ଦୁର୍ନୀତି ପାଇଁ ଶିକ୍ଷକଙ୍କ ଜମାଖାତାରେ ଟଙ୍କା

ସମ୍ବଲପୁର,୭ା୪(ବ୍ୟୁରୋ): ସ୍କୁଲ ପିଲାଙ୍କ ପାଇଁ ବ୍ୟାଗ କିଣା ଟଙ୍କାକୁ ହରିଲୁଟ କରିବାକୁ ଯୋଜନା କରାଯାଉଛି। ଧନକଉଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଅଭିଯୋଗ କରିବା ପରେ ଏହି ଘଟଣା ପଦାକୁ ଆସିଛି। କେବଳ ଧନକଉଡା ନୁହେଁ ଜିଲାର ଅଧିକାଂଶ ବ୍ଲକରେ ଏଭଳି ଘଟଣା ନେଇ ଅଭିଯୋଗ ହେଉଛି। ଆର୍ଥିକ ବର୍ଷ ୨୦୨୧-୨୨ରେ ସରକାର ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ସ୍କୁଲ ବ୍ୟାଗ୍‌ ଦେବାକୁ ଯୋଜନା କରିଥିଲେ। ଜିଲାର ୯ ଗୋଟି ବ୍ଲକରେ ମୋଟ ୨୦ ହଜାର ୭୦୬ ଛାତ୍ରୀଛାତ୍ର ଏହି ଯୋଜନାରେ ସାମିଲ ହୋଇଥିଲେ। ଗୋଟିଏ ବ୍ୟାଗ ମୂଲ୍ୟ ୧୨୯ ଟଙ୍କା ୬୦ ପଇସା ରହିଥିବା ବେଳେ ସରକାର ବ୍ୟାଗ୍‌ କିଣିବାକୁ ହାରାହାରି ୨୬ ଲକ୍ଷ ଟଙ୍କା ଦେଇଥିଲେ। ନିୟମ ରହିଥିଲା ଯେ, ପ୍ରତି ଛାତ୍ରୀଛାତ୍ର କିମ୍ବା ଅଭିଭାବକଙ୍କ ଜମା ଖାତାରେ ଟଙ୍କା ଦିଆଯିବ। ସେମାନେ ତାଙ୍କ ପସନ୍ଦ ଅନୁସାରେ ବ୍ୟାଗ କିଣିବେ। ହେଲେ ଟଙ୍କା ଦିଆଗଲା ନାହିଁ। ଜିଲା ଶିକ୍ଷା ବିଭାଗ ପକ୍ଷରୁ ବ୍ଲକ ଶିକ୍ଷା ବିଭାଗକୁ ଜମାଖାତାର ବିବରଣୀ ମଧ୍ୟ ମଗାଯାଇଥିଲା। ଏଭଳି ଭାବେ ଯୋଜନାକୁ ଦୁଇବର୍ଷ ବିତିଯାଇଥିଲେ ମଧ୍ୟ ବ୍ୟାଗ୍‌ କିଣା ଟଙ୍କା ପିଲାଙ୍କ ପାଖରେ ପହଞ୍ଚତ୍ଲା ନାହିଁ। ପରେ ଘୋଷଣା କରାଯାଇଥିବା ବେଳେ ସ୍କୁଲ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ବ୍ୟକ୍ତିଗତ ଜମା ଖାତାରେ ଟଙ୍କା ଦିଆଯାଇଛି। ବ୍ୟାଗ କିଣାରେ ଦୁର୍ନୀତି କରିବାକୁ ଏଭଳି କରାଯାଇଥିବା ଅଭିଯୋଗ ହେଉଛି। ଅନ୍ୟପଟେ ଦ୍ୱିତୀୟ ଶ୍ରେଣୀ ପିଲା ତୃତୀୟକୁ ଉନ୍ନୀତ ହୋଇଛନ୍ତି। କେତେକ ପିଲା ଟିସି ନେଇ ଅନ୍ୟ ସରକାରୀ କିମ୍ବା ଘରୋଇ ସ୍କୁଲକୁ ଚାଲିଯାଇଛନ୍ତି। ତାଙ୍କ ନାମରେ ଆସିଥିବା ଟଙ୍କା ମଧ୍ୟ ଆତ୍ମସାତ୍‌ କରାଯିବ। ବ୍ୟକ୍ତିଗତ ଜମା ଖାତାରେ ଟଙ୍କା ଦେବାରୁ ସେମାନେ ମନଇଚ୍ଛା ଟଙ୍କା ଉଠାଇ ପାରିବେ। ସମଗ୍ର ଜିଲାରେ ଏଭଳି ସ୍ଥିତି ରହିଥିବାବେଳେ ଧନକଉଡା ବିଇଓ ସୁରେନ୍ଦ୍ର ସାହୁଙ୍କ ନାମରେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି।
ସଂଘ କର୍ମକର୍ତ୍ତା ଅଭିଯୋଗ କରିଛନ୍ତି, ବିଇଓ ସାହୁ ଶିକ୍ଷକମାନଙ୍କ ଜମାଖାତାରେ ଟଙ୍କା ଦେଇଛନ୍ତି। ଏବେ ଉକ୍ତ ବ୍ୟାଗ ବାବଦକୁ ଦେଇଥିବା ଟଙ୍କା ବ୍ୟକ୍ତିଗତ ଜମା ଖାତାରେ ଦେଇ ଦୁର୍ନୀତି କରିବାକୁ ପ୍ରଶ୍ରୟ ଦେଉଛନ୍ତି। ପ୍ରତ୍ୟେକ ବିଦ୍ୟାଳୟରେ ୩ ଗୋଟି ଲେଖାଏ ଜଏଣ୍ଟ ଆକାଉଣ୍ଟ ରହିଛି। ଉକ୍ତ ଖାତାକୁ କାହିଁକି ଟଙ୍କା ଦିଆଗଲା ନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏବେ ପିଲାମାନେ ବ୍ୟାଗ ପାଇଛନ୍ତି କି ନାହିଁ, ବ୍ୟାଗ ନ କିଣି ୟୁସି ଦିଆଯାଇଛି କି ନାହିଁ ସେ ନେଇ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଧନକଉଡା ବିଇଓ ସାହୁ କହିଛନ୍ତି, ପିଲା ଓ ଅଭିଭାବକ ଜମା ଖାତା ଦେବାରେ ବିଳମ୍ବ କରିଥିଲେ। କେତେକ କ୍ଷେତ୍ରରେ ଜମାଖାତା ଚାଲୁ ନ ଥିଲା। ତେଣୁ ପ୍ରଧାନଶିକ୍ଷକମାନଙ୍କ ଜମାଖାତାକୁ ଟଙ୍କା ଦିଆଯାଇଛି। ସ୍କୁଲ ପରିଚାଳନା କମିଟି ଓ ଶିକ୍ଷକମାନଙ୍କ ଏଥିରେ ସ୍ବୀକୃତି ରହିଛି ବୋଲି ସେ କହିଥିଲେ। ଅନ୍ୟପଟେ ଜିଲା ଶିକ୍ଷା ଅଧିକାରୀ ମୀନାରାଣି ମଣ୍ଡଳଙ୍କୁ ଫୋନରେ ଯୋଗାଯୋଗ ସମ୍ଭବ ନ ହେବାରୁ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ମୁରଲୀଧର ବେହେରା କହିଛନ୍ତି, ଟଙ୍କା ଜିଲା ପ୍ରକଳ୍ପ ସଂଯୋଜକ (ଡିପିସି) ଅଫିସରୁ ଦିଆଯାଇଛି। କାହିକିଁ ଏଭଳି କରାଯାଇଛି ଜାଣିନାହିଁ କହି ସେ ପ୍ରସଙ୍ଗକୁ ଏଡାଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ନୂଆ ଟିମ୍ ଘୋଷଣା କଲେ ନୀତିନ ନବୀନ; କିଏ ଏହି ଦୀପକ ମହସ୍କେ, ଯାହାଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୭।୮: ନୀତିନ ନବୀନ ତାଙ୍କ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଏଥିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି ଦଳର ଆଇଟି ସେଲ୍‌ ମୁଖ୍ୟ ପଦରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri