ଅନ୍‌ଲାଇନ୍‌ ସେବା ପାଇଁ ଚଢ଼ୁଛନ୍ତି ପାହାଡ଼

ନୂଆଗଡ଼/ଆର.ଉଦୟଗିରି,୫ା୪: ରାଜ୍ୟରେ ସହରାଞ୍ଚଳମାନଙ୍କରେ ୫-ଜି ମୋବାଇଲ ସେବା ଚାଲୁ ରହିଥିବା ବେଳେ ଗ୍ରାମାଞ୍ଚଳରେ ମିଳୁନି ମୋବାଇଲ ସେବା। ଗାଁ ଗହଳିରେ ମୋବାଇଲ ଟାୱାର ହେବ ବୋଲି ସରକାର ଘୋଷଣା କରିଥିଲା ବେଳେ ଗ୍ରାମାଞ୍ଚଳବାସୀଙ୍କୁ ଉପହାସ ଭଳି ହେଉଛି। ଏମିତି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ନୂଆଗଡ଼ ଅଞ୍ଚଳରେ। ଆଜିକାଲି ପାଠପଢ଼ା ଠାରୁ ଅଙ୍ଗନୱାଡ଼ି, ସ୍କୁଲ, କଲେଜର ଡାଟା, ବ୍ୟାଙ୍କ ସେବା, ସରକାରୀ ଏବଂ ବେସରକାରୀ ଅଫିସ କାର୍ଯ୍ୟ ଓ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ଇଣ୍ଟରନେଟ୍‌ ଉପରେ ଏବଂ ଜରୁରୀକାଳୀନ ସେବା ପାଇବା ପାଇଁ ମୋବାଇଲ ସେବା ଆବଶ୍ୟକ ହେଉଥିବା ବେଳେ କିଛି ଅଞ୍ଚଳ ଅଛି ଯେଉଁଠାରେ ନେଟୱାର୍କ ସମସ୍ତଙ୍କୁ ଉପେକ୍ଷା କରିଛି। ଅନେକ ଅଞ୍ଚଳ ରହିଛି ଯେଉଁଠି କି ମୋବାଇଲ ସେବା ସମ୍ପୂର୍ଣ୍ଣ ଅପହଞ୍ଚ। ଯଦ୍ୱାରା ଛାତ୍ରୀଛାତ୍ର, ଅଙ୍ଗନୱାଡ଼ି କର୍ମୀ, ଶିକ୍ଷକ ଓ ସାଧାରଣ ଜନତା ଜରୁରୀ ଆବଶ୍ୟକ କାର୍ଯ୍ୟରେ ଜୀବନକୁ ବାଜି ଲଗାଇ ପାହାଡ଼ ଚଡ଼ି ଲୋକେ ନେଟୱାର୍କ ଏବଂ ଇଣ୍ଟରନେଟ୍‌ ଆସୁଥିବା ସ୍ଥାନରେ ସମ୍ପାଦନ କରୁଛନ୍ତି। ସେହିପରି ଅଙ୍ଗନୱାଡ଼ି କେନ୍ଦ୍ର, ବିଦ୍ୟାଳୟର ଦୈନିକ ରିପୋର୍ଟ ପଠାଇବା ପାଇଁ ମହିଳା କର୍ମୀ, ଶିକ୍ଷକମାନେ ବହୁ ଉଚ୍ଚ ପାହାଡ଼ ଉପରକୁ ଚଢ଼ୁଛନ୍ତି। ଦୁର୍ଗମ ନୂଆଗଡ଼ ବ୍ଲକରେ ୧୯ପଞ୍ଚାୟତ ରହିଛି। ସେଥିମଧ୍ୟରୁ ୪/୫ଟି ପଞ୍ଚାୟତକୁ ଛାଡ଼ିଦେଲେ ଦୁର୍ଗମ ନଦୀମୁଠା ଅଞ୍ଚଳର ପରିମଳ, ସୁନ୍ଦରଡାଙ୍ଗ, କିରାମା, ଅନୁଗୁର, ସମ୍ବଲପୁର, ଉଦୟପୁର ୬ଟି ପଞ୍ଚାୟତ ସମେତ ଅନ୍ୟପଟରେ ପୁଟୁରୁପଡ଼ା, ବେତାରସିଂ, ଟାଙ୍ଗିଲି, ଆତରସିଂ ୪ଟି ପଞ୍ଚାୟତ ରହିଛି। କେରେଡାଙ୍ଗ, ପି.ଅନ୍ତରଡା, ଲୁହାଙ୍ଗର ୩ଟି ପଞ୍ଚାୟତରେ ପହଞ୍ଚି ପାରିନି ମୋବାଇଲ ସେବା। ଏହି ପଞ୍ଚାୟତର ଲୋକେ ଜରୁରୀକାଳୀନ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଅଙ୍ଗନୱାଡ଼ି କର୍ମୀମାନେ ପାହାଡ଼ ଚଢ଼ି ଅନଲାଇନ୍‌ କାମ କରୁଥିବା ଦେଖିବାକୁ ମିଳୁଛି। ଏ ନେଇ ଜନପ୍ରତିନିଧି ଓ ଅଞ୍ଚଳବାସୀ ବହୁବାର ବ୍ଲକ ଏବଂ ଜିଲା ପ୍ରଶାସନ ଓ ନେତା ମନ୍ତ୍ରୀଙ୍କୁ ଗୁହାରି କରି ଥକି ଗଲେଣି। ହେଲେ ଗ୍ରାମାଞ୍ଚଳରେ ଟାୱାର ହୋଇପାରୁନାହିଁ। ସରକାର ପଦକ୍ଷେପ ନେଇ ଟାୱାର ନିର୍ମାଣ କରିବାକୁ ଦାବି ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri