ଅପହଞ୍ଚ ଗାଁର ଆଲୋକବର୍ତ୍ତିକା ‘ଅନନ୍ୟା’

ଢେଙ୍କାନାଳ ଅଫିସ,୭।୪: ‘ମାନବ ସେବା ହିଁ ମାଧବ ସେବା’। ଏହି ଉକ୍ତିକୁ ଯଥାର୍ଥରେ ପ୍ରତିପାଦନ କରିଛନ୍ତି ଢେଙ୍କାନାଳର ଯୁବ ସାମାଜିକ କର୍ମୀ ତଥା ସାମାଜିକ ସାଂସ୍କୃତିକ ବିକାଶ ସଂଘର ସମ୍ପାଦିକା ଅନନ୍ୟା ଦାସ। ନିରାଶ୍ରୟଙ୍କୁ ସହାୟତା ଯୋଗାଇ ଦେବା, ବିପଦରେ ପଡ଼ିଥିବା ଲୋକଙ୍କୁ ଯଥାସମ୍ଭବ ସାହାଯ୍ୟ କରିବା, ଦୁର୍ଗମ ଅଞ୍ଚଳର ସମସ୍ୟା ପ୍ରଶାସନର ଦୃଷ୍ଟିକୁ ଆଣିବା ଭଳି ମହତ୍‌ କାର୍ଯ୍ୟ କରି ଖୁବ୍‌ କର୍ମଦିନରେ ସେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି।
ଗଁଦିଆ ବ୍ଲକର ଦୁର୍ଗମ ଆଦିବାସୀ ଅଞ୍ଚଳର ପିଲାଙ୍କ ହାତରେ ଶିକ୍ଷାର ମଶାଲ ଧରାଇବାକୁ ପଣ କରିଛନ୍ତି ଅନନ୍ୟା। ନିଜ ଅନୁଷ୍ଠାନ ସହାୟତାରେ ସେ ନିୟମିତ ଅପହଞ୍ଚ ଇଲାକାରେ ପହଞ୍ଚତ୍ ଛାତ୍ରୀଛାତ୍ରଙ୍କୁ ପାଠ୍ୟପୁସ୍ତକ, ଆବଶ୍ୟକ ଉପକରଣ ଏବଂ ପୋଷାକ ପ୍ରଦାନ କରୁଛନ୍ତି। ଲୋକଙ୍କ ସହ ଆଲୋଚନା କରି ସେମାନେ ଦୈନନ୍ଦିନ ଜୀବନରେ ଭୋଗୁଥିବା ସମସ୍ୟା ସମ୍ପର୍କରେ ପ୍ରଶାସନକୁ ଅବଗତ କରାଇ ସମାଧାନର ରାସ୍ତା ବାହାର କରୁଛନ୍ତି। ତାଙ୍କ ଉଦ୍ୟମରେ ଗ୍ରାମାଞ୍ଚଳରେ ବହୁ ଦିବ୍ୟାଙ୍ଗ ଛାତ୍ରୀଛାତ୍ର ହୁଇଲ୍‌ ଚେୟାର ପାଇପାରିଛନ୍ତି। ମାନସିକ ରୋଗୀ, ସ୍ବଳ୍ପ ଶିକ୍ଷିତ ବ୍ୟକ୍ତିଙ୍କ ଆଧାରକାର୍ଡ କରାଇଦେବା, ଦୁର୍ଘଟଣାରେ ଗୁରୁତରଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ଏବଂ ଆର୍ଥିକ ସହାୟତା ପ୍ରଦାନ କରିବାରେ ସେ ସର୍ବଦା ତତ୍ପର। କେବଳ ଏତିକି ନୁହେଁ, ଆବଶ୍ୟକ ସମୟରେ ରକ୍ତଦାନ କରି ସେ ବହୁ ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି।
କୋଭିଡ୍‌ ସମୟରେ ଅନନ୍ୟାଙ୍କ ମାନବିକତା ଲୋକଲୋଚନକୁ ଆସିଥିଲା। ନିଜ ସହଯୋଗୀଙ୍କ ସହ ସ୍କୁଟିରେ ରାସ୍ତାକଡ଼ରେ ବସବାସ କରୁଥିବା ଯାଯାବର ପରିବାରଙ୍କୁ ଖାଦ୍ୟ ବିତରଣ କରିଥିଲେ। ହାଡ଼ଭଙ୍ଗା ଶୀତରେ କମ୍ବଳ ବାଣ୍ଟି ବହୁ ଅସହାୟଙ୍କୁ ବଢ଼ାଇଥିଲେ ସହାୟତାର ହାତ। ଏଭଳି କାର୍ଯ୍ୟ ଅନନ୍ୟାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଥିବାବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ମିଳିଛି ସମ୍ବର୍ଦ୍ଧନା। ଅନନ୍ୟା ସ୍ନାତକ ପାସ୍‌ କରିବା ପରେ ମାଷ୍ଟର ଇନ୍‌ ସୋସିଆଲ ଓ୍ବାର୍କ (ଏମ୍‌ଏସ୍‌ଡବ୍ଲ୍ୟୁ) ପାଠ୍ୟକ୍ରମରେ ନାମ ଲେଖାଇଛନ୍ତି। ନିଜ ପ୍ରତିକ୍ରିୟାରେ ସେ କୁହନ୍ତି, ଏଭଳି କାର୍ଯ୍ୟରେ ମା’ ପଦ୍ମାଳୟା ଦାସ ଏବଂ ବାପା ସତ୍ୟସ୍ବରୂପ ଦାସଙ୍କ ପ୍ରେରଣା ତାଙ୍କ ପାଇଁ ଆଶୀର୍ବାଦ ପାଲଟିଛି। ପାଠ ପଢ଼ିବା ସହ ଅସହାୟଙ୍କ ସହାୟତା କରିବା ଜାରି ରଖିବେ। କାରଣ ମାନବ ସେବା ହିଁ ମାଧବ ସେବା।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?