ସ୍ଥାୟିତ୍ୱ ନେଇ ସାଧାରଣରେ ସନ୍ଦେହ

ବଇଣ୍ଡା,୫ା୪ : ଠିକା ସଂସ୍ଥା ବଦଳିଲା। ହେଲେ ବଦଳିଲାନି ୫୫ନଂ. ଜାତୀୟ ରାଜପଥର ଭାଗ୍ୟ। ପୂର୍ବରୁ କଚ୍ଛପ ଗତିରେ ଚାଲୁଥିବା ସମ୍ପ୍ରସାରଣ କାର୍ଯ୍ୟ ଏବେ ବି ସେହି ବିଳମ୍ବିତ। ଧୀର ମନ୍ଥର ଗତିରେ କାମ ହେଉଥିବା ବେଳେ ନୂତନ ରାସ୍ତାର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ଫାଟ। ଅନୁଗୋଳ ଜିଲା କିଶୋରନଗର ବ୍ଲକର ଜାମ୍ବୁନାଳୀ ଠାରୁ ବାମୁର ୪୦ କିଲୋମିଟର ମଧ୍ୟରେ ୧୨ଟି ସ୍ଥାନରେ ରାସ୍ତା ଫାଟିଯାଇଛି। ଫଳରେ ଏହାର ସ୍ଥାୟିତ୍ୱକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଠିକା ସଂସ୍ଥାର ନିମ୍ନମାନର କାର୍ଯ୍ୟ ଯୋଗୁ ନବନିର୍ମିତ ରାଜପଥରେ ଏପରି ଫାଟ ସୃଷ୍ଟି ହୋଇଥିବା ନେଇ ହଣ୍ଡପା ଗ୍ରାମବାସୀ ମଙ୍ଗଳବାର ଅନୁଗୋଳ ଜିଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି।
ଅଭିଯୋଗରେ ଗ୍ରାମବାସୀ ଦର୍ଶାଇଛନ୍ତି, କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ୨୦୨୦ରେ ଶେଷ ହେବା କଥା। କିନ୍ତୁ ଅନୁଗୋଳ ଜିଲାରେ ନିର୍ମାଣ କାମରେ ଅହେତୁକ ବିଳମ୍ବ ଦେଖିବାକୁ ମିଳିଛି। ଇତିମଧ୍ୟରେ ଠିକା ସଂସ୍ଥା ବଦଳିଯାଇଛି। କିନ୍ତୁ ରାଜପଥ କାର୍ଯ୍ୟ ଆଶାଜନକ ଭାବେ ଆଗେଇପାରୁ ନାହିଁ। ଏପରି କି କାମ ଦେଖିବାକୁ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ଏନ୍‌ଏଚ୍‌ଏଆଇ ଅଧିକାରୀ ଉପସ୍ଥିତ ରହୁନାହନ୍ତି। ନିର୍ମାଣ ପୂର୍ବରୁ ମାଟି ପରୀକ୍ଷଣ ଠିକ୍‌ ଭାବେ କରାଯାଉନାହିଁ। କିଶୋରନଗର ବ୍ଲକର ଜାମ୍ବୁନାଳୀ ଠାରୁ ବାମୁର ୪୦ କିଲୋମିଟର ରାସ୍ତାର ଆହୁରି ୩୦ ପ୍ରତିଶତ କାମ ବାକି ରହିଥିବା ବେଳେ ନୂତନ ରାସ୍ତାରେ ଫାଟ ଦେଖାଦେଇଛି। ପ୍ରଥମେ କମରେଇ ଠାରେ ରାସ୍ତା ଫାଟି ଯାଇଥିଲା। ହେଲେ କିଛି ଦିନ ହେବ ପାଗବନ୍ଦା, ରାଣୀଭୂଇଁ, କମରେଇ, ନୂଆଭୂଇଁ, ବଇସିଣା, ଗୁରୁଜାଙ୍ଗ, ଖଇରମୁଣ୍ଡା, ଚମ୍ପାପୁର, ସୁସବ, ହଣ୍ଡପା, ଠେଲକନାଳି, ଡେବେରାପାଲି ଆଦି ସ୍ଥାନରେ ୩ରୁ ୪ ମିଟର ଲମ୍ବ ପର୍ଯ୍ୟନ୍ତ ରାସ୍ତାରେ ଫାଟ ଦେଖିବାକୁ ମିଳିଛି। କମରେଇ ଠାରେ ରାସ୍ତା ଫାଟିବାକୁ ନେଇ ୨୫ ମେ ୨୦୨୧ରେ ଜିଲାପାଳଙ୍କଠାରେ କମରେଇ ଗ୍ରାମବାସୀ ଅଭିଯୋଗ କରିଥିଲେ। ଠିକାସଂସ୍ଥା ଉକ୍ତ ସ୍ଥାନ ମରାମତି କରିବା ପରିବର୍ତ୍ତେ ମାଟି ପକାଇ ଘୋଡ଼ାଇ ଦେଇଥିଲା। ଏବେ ୧୨ଟି ସ୍ଥାନରେ ଫାଟ ସୃଷ୍ଟି ହୋଇଥିବାରୁ ରାଜପଥର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ବାମୁରଠାରେ ଫ୍ଲାଏ ଓଭର ବ୍ରିଜ୍‌ କାର୍ଯ୍ୟ ୪୦ ପ୍ରତିଶତ ହୋଇଥିବାବେଳେ ବଇଣ୍ଡା ଫ୍ଲାଏ ଓଭରବ୍ରିଜ୍‌ ଓ ଉଭୟ ପାଶର୍‌ବରେ ନିର୍ମାଣ ହେଉଥିବା ରାସ୍ତାରେ ଆବଶ୍ୟକ ପାଣି ଦିଆଯାଉନାହିଁ। ଡ୍ରେନ ନିର୍ମାଣ କରାଯାଉଥିଲେ ବି ଏହା ନିମ୍ନମାନର ବୋଲି ବଇଣ୍ଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଏଥିପ୍ରତି ଏନ୍‌ଏଚ୍‌ଏଆଇ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ଅଭିଯୋଗ ସମ୍ପର୍କରେ ଠିକାସଂସ୍ଥା ପରିଚାଳକ ଆର୍‌.କେ. ନାୟକ କହିଛନ୍ତି, ରାସ୍ତା କାମ ଠିକ୍‌ ଭାବେ ଚାଲିଛି। ଆବଶ୍ୟକ ପାଣି ଦିଆଯାଉଛି। ଯେଉଁ ଅଞ୍ଚଳରେ ମାଟି ଦବୁଛି, ସେଠାରେ ରାସ୍ତା ଫାଟିଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ରମେଶ ଜେନା

ଛତ୍ରପୁର,୩୦।୪(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ କଂଗ୍ରେସ ପୁଣି ପ୍ରାର୍ଥୀ କରି ରିପିଟ୍‌ କରିଛି। ସାନଖେମୁଣ୍ଡି ବିଧାନସଭା ଆସନ ପାଇଁ...

ଖରାକୁ ଖାତିର ନ କରି ବାଇକ୍‌ରେ ବୁଲି ପ୍ରଚାର କଲେ ପ୍ରାର୍ଥୀ

କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ):କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକ ଅଧୀନ ବୋରିଆ, ପର୍ଥଲା, କିକିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ରଚାର କରିଛନ୍ତି ବିଜେଡିର ଉଭୟ ପ୍ରାର୍ଥୀ।...

ପ୍ରାର୍ଥତ୍ପତ୍ର ଦାଖଲକୁ ଆଉ ୩ ଦିନ ବାକି: ଖଲ୍ଲିକୋଟ ବିଧାନସଭା ଲାଗି ଛିଣ୍ଡୁନି ବିଜେଡିର ଅଙ୍କ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର): ମେ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷହେବାକୁ ଆଉ ମାତ୍ର ୩ ଦିନ ବାକି...

ଅପରାଜିତାଙ୍କୁ ବିହାର ପଠାଇଦେବି: ଭାଜପା ଛାଡିବା ପରେ ବର୍ଷିଲେ କାଳୁ

ଖୋର୍ଦ୍ଧା,୩୦।୪ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ବିଧାନସଭା ଭାଜପା ଆଶାୟୀ ପ୍ରାର୍ଥୀ କାଳୁଚରଣ ଖଣ୍ଡାୟତରାୟଙ୍କ ଟିକେଟ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କାଳୁଙ୍କ...

ଭାଜପାକୁ ଶକ୍ତ ଝଟ୍‌କା: ଦଳରୁ ଇସ୍ତଫା ଦେଲେ କାଳୁଙ୍କ ସମେତ ୧୦୦ରୁ ଅଧିକ କର୍ମୀ

ଖୋର୍ଦ୍ଧା,୩୦।୪ (ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ପ୍ରକାଶ ସହ ନାମାଙ୍କନ ଦାଖଲ ଆରମ୍ଭ ହୋଇଛି। ଆସନ୍ତା ୨ରେ ଭାଜପା ଭୁବନେଶ୍ବର ଲୋକ...

ବିଜେଡିରୁ ସବୁ ସମ୍ପର୍କ ଛିନ୍ନ କଲେ ପୂର୍ବତନ ବିଧାୟକ

ଠାକୁରମୁଣ୍ଡା,୩୦।୪(ତାରାକାନ୍ତ ପଟ୍ଟନାୟକ): ମୟୁରଭଞ୍ଜ ଜିଲା କରଞ୍ଜିଆ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଟିକେଟ ଆଶାୟୀ ଥିବା ପୂର୍ବତନ ବିଧାୟକ ବିଜୟ କୁମାର ନାଏକ ବିଜେଡିରୁ ଇସ୍ତଫା ଦେବା...

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର ): ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏପରିକି ମା’ଙ୍କ ନିକଟରେ...

ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ନିଶ୍ଚିତ ଯେ…

ଭୁବନେଶ୍ୱର,୩୦।୪: ସମ୍ବଲପୁର ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦଳୀୟ କର୍ମୀ ଓ ହଜାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri