ଟ୍ରଫି, ମାନପତ୍ର ନେଇଯାଅ, କାମ ଦିଅ

ବଲାଙ୍ଗୀର ଅଫିସ/ଖପ୍ରାଖୋଲ,୭ା୪ (ଡି.ଏନ୍‌.ଏ.): କୋଭିଡ ମହାମାରୀ ସମୟରେ ନିଜର ସାହସ ଏବଂ ଉପସ୍ଥିତ ବୁଦ୍ଧି ଯୋଗୁଁ ରାଜ୍ୟ ବାହାରେ ଥିବା ପ୍ରାୟ ୬ହଜାର ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ଜାତୀୟସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଥିଲେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ମଟିଆଭଟା ଗ୍ରାମର ଆଦିବାସୀ ଝିଅ ମାନସୀ ବରିହା(୨୧)। ଏବେ ସେ ନିଜେ ଘେଶର ଆର୍ଥିକ ସଙ୍କଟରେ ଗତି କରି ଜିଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଦିଆଯାଇଥିବା ଟ୍ରଫି ଓ ମାନପତ୍ର ସବୁକୁ ଫେରାଇ ନେଇ ତାଙ୍କ ପରିବାର ପ୍ରତିପୋଷଣ କରିବା ପାଇଁ ଠୋସ୍‌ କାମ ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ସମ୍ପ୍ରତି ତାଙ୍କ ବୃଦ୍ଧ ବାପା ଟିକୁନୁ ବରିହା (୮୦)ଙ୍କ ସ୍ବାସ୍ଥ୍ୟବସ୍ଥା ଭଲନାହିଁ। ତାଙ୍କୁ କିଛିଦିନ ହେଲା ଜ୍ୱର ହେଉଛି। ମାତ୍ର ହାତରେ ଟଙ୍କା ନଥିବାରୁ ସେ ତାଙ୍କ ପିତାଙ୍କୁ ଡାକ୍ତରଖାନାକୁ ନେଇ ଚିକିତ୍ସା କରିପାରୁ ନ ଥିବା ଜଣାଇଛନ୍ତି। ଅନ୍ୟପଟେ ତାଙ୍କ ସାନ ଭଉଣୀ ଦହନା ବରିହା (୧୩) ଅଷ୍ଟମ ଶ୍ରେଣୀ ପାଶ କରିଛନ୍ତି। ଗଁାରେ ହାଇସ୍କୁଲ ଅଛି। ମାତ୍ର ଟଙ୍କା ନଥିବାରୁ ତାଙ୍କର ନାମଲେଖା ହୋଇପାରୁନାହିଁ ବୋଲି ସେ ଜଣାଇଛନ୍ତି। ବାରମ୍ବାର ଗୁହାରି କଲେ ମଧ୍ୟ ଏଇ ଆଦିବାସୀ ପରିବାରକୁ ବିଜୁ ପକ୍କାଘର କିମ୍ବା ପ୍ରଧାନମନ୍ତ୍ରୀ ଆବାସ ମିଳିନାହିଁ। କେତେବେଳେ କେମିତି କାମ ମିଳିଲେ ଦୈନିକ ମଜୁରିଆ ଭାବେ ମାନସୀ କାମ କରି ପରିବାର ଚଳାଉଥିବା କହିଛନ୍ତି।
୨୦୧୦ ମସିହାରେ ମାତା ବଳାସିନୀଙ୍କ ମୃତ୍ୟୁ ପରେ ବାଧ୍ୟହୋଇ ମାନସୀ ସପ୍ତମ ଶ୍ରେଣୀରୁ ପାଠ ପଢ଼ା ଛାଡି ନିଜ ପିତା ଟିକୁନୁଙ୍କ ସହ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଥିଲେ। ୨୦୨୦-୨୧ ମସିହା କୋଭିଡ ମହାମାରୀ ସମୟରେ ସେ ତାମିଲନାଡୁ ପ୍ରଦେଶର ତିରୁଭାଲ୍ଲୁରସ୍ଥିତ ଏକ ଇଟାଭାଟିରେ ଥିଲେ। ସେଠାରେ ଇଟାଭାଟି ମାଲିକ ଶତାଧିକ ଦାଦନ ଶ୍ରମିକଙ୍କୁ ଅଟକ ରଖି ନିର୍ଯାତନା ଦେଉଥିଲେ। ସେତେବେଳେ ଇଟାଭାଟି ମାଲିକଙ୍କ ନିର୍ଯାତନାକୁ ଏକ ମୋବାଇଲରେ ଭିଡିଓ ରେକର୍ଡିଂ କରି ବିଭିନ୍ନ ଲୋକଙ୍କ ପାଖକୁ ପଠାଇବା ପରେ ଏହା ଚର୍ଚ୍ଚାର ବିଷୟ ହୋଇଥିଲା। ଏହି ଭିଡିଓ ଦେଖି ରାଜ୍ୟ ତଥା ଜାତୀୟ ସ୍ତରର ସ୍ବେଚ୍ଛାସେବୀ ସରକାର ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ ସେହି ଇଟାଭାଟିରେ ଚଢ଼ାଉ କରି ୩ ଶହରୁ ଉର୍ଦ୍ଧ୍ୱ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ଏହା ସହିତ ଆଖପାଖ ୩୦ଟି ଇଟାଭାଟିରେ ଚଢ଼ାଉ କରି ୬ ହଜାରୁ ଉର୍ଦ୍ଧ୍ୱ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ସେତେବେଳେ ମାନସୀ ବରିହା ପ୍ରାଦେଶିକ, ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥିଲେ। ତାଙ୍କୁ କେନ୍ଦ୍ରମନ୍ତ୍ରୀ, ଜାତୀୟ ମହିଳା କମିଶନ ସହ ଭୁବନେଶ୍ୱର, ସମ୍ବଲପୁର, ବଲାଙ୍ଗୀର ଜିଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରଶଂସା କରାଯାଇ ପୁରସ୍କୃତ ଏବଂ ସମ୍ବର୍ଦ୍ଧିତ କରାଯାଇଥିଲା। ପୁରସ୍କାର ଏବଂ ସମ୍ବର୍ଦ୍ଧନାରେ କିଛି ଅର୍ଥ ରାଶି ସହ ମାନପତ୍ର, ଟ୍ରଫି ତାଙ୍କୁ ଦିଆଯାଇଥିଲା। ମାତ୍ର ମାନସୀଙ୍କ ପରିବାରକୁ ଉପଯୁକ୍ତ ଥଇଥାନ କରିବା ପାଇଁ ଠୋକ୍‌ କର୍ମନିଯୁକ୍ତି ଓ ଜୀବିକା ଯୋଗାଇ ଦିଆଯାଇନଥିବାରୁ ତାଙ୍କ ପରିବାର ଘୋର ଆର୍ଥିକ ଅନଟନ ଗତି କରୁଛନ୍ତି ବୋଲି ମାନସୀ କହିଛନ୍ତି। ଏବେ ଘୋର ହାତାଶା ଭିତରେ ସେ ପାଇଥିବା ତାଙ୍କର ସମସ୍ତ ମାନପତ୍ର ଓ ଟ୍ରଫିକୁ ଫେରାଇ ନେଇ ତାଙ୍କ ଯୋଗ୍ୟତା ମୁତାବକ ଠୋସ୍‌ କାମ ଯୋଗାଇ ଦେବାକୁ ଆକୁଳ ନିବେଦନ କରିଛନ୍ତି। ଏବେ ତାଙ୍କ ଭଉଣୀ ଦହନାଙ୍କ ପାଠ ପଢ଼ିବା ଏବଂ ବାପାଙ୍କ ଚିକିତ୍ସା ଜରୁରୀ ହୋଇପଡିଛି ବୋଲି ସେ କହିଛନ୍ତି। କୋଭିଡ ମହାମାରୀ ସମୟର ମାନସୀଙ୍କ ଏଭଳି ଦୁଃଖଦ କାହାଣୀ ରା୍ଯଯର ଚର୍ଚ୍ଚିତ ମହିଳା ସଶକ୍ତିକରଣ ଓ ମିଶନ ଶକ୍ତିର ଭିନ୍ନ ଏକ ଦିଗକୁ ଇଙ୍ଗିତ କରୁଥିବାରୁ ଏହା ଏବେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?