ଆମ ଜିଲା ଖବର

ସାଇବର ଠକେଇ ଅଭିଯୋଗରେ ନାବାଳକ ଅଟକ

ଉମରକୋଟ, ୫।୩ସ୍ବ.ପ୍ର.): ପେନିୟର ବାୟ ବ୍ୟାଙ୍କ ନାମରେ ଲୋକଙ୍କୁ ଠକୁଥିବା ଜଣେ ସାଇବର ଠକଙ୍କୁ ଉମରକୋଟ ପୋଲିସ ଅଟକ ରଖିଛି। ସେ ଜଣେ ନାବାଳକ। ତାଙ୍କ ଘର ଗଞ୍ଜାମ ଜିଲା ବାଲିପଦର ଥାନା ଅଞ୍ଚଳରେ ବୋଲି ଉମରକୋଟ ପୋଲିସ କହିଛି। ନାବାଳକଙ୍କୁ…

ଆଜି ମୁଖ୍ୟମନ୍ତ୍ରୀଙ୍କ ବରଗଡ଼, କଳାହାଣ୍ଡି, ନୂଆପଡ଼ା ଗସ୍ତ

ବରଗଡ଼ ଅଫିସ୍‌/ନୂଆପଡ଼ା ଅଫିସ/ସୋହେଲା/ଭବାନୀପାଟଣା,୫।୩(ଡି.ଏନ.ଏ./ସ୍ବ.ପ୍ର.): ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାର ୩ ଜିଲା ବରଗଡ଼, ନୂଆପଡା ଓ କଳାହାଣ୍ଡି ଗସ୍ତରେ ଆସୁଛନ୍ତି। ବରଗଡ଼ ଜିଲା ପଦ୍ମପୁର ନିକଟ ସତୀଭଟା ଏୟାରଷ୍ଟ୍ରିପକୁ ବି-୨୦୦ ଭିଟି-ଜେପିଭି ଏୟାରକ୍ରାଫ୍ଟ ଯୋଗେ ଆସି ସେଠାରେ ପୂର୍ବାହ୍ନ…

ଖୋଲିପାରେ ହିସାବୁର ଖଣି ଦୁର୍ନୀତି ଫାଇଲ

କେନ୍ଦୁଝର,୫।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳର ପୂର୍ବତନ ଉପନିର୍ଦ୍ଦେଶକ ତଥା ବର୍ତ୍ତମାନ ଖଣି ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘର, ଅଫିସ୍‌ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ହିଞ୍ଜିଳିକାଟୁ ପୌର କାଉନସିଲର

ହିଞ୍ଜିଳିକାଟୁ,୪ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌର ପରିଷଦର ବିଜେଡି ସଭ୍ୟାସଭ୍ୟ ଶନିବାର ସନ୍ଧ୍ୟାରେ ଭୁବନେଶ୍ୱର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭିକେ ପାଣ୍ଡିଆନଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ପୌରପରିଷଦ…

ବଜାର ଯିବା ବେଳେ ବାଟରେ ଚାପିଦେଲା ଟ୍ରକ୍‌

ସିମୁଳିଆ,୪ା୩(ଡି.ଏନ୍‌.ଏ.): ଶନିବାର ସନ୍ଧ୍ୟାରେ ସିମୁଳିଆ ଥାନାଠାରୁ ୫କି.ମି. ଦୂର ୧୬ ନଂ ଜାତୀୟ ରାଜପଥର ତାରିଣୀ ଛକ ନିକଟରେ(ଓଆର ୦୫ ଏପି ୦୦୧୭) ଟ୍ରକ୍‌ ଧକ୍କାରେ କୈଳାସ ଲେଙ୍କା(୫୧) ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ତାଙ୍କ ଘର ସ୍ଥାନୀୟ ସୋର…

ରାଜ୍ୟ ଓମ୍‌ଫେଡ୍‌ ବୋର୍ଡ ଅଧ୍ୟକ୍ଷ ହେବେ କଳାହାଣ୍ଡିର କିଶୋର ଚନ୍ଦ୍ର ପ୍ରଧାନୀ

କୋକସରା,୪ା୩(ଡି.ଏନ୍‌.ଏ.): ରାଜ୍ୟ ଓମ୍‌ଫେଡ୍‌ ବୋର୍ଡର ଅଧ୍ୟକ୍ଷ ହେବେ କଳାହାଣ୍ଡି ଜିଲା କୋକସରାର କିଶୋର ଚନ୍ଦ୍ର ପ୍ରଧାନୀ। ରାଜ୍ୟ ଓମ୍‌ଫେଡ୍‌ ବୋର୍ଡ ପାଇଁ ସେ ଜଣେ ମାତ୍ର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ଜଣାପଡ଼ିଛି। ଆସନ୍ତା ୬ ତାରିଖରେ ବିଧିବଦ୍ଧ ଭାବେ ଓମ୍‌ଫେଡ୍‌…

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସ୍ଥିତି ଅନୁଧ୍ୟାନ

କୋକସରା,୪ା୩(ଡି.ଏନ୍‌.ଏ.): ରବିବାର କଳାହାଣ୍ଡି ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଏହି ଗସ୍ତରେ ଆସି କୋକସରା ବ୍ଲକ ଆମପାଣିଠାରେ ବହୁ ପ୍ରତୀକ୍ଷିତ ବିଜୁ ଏକ୍ସପ୍ରେସ ଫୋର ଓ୍ବେ ରାସ୍ତା ଲୋକାର୍ପଣ କରିବେ। ଏନେଇ ଶନିବାର ପୂର୍ତ୍ତ ବିଭାଗ ପକ୍ଷରୁ କାର୍ଯ୍ୟ…

ସୁପ୍ରଭା ହତ୍ୟା ମାମଲା: ଏତଲାକାରୀ ସ୍ବାମୀ ହିଁ ଅଭିଯୁକ୍ତ

ଛତ୍ରପୁର,୪ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ବିପୁଳିଙ୍ଗି ଗାଁ ରାଧେଶ୍ୟାମ ଚୌଧୁରୀଙ୍କ ସ୍ତ୍ରୀ ସୁପ୍ରଭା ଚୌଧୁରୀଙ୍କୁ ନିର୍ମମ ଭାବେ ତାଙ୍କ ଘରେ ଫେବୃୟାରୀ ୧୬ ତାରିଖ ରାତିରେ ହତ୍ୟା କରାଯାଇଥିଲା। ସୁପ୍ରଭାଙ୍କୁ ହତ୍ୟା କରାଯାଇଥିବା ଏବଂ ଘରୁ ସୁନା ଅଳଙ୍କାର…

ଭାଜପା ପକ୍ଷରୁ ଏସ୍‌ପି ଅଫିସ ଘେରାଉ

ଦେବଗଡ଼,୪ା୩(ଡି.ଏନ୍‌.ଏ.): ଭୁବନେଶ୍ୱରରେ ବିକ୍ଷୋଭ ବେଳେ ପୋଲିସ ଭାଜପା ଯୁବମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ମାଡ଼ ମାରିବା ଘଟଣା ନେଇ ଦେବଗଡ଼ ଭାଜପା ପକ୍ଷରୁ ଏସ୍‌ପି ଅଫିସ ସମ୍ମୁଖରେ ଘେରାଉ କରାଯାଇଛି। ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା…

ଜଳିଗଲା କାର୍‌, ୪ ଗୁରୁତର

ପୁରୀ ଅଫିସ,୪ା୩: ପରିବାର ସହ ଜଗନ୍ନାଥ ଦର୍ଶନ ପାଇଁ ଯିବା ବେଳେ ବାଟରେ ଘଟିଛି ଅଘଟଣ। ଏକ କାର୍‌ ଏକ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇଯିବାରୁ ଗୋଟିଏ ପରିବାରର ୪ ଜଣ ଗୁରୁତର ହୋଇଛନ୍ତି। ଏପରି ମର୍ମନ୍ତୁଦ ଦୁର୍ଘଟଣା ଶନିବାର ପୁରୀ-…

ଥାନା ପରେ ଏସ୍‌ପି ଅଫିସ ଘେରିଲା ଭାଜପା

ଛତ୍ରପୁର,୪।୩(ଡି.ଏନ୍‌.ଏ.): ଭାଜପା ଯୁବ ମୋର୍ଚ୍ଚା କର୍ମକର୍ତ୍ତାଙ୍କୁ ପୋଲିସର ମାଡ଼ ପ୍ରତିବାଦରେ ଭାଜପା କର୍ମକର୍ତ୍ତା ଶନିବାର ଗଞ୍ଜାମ ଏସ୍‌ପି ଅଫିସ ଘେରାଉ କରିଥିଲେ। ବିଧାନସଭା ଘେରାଉ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନେଇ ଭାଜପା ନିନ୍ଦା କରିଛି। ଏଥିସହ ପୋଲିସ ଅଧିକାରୀଙ୍କ ନାଁରେ…

ଡାକ୍ତରଙ୍କୁ ମାଡ଼: ଅଭିଯୁକ୍ତଙ୍କୁ ଗିରଫ ନେଇ ଏସ୍‌ପିଙ୍କୁ ଦାବିପତ୍ର ଦେଲା ସଂଘ

ଭଦ୍ରକ ଅଫିସ, ୪।୩: ଭୁଲ୍‌ ଇଞ୍ଜେକ୍ସନ ଯୋଗୁ ନାବାଳକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଘରୋଇ କ୍ଲିନିକ ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଇଣ୍ଡିଆନ ମେଡିକାଲ ଆସୋସିଏଶନ ପକ୍ଷରୁ ଶନିବାର ଏସ୍‌ପିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?