ଆମ ଜିଲା ଖବର

ବିଦା ହେଉଛନ୍ତି ଓଡ଼ିଆ ଶ୍ରମିକ, କର୍ମଚାରୀ

ଯାଜପୁର ଅଫିସ,୪।୬:କଳିଙ୍ଗନଗର ଶିଳ୍ପାଞ୍ଚଳରେ ରହିଥିବା ଏକମାତ୍ର ପେଲେଟ କାରଖାନା ବିଆର୍‌ପିଏଲ୍‌ (ବ୍ରାହ୍ମଣୀ ରିଭର୍ସ ପିଲେଟ୍ସ ଲିମିଟେଡ) ରେ ଅଣଓଡିଆଙ୍କ ପ୍ରାଧାନ୍ୟ ଅଧିକ ରହୁଛି। ମନମୁଖି ଭାବେ ସ୍ଥାନୀୟ କର୍ମଚାରୀ ଓ ଶ୍ରମିକଙ୍କୁ ଚାକିରିରୁ ବାହାର କରି ଦିଆଯାଉଛି। ବିଆର୍‌ପିଏଲ୍‌କୁ ତ୍ରିବେଣୀ...

ଉଦ୍ଧାର ବନ୍ୟଜନ୍ତୁଙ୍କ ଲାଗି ସାମୟିକ ରହଣିସ୍ଥଳ

ଢେଙ୍କାନାଳ ଅଫିସ, ୪।୬ – ଉଦ୍ଧାର ହୋଇଥିବା ବନ୍ୟଜନ୍ତୁଙ୍କ ସାମୟିକ ରହଣି ଲାଗି ଢେଙ୍କାନାଳ ଜିଲା କପିଳାସ ଅଭୟାରଣ୍ୟରେ ଆରମ୍ଭ ହୋଇଛି ‘ଟେମ୍ପରାରି ଟ୍ରାଞ୍ଜିଟ୍‌ ଫାସିଲିଟିଜ୍‌ ଫର୍‌ ୱାଇଲ୍ଡ ଆନିମଲ’ ଯୋଜନା। କପିଳାସ ପ୍ରାଣୀ ଉଦ୍ୟାନ ସୀମାକୁ ଲାଗି ଏହି...

ସହରରେ ପୋଲିସର ଫ୍ଲାଗ୍‌ମାର୍ଚ୍ଚ

ଅନୁଗୋଳ ଅଫିସ,୪ା୬ – ଅନୁଗୋଳ ପୋଲିସ ପକ୍ଷରୁ ବୁଧବାର ସହରରେ ଫ୍ଲାଗ୍‌ମାର୍ଚ୍ଚ କରାଯାଇଥିଲା। ଏହି ସମୟରେ ଅନ୍‌ଲକ୍‌-୧ ନିୟମ ଅବମାନନା କରିଥିବା କେତେଜଣ ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। କିନ୍ତୁ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାରେ ପାତରଅନ୍ତର କରିଥିବା କେତେଜଣ...

ଜବରଦଖଲମୁକ୍ତ ହେଲା ସରକାରୀ ପୋଖରୀ: ଦଖଲକାରୀ ପରିବାର ଦେବେ ୨୬ ଲକ୍ଷ ୧ ହଜାର ୫୫୫ ଟଙ୍କା

ଅନୁଗୋଳ ଅଫିସ,୪ା୬ – ଦୀର୍ଘବର୍ଷ ଧରି ଜବରଦଖଲରେ ଥିବା ମତ୍ସ୍ୟ ବିଭାଗର କେତେକ ପୋଖରୀ ମଙ୍ଗଳବାର ଦଖଲମୁକ୍ତ ହୋଇଛି। ଏହାପରେ ବୁଧବାର ଅନୁଗୋଳ ମତ୍ସ୍ୟ ବିଭାଗ ଉକ୍ତ ପୋଖରୀରୁ ମାଛ ମାରିଥିବା ସୂଚନା ମିଳିଛି। ପ୍ରକାଶ ଯେ, ଅନୁଗୋଳ ସହର...

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ଯୁବକଙ୍କ ଜୀବନଗଲା: ଶ୍ମଶାନରୁ ମୃତଦେହ ଜବତ

ପାଟପୁର,୪ା୬- ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପାଟପୁର ଲଛବିଲ ସାହିରେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ଜଣେ ଯୁବକଙ୍କ ବୁଧବାର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି। ସେ ହେଲେ ଉକ୍ତ ସାହିର ନିତ୍ୟାନନ୍ଦ ସାହୁ (୩୦)। ବୁଧବାର ସକାଳେ ଘରେ ବିଦ୍ୟୁତ୍‌...

ନୟାଗଡ ସୀମା ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଠାବ

ଫୁଲବାଣୀ ଅଫିସ, ୪ା୬- କନ୍ଧମାଳ ଜିଲାରେ ଏସ୍‌ଓଜି ଏବଂ ଡିଭିଏଫ୍‌ ଯବାନଙ୍କ ଦ୍ୱାରା ମିଳିତ କୋମ୍ବିଂ ବେଳେ ନୟାଗଡ ଜଙ୍ଗଲ ସୀମାରେ ଏକ ମାଓବାଦୀ କ୍ୟାମ୍ପ ବୁଧବାର ଠାବ ହୋଇଛି। ଏହି ଘଟଣାରେ ଗୁଳି ବିନିମୟ ହୋଇ ନ ଥିବାବେଳେ...

ଗଞ୍ଜାମ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ: ଦୁର୍ବଳ ନଦୀବନ୍ଧ, ଘାଇ ମରାମତି ନିର୍ଦ୍ଦେଶ

ଛତ୍ରପୁର,୪ା୬(ଡି.ଏନ୍‌.ଏ.)- ଛତ୍ରପୁରସ୍ଥିତ ଓସ୍ବାସ ଭିଡିଓ କନ୍‌ଫରେନ୍ସ ହଲ୍‌ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା କରିଥିଲେ। ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର,...

ନାଚୁନି କଣ୍ଢେଇ, କାନ୍ଦୁଛି କଳାକାର

କେନ୍ଦୁଝର,୪ା୬(ସ୍ବ.ପ୍ର.)- କଳାକାରଙ୍କ ପରିଶ୍ରମର ମୂଲ କେହି ଦେଇପାରିବେ ନାହିଁ। କଳା ମାଧ୍ୟମରେ ସମସ୍ତଙ୍କ ମନୋରଞ୍ଜନ ସହ ସଚେତନ କରି ଆସୁଥିବା ଏହି କଳାକାରମାନେ ବଞ୍ଚିବା ପାଇଁ ସବୁବେଳେ ସଂଗ୍ରାମ କରି ଆସୁଛନ୍ତି। ବର୍ତ୍ତମାନ କରୋନା କାଳରେ କଳାକ୍ଷେତ୍ର ସଙ୍କଟଜନକ ପରିସ୍ଥିତିରେ...

ପଙ୍ଗପାଳ ଆତଙ୍କ: ଉପାନ୍ତ ଚାଷୀଙ୍କୁ ସଚେତନ କରାଗଲା

ଚମ୍ପୁଆ,୪।୬(ଡି.ଏନ.ଏ)-ଓଡିଶା ଚାଷୀଙ୍କୁ ଏବେ ପଙ୍ଗପାଳ ଭୟ ଘାରିଥିବା ବେଳେ ସରକାରଙ୍କ ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଯାଇଛି। ହଜାର ହଜାର ସଂଖ୍ୟାରେ ଏହି ପଙ୍ଗପାଳ ଶସ୍ୟ କ୍ଷେତ୍ରକୁ ସମୂଳେ ନଷ୍ଟ କରିଦେବାର ସମ୍ଭାବନା ରହିଛି। ଏହି ପରୀପ୍ରେକ୍ଷୀରେ କେନ୍ଦୁଝର...

ପୂର୍ବ ଭାରତ ବିକାଶର ରୋଡ୍‌ ମ୍ୟାପ୍‌ରେ ଓଡ଼ିଶା:  ମୋଦି ସରକାରଙ୍କ ଦ୍ୱିତୀୟଥର ପ୍ରଥମବର୍ଷର ସଫଳତା ବଖାଣିଲେ କେନ୍ଦ୍ରମନ୍ତ୍ରୀ

ବାଲେଶ୍ୱର ଅଫିସ,୪।୬- କେନ୍ଦ୍ରରେ ମୋଦି ସରକାରଙ୍କର ଦ୍ୱିତୀୟ ପାଳିର ପ୍ରଥମବର୍ଷ ପୂରଣ ହୋଇଛି। ଗୋଟିଏ ବର୍ଷରେ କେନ୍ଦ୍ରୀୟସ୍ତରରେ ହୋଇଥିବା ନିଷ୍ପତ୍ତି ଭାରତ ଇତିହାସର କେବେବି ସମ୍ଭବ ହୋଇ ନ ଥିଲା। ତତ୍‌ସହିତ ଓଡ଼ିଶା ପାଇଁ ମଧ୍ୟ ମୋଦି ସରକାର ଗୋଟିଏ...

ଢେଙ୍କାନାଳରେ ହେବ ସ୍ମାର୍ଟପାର୍କ  

ଢେଙ୍କାନାଳ ଅଫିସ, ୩।୬-ଢେଙ୍କାନାଳ ପୌରାଞ୍ଚଳର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ନିର୍ମାଣ ହେବ ସ୍ମାର୍ଟପାର୍କ। ଏଥିରେ ଖର୍ଚ୍ଚ ହେବ କୋଟିଏ ଟଙ୍କା। ସେହିପରି ଜିଲାର ୩ ଏନ୍‌ଏସି ଏବଂ ଗୋଟିଏ ପୌରାଞ୍ଚଳରେ ଅତ୍ୟାଧୁନିକ ଶ୍ମଶାନ ନିର୍ମିତ ହେବ। ଯୋଜନାବଦ୍ଧ ଭାବେ ସହରାଞ୍ଚଳର...

ସବୁ ଝିଣ୍ଟିକା ପଙ୍ଗପାଳ ନୁହନ୍ତି: ଜିଲାପାଳ

ମାଲକାନଗିରି,୩ା୬(ଡି.ଏନ୍‌.ଏ.)-ସାରା ଦେଶରେ ବର୍ତ୍ତମାନ ପଙ୍ଗପାଳକୁ ନେଇ ଚିନ୍ତା। ପଡୋଶୀ ଛତିଶଗଡ ରାଜ୍ୟରୁ ପଙ୍ଗପାଳ ମାଲକାନଗିରି ଜିଲାକୁ ଆସିବା ନେଇ ମଧ୍ୟ ଆଶଙ୍କା ରହିଛି। ଫଳରେ ଜିଲାର ଚାଷୀ ଚିନ୍ତିତ ହୋଇପଡିଛନ୍ତି। ତେବେ ଏନେଇ ଜିଲାପାଳ ମନୀଶ ଅଗ୍ରଓ୍ବାଲଙ୍କ ଦୃଷ୍ଟି ଆକର୍ଷଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri