ଦେବୋତ୍ତର ସମ୍ପତ୍ତି ଆକଳନ କରିବ ଏସ୍‌ଆଇଟି

ବାରିପଦା ଅଫିସ,୨୪ା୪: ବାରିପଦାସ୍ଥିତ ଶ୍ରୀ ଶ୍ରୀ ହରିବଳଦେବଜୀଉ ବିଜେଙ୍କ ସମ୍ପତ୍ତିର ପୁନରୁଦ୍ଧାର ନିମନ୍ତେ ଉଚ୍ଚ ନ୍ୟାୟାଳଙ୍କ ଆଦେଶକୁ ନେଇ ଦେବୋତ୍ତର କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସେବାୟତ ରାଧାଶ୍ୟାମ ମହାପାତ୍ରଙ୍କ ଡବ୍ଳୁପି(ସି) ନଂ. ୩୬୪୮୨/୨୨ ଆବେଦନର ଶୁଣାଣି କରି ଦେବୋତ୍ତର କମିଶନଙ୍କ ପକ୍ଷରୁ ବାରିପଦା ସଦର ଉପଜିଲାପାଳ ତଥା ଦେବୋତ୍ତର ଅଧିକାରୀ ଓ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ଜିଲାସ୍ତରୀୟ ଏକ ସ୍ବତନ୍ତ୍ର ଅନୁଧ୍ୟାନକାରୀ ଦଳ(ଏସ୍‌ଆଇଟି) ଗଠନ କରି ଦେବୋତ୍ତର ଜମିର ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶରେ ଉଲ୍ଲେଖ ରହିଛି।
ସୂଚନା ଅନୁଯାୟୀ, ରାଜରାଜୁଡ଼ା ଅମଳରୁ ନିର୍ମାଣ ହୋଇଥିବା ଜିଲାର ୧୦ଟି ମନ୍ଦିର ଉପଜିଲାପାଳ ଓ ୧୦ଟି ମଠକୁ ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଟ୍ରଷ୍ଟି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ସବୁର ରକ୍ଷଣାବେକ୍ଷଣ ଓ ପୂଜାନୀତି ପାଇଁ ପ୍ରଦତ୍ତ ଜମି ମୟୂରଭଞ୍ଜ ମିଶ୍ରଣ ସମୟରେ ଭୁଲ୍‌ ନିଷ୍ପତ୍ତି ଯୋଗୁ ଲୋକମାନେ ନିଜ ଦଖଲକୁ ନେଇଯାଇଥିଲେ। ତେବେ ଦେବୋତ୍ତର କମିଶନରଙ୍କ ପକ୍ଷରୁ ଟ୍ରିବ୍ୟୁନାଲ ମାଧ୍ୟମରେ ବିଭାଗର ୪୪,୨୨୧.୯୬ ଏକର ଜମି ଥିବା ଜଣାପଡ଼ିଛି। ସେଥିମଧ୍ୟରୁ ସେଟେଲମେଣ୍ଟ ସମୟରେ ହସ୍ତାନ୍ତରୀକରଣ ଜରିଆରେ ୩୭୭୬.୯୭ ଏକର ଜମି ବାରିପଦା ଦେବୋତ୍ତର ବିଭାଗକୁ ଆସିଛି। ଅବଶିଷ୍ଟ ଜମିକୁ ଜବରଦଖଲକାରୀମାନେ ଭୋଗ କରୁଛନ୍ତି। ଏହି ୩ ହଜାର ୭୭୬ ଏକର ଜମିରୁ ୭ଶହ ଏକରରୁ ଊର୍ଦ୍ଧ୍ୱ ଜମିରେ ବିଭିନ୍ନ ସରକାରୀ, ବେସରକାରୀ ଅନୁଷ୍ଠାନ ଓ କାର୍ଯ୍ୟାଳୟ ଆଦି ରହିଛି। ଅନ୍ୟ ଜମଗୁଡ଼ିକରେ ନିର୍ମାଣ ହୋଇଥିବା ବସ୍‌ଷ୍ଟାଣ୍ଡ, ଖେଳପଡ଼ିଆ, ପୋଖରୀ, ବ୍ୟାଙ୍କ, ରାସ୍ତା ଓ ଦୋକାନ ଗୃହ ଦଖଲ ଅବସ୍ଥାରେ ରହିଛି। ୧୯୮୬ ମସିହାରେ ହୋଇଥିବା ସେଟେଲମେଣ୍ଟରେ ବାରିପଦା ଲାଲବଜାର ୟୁନିଟ ୫, ଖାତା ନଂ. ୧୫୦ ଅନୁଯାୟୀ ୧୩୭ଟି ପ୍ଳଟ୍‌ ୨୦୧୩ ମସିହାରେ ବାରିପଦା ପୌରପରିଷଦ ଅଧୀନକୁ ଆସିଥିବା ନେଇ ମହାପାତ୍ର ଅଭିଯୋଗରେ ଦର୍ଶାଇଛନ୍ତି। ତେବେ ଏହାକୁ ନେଇ ଦେବୋତ୍ତର ବିଭାଗର ଅତିରିକ୍ତ କମିଶନର ତଦନ୍ତ କରି ମୁଖ୍ୟ ଶାସନ ସଚିବ ଓ ଆଇନ ବିଭାଗକୁ ଚିଠି (ନଂ. ୮୪୦୨/୨୯ ନଭେମ୍ବର ୨୦୨୧)ରେ ଅବଗତ କରି ସ୍ବତନ୍ତ୍ର ଅନୁଧ୍ୟାନକାରୀ ଦଳ(ଏସ୍‌ଆଇଟି) ଗଠନ କରି ୪୦ ହଜାର ୯୩୨.୨୪ ଡେସିମିଲ ଜମିର ଚିହ୍ନଟ କରିବାକୁ ସୁପାରିସ କରିଥିଲେ। ଏହାକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୫ଥର ବୈଠକ କରି ସମ୍ପତ୍ତିର ସାବିକ ଓ ହାଲ ରେକର୍ଡ ଅନୁଯାୟୀ ୪୪୨୨୧.୯୬ ଡେସିମିଲ ଜାଗାର ଚିହ୍ନଟ କରିବାକୁ ମୟୂରଭଞ୍ଜ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନେଇ ଅବସରପ୍ରାପ୍ତ ପ୍ରଶାସନିକ ସହାୟକ ଓ ରାଜସ୍ବ ଅଧିକାରୀଙ୍କୁ ନିଯୁକ୍ତି ପୂର୍ବକ ଗାଡ଼ି ପ୍ରଦାନ କରାଗଲେ ସମସ୍ତ ତଥ୍ୟ ସଂଗ୍ରହ କରାଯାଇପାରିବ ବୋଲି ଜିଲାପାଳ ଚିଠି (ନଂ. ୧୦୩୫/୩୧ ଜାନୁୟାରୀ ୨୦୨୩)ରେ ଆଇନ ବିଭାଗକୁ ଜଣାଇଥିଲେ। ତେବେ ବିଭାଗୀୟ ପଦକ୍ଷେପରେ ବିଳମ୍ବତା ଯୋଗୁ ପୁନର୍ବାର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ମ୍ୟୁନିସିପାଲିଟି ଅଧୀନରେ ଥିବା ଦେବୋତ୍ତର ସମ୍ପତ୍ତି ତାଲିକା ପ୍ରସ୍ତୁତ କରି ଦେବୋତ୍ତର ବାରିପଦା ଅଧିକାରୀଙ୍କୁ ଅବଗତ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦେବୋତ୍ତର କମିଶନ ପ୍ରଦାନ କରିଥିବା ଚିଠିକୁ ନେଇ ଆବେଦନକାରୀ ରାଧାଶ୍ୟାମ ମହାପାତ୍ର, ଦେବୋତ୍ତର ବିଭାଗର ଅଧିକାରୀ ତଥା ଉପଜିଲାପାଳ ଈଶ୍ୱର ଚନ୍ଦ୍ର ନାଏକ ଓ ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ରାଖାଲ ଚନ୍ଦ୍ର ପରିଡ଼ାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ଏସ୍‌ଆଇଟି ଗଠନପୂର୍ବକ ପଦକ୍ଷେପ ଗ୍ରହଣ କରି ରିପୋର୍ଟ ପ୍ରଦାନ କରା ନ ଗଲେ ଉଚ୍ଚ ନ୍ୟାୟାଳୟରେ ପୁନର୍ବାର ଅପିଲ କରାଯିବ ବୋଲି ସେବାୟତ ସଂଘର ସଭାପତି କାମେଶ୍ୱର ତ୍ରିପାଠୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?