ତଦାରଖ ଅଭାବରୁ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ

ରାଇଘର, ୨୪।୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଖୋଲାଖୋଲିଭାବେ ମେସିନ ଦ୍ୱାରା କାର୍ଯ୍ୟ କରାଯାଉଛି। ଗତ ଆର୍ଥିକ ବର୍ଷରେ ବ୍ଲକର ୨୬ ପଞ୍ଚାୟତରେ ଏହି ଯୋଜନାରେ ମେଶିନ୍‌ ଦ୍ବାରା କାର୍ଯ୍ୟ କରାଯାଇ ଶ୍ରମିକଙ୍କୁ କାମ ଦିଆଯାଇଥିବା ଦର୍ଶାଇ କୋଟି କୋଟି ଟଙ୍କା ଉଠାଣ ହୋଇଥିବା ଅଭିଯୋଗ ହୋଇଥିଲା। ବର୍ତ୍ତମାନ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୁଣ୍ଡିବେଡ଼ା ପଞ୍ଚାୟତ ଖିଡିଙ୍ଗିମାଲ ଗ୍ରାମରେ।
ରାଇଘର ବ୍ଲକ ମୁଣ୍ଡିବେଡ଼ା ପଞ୍ଚାୟତ ଅଧୀନ ଖିଡିଙ୍ଗିମାଲ୍‌ ଗ୍ରାମରେ ଏକ ନୂତନ ପୋଖରୀଖୋଳା କାମ ଆରମ୍ଭ ହୋଇଛି। ସୂଚନା ଫଳକରେ ଉକ୍ତ କାର୍ଯ୍ୟର କୋଡ୍‌ ନମ୍ବର କିମ୍ବା କାର୍ଯ୍ୟ ଆରମ୍ଭ ସମ୍ପର୍କରେ ଉଲ୍ଲେଖ ନାହିଁ। ସେଥିରେ କେବଳ ଅମୃତ ସରୋବର ନାମରେ ଏହି ପୋଖରୀ କାର୍ଯ୍ୟ ହେଉଥିବା ଲେଖାରହିଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୨୯ ଲକ୍ଷ ଓ ସିଏଫ୍‌ସି ଯୋଜନାରେ ୨ଲକ୍ଷ ଟଙ୍କାର ପ୍ରକଳ୍ପ ହୋଇଥିବାବେଳେ ଆରମ୍ଭରୁ ମେଶିନ୍‌ ବ୍ୟବହାର କରି ଅର୍ଥ ହରିଲୁଟ୍‌ କରାଯାଉଥିବା ଅଭିଯୋଗ ହୋଇଛି। ଗୋଟିଏପଟେ ସୂଚନା ଫଳକରେ କୋଡ୍‌ ନମ୍ବର ଉଲ୍ଲେଖ ନ କରିବା ସହ ଶ୍ରମିକ ବଦଳରେ ମେଶିନ ଲଗାଇ ଅର୍ଥଉଠାଣ ହୋଇଥିବା ଜଣାପଡିଛି। ମୁଣ୍ଡିବେଡ଼ା ପଞ୍ଚାୟତରେ ମୋଟ ୨ଟି ଅମୃତ ସରୋବର ପୋଖରୀ ନିମନ୍ତେ ଫାଇଲ୍‌ ଖୋଲାଯାଇଛି। ଏଥିପାଇଁ ୬୨ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି। ଯୋଜନା ନିୟମାନୁଯାୟୀ ଏଥିରେ ଅଣକୁଶଳୀ କାର୍ଯ୍ୟ କରିବାକୁ ଇଚ୍ଛୁକ ଥିବା ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ୧୦୦ଦିନ ନିଶ୍ଚିତ କାମ ମିଳିବା କଥା। ପଞ୍ଚାୟତରେ ଲିଖିତଭାବେ ଆବେଦନ କରିବାର ୧୫ଦିନ ମଧ୍ୟରେ ଘରଠାରୁ ୫କିମି ଦୂରତା ମଧ୍ୟରେ କାମ ଯୋଗାଇ ଦିଆଯାଏ। କିନ୍ତୁ ଏଠାରେ ଶ୍ରମିକ ବଦଳରେ ମେଶିନ ବ୍ୟବହାର କରାଯାଉଅଛି। ବର୍ତ୍ତମାନ ସୁଦ୍ଧା ମୁଣ୍ଡିବେଡ଼ା ପଞ୍ଚାୟତର ଏହି ୨ ପ୍ରକଳ୍ପରେ ୯ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ଶ୍ରମିକଙ୍କୁ ଦିଆଯାଇଥିବା ଦର୍ଶାଇ ହରିଲୁଟ କରାଯାଇଥିବା ଅଭିଯୋଗ ହେଉଛି। ଲୋକେ ଏହାର ତଦନ୍ତ ଦାବି କରିଛନ୍ତି। ମେଶିନ୍‌ ଦ୍ୱାରା କାର୍ଯ୍ୟ କରି ଶ୍ରମିକଙ୍କୁ ଅର୍ଥ ଲୋଭ ଦେଖାଇ ତାଙ୍କ ଖାତାରେ ଟଙ୍କା ଜମା କରି ଉଠାଯାଉଥିବାବେଳେ କେତେକ ସ୍ଥାନରେ ଅଳ୍ପ କାର୍ଯ୍ୟ କରି ଅଧିକ ଅର୍ଥ ଉଠାଯାଉଥିବା ଅଭିଯୋଗ କରାଯାଇଛି। ଏ ନେଇ ଜଣାଇବା ସତ୍ତ୍ୱେ ତଦନ୍ତ ହେଉ ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ରାଇଘର ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ମହାଦୁର୍ନୀତି ହୋଇଛି। ଏହାର ଭିଜିଲାନ୍ସ ତଦନ୍ତ ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ରାଇଘର ବ୍ଲକରେ ଲୋକଙ୍କୁ କାର୍ଯ୍ୟ ମିଳୁ ନ ଥିବାରୁ ଅଞ୍ଚଳବାସୀ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। ଅପହଞ୍ଚ ଇଲାକାରେ ଲଗାତାର ଭାବେ ଯେଉଁ ଭଳି ଉନ୍ନୟନ କାର୍ଯ୍ୟରେ ଦୁର୍ନୀତି ହେଉଛି ଜିଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି। ତଦାରଖ ଅଭାବ ନା ଟାର୍ଗେଟ ନାମରେ ଏଭଳି କାର୍ଯ୍ୟ ହେଉଛି ଏହାକୁ ନେଇ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି। ଏ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ୫-ଟି ବିଦ୍ୟାଳୟ କାର୍ଯ୍ୟ ନିମନ୍ତେ ବ୍ୟସ୍ତ ରହିଥିବା ଯୋଗୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ ତଦାରଖ ହୋଇପାରି ନାହିଁ। ଅଭିଯୋଗକୁ କିନ୍ତୁ ଗୁରୁତ୍ୱ ଦେଇ ସ୍ବତନ୍ତ୍ର ଭାବେ ତଦନ୍ତ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri