ଅନ୍‌ଲାଇନ୍‌ ସେବା ପାଇଁ ଚଢ଼ୁଛନ୍ତି ପାହାଡ଼

ନୂଆଗଡ଼/ଆର.ଉଦୟଗିରି,୫ା୪: ରାଜ୍ୟରେ ସହରାଞ୍ଚଳମାନଙ୍କରେ ୫-ଜି ମୋବାଇଲ ସେବା ଚାଲୁ ରହିଥିବା ବେଳେ ଗ୍ରାମାଞ୍ଚଳରେ ମିଳୁନି ମୋବାଇଲ ସେବା। ଗାଁ ଗହଳିରେ ମୋବାଇଲ ଟାୱାର ହେବ ବୋଲି ସରକାର ଘୋଷଣା କରିଥିଲା ବେଳେ ଗ୍ରାମାଞ୍ଚଳବାସୀଙ୍କୁ ଉପହାସ ଭଳି ହେଉଛି। ଏମିତି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ନୂଆଗଡ଼ ଅଞ୍ଚଳରେ। ଆଜିକାଲି ପାଠପଢ଼ା ଠାରୁ ଅଙ୍ଗନୱାଡ଼ି, ସ୍କୁଲ, କଲେଜର ଡାଟା, ବ୍ୟାଙ୍କ ସେବା, ସରକାରୀ ଏବଂ ବେସରକାରୀ ଅଫିସ କାର୍ଯ୍ୟ ଓ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ଇଣ୍ଟରନେଟ୍‌ ଉପରେ ଏବଂ ଜରୁରୀକାଳୀନ ସେବା ପାଇବା ପାଇଁ ମୋବାଇଲ ସେବା ଆବଶ୍ୟକ ହେଉଥିବା ବେଳେ କିଛି ଅଞ୍ଚଳ ଅଛି ଯେଉଁଠାରେ ନେଟୱାର୍କ ସମସ୍ତଙ୍କୁ ଉପେକ୍ଷା କରିଛି। ଅନେକ ଅଞ୍ଚଳ ରହିଛି ଯେଉଁଠି କି ମୋବାଇଲ ସେବା ସମ୍ପୂର୍ଣ୍ଣ ଅପହଞ୍ଚ। ଯଦ୍ୱାରା ଛାତ୍ରୀଛାତ୍ର, ଅଙ୍ଗନୱାଡ଼ି କର୍ମୀ, ଶିକ୍ଷକ ଓ ସାଧାରଣ ଜନତା ଜରୁରୀ ଆବଶ୍ୟକ କାର୍ଯ୍ୟରେ ଜୀବନକୁ ବାଜି ଲଗାଇ ପାହାଡ଼ ଚଡ଼ି ଲୋକେ ନେଟୱାର୍କ ଏବଂ ଇଣ୍ଟରନେଟ୍‌ ଆସୁଥିବା ସ୍ଥାନରେ ସମ୍ପାଦନ କରୁଛନ୍ତି। ସେହିପରି ଅଙ୍ଗନୱାଡ଼ି କେନ୍ଦ୍ର, ବିଦ୍ୟାଳୟର ଦୈନିକ ରିପୋର୍ଟ ପଠାଇବା ପାଇଁ ମହିଳା କର୍ମୀ, ଶିକ୍ଷକମାନେ ବହୁ ଉଚ୍ଚ ପାହାଡ଼ ଉପରକୁ ଚଢ଼ୁଛନ୍ତି। ଦୁର୍ଗମ ନୂଆଗଡ଼ ବ୍ଲକରେ ୧୯ପଞ୍ଚାୟତ ରହିଛି। ସେଥିମଧ୍ୟରୁ ୪/୫ଟି ପଞ୍ଚାୟତକୁ ଛାଡ଼ିଦେଲେ ଦୁର୍ଗମ ନଦୀମୁଠା ଅଞ୍ଚଳର ପରିମଳ, ସୁନ୍ଦରଡାଙ୍ଗ, କିରାମା, ଅନୁଗୁର, ସମ୍ବଲପୁର, ଉଦୟପୁର ୬ଟି ପଞ୍ଚାୟତ ସମେତ ଅନ୍ୟପଟରେ ପୁଟୁରୁପଡ଼ା, ବେତାରସିଂ, ଟାଙ୍ଗିଲି, ଆତରସିଂ ୪ଟି ପଞ୍ଚାୟତ ରହିଛି। କେରେଡାଙ୍ଗ, ପି.ଅନ୍ତରଡା, ଲୁହାଙ୍ଗର ୩ଟି ପଞ୍ଚାୟତରେ ପହଞ୍ଚି ପାରିନି ମୋବାଇଲ ସେବା। ଏହି ପଞ୍ଚାୟତର ଲୋକେ ଜରୁରୀକାଳୀନ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଅଙ୍ଗନୱାଡ଼ି କର୍ମୀମାନେ ପାହାଡ଼ ଚଢ଼ି ଅନଲାଇନ୍‌ କାମ କରୁଥିବା ଦେଖିବାକୁ ମିଳୁଛି। ଏ ନେଇ ଜନପ୍ରତିନିଧି ଓ ଅଞ୍ଚଳବାସୀ ବହୁବାର ବ୍ଲକ ଏବଂ ଜିଲା ପ୍ରଶାସନ ଓ ନେତା ମନ୍ତ୍ରୀଙ୍କୁ ଗୁହାରି କରି ଥକି ଗଲେଣି। ହେଲେ ଗ୍ରାମାଞ୍ଚଳରେ ଟାୱାର ହୋଇପାରୁନାହିଁ। ସରକାର ପଦକ୍ଷେପ ନେଇ ଟାୱାର ନିର୍ମାଣ କରିବାକୁ ଦାବି ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?