ସୁନ୍ଦରଗଡ଼ରେ ପ୍ରାକୃତିକ ପଦ୍ଧତିରେ ଚାଷ

ସୁନ୍ଦରଗଡ଼,୭।୪(ଡି.ଏନ.ଏ.): ପରିବେଶ ଅନୁକୂଳ କୃଷି ଏବଂ ରାସାୟନିକ ସାର ମୁକ୍ତ ଖାଦ୍ୟଶସ୍ୟ ଉତ୍ପାଦନ ହେଉଛି ବର୍ତ୍ତମାନ ସମୟର ବଡ଼ ଆବଶ୍ୟକତା। ତେଣୁ ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ନାଚୁରାଲ ଫାର୍ମିଂ ବା ପ୍ରାକୃତିକ ଚାଷ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ଚାଷ କରିବା ଫଳରେ ଆଦିବାସୀ ବର୍ଗର ଚାଷୀମାନେ ବିଶେଷ ଲାଭବାନ ହେଉଛନ୍ତି। ୨୦୨୨-୨୩ ବର୍ଷରେ ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକର ତେଲିଘଣା ଗାଁରେ ଏହି ପ୍ରାକୃତିକ ଚାଷ ପାଇଲଟ କାର୍ଯ୍ୟକ୍ରମ ଭାବେ ଆରମ୍ଭ କରାଯାଇଥିଲା। ଏହି ଚାଷରେ ଆଦିବାସୀ ବର୍ଗର ଚାଷୀଙ୍କୁ ସାମିଲ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଲାଗି ସୁନ୍ଦରଗଡ଼ ଜିଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।
ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲାର ଚାଷ କ୍ଷେତ୍ରରେ ରାସାୟନିକ ସାର ବ୍ୟବହାରକୁ ନିୟନ୍ତ୍ରଣ ଲାଗି ପ୍ରାକୃତିକ ପଦ୍ଧତି ଚାଷକୁ ପ୍ରୋତ୍ସାହନ ଦିଆଯାଉଛି। ଏଥିପ୍ରତି ଚାଷୀମାନେ ବିଶେଷ ଆଗ୍ରହ ଦେଖାଉଛନ୍ତି। ପ୍ରାକୃତିକ ପଦ୍ଧତିରେ ହେଉଥିବା ଫସଲର ଚାହିଦା ମଧ୍ୟ ବଜାରରେ ଭଲ ରହୁଛି। ପାଇଲଟ ଭାବେ ତେଲିଘଣାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ଆହୁରି ବ୍ୟାପକ କରାଯିବ ବୋଲି ସୁନ୍ଦରଗଡ଼ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ କହିଛନ୍ତି।
ରାସାୟନିକ ସାରର ବହୁଳ ବ୍ୟବହାର ଯୋଗୁ ଚାଷ ଜମିର ଉର୍ବରତା ହ୍ରାସ ପାଉଛି। ତା’ଛଡ଼ା ପରିବେଶ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ୁଛି। ଏ ସମ୍ପର୍କରେ ଆଦିବାସୀ ବର୍ଗର ଚାଷୀଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଇ ସୁନ୍ଦରଗଡ଼ ଆଇଟିଡିଏ ପକ୍ଷରୁ ପ୍ରାକୃତିକ ପଦ୍ଧତିରେ ଚାଷ କରିବା ଲାଗି ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ତେଲିଘଣା ଗାଁର ୫୫ ଜଣ ଚାଷୀ ପ୍ରାକୃତିକ ପଦ୍ଧତିରେ ଚାଷ କରିଥିଲେ। ୮୦ ଏକର ଜମିରେ ସେମାନେ ଧାନ ଓ ଚିନାବାଦାମ ଚାଷ କରିଥିଲେ। ଏଥିପାଇଁ ଚାଷୀମାନଙ୍କୁ ମାଗଣାରେ ଦେଶୀ କିସମର ବିହନ ଯୋଗାଇ ଦିଆଯାଇଥିଲା। ଏହି ଚାଷରେ ଚାଷୀମାନେ ପ୍ରାକୃତିକ ଉପାୟରେ ନିଜେ ସାର ପ୍ରସ୍ତୁତ କରି ବ୍ୟବହାର କରିଥିଲେ। ଏଥିପାଇଁ ଆଇଟିଡିଏ ପକ୍ଷରୁ ସେମାନଙ୍କୁ ତାଲିମ ଦିଆଯାଇଥିଲା। ପ୍ରାକୃତିକ ପଦ୍ଧତିରେ ଚାଷରେ ଜୀବାମୃତ, ଘନ ଜୀବାମୃତ, ଦଶପର୍ଣ୍ଣି ଅର୍କ, ବ୍ରହ୍ମାସ୍ତ୍ର, ନିମାସ୍ତ୍ର ଏବଂ ବୀଜାମୃତ ଆଦି ବ୍ୟବହାର କରାଯାଉଛି। ଚାଷୀମାନେ ଗୃହପାଳିତ ଦେଶୀ ଗାଈଗୋରୁଙ୍କ ମଳମୂତ୍ର ସହିତ ଗୁଡ଼ ଏବଂ ବେସନ ଆଦି ମିଶ୍ରଣ କରି ଏହି ସାର ପ୍ରସ୍ତୁତ କରୁଛନ୍ତି।
ଆଗରୁ ଆମେ ଚାଷ କାମରେ ରାସାୟନିକ ସାର ବ୍ୟବହାର କରୁଥିଲୁ। ହେଲେ ସୁନ୍ଦରଗଡ଼ ଆଇଟିଡ଼ିଏର ଅଧିକାରୀମାନେ ଆସି ଆମକୁ ପ୍ରାକୃତିକ ପଦ୍ଧତି ଚାଷ ଉପରେ ବୁଝାଇଥିଲେ। ଆମେ ଏ ଦିଗରେ ଆଗ୍ରହ ଦେଖାଇ ଧାନ ଓ ବାଦାମ ଚାଷ କଲୁ। ଭଲ ଅମଳ ମଧ୍ୟ ହେଲା ବୋଲି କହନ୍ତି ତେଲିଘଣା ଗାଁର ଜଣେ ଚାଷୀ ଏମାନ ବୁଡ଼। ରାସାୟନିକ ସାର କିଣିବାରେ ଆମର ଅଧିକ ଟଙ୍କା ଖର୍ଚ୍ଚ ହେଉଥିଲା। ଏବେ ପ୍ରାକୃତିକ ପଦ୍ଧତିରେ ଚାଷ କରିବା ଫଳରେ ଆମର କମ ଖର୍ଚ୍ଚ ହେଉଛି। ଧାନ ଓ ବାଦାମ ସହିତ ଆମେ ପନିପରିବା ଚାଷରେ ମଧ୍ୟ ପ୍ରାକୃତିକ ଉପାୟରେ ପ୍ରସ୍ତୁତ ସାର ପ୍ରୟୋଗ କରୁଛୁ ବୋଲି କହନ୍ତି ଜଣେ ମହିଳା ଚାଷୀ ବିମଳା ବାର୍ଲା। ତେଲିଘଣାରେ ପ୍ରାକୃତିକ ପଦ୍ଧତିରେ ଚାଷ ଆରମ୍ଭ ହେବା ପୂର୍ବରୁ ଆଇଟିଡିଏର ଅଧିକାରୀମାନେ ଚାଷ ଜମି ବୁଲି ଦେଖିଥିଲେ। ଏହାପରେ ଚାଷୀମାନେ ଦେଶୀ ଧାନ ଏବଂ ବାଦାମ ଚାଷ ଲାଗି ଜମି ପ୍ରସ୍ତୁତ କରିଥିଲେ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଏଥିପାଇଁ ମଜୁରୀ ସହାୟତା ଦିଆଯାଉଛି। ଚାଷୀ ଚିହ୍ନଟ ସହିତ କ୍ଷେତ୍ରସ୍ତରରେ ଏହି କାର୍ଯ୍ୟକ୍ରମର ପରିଚାଳନା ଲାଗି ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବକକୁ ଦାୟିତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?