ଜଳପଥରେ ବିଶ୍ୱର ୯୦ ପ୍ରତିଶତ ଅର୍ଥନୀତି ଚାଲିଛି

ପାରାଦୀପ,୫।୪(ସ୍ବ.ପ୍ର.): ପାରାଦୀପ ବନ୍ଦର ସମେତ ଦେଶର ସମସ୍ତ ବନ୍ଦର ଭିତ୍ତିକ ସହରରେ ବୁଧବାର ୬୦ ତମ ଜାତୀୟ ନୌବାଣିଜ୍ୟ ଦିବସ ପାଳନ ହେବ। ଏଥିପାଇଁ ପ୍ରତ୍ୟେକ ବନ୍ଦର କର୍ତ୍ତୃପକ୍ଷ ଓ ସେଠାରେ ଥିବା ବ୍ୟବହାରକାରୀ ସଂସ୍ଥା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏବେ ବିଶ୍ୱର ପ୍ରମୁଖ ଅର୍ଥନୀତି ଜଳପଥରେ ହେଉଛି। ପାଲଟଣା ବୋଇତରୁ ଏବେ ବୃହତ୍‌ ପାନାମାକ୍ସ ଜାହାଜରେ ପଣ୍ୟ କାରବାର ହେଲାଣି। ନୌବାଣିଜ୍ୟ ପରମ୍ପରା ଓଡ଼ିଶାର ବୋଲି କୁହାଯାଏ। ସାଧବପୁଅମାନେ ସାତ ସମୁଦ୍ର ପାରହୋଇ ଜାଭା ସୁମାତ୍ରା ଆଦି ଦେଶ ଯାଉଥିଲେ ବୋଲି କାର୍ତ୍ତିକ ପୂର୍ଣ୍ଣିମା ବାଲିଯାତ୍ରା ସମୟରେ ଆଲୋଚନା ହୋଇଥାଏ। କିନ୍ତୁ ଆଧୁନିକ ଭାରତର ନୌବାଣିଜ୍ୟ ଦିବସ ପ୍ରତିବର୍ଷ ଏପ୍ରିଲ ୫ରେ ହିଁ ପାଳନ କରାଯାଇଥାଏ। କାରଣ ଏମ୍‌.ଭି.ଏସ୍‌.ଏସ.ଲୟାଲିଟି ନାମକ ପଣ୍ୟବାହୀ ଜାହାଜ ୧୯୧୯ ଏପ୍ରିଲ ୫ ତାରିଖରେ ବମ୍ବେ ବନ୍ଦରରୁ ଛାଡ଼ି ସଫଳତାର ସହ ୟୁନାଇଟେଡ୍‌ କିଙ୍ଗଡମ୍‌(ୟୁକେ)ରେ ପହଞ୍ଚତ୍ ଥିଲା। ତାହା ଥିଲା ଦେଶର ପ୍ରଥମ ଜାହାଜ। ସେଥିପାଇଁ ଦେଶ ସ୍ବାଧୀନତା ହାସଲ ପରେ ୧୯୬୩ରୁ ସରକାର ଜାତୀୟ ନୌବାଣିଜ୍ୟ ଦିବସ ଭାବେ ପାଳନ କରୁଛନ୍ତି । ଏ ସମ୍ପର୍କରେ ପାରାଦୀପ ବନ୍ଦର ନୌବାଣିଜ୍ୟ ସଂଗ୍ରହାଳୟରେ ଉଲ୍ଲେଖ ରହିଛି।
ସମଗ୍ର ବିଶ୍ୱରେ ୯୦ ପ୍ରତିଶତ ଅର୍ଥନୀତି ଓ ୭୬ ପ୍ରତିଶତ ପଣ୍ୟ ପରିବହନ ଜଳପଥରେ ହେଉଛି। ସେଥିପାଇଁ ବିଶ୍ୱସ୍ତରରେ ଆଇଏମ୍‌ଓ (ଇଣ୍ଟରନ୍ୟାଶନାଲ ମେରିଟାଇମ ଅର୍ଗାନାଇଜେଶନ) ଆରମ୍ଭ ହୋଇଛି। ବିଶ୍ୱର ପ୍ରାୟ ସବୁ ଦେଶର ସମ୍ବିଧାନ ଓ ନିୟମ ଅଲଗା। କିନ୍ତୁ ଜାହାଜ ଚଳାଚଳ କ୍ଷେତ୍ରରେ ଗୋଟିଏ ଆଇନ ରହିଛି। ତାକୁ ଆଇଏମଓ କୁହାଯାଏ ବୋଲି ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ (ପିଆଇସିଟି)ମୁଖ୍ୟ ସୌଭିକ ସାହା କୁହନ୍ତି। ସମ୍ପ୍ରତି ନୌପରିବହନ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେବାକୁ ଯାଉଛନ୍ତି। ଓଡ଼ିଶାର କିଛି ସ୍ଥାନରେ ନଦୀଭିତ୍ତିକ ବନ୍ଦର ନିର୍ମାଣ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ପାରାଦୀପର ଇଫ୍‌କୋ କାରଖାନା ପଛ ମହାନଦୀରେ ନଦୀଭିତ୍ତିକ ବନ୍ଦର କାର୍ଯ୍ୟକ୍ଷମ ହୋଇଛି ବୋଲି ଏ ସି ଇ କମର୍ସିଆଲ ମ୍ୟାନେଜର ଅକ୍ଷୟ ଚନ୍ଦ୍ର ସୂତାର କୁହନ୍ତି। କେନ୍ଦ୍ର ସରକାରଙ୍କ ସାଗରମାଳା ଯୋଜନା ଅଧୀନରେ ନଦୀ ସଂଯୋଗ ପାଇଁ ପ୍ରସ୍ତାବ ରହିଛି। କିନ୍ତୁ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ନୌବାଣିଜ୍ୟ ପାଠ ପଢ଼ିବା ପାଇଁ ସେଭଳି କୌଣସି ପଦକ୍ଷେପ ନିଆଯାଇ ନାହିଁ। ଓଡ଼ିଶାର ଏକମାତ୍ର ଶିକ୍ଷାନୁଷ୍ଠାନ (ଓଡ଼ିଶା ମେରିଟାଇମ ଏକାଡେମୀ)ପାରାଦୀପରେ ଅଛି। ସେଠାରେ ମାତ୍ର ବର୍ଷକୁ ୪୦ ଜଣ ପିଲା ପଢ଼ିବାର ସୁଯୋଗ ଅଛି। ସେଥିରେ ଝିଅମାନଙ୍କ ପାଇଁ କୌଣସି ସୁବିଧା ନାହିଁ। ଯେଉଁ ନୌବାଣିଜ୍ୟ ପାଇଁ ଓଡିଶା ନିଜକୁ ଗର୍ବ କରେ, ସେଠାରେ ଆଉ ନାବିକ ସୃଷ୍ଟି ନ ହେବା ପରିତାପର ବିଷୟ।


Enter your email to get our daily news in your inbox.

All Right Reserved By Dharitri.Com

ଟୋକନ ତାଲିକାରେ ଚଞ୍ଚକତା,ପଛ ଚାଷୀଙ୍କୁ ଆଗକୁ ଆଣି ଧାନ ବିକ୍ରି! ତାତିଲେ ଚାଷୀ, ଉପଜିଲାପାଳଙ୍କ…

ଭବାନୀପାଟଣା, ୨୩।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଚୈଗୁଡା ପ୍ୟାକ୍ସ ଅଧୀନ ନୂଆଗୁଡା ମଣ୍ଡିରେ ଧାନ କ୍ରୟକୁ ନେଇ ସାମ୍ନାକୁ ଆସିଛି ସଙ୍ଗିନ…

କାକୁଡିଗଡ଼ିଆ ସଡ଼କ ଉନ୍ନତିକରଣ କାମରେ ଅନିୟମିତତା ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ତିହିଡ଼ି, ୨୩।୬(କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକ ଅଧୀନ କାକୁଡିଗଡ଼ିଆ ଅଞ୍ଚଳରେ ରାଜ୍ୟ ବିପର୍ଯ୍ୟୟ ପାଣ୍ଠି (ଏସ୍‌ଡିଏମ୍‌ଏଫ୍‌) ଅଧୀନରେ ଚାଲିଥିବା ସଡ଼କ ଉନ୍ନତିକରଣ କାମରେ ବ୍ୟାପକ…

ଲଡୁଗାଁ କେନାଲ ରାସ୍ତାରେ ଭୟାବହ ଦୁର୍ଘଟଣା: ଦୁଇ ବାଇକ୍‌ ମୁହାଁମୁହିଁ; ଜଣେ ମୃତ, ୩ ଗୁରୁତର

କୋକସରା, ୨୩।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ-ଉଛୁଲା କେନାଲ ରାସ୍ତାରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି…

ଦିଗପହଣ୍ଡିର ପ୍ରହଲ୍ଲାଦ ନାଟକ ନୃତ୍ୟଗୁରୁ ସୀମାଞ୍ଚଳ ପାତ୍ରଙ୍କୁ ପଦ୍ମଶ୍ରୀ, ଛୁଟୁଛି ଅଭିନନ୍ଦନର ସୁଅ

ଦିଗପହଣ୍ଡି, ୨୩।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବମୋକେଇ ଗ୍ରାମର ବିଶିଷ୍ଟ ଲୋକନାଟ୍ୟ କଳାକାର ଓ ପ୍ରହଲ୍ଲାଦ ନାଟକର ନୃତ୍ୟଗୁରୁ ସୀମାଞ୍ଚଳ ପାତ୍ରଙ୍କୁ…

ପାନୀୟ ଜଳ ପ୍ରକଳ୍ପରୁ ମିଳୁନି ପିଇବା ପାଣି: ୧୦୩ରୁ ୨୨ ଅଚଳ, ବଢ଼ୁଛି ଜନ ଅସନ୍ତୋଷ

ଦିଗପହଣ୍ଡି, ୨୩ ଜୁନ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ୨୫ଟି ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମରେ ସ୍ଥାପିତ ୧୦୩ଟି ପାନୀୟ ଜଳ ପ୍ରକଳ୍ପ…

ବକେୟା ଋଣ ଚାପରେ ଯୁବକଙ୍କ ଆତ୍ମହତ୍ୟା! କାଜୁ ବଗିଚାରୁ ମିଳିଲା ମୃତଦେହ

ଭଞ୍ଜନଗର, ୨୩।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଶିଶୁଣ୍ଡା ଗ୍ରାମରେ ଜଣେ ଯୁବକଙ୍କ ସନ୍ଦେହଜନକ ଆତ୍ମହତ୍ୟା ଘଟଣା ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି।…

ବଡ଼ ଧରଣର ଚଢ଼ାଉ: ୧୯ ଦୋକାନୀ ନାଁରେ ମାମଲା ରୁଜୁ, ଜରିମାନା ଆଦାୟ

ରିଷିଡ଼ା ୨୩।୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲାରେ ତମାଖୁ ନିୟନ୍ତ୍ରଣ ଆଇନକୁ କଡ଼ାକଡ଼ି କରିବା ପାଇଁ ଏକ ସ୍ପେଶାଲ…

ଆକାଶଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ଭବାନୀପାଟଣା,୨୩।୬(ଉତ୍ତମ କୁମାର ଦାଶ): ତୁର୍କୀର ମରସିନ ଠାରେ ଅନୁଷ୍ଠିତ ୱାର୍ଲ୍ଡ ଆବିଲିଟି ସ୍ପୋର୍ଟ ୟୁଥ୍ ଗେମ୍ସ-୨୦୨୬ରେ କଳାହାଣ୍ଡି ପୁଅ ଆକାଶ ରଞ୍ଜନ ମୁଣ୍ଡ ୨ଟି ସ୍ୱର୍ଣ୍ଣ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri