ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳ ଉଠିଲା

ସମ୍ବଲପୁର,୨୪ା୪(ବ୍ୟୁରୋ): ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ତଥା ଦେବଦମ୍ପତି (ଶିବପାର୍ବତୀ)ଙ୍କ ବିବାହ କାର୍ଯ୍ୟ ପାଇଁ ରବିବାର ବିଭିନ୍ନ ଶିବାଳୟରେ ଥାଳଉଠା ନୀତି ସମ୍ପନ୍ନ ହୋଇଛି। ମାତା ପାର୍ବତୀଙ୍କୁ କନ୍ୟାରୂପେ ପାଇବା ପରେ ଶୌଭାଗ୍ୟପ୍ରାପ୍ତି ହୋଇଥିବା ଦମ୍ପତି ଓ ପରିବାର ବର୍ଗ ବେଶ୍‌ ଉତ୍ସାହିତ ହୋଇଛନ୍ତି। ଏପରି କି ବିବାହ କାର୍ଯ୍ୟ ପାଇଁ ପ୍ରକ୍ର୍ରିୟା ଆରମ୍ଭ କରିଦେଇଛନ୍ତି। ବିଭିନ୍ନ ମନ୍ଦିର କମିଟି ପକ୍ଷରୁ ରୁପା, ତମ୍ବା, ପିତଳ ଥାଳିରେ ବେଲପତ୍ର, ପଦ୍ମଫୁଲ ଓ ପ୍ରସାଦ ସହ ପୂଜାଥାଳି ପ୍ରସ୍ତୁତ ହୋଇଥିଲା। ପୂଜା ସମ୍ପନ୍ନ ହେବା ପରେ ପୂଜକ ଓ କମିଟି ସଦସ୍ୟମାନେ କନ୍ୟା ମାତାପିତାଙ୍କୁ ଥାଳ ପ୍ରଦାନ କରିଥିଲେ।

ଝାଡୁଆପଡ଼ା ଲୋକନାଥ ବାବା
ଝାଡୁଆପଡ଼ାର ଲୋକନାଥ ବାବାଙ୍କ ପ୍ରଥମେ ଜଳସେଇ ହୋଇଥିଲା। ଅପରାହ୍ନ ୪ଟାରେ ପରମ୍ପରା ଅନୁଯାୟୀ ଏ ବର୍ଷର କନ୍ୟା ମାତାପିତା ଚୟନ ହୋଇଥିଲେ। ଚଳିତ ବର୍ଷର କନ୍ୟା ପିତାମାତା ଭାବେ ଡା. ଗିରିଶଚନ୍ଦ୍ର ବେହେରା ସହଧର୍ମିଣୀ ଡା. ରେଣୁକା ଶୌଭାଗ୍ୟ ପାଇଛନ୍ତି। ଶୀତଳଷଷ୍ଠୀ ଯାତ୍ରା ପୂଜକ ମହେନ୍ଦ୍ର ପୂଜାରୀ, ମନ୍ଦିର ପୂଜକ ରାମନାଥ ମହାପାତ୍ରଙ୍କ ସମେତ କମିଟି ସଦସ୍ୟ ସରୋଜ ଦଳପତ, ସୁଶାନ୍ତ ପୁରୋହିତ, ପାର୍ଥ ସାରଥି ମିଶ୍ର, ମନୋଜ ମିଶ୍ର, ଶ୍ରୀମନ୍ତ ମିଶ୍ର, ସଞ୍ଜୟ ମିଶ୍ର, ଶୁଭେନ୍ଦ୍ର ପଣ୍ଡା, ପ୍ରାଣରଞ୍ଜନ ପଣ୍ଡା, ସଞ୍ଜୀବ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ା

ବମ୍‌ବରାଡ଼ ବାଲୁଙ୍କେଶ୍ୱର ବାବା
ନନ୍ଦପଡା ବମ୍‌ବରାଡ ବାଲୁଙ୍କେଶ୍ୱର ବାବାଙ୍କ ମାତାପିତା ଭାବେ ବୁଢାରଜା ନିବାସୀ ରାଜେନ୍ଦ୍ର ନନ୍ଦ ସହଧର୍ମିଣୀ ସୁଲୋଚନାଙ୍କୁ ଶୌଭାଗ୍ୟ ମିଳିଛି। ମନ୍ଦିର ପୂଜକ ଲକ୍ଷପତି ମହାପାତ୍ର, ବିବାହ ପୂଜକ ଶଶାଙ୍କ ମିଶ୍ର ସ୍ବତନ୍ତ୍ର ପୂଜା କରିଥିଲେ। ଆୟୋଜକ ଶୀତଳଷଷ୍ଠୀ ଯାତ୍ରା କମିଟିର ସୁରେଶ୍ୱର ମିଶ୍ର, ପ୍ରଶାନ୍ତ ବରେଇ, ଅମୂଲ୍ୟ ମିଶ୍ର, ଗୋଲକ ବିହାରୀ ମିଶ୍ର, ସନ୍ତୋଷ ମିଶ୍ର, ଚକ୍ରଧର ମିଶ୍ର, ସୁବାସ ନନ୍ଦ, ନିଗମାନନ୍ଦ ମିଶ୍ର, ବେଣୁଧର ଦାସ, ଦୁର୍ଗାମାଧବ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ବାଲିବନ୍ଧା ସୋମନାଥ ବାବା
ସୋମନାଥ ବାବାଙ୍କ ପୂଜାର୍ଚ୍ଚନା ପରେ ସନ୍ଧ୍ୟା ୬ଟାରେ ଥାଳଉଠା ହୋଇଥିଲା। ଚଳିତ ବର୍ଷ କନ୍ୟା ପିତାମାତା ଭାବେ ଗ୍ରୀନପାର୍କ ନିବାସୀ ହରିହର ମିଶ୍ର ସହଧର୍ମିଣୀ ସୁଜାତା ଶୌଭାଗ୍ୟ ପାଇଛନ୍ତ। ମନ୍ଦିର ପୂଜକ ମନବୋଧ ପାଢୀ ଓ କୈଳାଶ ପୂଜାରୀ ପୂଜା କାର୍ଯ୍ୟ ସମ୍ପାଦନା କରିଥିଲେ ା ପରିଚାଳନା ବୋର୍ଡ ସଭାପତି ଡ. ବିଜୟ ପ୍ରଧାନ, ସଭ୍ୟ ସତ୍ୟ ପ୍ରକାଶ କର୍ଣ୍ଣ, ପ୍ରଦୀପ କୁମାର ପ୍ରଧାନ, ଶିବନାରାୟଣ ପାଣିଗ୍ରାହୀ, ପ୍ରଶାନ୍ତ କୁମାର ପ୍ରଧାନ, ଲୋକନାଥ ପାଣ୍ଡେ ଉପସ୍ଥିତ ରହିଥିଲେ।

ମୁଦିପଡା ଜାଗେଶ୍ୱର ବାବା
ମୁଦିପଡା ଜାଗେଶ୍ୱର ବାବାଙ୍କ ଥାଳଉଠା ନୀତି ସନ୍ଧ୍ୟା ୭ଟାରେ ଶେଷ ହୋଇଥିଲା। କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଜାଗେଶ୍ୱର ବାବାଙ୍କ ମନ୍ଦିର ପ୍ରାଙ୍ଗଣରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିବାବେଳେ ଗୋବିନ୍ଦ ପଣ୍ଡା ସହଯୋଗ କରିଥିଲେ । ମନୋନୀତ କନ୍ୟା ମାତାପିତା ଭିଏସ୍‌ଏସ୍‌ ମାର୍ଗର ଏସ୍‌ ମନୋଜ କୁମାର ସହଧର୍ମିଣୀ ଏସ୍‌ ନର୍ମଦାଙ୍କୁ ଶୌଭାଗ୍ୟ ମିଳିଛି। ଯାତ୍ରା କମିଟିର ସୁନୀଲ ଦାଶ, ଜଗଦୀଶ ପଣ୍ଡା, ଗତିକୃଷ୍ଣ ଷଡଙ୍ଗୀ, ଈଶ୍ୱର ନନ୍ଦ, ବିନୋଦ ପଣ୍ଡା, ଲକ୍ଷ୍ମୀନାରାୟଣ ପଟେଲ, ସୁଧିର ପଣ୍ଡା, ଦୁର୍ଗା ପଟ୍ଟନାୟକ, ଜିତୁ କର୍ଣ୍ଣ, ହିମାଂଶୁ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

ବଡବଜାର ଶୀତଳେଶ୍ୱର ମନ୍ଦିର
ପଣ୍ଡିତ ଯୋଗେଶ୍ୱର ନନ୍ଦ ବଡବଜାର ଶୀତଳେଶ୍ୱର ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିଲେ। ଏହାପରେ କନ୍ୟା ପିତାମାତା ବଡବଜାର ଅମିରିପଡାର କିଶୋର ପ୍ରଧାନ ସହଧର୍ମିଣୀ ରିଙ୍କି ଥାଳ ଗ୍ରହଣ କରିଥିଲେ। ମନ୍ଦିର ପୂଜକ ସଞ୍ଜୟ ବଡମାଳି ଓ ଯାତ୍ରା କମିଟି କର୍ମକର୍ତ୍ତା ଥାଳ ନେଇ ବଜାର ପରିକ୍ରମା କରିଥିଲେ। ଯାତ୍ରା କମିଟିର ସୁରେନ୍ଦ୍ର ମହାନ୍ତି, ସରୋଜ କୁମାର ସାହୁ, ପଞ୍ଚାନନ ତ୍ରିପାଠୀ, ମଣ୍ଟୁ ସାହୁ, କିଶୋର ମେହେର, ଭାବେଶ ଚାନ୍ଦ, ସଞ୍ଜିବ ନନ୍ଦ, ସଞ୍ଜୟ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

ଠାକୁରପଡ଼ା
ପଣ୍ଡିତ ଆଶୁତୋଷ ପୁରୋହିତ ପୂଜାର୍ଚ୍ଚନା ଓ ହୋମଯଜ୍ଞ କରିବା ପରେ ଥାଳ ଉଠିଥିଲା। ମନ୍ଦିର ପୂଜକ ଲୋକନାଥ ମହାପାତ୍ର କାର୍ଯ୍ୟ ସମ୍ପାଦନା କରିଥିଲେ। କନ୍ୟା ମାତା ସନ୍ତୋଷିନୀ ଓ କନ୍ୟାପିତା ସୁବାସ ଚନ୍ଦ୍ର ଦେହୁରି ବର ମାତା ପୁଷ୍ପା ଓ ବରପିତା ଶିବପ୍ରସାଦ ଦୋରାଙ୍କଠାରୁ ଥାଳ ଗ୍ରହଣ କରିଥିଲେ। ଭିମଭୋଇ ନଗର ନିବାସୀ ପିଙ୍କି ମିଶ୍ର ଓ ରାଧେଶ୍ୟାମ କନ୍ୟାପିତା ମାତା ହେବାର ଶୌଭାଗ୍ୟ ପାଇଛନ୍ତି। ଯାତ୍ରା କମିଟିର ଶିବ ପ୍ରଧାନ, କାଳିଆ ଦୋରା, ଧମେନ୍ଦ୍ର ସିଂ ପ୍ରମୁଖ ଉପସ୍ଥିତ ଥିଲେ।

ବୁଢାରଜା
ମନ୍ଦିର ପୂଜକ ରାଜା ସିଂ, ପଣ୍ଡିତ ରାକେଶ ପଣ୍ଡା ପୂଜାର୍ଚ୍ଚନା କରିବା ପରେ ଥାଳ ଉଠିଥିଲା। କନ୍ୟାମାତା ପିତା ଭିମଭୋଇ ପାର୍କ ଶଙ୍କରନଗରର ଜୟକୃଷ୍ଣ ନାଏକ ସହ ଧର୍ମିଣୀ ଜ୍ୟୋତିର୍ମୟୀଙ୍କୁ ଶୌଭାଗ୍ୟ ମିଳିଛି। ଯାତ୍ରା କମିଟି ସଭାପତି ରାଜେଶ ସିଂ, ଉପସଭାତି ସନତ ନାଥ, ସାଧାରଣ ସମ୍ପାଦକ ସୁଶାନ୍ତ ଡନସେନା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଆଉ ନାହାନ୍ତି ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ. ଗୋପବନ୍ଧୁ ବେହେରା: କଳାହାଣ୍ଡିରେ ଶୋକର ଛାୟା

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଜଣେ ଅଗ୍ରଣୀ ଶିକ୍ଷାବିତ୍, ଆଦର୍ଶ ମାର୍ଗଦର୍ଶକ ତଥା ବିଶିଷ୍ଟ ରସାୟନ ବିଜ୍ଞାନ ପ୍ରଫେସର ଡକ୍ଟର ଗୋପବନ୍ଧୁ ବେହେରାଙ୍କର ୮୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?