ତଦାରଖ ଅଭାବରୁ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ

ରାଇଘର, ୨୪।୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଖୋଲାଖୋଲିଭାବେ ମେସିନ ଦ୍ୱାରା କାର୍ଯ୍ୟ କରାଯାଉଛି। ଗତ ଆର୍ଥିକ ବର୍ଷରେ ବ୍ଲକର ୨୬ ପଞ୍ଚାୟତରେ ଏହି ଯୋଜନାରେ ମେଶିନ୍‌ ଦ୍ବାରା କାର୍ଯ୍ୟ କରାଯାଇ ଶ୍ରମିକଙ୍କୁ କାମ ଦିଆଯାଇଥିବା ଦର୍ଶାଇ କୋଟି କୋଟି ଟଙ୍କା ଉଠାଣ ହୋଇଥିବା ଅଭିଯୋଗ ହୋଇଥିଲା। ବର୍ତ୍ତମାନ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୁଣ୍ଡିବେଡ଼ା ପଞ୍ଚାୟତ ଖିଡିଙ୍ଗିମାଲ ଗ୍ରାମରେ।
ରାଇଘର ବ୍ଲକ ମୁଣ୍ଡିବେଡ଼ା ପଞ୍ଚାୟତ ଅଧୀନ ଖିଡିଙ୍ଗିମାଲ୍‌ ଗ୍ରାମରେ ଏକ ନୂତନ ପୋଖରୀଖୋଳା କାମ ଆରମ୍ଭ ହୋଇଛି। ସୂଚନା ଫଳକରେ ଉକ୍ତ କାର୍ଯ୍ୟର କୋଡ୍‌ ନମ୍ବର କିମ୍ବା କାର୍ଯ୍ୟ ଆରମ୍ଭ ସମ୍ପର୍କରେ ଉଲ୍ଲେଖ ନାହିଁ। ସେଥିରେ କେବଳ ଅମୃତ ସରୋବର ନାମରେ ଏହି ପୋଖରୀ କାର୍ଯ୍ୟ ହେଉଥିବା ଲେଖାରହିଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୨୯ ଲକ୍ଷ ଓ ସିଏଫ୍‌ସି ଯୋଜନାରେ ୨ଲକ୍ଷ ଟଙ୍କାର ପ୍ରକଳ୍ପ ହୋଇଥିବାବେଳେ ଆରମ୍ଭରୁ ମେଶିନ୍‌ ବ୍ୟବହାର କରି ଅର୍ଥ ହରିଲୁଟ୍‌ କରାଯାଉଥିବା ଅଭିଯୋଗ ହୋଇଛି। ଗୋଟିଏପଟେ ସୂଚନା ଫଳକରେ କୋଡ୍‌ ନମ୍ବର ଉଲ୍ଲେଖ ନ କରିବା ସହ ଶ୍ରମିକ ବଦଳରେ ମେଶିନ ଲଗାଇ ଅର୍ଥଉଠାଣ ହୋଇଥିବା ଜଣାପଡିଛି। ମୁଣ୍ଡିବେଡ଼ା ପଞ୍ଚାୟତରେ ମୋଟ ୨ଟି ଅମୃତ ସରୋବର ପୋଖରୀ ନିମନ୍ତେ ଫାଇଲ୍‌ ଖୋଲାଯାଇଛି। ଏଥିପାଇଁ ୬୨ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି। ଯୋଜନା ନିୟମାନୁଯାୟୀ ଏଥିରେ ଅଣକୁଶଳୀ କାର୍ଯ୍ୟ କରିବାକୁ ଇଚ୍ଛୁକ ଥିବା ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ୧୦୦ଦିନ ନିଶ୍ଚିତ କାମ ମିଳିବା କଥା। ପଞ୍ଚାୟତରେ ଲିଖିତଭାବେ ଆବେଦନ କରିବାର ୧୫ଦିନ ମଧ୍ୟରେ ଘରଠାରୁ ୫କିମି ଦୂରତା ମଧ୍ୟରେ କାମ ଯୋଗାଇ ଦିଆଯାଏ। କିନ୍ତୁ ଏଠାରେ ଶ୍ରମିକ ବଦଳରେ ମେଶିନ ବ୍ୟବହାର କରାଯାଉଅଛି। ବର୍ତ୍ତମାନ ସୁଦ୍ଧା ମୁଣ୍ଡିବେଡ଼ା ପଞ୍ଚାୟତର ଏହି ୨ ପ୍ରକଳ୍ପରେ ୯ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ଶ୍ରମିକଙ୍କୁ ଦିଆଯାଇଥିବା ଦର୍ଶାଇ ହରିଲୁଟ କରାଯାଇଥିବା ଅଭିଯୋଗ ହେଉଛି। ଲୋକେ ଏହାର ତଦନ୍ତ ଦାବି କରିଛନ୍ତି। ମେଶିନ୍‌ ଦ୍ୱାରା କାର୍ଯ୍ୟ କରି ଶ୍ରମିକଙ୍କୁ ଅର୍ଥ ଲୋଭ ଦେଖାଇ ତାଙ୍କ ଖାତାରେ ଟଙ୍କା ଜମା କରି ଉଠାଯାଉଥିବାବେଳେ କେତେକ ସ୍ଥାନରେ ଅଳ୍ପ କାର୍ଯ୍ୟ କରି ଅଧିକ ଅର୍ଥ ଉଠାଯାଉଥିବା ଅଭିଯୋଗ କରାଯାଇଛି। ଏ ନେଇ ଜଣାଇବା ସତ୍ତ୍ୱେ ତଦନ୍ତ ହେଉ ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ରାଇଘର ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ମହାଦୁର୍ନୀତି ହୋଇଛି। ଏହାର ଭିଜିଲାନ୍ସ ତଦନ୍ତ ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ରାଇଘର ବ୍ଲକରେ ଲୋକଙ୍କୁ କାର୍ଯ୍ୟ ମିଳୁ ନ ଥିବାରୁ ଅଞ୍ଚଳବାସୀ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। ଅପହଞ୍ଚ ଇଲାକାରେ ଲଗାତାର ଭାବେ ଯେଉଁ ଭଳି ଉନ୍ନୟନ କାର୍ଯ୍ୟରେ ଦୁର୍ନୀତି ହେଉଛି ଜିଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି। ତଦାରଖ ଅଭାବ ନା ଟାର୍ଗେଟ ନାମରେ ଏଭଳି କାର୍ଯ୍ୟ ହେଉଛି ଏହାକୁ ନେଇ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି। ଏ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ୫-ଟି ବିଦ୍ୟାଳୟ କାର୍ଯ୍ୟ ନିମନ୍ତେ ବ୍ୟସ୍ତ ରହିଥିବା ଯୋଗୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ ତଦାରଖ ହୋଇପାରି ନାହିଁ। ଅଭିଯୋଗକୁ କିନ୍ତୁ ଗୁରୁତ୍ୱ ଦେଇ ସ୍ବତନ୍ତ୍ର ଭାବେ ତଦନ୍ତ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?