିଆଯାଇଥିଲା। ପରେ ଶ୍ରୀମନ୍ଦିରରେ ଅନ୍ୟାନ୍ୟ ନୀତି ବଢିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri