‘ମହିଳାଙ୍କ ସ୍ବାବଲମ୍ବୀ ପାଇଁ ମିଶନ ଶକ୍ତି କାଫେ ଏକ ବଳିଷ୍ଠ ମାଧ୍ୟମ’

ରଘୁନାଥପୁର,୫।୪(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲାପାଳ ପାରୁଲ ପଟୱାରି, ଉପଜିଲାପାଳ ମହେନ୍ଦ୍ର କୁମାର ମଲ୍ଲିକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲା ପରିଷଦ ରୁଦ୍ରନାରାୟଣ ଦାଶ ମଙ୍ଗଳବାର ନୂତନ ଭାବେ ଖୋଲାଯାଇଥିବା ଅନ୍ନପୂର୍ଣ୍ଣା ମିଶନଶକ୍ତି କାଫେ ପରିଦର୍ଶନରେ ଆସିିଛନ୍ତି। ରଘୁନାଥପୁର ବ୍ଲକ ମହିଳା ମହାସଂଘ ପକ୍ଷରୁ ଖୋଲଯାଇଥିବା ଏହି କ୍ୟାଫେର କାଫେର ଖାଦ୍ୟ ପ୍ରସ୍ତୁତ ଗୃହ ଓ ଭୋଜନାଳୟକୁ ଜିଲାପାଳ ପଟଓ୍ବାରି ବୁଲି ଦେଖିଛନ୍ତି। ମହିଳାଙ୍କ ସ୍ବାବଲମ୍ବୀ ହେବା ନିମନ୍ତେ ଏହା ଏକ ବଳିଷ୍ଠ ମାଧ୍ୟମ ବୋଲି ସେ ପ୍ରକାଶ କରିଛନ୍ତି । ସେହିପରି କାର୍ଯ୍ୟ ନିର୍ବାହୀ ଅଧିକାରୀ ଦାଶ ଶୃଙ୍ଖଳା ଓ ସମୟାନୁବର୍ତ୍ତିତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହାଛଡା ବ୍ୟବସାୟର ତରିକା, ଆୟବ୍ୟୟର ହିସାବ ଓ କାଫେର ପରିଚାଳନା ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି। ମା’ମାନଙ୍କ ହାତ ତିଆରି ଖାଦ୍ୟ ସୁସ୍ବାଦୁ ଓ କମ୍‌ ତେଲ ମସଲା ଯୁକ୍ତ ହେଲେ କାଫେର ଚାହିଦା ନିଶ୍ଚିତ ବୃଦ୍ଧି ପାଇବ ବୋଲି ଉପଜିଲାପାଳ ମଲ୍ଲିକ କହିଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ଦାଶ ମହିଳାମାନଙ୍କୁ ଏ ସମ୍ପର୍କରେ ଅଧିକ ପ୍ରଶିକ୍ଷଣ ଦେଇଥିଲେ। ମିଶନଶକ୍ତି ସଂଯୋଜିକା ସ୍ନେହପ୍ରିୟା ସ୍ବାଇଁଙ୍କ ସମେତ ସଭାନେତ୍ରୀ ବିଷ୍ଣୁପ୍ରିୟା ଆଚାର୍ଯ୍ୟ, ସମ୍ପାଦିକା ମୃଣ୍ମୟୀ ପଣ୍ଡା, କୋଷାଧ୍ୟକ୍ଷ ପ୍ରମୋଦିନୀ ସ୍ବାଇଁଙ୍କ ସମେତ ମହାସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀଙ୍କ ଅଭିଯୋଗର ଜବାବ ରଖିଲେ ସରପଞ୍ଚ

ଖଇରା, ୨୧ା୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୁପାରୀ ପଞ୍ଚାୟତରେ ବିଭିନ୍ନ ଯୋଜନାକୁ ନେଇ ପ୍ରାକ୍ତନ ଲୋକ ପ୍ରତିନିଧି ଓ ବର୍ତ୍ତମାନର ଲୋକ ପ୍ରତିନିଧିଙ୍କ...

୪ ଦିନ ହେବ ନାବାଳିକା ନିଖୋଜ: ୩ଜଣଙ୍କୁ ଅଟକ ରଖି ବସି ରହିଛି ପୋଲିସ, ଚିନ୍ତାରେ ପରିବାର

ରଣପୁର,୬।୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ଲୋଧାଚୁଆ ଅଞ୍ଚଳର ଜଣେ ୧୬ବର୍ଷୀୟା ନାବାଳିକା ୪ ଦିନ ହେବ ନିଖୋଜ ଅଛନ୍ତି। ସମ୍ପୃକ୍ତ ନାବାଳିକାଙ୍କୁ ବଜ୍ରକୋଟ ଅଞ୍ଚଳର...

ଚୌଦ୍ୱାରର ପ୍ରସିଦ୍ଧ ରୂପଯାତ୍ରା: ଯାତ୍ରା ପଡ଼ିଆରେ ମେଲଣ କଲେ ୪୦ ମେଢ଼

ଚୌଦ୍ୱାର,୧୬।୧୦(ଡି.ଏନ୍‌.ଏ.):ଚୌଦ୍ୱାରର ପ୍ରସିଦ୍ଧ ରୂପଯାତ୍ରାର ମେଲଣ ଉତ୍ସବ ମଙ୍ଗଳବାର ଯାତ୍ରା ପଡ଼ିଆରେ ଅନୁଷ୍ଠିତ ହୋଇଛି। ବିଭିନ୍ନ ପୂଜା ମଣ୍ଡପର ଦେବଦେବୀଙ୍କ ମୃଣ୍ମୟ ପ୍ରତିମା ସାହିବସ୍ତି ପରିକ୍ରମା କରିବା...

ଏକ ଟଙ୍କାରେ ମିଳିବ ଗୋଟିଏ ଚାରା

ବ୍ରହ୍ମପୁର ଅଫିସ୍‌,୪ା୭-ବ୍ରହ୍ମପୁର ବନଖଣ୍ଡ ତରଫରୁ ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଚାରା ବିକ୍ରୟ କେନ୍ଦ୍ର ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଆଶିଷ କୁମାର ବେହେରା...

ଜୀବନ ସଂଗ୍ରାମରେ ଶତ୍ରୁଘ୍ନ: ୨ କିଡ୍‌ନୀ ନଷ୍ଟ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଜଗତ୍‌ସିଂହପୁର ଅଫିସ,୨ା୩: ମାତ୍ର ୩୬ ବର୍ଷ ବୟସରେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି ଜଗତ୍‌ସିଂହପୁର ବ୍ଲକ ଅଧୀନ ଖଇରଙ୍ଗ ପଞ୍ଚାୟତ...

ମହିଳାଙ୍କ ବେକରୁ ସୁନାହାର ଝାମ୍ପିନେଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୨୨ା୬: ଲକ୍‌ଡାଉନ୍‌ ନିୟମ କଡ଼ାକଡ଼ି କରିବାକୁ ଗଞ୍ଜାମ ଜିଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ପକ୍ଷରୁ ପାଟ୍ରୋଲିଂ ବି କରାଯାଉଛି। ଏହାସତ୍ତ୍ୱେ ଦୁର୍ବୃତ୍ତମାନେ ତାଙ୍କ...

ଶିଶୁପୁତ୍ର କାଳିଆ ମୃତ୍ୟୁ ମାମଲା: ଗିରଫ ହେଲେ ସମ୍ପର୍କୀୟ ଖୁଡ଼ୀ

ଢେଙ୍କାନାଳ ଅଫିସ, ୧୮।୧୨: ଢେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ଝଙ୍କିରା ଗ୍ରାମରେ ଚନ୍ଦନ ସାହୁଙ୍କ ୩ ବର୍ଷର ଶିଶୁପୁତ୍ର କାଳିଆ ଓରଫ ଆୟୁଷ ସାହୁ ହତ୍ୟା...

ଟିଟୋ ଗ୍ୟାଙ୍ଗ୍‌ର ୪ ଗିରଫ

କଟକ ଅଫିସ,୨୮।୭: ଟିଟୋ ଗ୍ୟାଙ୍ଗ୍‌ ସହ ସମ୍ପୃକ୍ତ ଥିବା ୪ ଜଣ କୁଖ୍ୟାତ ଅଭିଯୁକ୍ତଙ୍କୁ ଚାଉଳିଆଗଞ୍ଜ ଥାନା ପୋଲିସ ଗିରଫ କରିଛି। ଡକାୟତି ପାଇଁ ଯୋଜନା...

Advertisement
Archives

Model This Week