ଜାଲ୍‌ ସାର୍ଟିଫିକେଟ୍‌ ମାମଲା: ରିଲାଏନ୍ସ କୋଚିଂରେ ତନାଘନା

ବଲାଙ୍ଗୀର ଅଫିସ,୭ା୪: ଜାଲ୍‌ ସାର୍ଟିଫିକେଟ୍‌ ମାମଲାର ତଦନ୍ତ କାର୍ଯ୍ୟକୁ ନିରୀକ୍ଷଣ କରିବା ପାଇଁ ବୁଧବାରଠାରୁ ବଲାଙ୍ଗୀରରେ କ୍ରାଇମ୍‌ବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା କ୍ୟାମ୍ପ କରି ରହିଛନ୍ତି। ଗୁରୁବାର ତଦନ୍ତର ଷଷ୍ଠଦିନ ପୂର୍ବାହ୍ନରୁ କ୍ରାଇମବାଞ୍ଚ ଆଇଜି ସିହ୍ନା ପ୍ରତ୍ୟକ୍ଷଭାବେ ବଲାଙ୍ଗୀର ମନୋହରପୁର ରିଜର୍ଭ ପୋଲିସ ବାରାକ୍‌ ପରିସରରେ ରିମାଣ୍ଡରେ ଅଣାଯାଇଥିବା ଜାଲ ସାର୍ଟିଫିକେଟ୍‌ ମାମଲାର ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର, ପ୍ରମୁଖ ସହଯୋଗୀ ଆଲୋକ ରଞ୍ଜନ ଉଦ୍‌ଗାତା, ଜାଲ୍‌ ସାର୍ଟିଫିକେଟ୍‌ ବ୍ୟବହାର କରିଥିବା ଦୁଇ ଅଭିଯୁକ୍ତ ତ୍ରିବିହାରୀ ପଣ୍ଡା ଏବଂ ପରେଶ ବୁଡେକଙ୍କ ଜେରାକୁ ନିରୀକ୍ଷଣ କରିଥିଲେ। ୪ ଅଭିଯୁକ୍ତଙ୍କ ମୁହଁାମୁହିଁ ଜେରା ବେଳେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିବାରୁ ଅପରାହ୍ଣରେ ଖୋଦ୍‌ ଆଇଜି ସିହ୍ନା ଏବଂ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ମିଶନ୍‌ ପଡିଆ ସମ୍ମୁଖର ରିଲାଏନ୍ସ କୋଚିଂ ସେଣ୍ଟରକୁ ଯାଇ ପ୍ରାୟ ୧ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ତନାଘନା କରିଥିଲେ। କିଭଳି ଭାବେ ଏହି କୋଠାରୁ ଅଭିଯୁକ୍ତ ମନୋଜ ଏବଂ ଆଲୋକ ଜାଲ୍‌ ସାର୍ଟିିଫିକେଟ୍‌ କାରବାର କରୁଥିଲେ ତାହା ତଦନ୍ତ କରିଥିଲେ। ପୂର୍ବରୁ ବଲାଙ୍ଗୀର ପୋଲିସ ଏହି କୋଚିଂ ସେଣ୍ଟର ଉପରେ ଚଢ଼ାଉ କରି ଦେଶର ୪୧ଟି ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳର ୫ ହଜାରୁ ଉର୍ଦ୍ଧ୍ୱ ଜାଲ୍‌ ସାର୍ଟିଫିକେଟ, ହାର୍ଡଡିସ୍କ, କମ୍ପ୍ୟୁଟର, ପ୍ରିଣ୍ଟର, ଜେରକ୍ସ ମେଶିନ୍‌ ଜବତ କରିଥିଲା।
ଦୁଇ ଅଭିଯୁକ୍ତ ମନୋଜ ଏବଂ ଆଲୋକଙ୍କୁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଜେରା ବେଳେ କିଛି ନୂଆ ସୂଚନା ମିଳିଥିଲା। ସେଠାରେ କାଳେ ଅନ୍ୟ ହାର୍ଡଡସ୍କ କିମ୍ବା ଚିପ୍ସ ମିଳିବା ଆଶାରେ ଆଇଜି ସିହ୍ନା, ଡିଏସ୍‌ପି ଦେବବ୍ରତ ଚକ୍ର ଓ ଅନ୍ୟ ଅଧିକାରୀ ଯାଇଥିଲେ। ସେଠାରୁ ଫେରିବା ବେଳେ ଆଇଜି ସିହ୍ନାଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ମଧ୍ୟ କୌଣସି ପ୍ରଶ୍ନର ସିଧାସଳଖ ଉତ୍ତର ନଦେଇ ତଦନ୍ତ ଠିକ୍‌ ଚାଲିଛି କହି ଚାଲିଯାଇଥିଲେ। ଡିଏସ୍‌ପି ଚକ୍ରଙ୍କୁ ପଚାରିବାରୁ ଅଧିକ କିଛି ତଥ୍ୟ ମିଳିବା ଆଶାରେ ରିଲାଏନ୍ସ କୋଚିଂ ସେଣ୍ଟରକୁ ଆସିଥିଲୁ ବୋଲି କହିଥିଲେ। ଆଜି କ’ଣ ସବୁ ନୂଆ ତଥ୍ୟ ମିଳିଛି ବୋଲି ପ୍ରଶ୍ନ କରିବାରୁ ସବୁଦିନ ଅନେକ ନୂଆ ତଥ୍ୟ ମିଳୁଛି ଏବଂ ଗିରଫଦାରୀ ସଂଖ୍ୟା ବଢ଼ିବ ବୋଲି କହିଥିଲେ।
ଗୁରୁବାର କ୍ରାଇମ୍‌ବ୍ରାଞ୍ଚର ଅନ୍ୟ ଏକ ଟିମ୍‌ ଇନ୍ସପେକ୍ଟର ମମତାରାଣୀ ପଣ୍ଡାଙ୍କ ନେତୃତ୍ୱରେ ଟାଉନ୍‌ ଥାନାକୁ ଆସିଥିଲେ। ସେଠାରେ ପୂର୍ବାହ୍ନ ୧୧ଟାରୁ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ସ୍ତ୍ରୀ ଏବଂ ଅଭିଯୁକ୍ତ ଆଲୋକ ଉଦ୍‌ଗାତାଙ୍କ ସ୍ତ୍ରୀଙ୍କୁ ଟାଉନ୍‌ ଥାନାକୁ ଡାକି ପଚରାଉଚରା କରିଥିଲେ। ବିଶେଷକରି ଜାଲ୍‌ ସାର୍ଟିଫିକେଟ ମାମଲାରେ ଆର୍ଥିକ କାରବାର ସମ୍ପର୍କରେ ସେମାନେ କ’ଣ ଜାଣିଛନ୍ତି, ଟଙ୍କା ନେଣଦେଣ କିଭଳି ହେଉଥିଲା ଏବଂ ଏହି କାରବାର ଦୁଇ ମୁଖ ଅଭିଯୁକ୍ତଙ୍କ ସହ ଅନ୍ୟ କେଉଁମାନେ ସମ୍ପୃକ୍ତ ଥିଲେ ସେ ବିଷୟରେ ସେମାନଙ୍କ ପାଖେ କ’ଣ ତଥ୍ୟ ରହିଛି ସୂଚନା କ୍ରାଇମ୍‌ବ୍ରାଞ୍ଚକୁ ଦେବାକୁ କହିଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଉଭୟ ମହିଳାଙ୍କୁ କ୍ରାଇମ୍‌ବ୍ରାଞ୍ଚ ଇନ୍ସପେକ୍ଟର ପଣ୍ଡା ପଚରାଉଚରା ଜାରି ରଖିଥିଲେ। ଅନ୍ୟପଟେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ମନୋହରପୁର ରିଜର୍ଭ ପୋଲିସ ବାରାକ୍‌ରେ ଜାଲ୍‌ ସାର୍ଟିଫିକେଟ୍‌ ନେଇ ଚାକିରି ଆବେଦନ କରି ଧରାପଡିଥିବା ତ୍ରିବିହାରୀ ପଣ୍ଡା ଏବଂ ପରେଶ ବୁଡେକଙ୍କୁ ଜେରା କରି କେତେ ଟଙ୍କାରେ ଏବଂ କେଉଁ ମାଧ୍ୟମରେ ସେମାନେ ସାର୍ଟିଫିକେଟ ହାସଲ କଲେ ସେଦିଗରେ ଅଧିକ ପଚରାଉଚରା କରିଥିବା ଜଣାପଡିଛି। କ୍ରାଇମ୍‌ବ୍ରାଞ୍ଚ ଡିଏସପି ଚକ୍ର ଗିରଫଦାରୀ ସଂଖ୍ୟା ବଢ଼ିବ ଏବଂ ରାଜ୍ୟ ବାହାରକୁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଯିବ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେବା ପରେ ରିମାଣ୍ଡରେ ଆସିଥିବା ୪ ଅଭିଯୁକ୍ତଙ୍କଠାରୁ ଠୋସ୍‌ ତଥ୍ୟ ପାଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଟାଉନ୍‌ ଥାନା ପୋଲିସକୁ ଏକ ସମ୍ଭାବ୍ୟ ଗିରଫଦାରୀ ତାଲିକା ପ୍ରଦାନ କରିଥିବା ଜଣାପଡିଛି। ଗୁରୁବାର ରାତିରୁ ସମ୍ଭାବ୍ୟ ତାଲିକାଭୁକ୍ତ ଅଭିଯୁକ୍ତଙ୍କୁ ପୋଲିସ ଉଠାଇବା ବୋଲି ଜଣାପଡିଛି। ରିମାଣ୍ଡ ଅବଧି ଆଉ ଦୁଇଦିନ ବାକି ରହିଥିବାରୁ ଅଭିଯୁକ୍ତଙ୍କ ଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବା ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?