ଲୋକଙ୍କ ଭରସା ହରାଉଛି ଭାଜପା

ସରଣ୍ଡା,୭।୪(ଡି.ଏନ.ଏ.): ଅତାବିରା ଏନ୍‌ଏସି ନିର୍ବାଚନ ଶେଷ ହୋଇ ଫଳାଫଳ ସାମ୍ନାକୁ ଆସିଛି। ପ୍ରଥମ ଥର ପାଇଁ ଏନ୍‌ଏସିର ନଗରପାଳ ପାଇଁ ପ୍ରତ୍ୟକ୍ଷ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିପୁଳ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେହିପରି ୧୨ଟି କାଉନସିଲର ପଦବୀରୁ ୧୧ଟି ପଦବୀ ଅକ୍ତିଆର କରି ବିଜେଡି ତାର ଗଡ଼ ରକ୍ଷା କରିବା ସହ ଦବଦବା ଜାହିର କରିଛି। କଂଗ୍ରେସ ମଧ୍ୟ ୧ନମ୍ବର ୱାର୍ଡ କାଉନସିଲର ପଦବୀକୁ ହାତେଇ ନିଜ ସମ୍ମାନ ରକ୍ଷା କରିଛି। ତେବେ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁ ଭାଜପା ତୃତୀୟ ସ୍ଥାନକୁ ଚାଲିଯାଇଛି।
୨୦୧୩ରେ ନବଗଠିତ ଅତାବିରା ଏନ୍‌ଏସିର ପ୍ରଥମ ନିର୍ବାଚନରେ ବିଜେଡି ଓ କଂଗ୍ରେସର ୬ଜଣ କାଉନସିଲର ବିଜୟୀ ହୋଇଥିଲେ। କଂଗ୍ରେସ ଅଧ୍ୟକ୍ଷ ପଦବୀ ହାତେଇଥିଲା। ୨୦୧୮ ଦ୍ୱିତୀୟ ନିର୍ବାଚନରେ ବିଜେଡି ସମସ୍ତ ୧୨ଟି ୱାର୍ଡରେ ବିଜୟୀ ହୋଇଥିଲା। ୨୦୧୮ ନିର୍ବାଚନରେ ବିଜେଡି କାଉନସିଲରମାନେ ୫୭୫୧ ଭୋଟ ପାଇଥିବା ବେଳେ ଚଳିତ ୨୦୨୩ ନିର୍ବାଚନରେ ୫୭୫ଟି ଭୋଟ ବଢ଼ି ୬୩୨୬ ଖଣ୍ଡରେ ରହିଛି। ହେଲେ ନଗରପାଳ ପଦବୀରେ ବିଜେଡିର ସମସ୍ତ ପ୍ରାର୍ଥୀଙ୍କ ଭୋଟଠାରୁ ୨୩୯ ଖଣ୍ଡ ଅଧିକ ଅର୍ଥାତ ୬୫୬୫ ଖଣ୍ଡ ଭୋଟ ପାଇଁ ବନମାଳି ବରିହା ବିଜୟୀ ହୋଇଛନ୍ତି। କଂଗ୍ରେସ ୨୦୧୮ରେ ୧୨୦୧ ଖଣ୍ଡ ଭୋଟ ପାଇଥିବା ବେଳେ ଏଥର ୫୯୯ ଅଧିକ ଭୋଟ ଯୋଡି ୧୮୦୦କୁ ଉନ୍ନୀତ ହୋଇ ଦ୍ୱିତୀୟ ଦଳ ଭାବେ ରହିଛି। ଭାଜପା ୨୦୧୮ରେ ୨୪୭୯ ଭୋଟ ପାଇଥିବା ବେଳେ ଚଳିତଥର ୬୮୨ ଖଣ୍ଡ କମ୍‌ ଭୋଟ ପାଇ ତୃତୀୟ ସ୍ଥାନକୁ ଖସିଛି। ଅତାବିରା ଏନ୍‌ଏସି ନିର୍ବାଚନ ସ୍ଥିତି ପରଖିଲେ ଏଠାରେ ଭାଜପା ହଜିଯାଇଥିବା ପରି ମନେହେଉଛି।

ବିକାଶଧାରାକୁ ଆହୁରି ତ୍ୱରାନ୍ବିତ କରାଯିବ
ଏନ୍‌ଏସି ନିର୍ବାଚନରେ ଅଧ୍ୟକ୍ଷ ଓ କାଉନସିଲରଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିଥିବାରୁ ଅତାବିରାବାସୀଙ୍କୁ କୃତଜ୍ଞତା ଜଣାଉଛି। ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ ଜନହିତକାରୀ ଯୋଜନାଗୁଡ଼ିକ ସୂଚାରୁ ରୂପେ ହୋଇଛି। ରାସ୍ତାଘାଟ, ପାନୀୟ ଜଳ, ଶ୍ମଶାନ, ଆଦର୍ଶ ସ୍କୁଲ, ଇନ୍‌ଡୋର ଷ୍ଟାଡିୟମ, ମିସନ ଶକ୍ତି ଗୃହ, ଜାଗା ମିଶନ ଆଦି କରାଯାଇଛି। ଆଗାମୀ ଦିନରେ ବିକାଶଧାରାକୁ ଆହୁରି ତ୍ୱରାନ୍ବିତ କରାଯିବ।
-ସ୍ନେହାଙ୍ଗିନୀ ଛୁରିଆ, ଅତାବିରା ବିଧାୟିକା
କଂଗ୍ରେସ ପ୍ରତି ଲୋକଙ୍କ ଆସ୍ଥା ବଢୁଛି
ଶାସକ ଦଳ, କଳବଳ, ମନ୍ତ୍ରୀ ନେତାଙ୍କ ସହ କଂଗ୍ରେସ ଲଢେଇ କରିଥିଲା। ଜନମତକୁ ସମ୍ମାନ ସହ ସ୍ବାଗତ କରୁଛୁ। ଆମର ଯୁବ ପ୍ରାର୍ଥୀ ଦୀପକ ରାୟଙ୍କୁ ବିଜୟୀ କରାଇଥିବା ଏବଂ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେଇ ଅଧ୍ୟକ୍ଷ ପଦବୀରେ କଂଗ୍ରେସକୁ ଦ୍ବିତୀୟ ଦଳ ଭାବେ ବାଛିଥିବାରୁ ସମସ୍ତ ଏନ୍‌ଏସିବାସୀଙ୍କୁ କୃତଜ୍ଞତା ଜଣାଉଛୁ। ଦଳ ଦୁର୍ନୀତି, ଅନ୍ୟାୟ, ପିସି କାରବାର, ସଟ୍ଟା ଜୁଆ ବିରୋଧରେ ଆଗାମୀ ଦିନରେ ଲଢ଼େଇ କରିବ। ନିଶ୍ଚିତ ଭାବେ ଭବିଷ୍ୟତରେ କଂଗ୍ରେସ ପ୍ରତି ଲୋକ ଆସ୍ଥାଭାଜନ ହେଉଛନ୍ତି। ୨୦୨୪ରେ ନିଶ୍ଚୟ ପରିବର୍ତ୍ତନ ହେବ।
-ନିହାର ରଞ୍ଜନ ମହାନନ୍ଦ, ଜିଲା କଂଗ୍ରେସ ସଭାପତି
ଲୋକେ ଆମକୁ ଭରସା କରୁନାହାନ୍ତି
ଅତାବିରା ଏନ୍‌ଏସି ନିର୍ବାଚନ ଫଳାଫଳ ଆମ ପାଇଁ ନିଶ୍ଚିତ ଭାବେ ନୈରାଶ୍ୟଜନକ। ଶାସକ ଦଳ ପଦ୍ମପୁର ଉପ ନିର୍ବାଚନ ଭଳି ପ୍ରତି ୱାର୍ଡରେ ୫/୭ ଶହ ଭୋଟ ପାଇଁ ରାଜ୍ୟ ସ୍ତରୀୟ ନେତା ମନ୍ତ୍ରୀମାନେ ଡେରା ପକାଇଲେ ଓ ଜିତିଲେ। ସାଧାରଣ ନିର୍ବାଚନରେ ସେଠି ଆମେ ଅଧିକ ଭୋଟ ପାଇଥିଲୁ। ମାତ୍ର ଏନ୍‌ଏସି ନିର୍ବାଚନରେ ଲୋକେ ଭରସା କରିପାରୁନାହାନ୍ତି। ଆମକୁ ତର୍ଜମା କରିବାକୁ ପଡ଼ିବ। ଅତାବିରାରେ ଦଳୀୟ ସ୍ଥିତିକୁ ଆହୁରି ସୁଦୃଢ କରିବାକୁ ପଦକ୍ଷେପ ନିଆଯିବ।
-ସୁରେଶ୍ୱର ଶତପଥି, ଭାଜପା ନେତା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?