ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳ ଉଠିଲା

ସମ୍ବଲପୁର,୨୪ା୪(ବ୍ୟୁରୋ): ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ତଥା ଦେବଦମ୍ପତି (ଶିବପାର୍ବତୀ)ଙ୍କ ବିବାହ କାର୍ଯ୍ୟ ପାଇଁ ରବିବାର ବିଭିନ୍ନ ଶିବାଳୟରେ ଥାଳଉଠା ନୀତି ସମ୍ପନ୍ନ ହୋଇଛି। ମାତା ପାର୍ବତୀଙ୍କୁ କନ୍ୟାରୂପେ ପାଇବା ପରେ ଶୌଭାଗ୍ୟପ୍ରାପ୍ତି ହୋଇଥିବା ଦମ୍ପତି ଓ ପରିବାର ବର୍ଗ ବେଶ୍‌ ଉତ୍ସାହିତ ହୋଇଛନ୍ତି। ଏପରି କି ବିବାହ କାର୍ଯ୍ୟ ପାଇଁ ପ୍ରକ୍ର୍ରିୟା ଆରମ୍ଭ କରିଦେଇଛନ୍ତି। ବିଭିନ୍ନ ମନ୍ଦିର କମିଟି ପକ୍ଷରୁ ରୁପା, ତମ୍ବା, ପିତଳ ଥାଳିରେ ବେଲପତ୍ର, ପଦ୍ମଫୁଲ ଓ ପ୍ରସାଦ ସହ ପୂଜାଥାଳି ପ୍ରସ୍ତୁତ ହୋଇଥିଲା। ପୂଜା ସମ୍ପନ୍ନ ହେବା ପରେ ପୂଜକ ଓ କମିଟି ସଦସ୍ୟମାନେ କନ୍ୟା ମାତାପିତାଙ୍କୁ ଥାଳ ପ୍ରଦାନ କରିଥିଲେ।

ଝାଡୁଆପଡ଼ା ଲୋକନାଥ ବାବା
ଝାଡୁଆପଡ଼ାର ଲୋକନାଥ ବାବାଙ୍କ ପ୍ରଥମେ ଜଳସେଇ ହୋଇଥିଲା। ଅପରାହ୍ନ ୪ଟାରେ ପରମ୍ପରା ଅନୁଯାୟୀ ଏ ବର୍ଷର କନ୍ୟା ମାତାପିତା ଚୟନ ହୋଇଥିଲେ। ଚଳିତ ବର୍ଷର କନ୍ୟା ପିତାମାତା ଭାବେ ଡା. ଗିରିଶଚନ୍ଦ୍ର ବେହେରା ସହଧର୍ମିଣୀ ଡା. ରେଣୁକା ଶୌଭାଗ୍ୟ ପାଇଛନ୍ତି। ଶୀତଳଷଷ୍ଠୀ ଯାତ୍ରା ପୂଜକ ମହେନ୍ଦ୍ର ପୂଜାରୀ, ମନ୍ଦିର ପୂଜକ ରାମନାଥ ମହାପାତ୍ରଙ୍କ ସମେତ କମିଟି ସଦସ୍ୟ ସରୋଜ ଦଳପତ, ସୁଶାନ୍ତ ପୁରୋହିତ, ପାର୍ଥ ସାରଥି ମିଶ୍ର, ମନୋଜ ମିଶ୍ର, ଶ୍ରୀମନ୍ତ ମିଶ୍ର, ସଞ୍ଜୟ ମିଶ୍ର, ଶୁଭେନ୍ଦ୍ର ପଣ୍ଡା, ପ୍ରାଣରଞ୍ଜନ ପଣ୍ଡା, ସଞ୍ଜୀବ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ା

ବମ୍‌ବରାଡ଼ ବାଲୁଙ୍କେଶ୍ୱର ବାବା
ନନ୍ଦପଡା ବମ୍‌ବରାଡ ବାଲୁଙ୍କେଶ୍ୱର ବାବାଙ୍କ ମାତାପିତା ଭାବେ ବୁଢାରଜା ନିବାସୀ ରାଜେନ୍ଦ୍ର ନନ୍ଦ ସହଧର୍ମିଣୀ ସୁଲୋଚନାଙ୍କୁ ଶୌଭାଗ୍ୟ ମିଳିଛି। ମନ୍ଦିର ପୂଜକ ଲକ୍ଷପତି ମହାପାତ୍ର, ବିବାହ ପୂଜକ ଶଶାଙ୍କ ମିଶ୍ର ସ୍ବତନ୍ତ୍ର ପୂଜା କରିଥିଲେ। ଆୟୋଜକ ଶୀତଳଷଷ୍ଠୀ ଯାତ୍ରା କମିଟିର ସୁରେଶ୍ୱର ମିଶ୍ର, ପ୍ରଶାନ୍ତ ବରେଇ, ଅମୂଲ୍ୟ ମିଶ୍ର, ଗୋଲକ ବିହାରୀ ମିଶ୍ର, ସନ୍ତୋଷ ମିଶ୍ର, ଚକ୍ରଧର ମିଶ୍ର, ସୁବାସ ନନ୍ଦ, ନିଗମାନନ୍ଦ ମିଶ୍ର, ବେଣୁଧର ଦାସ, ଦୁର୍ଗାମାଧବ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ବାଲିବନ୍ଧା ସୋମନାଥ ବାବା
ସୋମନାଥ ବାବାଙ୍କ ପୂଜାର୍ଚ୍ଚନା ପରେ ସନ୍ଧ୍ୟା ୬ଟାରେ ଥାଳଉଠା ହୋଇଥିଲା। ଚଳିତ ବର୍ଷ କନ୍ୟା ପିତାମାତା ଭାବେ ଗ୍ରୀନପାର୍କ ନିବାସୀ ହରିହର ମିଶ୍ର ସହଧର୍ମିଣୀ ସୁଜାତା ଶୌଭାଗ୍ୟ ପାଇଛନ୍ତ। ମନ୍ଦିର ପୂଜକ ମନବୋଧ ପାଢୀ ଓ କୈଳାଶ ପୂଜାରୀ ପୂଜା କାର୍ଯ୍ୟ ସମ୍ପାଦନା କରିଥିଲେ ା ପରିଚାଳନା ବୋର୍ଡ ସଭାପତି ଡ. ବିଜୟ ପ୍ରଧାନ, ସଭ୍ୟ ସତ୍ୟ ପ୍ରକାଶ କର୍ଣ୍ଣ, ପ୍ରଦୀପ କୁମାର ପ୍ରଧାନ, ଶିବନାରାୟଣ ପାଣିଗ୍ରାହୀ, ପ୍ରଶାନ୍ତ କୁମାର ପ୍ରଧାନ, ଲୋକନାଥ ପାଣ୍ଡେ ଉପସ୍ଥିତ ରହିଥିଲେ।

ମୁଦିପଡା ଜାଗେଶ୍ୱର ବାବା
ମୁଦିପଡା ଜାଗେଶ୍ୱର ବାବାଙ୍କ ଥାଳଉଠା ନୀତି ସନ୍ଧ୍ୟା ୭ଟାରେ ଶେଷ ହୋଇଥିଲା। କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଜାଗେଶ୍ୱର ବାବାଙ୍କ ମନ୍ଦିର ପ୍ରାଙ୍ଗଣରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିବାବେଳେ ଗୋବିନ୍ଦ ପଣ୍ଡା ସହଯୋଗ କରିଥିଲେ । ମନୋନୀତ କନ୍ୟା ମାତାପିତା ଭିଏସ୍‌ଏସ୍‌ ମାର୍ଗର ଏସ୍‌ ମନୋଜ କୁମାର ସହଧର୍ମିଣୀ ଏସ୍‌ ନର୍ମଦାଙ୍କୁ ଶୌଭାଗ୍ୟ ମିଳିଛି। ଯାତ୍ରା କମିଟିର ସୁନୀଲ ଦାଶ, ଜଗଦୀଶ ପଣ୍ଡା, ଗତିକୃଷ୍ଣ ଷଡଙ୍ଗୀ, ଈଶ୍ୱର ନନ୍ଦ, ବିନୋଦ ପଣ୍ଡା, ଲକ୍ଷ୍ମୀନାରାୟଣ ପଟେଲ, ସୁଧିର ପଣ୍ଡା, ଦୁର୍ଗା ପଟ୍ଟନାୟକ, ଜିତୁ କର୍ଣ୍ଣ, ହିମାଂଶୁ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

ବଡବଜାର ଶୀତଳେଶ୍ୱର ମନ୍ଦିର
ପଣ୍ଡିତ ଯୋଗେଶ୍ୱର ନନ୍ଦ ବଡବଜାର ଶୀତଳେଶ୍ୱର ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିଲେ। ଏହାପରେ କନ୍ୟା ପିତାମାତା ବଡବଜାର ଅମିରିପଡାର କିଶୋର ପ୍ରଧାନ ସହଧର୍ମିଣୀ ରିଙ୍କି ଥାଳ ଗ୍ରହଣ କରିଥିଲେ। ମନ୍ଦିର ପୂଜକ ସଞ୍ଜୟ ବଡମାଳି ଓ ଯାତ୍ରା କମିଟି କର୍ମକର୍ତ୍ତା ଥାଳ ନେଇ ବଜାର ପରିକ୍ରମା କରିଥିଲେ। ଯାତ୍ରା କମିଟିର ସୁରେନ୍ଦ୍ର ମହାନ୍ତି, ସରୋଜ କୁମାର ସାହୁ, ପଞ୍ଚାନନ ତ୍ରିପାଠୀ, ମଣ୍ଟୁ ସାହୁ, କିଶୋର ମେହେର, ଭାବେଶ ଚାନ୍ଦ, ସଞ୍ଜିବ ନନ୍ଦ, ସଞ୍ଜୟ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

ଠାକୁରପଡ଼ା
ପଣ୍ଡିତ ଆଶୁତୋଷ ପୁରୋହିତ ପୂଜାର୍ଚ୍ଚନା ଓ ହୋମଯଜ୍ଞ କରିବା ପରେ ଥାଳ ଉଠିଥିଲା। ମନ୍ଦିର ପୂଜକ ଲୋକନାଥ ମହାପାତ୍ର କାର୍ଯ୍ୟ ସମ୍ପାଦନା କରିଥିଲେ। କନ୍ୟା ମାତା ସନ୍ତୋଷିନୀ ଓ କନ୍ୟାପିତା ସୁବାସ ଚନ୍ଦ୍ର ଦେହୁରି ବର ମାତା ପୁଷ୍ପା ଓ ବରପିତା ଶିବପ୍ରସାଦ ଦୋରାଙ୍କଠାରୁ ଥାଳ ଗ୍ରହଣ କରିଥିଲେ। ଭିମଭୋଇ ନଗର ନିବାସୀ ପିଙ୍କି ମିଶ୍ର ଓ ରାଧେଶ୍ୟାମ କନ୍ୟାପିତା ମାତା ହେବାର ଶୌଭାଗ୍ୟ ପାଇଛନ୍ତି। ଯାତ୍ରା କମିଟିର ଶିବ ପ୍ରଧାନ, କାଳିଆ ଦୋରା, ଧମେନ୍ଦ୍ର ସିଂ ପ୍ରମୁଖ ଉପସ୍ଥିତ ଥିଲେ।

ବୁଢାରଜା
ମନ୍ଦିର ପୂଜକ ରାଜା ସିଂ, ପଣ୍ଡିତ ରାକେଶ ପଣ୍ଡା ପୂଜାର୍ଚ୍ଚନା କରିବା ପରେ ଥାଳ ଉଠିଥିଲା। କନ୍ୟାମାତା ପିତା ଭିମଭୋଇ ପାର୍କ ଶଙ୍କରନଗରର ଜୟକୃଷ୍ଣ ନାଏକ ସହ ଧର୍ମିଣୀ ଜ୍ୟୋତିର୍ମୟୀଙ୍କୁ ଶୌଭାଗ୍ୟ ମିଳିଛି। ଯାତ୍ରା କମିଟି ସଭାପତି ରାଜେଶ ସିଂ, ଉପସଭାତି ସନତ ନାଥ, ସାଧାରଣ ସମ୍ପାଦକ ସୁଶାନ୍ତ ଡନସେନା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri