ଦେବୋତ୍ତର ସମ୍ପତ୍ତି ଆକଳନ କରିବ ଏସ୍‌ଆଇଟି

ବାରିପଦା ଅଫିସ,୨୪ା୪: ବାରିପଦାସ୍ଥିତ ଶ୍ରୀ ଶ୍ରୀ ହରିବଳଦେବଜୀଉ ବିଜେଙ୍କ ସମ୍ପତ୍ତିର ପୁନରୁଦ୍ଧାର ନିମନ୍ତେ ଉଚ୍ଚ ନ୍ୟାୟାଳଙ୍କ ଆଦେଶକୁ ନେଇ ଦେବୋତ୍ତର କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସେବାୟତ ରାଧାଶ୍ୟାମ ମହାପାତ୍ରଙ୍କ ଡବ୍ଳୁପି(ସି) ନଂ. ୩୬୪୮୨/୨୨ ଆବେଦନର ଶୁଣାଣି କରି ଦେବୋତ୍ତର କମିଶନଙ୍କ ପକ୍ଷରୁ ବାରିପଦା ସଦର ଉପଜିଲାପାଳ ତଥା ଦେବୋତ୍ତର ଅଧିକାରୀ ଓ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ଜିଲାସ୍ତରୀୟ ଏକ ସ୍ବତନ୍ତ୍ର ଅନୁଧ୍ୟାନକାରୀ ଦଳ(ଏସ୍‌ଆଇଟି) ଗଠନ କରି ଦେବୋତ୍ତର ଜମିର ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶରେ ଉଲ୍ଲେଖ ରହିଛି।
ସୂଚନା ଅନୁଯାୟୀ, ରାଜରାଜୁଡ଼ା ଅମଳରୁ ନିର୍ମାଣ ହୋଇଥିବା ଜିଲାର ୧୦ଟି ମନ୍ଦିର ଉପଜିଲାପାଳ ଓ ୧୦ଟି ମଠକୁ ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଟ୍ରଷ୍ଟି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ସବୁର ରକ୍ଷଣାବେକ୍ଷଣ ଓ ପୂଜାନୀତି ପାଇଁ ପ୍ରଦତ୍ତ ଜମି ମୟୂରଭଞ୍ଜ ମିଶ୍ରଣ ସମୟରେ ଭୁଲ୍‌ ନିଷ୍ପତ୍ତି ଯୋଗୁ ଲୋକମାନେ ନିଜ ଦଖଲକୁ ନେଇଯାଇଥିଲେ। ତେବେ ଦେବୋତ୍ତର କମିଶନରଙ୍କ ପକ୍ଷରୁ ଟ୍ରିବ୍ୟୁନାଲ ମାଧ୍ୟମରେ ବିଭାଗର ୪୪,୨୨୧.୯୬ ଏକର ଜମି ଥିବା ଜଣାପଡ଼ିଛି। ସେଥିମଧ୍ୟରୁ ସେଟେଲମେଣ୍ଟ ସମୟରେ ହସ୍ତାନ୍ତରୀକରଣ ଜରିଆରେ ୩୭୭୬.୯୭ ଏକର ଜମି ବାରିପଦା ଦେବୋତ୍ତର ବିଭାଗକୁ ଆସିଛି। ଅବଶିଷ୍ଟ ଜମିକୁ ଜବରଦଖଲକାରୀମାନେ ଭୋଗ କରୁଛନ୍ତି। ଏହି ୩ ହଜାର ୭୭୬ ଏକର ଜମିରୁ ୭ଶହ ଏକରରୁ ଊର୍ଦ୍ଧ୍ୱ ଜମିରେ ବିଭିନ୍ନ ସରକାରୀ, ବେସରକାରୀ ଅନୁଷ୍ଠାନ ଓ କାର୍ଯ୍ୟାଳୟ ଆଦି ରହିଛି। ଅନ୍ୟ ଜମଗୁଡ଼ିକରେ ନିର୍ମାଣ ହୋଇଥିବା ବସ୍‌ଷ୍ଟାଣ୍ଡ, ଖେଳପଡ଼ିଆ, ପୋଖରୀ, ବ୍ୟାଙ୍କ, ରାସ୍ତା ଓ ଦୋକାନ ଗୃହ ଦଖଲ ଅବସ୍ଥାରେ ରହିଛି। ୧୯୮୬ ମସିହାରେ ହୋଇଥିବା ସେଟେଲମେଣ୍ଟରେ ବାରିପଦା ଲାଲବଜାର ୟୁନିଟ ୫, ଖାତା ନଂ. ୧୫୦ ଅନୁଯାୟୀ ୧୩୭ଟି ପ୍ଳଟ୍‌ ୨୦୧୩ ମସିହାରେ ବାରିପଦା ପୌରପରିଷଦ ଅଧୀନକୁ ଆସିଥିବା ନେଇ ମହାପାତ୍ର ଅଭିଯୋଗରେ ଦର୍ଶାଇଛନ୍ତି। ତେବେ ଏହାକୁ ନେଇ ଦେବୋତ୍ତର ବିଭାଗର ଅତିରିକ୍ତ କମିଶନର ତଦନ୍ତ କରି ମୁଖ୍ୟ ଶାସନ ସଚିବ ଓ ଆଇନ ବିଭାଗକୁ ଚିଠି (ନଂ. ୮୪୦୨/୨୯ ନଭେମ୍ବର ୨୦୨୧)ରେ ଅବଗତ କରି ସ୍ବତନ୍ତ୍ର ଅନୁଧ୍ୟାନକାରୀ ଦଳ(ଏସ୍‌ଆଇଟି) ଗଠନ କରି ୪୦ ହଜାର ୯୩୨.୨୪ ଡେସିମିଲ ଜମିର ଚିହ୍ନଟ କରିବାକୁ ସୁପାରିସ କରିଥିଲେ। ଏହାକୁ ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୫ଥର ବୈଠକ କରି ସମ୍ପତ୍ତିର ସାବିକ ଓ ହାଲ ରେକର୍ଡ ଅନୁଯାୟୀ ୪୪୨୨୧.୯୬ ଡେସିମିଲ ଜାଗାର ଚିହ୍ନଟ କରିବାକୁ ମୟୂରଭଞ୍ଜ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନେଇ ଅବସରପ୍ରାପ୍ତ ପ୍ରଶାସନିକ ସହାୟକ ଓ ରାଜସ୍ବ ଅଧିକାରୀଙ୍କୁ ନିଯୁକ୍ତି ପୂର୍ବକ ଗାଡ଼ି ପ୍ରଦାନ କରାଗଲେ ସମସ୍ତ ତଥ୍ୟ ସଂଗ୍ରହ କରାଯାଇପାରିବ ବୋଲି ଜିଲାପାଳ ଚିଠି (ନଂ. ୧୦୩୫/୩୧ ଜାନୁୟାରୀ ୨୦୨୩)ରେ ଆଇନ ବିଭାଗକୁ ଜଣାଇଥିଲେ। ତେବେ ବିଭାଗୀୟ ପଦକ୍ଷେପରେ ବିଳମ୍ବତା ଯୋଗୁ ପୁନର୍ବାର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ମ୍ୟୁନିସିପାଲିଟି ଅଧୀନରେ ଥିବା ଦେବୋତ୍ତର ସମ୍ପତ୍ତି ତାଲିକା ପ୍ରସ୍ତୁତ କରି ଦେବୋତ୍ତର ବାରିପଦା ଅଧିକାରୀଙ୍କୁ ଅବଗତ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦେବୋତ୍ତର କମିଶନ ପ୍ରଦାନ କରିଥିବା ଚିଠିକୁ ନେଇ ଆବେଦନକାରୀ ରାଧାଶ୍ୟାମ ମହାପାତ୍ର, ଦେବୋତ୍ତର ବିଭାଗର ଅଧିକାରୀ ତଥା ଉପଜିଲାପାଳ ଈଶ୍ୱର ଚନ୍ଦ୍ର ନାଏକ ଓ ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ରାଖାଲ ଚନ୍ଦ୍ର ପରିଡ଼ାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ଏସ୍‌ଆଇଟି ଗଠନପୂର୍ବକ ପଦକ୍ଷେପ ଗ୍ରହଣ କରି ରିପୋର୍ଟ ପ୍ରଦାନ କରା ନ ଗଲେ ଉଚ୍ଚ ନ୍ୟାୟାଳୟରେ ପୁନର୍ବାର ଅପିଲ କରାଯିବ ବୋଲି ସେବାୟତ ସଂଘର ସଭାପତି କାମେଶ୍ୱର ତ୍ରିପାଠୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାୟଗଡ଼ାରେ ବଲାଙ୍ଗୀର ପୋଲିସର ଚଢ଼ାଉ: ବିପୁଳ ସୁନା-ରୂପା ଅଳଙ୍କାର ଜବତ, ୨ ସନ୍ଦିଗ୍ଧ…

କଲ୍ୟାଣସିଂହପୁର, ୨୬।୮ (ଦୀପକ କୁମାର ପରିଡା): ରାୟଗଡ଼ା ଜିଲାରେ ବଲାଙ୍ଗୀର ଜିଲା ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଚୋରି ସୁନା ଓ ରୂପା ଅଳଙ୍କାର ଜବତ…

ପିଉସାଙ୍କୁ ହତ୍ୟା କରି ପୋଡ଼ି ଦେବା ଘଟଣା: ୨ ମହିଳା ଗିରଫ, ମୋଟ ଗିରଫ ସଂଖ୍ୟା…

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିକନବାଡ଼ି ଗ୍ରାମରେ ଜମି ବିବାଦ ଓ ଗୁଣିଗାରେଡ଼ି ସନ୍ଦେହକୁ ନେଇ ମିଶ୍ର ପ୍ରଧାନଙ୍କୁ ନିର୍ମମ…

ଟ୍ରାକ୍ଟର ଭଡ଼ା ଟଙ୍କାକୁ ନେଇ ଆକ୍ରମଣ-ପ୍ରତିଆକ୍ରମଣ: ୨ ଗିରଫ, ନୋଟିସ ଦେଇ ଛାଡ଼ିଲା…

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପୋଡ଼ାଖାଲ ଗ୍ରାମ ନିକଟରେ ଟ୍ରାକ୍ଟର ଭଡ଼ା ଟଙ୍କାକୁ ନେଇ ଆକ୍ରମଣ ଓ ପ୍ରତିଆକ୍ରମଣ…

ମା’ ଚାମୁଣ୍ଡେଶ୍ୱରୀ ମନ୍ଦିରର ହେବ ସାମଗ୍ରିକ ବିକାଶ: ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୃହୀତ

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କେରାଣ୍ଡିମାଳ ପର୍ବତମାଳାସ୍ଥିତ ଚାଙ୍ଗୁଡ଼ିଦେଇ ପର୍ବତ ଶିଖରରେ ବିରାଜମାନ ମା’ ଚାମୁଣ୍ଡେଶ୍ୱରୀ ମନ୍ଦିର ଉନ୍ନୟନ…

ଫାଷ୍ଟଫୁଡ୍ ଦୋକାନ ଆଢୁଆଳରେ ଚାଲିଥିଲା ବେଆଇନ ମଦ କାରବାର: ଅବକାରୀ ଟିମ୍‌ର ଅତର୍କିତ ଚଢ଼ାଉ, ଧରାପଡ଼ିଲେ…

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଢେପାପେଣ୍ଠ ଗ୍ରାମରେ ଏକ ଫାଷ୍ଟଫୁଡ୍ ଦୋକାନରୁ ବେଆଇନ ବିଦେଶୀ ମଦ ଜବତ ହୋଇଛି। ବ୍ରହ୍ମପୁର…

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଡେରା ପକାଇଥିଲେ ବଣୁଆ ହାତୀ, ଗାଧୋଇବାକୁ ଯିବା ବେଳେ ହାବୁଡ଼ରେ ପଡ଼ିଗଲେ ଯୁବକ; ଶୁଣ୍ଢରେ କଚାଡ଼ି…

ପାଟଣା/ଢେଙ୍କିକୋଟ,୨୬।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଧୋବାପିଟଣା ଗ୍ରାମର ଜଣେ ୪୨ ବର୍ଷିୟ ଯୁବକଙ୍କୁ ବୁଧବାର ଅପରାହ୍ନରେ ଏକ ମାଇ ହାତୀ ଶୁଣ୍ଢରେ କଚାଡ଼ି…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri