ଆମ ଜିଲା ଖବର

ଜାଲ୍‌ ସାର୍ଟିଫିକେଟ ପ୍ରସ୍ତୁତ କରି ବନ୍ଧା ହେଲେ

ବୁଗୁଡ଼ା,୩୦।୧୦(ଡି.ଏନ୍‌.ଏ.): ଗତ କିଛି ବର୍ଷ ଧରି ନକଲି ସାର୍ଟିଫିକେଟ ପ୍ରସ୍ତୁତ କରି ମାଲାମାଲ ହୋଇଥିବା ଜଣେ ଯୁବକ ପୋଲିସ ପଞ୍ଝାରେ ପଡି ଗିରଫ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଗିରଫ ବ୍ୟକ୍ତି ଜଣକ ସ୍ଥାନୀୟ ମେଡିକାଲ ଛକ ନିକଟସ୍ଥ…

ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଗିରଫ ହେଲେ ଗଣିତ ଶିକ୍ଷକ

ଦେବଗଡ଼,୩୦।୧୦(ଡି.ଏନ୍‌.ଏ.): ପୁଣି କଳଙ୍କିତ ହେଲା ଗୁରୁ-ଶିଷ୍ୟଙ୍କ ସମ୍ପର୍କ l ନାବାଳିକା ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ବଳପୂର୍ବକ ଆଲିଙ୍ଗନ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଗଣିତ ଶିକ୍ଷକ l ଏଭଳି ଘଟଣା ଘଟିଛି ବାରକୋଟ ଥାନା ଅଧୀନ ବମ୍ପରଡା ନୋଡାଲ…

ଭୋଟରଙ୍କୁ ପ୍ରଭାବିତ କରିବାକୁ ଭେଳିକି

ବରଗଡ଼ ଅଫିସ୍‌,୩୦।୧୦: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଜିଲା ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଶନିବାର ୪୮୮ କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ତେବେ ପଦ୍ମପୁର ଉପନିର୍ବାଚନ ତାରିଖ ଘୋଷଣା ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ…

ଜରାଜୀର୍ଣ୍ଣ ବାତ୍ୟା ଆଶ୍ରୟସ୍ଥଳ, ତଟବନ୍ଧର ସୁରକ୍ଷା ଚିନ୍ତା

ପଟ୍ଟାମୁଣ୍ଡାଇ,୩୦।୧୦(ସ୍ବ.ପ୍ର.): ୧୯୯୯ ଅକ୍ଟୋବର ୨୯ ମହାବତ୍ୟାକୁ ୨୩ ବର୍ଷ ା ଆଜି ବି ଲୋକେ ଭୁଲି ପାରିନାହାନ୍ତି ସେଦିନ ା ସମୁଦ୍ରର ବିଶାଳ ଢ଼େଉ ,୩୦୦ କିମି ବେଗରେ ବହୁ ଥିବା ପବନରେ ଲୋଟି ଯାଉଥିଲା ବହୁ ମହାଦ୍ରୁମ ା ଏଥିରେ…

ସ୍ଥାୟିତ୍ୱ ନେଇ ସନ୍ଦେହ

ଛେଣ୍ଡିପଦା,୩୦।୧୦ (ଡି.ଏନ.ଏ.): ଅନୁଗୋଳ ଜିଲାରେ ପର୍ଯ୍ୟଟନକୁ ନୂଆ ଦିଶା ଦେବାକୁ କିଛିବର୍ଷ ହେଲା ଉଦ୍ୟମ ହେଉଛି। ଏଥିପାଇଁ ସହର ଓ ଗ୍ରାମାଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀଗୁଡ଼ିକର ଉନ୍ନତୀକରଣ କରାଯାଉଛି। ଏପରି କି ଦେବଦେବୀ ପୀଠ ଓ ଏହା ନିକଟରେ ଥିବା ପର୍ଯ୍ୟଟନ ସ୍ଥାନଗୁଡ଼ିକୁ ଅଧିକ…

ଜିଲାସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି

ଛତ୍ରପୁର,୩୦।୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲାସ୍ତରୀୟ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଶନିବାର ପାଳିତ ହୋଇଯାଇଛି। ଜିଲାପାଳ ଦିବ୍ୟଜ୍ୟୋତି ପରିଡା ମୁଖ୍ୟ ଅତିଥି ଭାବ ଯୋଗ…

ଧାମନଗର ଉପନିର୍ବାଚନ: ୭ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭଦ୍ରକ ଅଫିସ, ୩୦।୧୦: ଧାମନଗର ଉପନିର୍ବାଚନ କାର୍ଯ୍ୟ ପରିଚାଳନାରେ ଅବହେଳା ପାଇଁ ୬ଜଣ ଓ ଆଦର୍ଶ ଆଚରଣବିଧି ଉଲ୍ଲଂଘନ ଅଭିଯୋଗରେ ଜଣେ କର୍ମଚାରୀଙ୍କ ବିରୋଧରେ ଭଦ୍ରକ ଜିଲା ନିର୍ବାଚନ ଅଧିକାରୀ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଶନିବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।…

ଧାମନଗର-ଯାଜପୁର ସୀମା ସିଲ୍‌ କରାଯାଉ

ଭଦ୍ରକ ଅଫିସ/ଧାମନଗର,୩୦।୧୦(ଡି.ଏନ.ଏ.): ଧାମନଗର ଉପନିର୍ବାଚନରେ ବିଜେଡି ବୁଥ୍‌ ରିଗିଂ କରିବା ଆଶଙ୍କା ନେଇ ଏହି ନିର୍ବାଚନମଣ୍ଡଳୀ ସଂଲଗ୍ନ ଯାଜପୁର ସୀମାକୁ ସିଲ୍‌ କରାଯିବାକୁ ଭାଜପା ଶନିବାର ନିର୍ବାଚନ କମିଶନ ଏବଂ ଜିଲାପାଳଙ୍କ ନିକଟରେ ଦାବି କରିଛି। ଭାଜପା ରାଜ୍ୟ ମୁଖପାତ୍ର ମନୋଜ…

ଗ୍ରାହକ ସେବାକେନ୍ଦ୍ରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି

କର୍ଲାମୁଣ୍ଡା,୩୦ା୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ସମ୍ମୁଖରେ ଥିବା ଗ୍ରାହକ ସେବାକେନ୍ଦ୍ରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀଗୁଡ଼ିକ ଶନିବାର ରାତିରେ ଦୁର୍ବୃତ୍ତମାନେ ଚୋରି କରିଥିବା କର୍ଲାମୁଣ୍ଡା ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି। ତେବେ ଦୁର୍ବୃତ୍ତମାନେ ଗ୍ରାହକ ସେବାକେନ୍ଦ୍ରର ତାଲା…

୩୧ରୁ ଜୟପୁରରୁ ନିୟମିତ ଉଡ଼ିବ ବିମାନ

ଜୟପୁର,୩୦।୧୦ (ନି.ପ୍ର.):  କୋରାପୁଟ ଜିଲାବାସୀଙ୍କ ଦୀର୍ଘଦିନ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ଆସନ୍ତା ୩୧ ତାରିଖଠାରୁ ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ଜୟପୁର ବିମାନବନ୍ଦରରୁ ଭୁବନେଶ୍ୱରକୁ ନିୟମିତ ବିମାନ ଉଡ଼ାଣ ଆରମ୍ଭ ହେବ। ଏନେଇ ଗତ ୨୦ରେ ବିମାନବନ୍ଦରକୁ ଲାଇସେନ୍ସ ମିଳିଥିବା…

ସ୍ଥିତି ଅନୁଧ୍ୟାନ କଲା ସ୍ବତନ୍ତ୍ର ବୈଷୟିକ ଟିମ୍‌

ପୁରୀ ଅଫିସ,୩୦।୧୦:  ଦୀର୍ଘଦିନର ବ୍ୟବଧାନ ପରେ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ମରାମତି କାର୍ଯ୍ୟକୁ ନେଇ ବିବାଦ ଉଠିଛି। ଗତ କିଛିମାସ ତଳେ ଶ୍ରୀମନ୍ଦିର ରତ୍ନବେଦିରୁ ଚୂନ ଖସିଥିବା ବେଳେ ଏବେ ପୁଣି ଶ୍ରୀଗୁଣ୍ଡିଚା ମନ୍ଦିରର ଜଗମୋହନରୁ ପଥର ଖସିବା ସହ ନାଟମଣ୍ଡପରେ ଫାଟ…

ରାସ୍ତାରେ ଯୁବକଙ୍କୁ ଆଣ୍ଠେଇ ମାଡ଼

ଫୁଲନଖରା, ୩୦।୧୦(ଡି.ଏନ୍‌.ଏ.): କଟକରେ ପୁଣି ତାଲିବାନୀ ଶାସନର ପୁନରାବୃତ୍ତି ଦେଖିବାକୁ ମିଳିଛି। ଗତ କିଛି ଦିନ ପୂର୍ବରୁ ଜଣେ ଯୁବକଙ୍କୁ ଏକ ସ୍କୁଟି ପଛରେ ରଶି ବାନ୍ଧି ଘୋଷାଡ଼ି ନେବାର ଦୃଶ୍ୟ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ପୁଣି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri