ସହର ରାସ୍ତାରେ ଡ୍ରେନ ପାଣି, ଆବର୍ଜନା

ରାୟଗଡ଼ା,୭ା୪(ସ୍ବ.ପ୍ର.): ଅସରାଏ ବର୍ଷାରେ ଶୋଚନୀୟ ହୋଇପଡ଼ୁଛି ରାୟଗଡ଼ା ଜିଲା ସଦର ମହକୁମାର ପରିମଳ ବ୍ୟବସ୍ଥା। ଡ୍ରେନ ପାଣି ଏବଂ ଅଳିଆ ଆବର୍ଜନା ରାସ୍ତା ଉପରେ ଲହଡ଼ି ମାରୁଛି। ଏ ନେଇ ସହର ବାସିନ୍ଦା ଓ ବିଭିନ୍ନ ରାଜନୈତିକ ଦଳ ବାରମ୍ବାର ପୌର କର୍ତ୍ତୃୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏବେ ସହରର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜନସାଧାରଣ। ତୁରନ୍ତ ଏହାର ସମାଧାନ ପାଇଁ ସାଧାରଣରେ ଦାବି ହୋଇଛି।
ବୁଧବାର ସନ୍ଧ୍ୟାରେ କାଳବୈଶାଖୀ ବର୍ଷା ଯୋଗୁ ସ୍ଥିତି ବେହାଲ ହୋଇପଡ଼ିଥିଲା। ସହରର ଭିଆଇପି ରୋଡ଼, ଜିଲାପାଳ ଓ ଜିଲା ପରିଷଦ କାର୍ଯ୍ୟାଳୟରୁ ଆରମ୍ଭ କରି ମୁଖ୍ୟ ବଜାର, ଷ୍ଟେଟ ବ୍ୟାଙ୍କ ବଜାର ଶାଖା, ରିଙ୍ଗ ରୋଡ଼ ସ୍ଥିତ ୟୁଜିଏମ୍‌ଆଇଟି ନିକଟ ଅଞ୍ଚଳ ଏବଂ ଜିସିଡି ହାଇସ୍କୁଲ ରାସ୍ତା ଉପରେ ବର୍ଷାଜଳ ସହ ଡ୍ରେନର ଅସନା ପାଣି ଓ କୁଢ଼ କୁଢ଼ ଆବର୍ଜନା ଦେଖିବାକୁ ମିଳିଥିଲା। ସହରର ଏସବୁ ମୁଖ୍ୟ ରାସ୍ତାରେ ଲୋକେ ଯା’ ଆସ କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ୩ ଥର ଉନ୍ନତ ସହରର ପୁରସ୍କାର ପାଇଥିବା ପୌରପରିଷଦ ବର୍ତ୍ତମାନ ଠିକାଦାରଙ୍କ ଦୟାରେ ଚାଲିଛି। ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣରୂପେ ସେମାନଙ୍କ ନିୟନ୍ତ୍ରଣରେ ରହିବା ଯୋଗୁ ସାମାନ୍ୟ ବର୍ଷା ହେଲେ ସ୍ଥିତି ବେହାଲ ହେଉଛି। ସହରର ବିଭିନ୍ନ ଡ୍ରେନଗୁଡ଼ିକରେ ଅଳିଆ ଆବର୍ଜନା ପଡ଼ି ରହି ତାହା ଜାମ ହେଉଛି। ନିୟମିତ ତାହାକୁ ସଫା କରାଯାଉନାହିଁ। ପ୍ରତିଦିନ ସକାଳୁ କେବଳ ସଫେଇ ଗାଡ଼ି ଆସି ଘରମାନଙ୍କରୁ ଅଳିଆ ଆବର୍ଜନା ସଂଗ୍ରହ କରୁଥିବା ବେଳେ ଡ୍ରେନରୁ ଅଳିଆ ଆବର୍ଜନା ସଫା ହେଉନଥିବାରୁ ବାରମ୍ବାର ଏଭଳି ସମସ୍ୟା ଉପୁଜୁଛି। ସହରକୁ ସ୍ବଚ୍ଛ ଓ ନିର୍ମଳ ରଖିବା ପାଇଁ ପୂର୍ବରୁ ଦିଆଯାଇଥିବା ଠିକା ସଂସ୍ଥାଗୁଡିକ କେଉଁଭଳି କାର୍ଯ୍ୟ କରିଛନ୍ତି ତାହାର ତର୍ଜମା କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ହୋଇଛି। ରାୟଗଡ଼ା ପୌରାଞ୍ଚଳରେ ୨୪ୱାର୍ଡ ଥିବାବେଳେ କୌଣସି ଗୋଟିଏ ୱାର୍ଡ ମଧ୍ୟ ସମ୍ପୂର୍ଣ୍ଣ ସ୍ବଚ୍ଛ ରହୁନାହିଁ। ସୂଚନାଯୋଗ୍ୟ, ୧୯୭୧ରେ ରାୟଗଡ଼ା ଏକ ସ୍ବତନ୍ତ୍ର ପୌରପରିଷଦ ଭାବେ ଗଠନ ହୋଇଥିଲା। ପୂର୍ବତନ ପୌରାଧ୍ୟକ୍ଷ ସ୍ବର୍ଗତଃ କୃଷ୍ଣ ଚନ୍ଦ୍ର ବକ୍ସିପାତ୍ର ସହରର ରୂପରେଖ ବଦଳାଇଥିଲେ। କିନ୍ତୁ ଏବେ ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ଅଭାବ ଯୋଗୁ ପରିମଳ ବ୍ୟବସ୍ଥା ଶୋଚନୀୟ ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ଦ୍ୱିତୀୟ ପ୍ରଚେଷ୍ଟାରେ NEETରେ ଚମକିଲେ ଅରୋଶିଷ: ପୂରଣ ହେବ ଡାକ୍ତର ହେବାର ସ୍ବପ୍ନ

ଅମରପାଲି,୨୧।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଯାଲୋଏ ଗ୍ରାମର ମେଧାବୀ ଛାତ୍ର ଅରୋଶିଷ ପଣ୍ଡା ଚଳିତ ବର୍ଷର ଏନଇଇଟି (NEET UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ…

ପେ-ଲେଭଲ୍ ବୃଦ୍ଧି ଓ କ୍ୟାଡ଼ର ପୁନର୍ଗଠନ ଦାବି: ଏଓବିଏସଏସଓଏ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୭(ଉତ୍ତମ କୁମାର ଦାଶ): ଅଲ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (ଏଓବିଏସଏସଓଏ) ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଏକ ୮…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri