ଆମ ଜିଲା ଖବର

ବାଙ୍କସାହି ରେବ ସେତୁ ପାଇଁ ଅର୍ଥ ମଞ୍ଜୁର

ଧାମନଗର,୨୩ା୩(ଡି.ଏନ.ଏ): ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଭଦ୍ରକ ଜିଲା ଧାମନଗର ବ୍ଲକ୍‌ କୋଠାର ପଞ୍ଚାୟତର ବାଙ୍କସାହି ରେବ ସେତୁ ନିର୍ମାଣ ପାଇଁ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରିଛନ୍ତି। ପ୍ରସ୍ତାବିତ ନୂତନ ସେତୁ ପାଇଁ କେନ୍ଦ୍ର ସରକାର ୪୧ ଲକ୍ଷ ଟଙ୍କା ମଞ୍ଜୁର…

ପାଣି ପାଇଁ ଡହଳବିକଳ ଗାଡ଼ାସାହିବାସୀ

ଚମ୍ପୁଆ,୨୩ା୩(ଡି.ଏନ୍‌.ଏ): ଖଣି ଖାଦାନ ପାଇଁ କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ମାତ୍ର ଉପଖଣ୍ଡ ମୁଖ୍ୟାଳୟଠାରୁ ୧୨ କି.ମି ଦୂର କାଳିକାପ୍ରସାଦ ପଞ୍ଚାୟତ ବସିରା ଗ୍ରାମର ଗାଡ଼ାସାହିରେ ଦେଖିବାକୁ ମିଳିଛି ଜଳକଷ୍ଟ ସମସ୍ୟା। ପାନୀୟ ଜଳ ପାଇଁ…

୧୮ହଜାର ଟଙ୍କାରେ ପୁଅକୁ ବିକିଲେ ବାପା

ବାସୁଦେବପୁର, ୨୩ା୩ (ଡି.ଏନ୍‌.ଏ.):୧୮ହଜାର ଟଙ୍କାରେ ୨ବର୍ଷର ପୁଅକୁ ବିକ୍ରି କରିଦେଇଛନ୍ତି ବାପା। ଏ ସମ୍ପର୍କରେ ଶିଶୁପୁତ୍ରର ମା’ ଥାନାରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି। ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବେତଡ଼ା ନିକଟ ଚନ୍ଦନପୁର ଗ୍ରାମରେ ଏଭଳି ଶିଶୁ…

ରାସ୍ତା ଉଚ୍ଛେଦ କରିବାକୁ ଯାଇ ତହସିଲଦାର ହଟହଟା

ବାଲିକୁଦା,୨୩ା୩(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ବାଲିକୁଦା ତହସିଲ ପ୍ରଶାସନ ଶ୍ମଶାନ ଓ ଗୋଚରରେ ନିର୍ମାଣ କରାଯାଇଥିବା ବେଆଇନ ରାସ୍ତାକୁ ବୁଧବାର ଜେସିବି ଲଗାଇ ତାଡ଼ିଛି। ତେବେ ଏହି ଜବରଦଖଲ ଓ ବେଆଇନ ନିର୍ମାଣକୁ ଉଚ୍ଛେଦ ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ପୋଲିସ…

ସଂଯୋଗୀକରଣ ରାସ୍ତା କାର୍ଯ୍ୟ ସରୁନି

କେନ୍ଦ୍ରାପଡ଼ା ଅଫିସ,୨୩ା୩: କେନ୍ଦ୍ରାପଡ଼ା ଜିଲାରେ ୩ଦିନ ଧରି ପଶ୍ଚିମା ଝଡ଼ ହେଉଛି। ଜିଲାର ୯ ବ୍ଲକରେ ହାରାହାରି ବର୍ଷା ପରିମାଣ ୪୧.୪ ମିଲିମିଟର ଥିବା ବେଳେ ମୋଟ ୩୭୩ ମି.ମି. ବର୍ଷା ହୋଇଥିବା ରେକର୍ଡ ହୋଇଛି। ଏହି ଝଡ଼ବର୍ଷାରେ ଫସଲ ସହିତ…

ନାବାଳିକାଙ୍କୁ ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲଦଣ୍ଡାଦେଶ

ଯାଜପୁର ଟାଉନ,୨୩ା୩(ଡି.ଏନ.ଏ.): ଜଣେ ୪ର୍ଥ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ସ୍କୁଲ୍‌ ରାସ୍ତାରୁ ଅପହରଣ କରି ନେଇ ବଳାତ୍କାର କରିଥିବା ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ୨୦ଜେଲ ଦଣ୍ଡାଦେଶ ସହ ୧୫ ହଜାର ଟଙ୍କା ଜରିମାନା ଆଦାୟ ନିର୍ଦ୍ଦେଶ ହୋଇଛି। ମାମଲାରେ ମୋଟ୍‌ ୨୦ଜଣ…

ଠେଲାଗାଡ଼ିରେ ଗଲେ ଡାକ୍ତରଖାନା

ଧର୍ମଶାଳା,୨୩ା୩(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥର ଜାରକା ନିକଟରେ ବୁଧବାର ଏକ ଅଜଣା ଗାଡ଼ି ଧକ୍କାରେ ଗୁରୁତର ହୋଇଥିବା ମହିଳାଙ୍କୁ ନେବାକୁ ଆସିଲାନି ୧୦୮ ଆମ୍ବୁଲାନ୍ସ। ଶେଷରେ ଗୁରୁତର ମହିଳାଙ୍କୁ ଏକ ଠେଲାଗାଡ଼ିରେ ପରିବାର ଲୋକେ…

ଅପପୁଷ୍ଟିରେ ଆଦିବାସୀ ପରିବାର

କଳିଙ୍ଗନଗର,୨୩ା୩(ଡି.ଏନ.ଏ.): ଯାଜପୁର ଜ଼ିଲା ସୁକିନ୍ଦା ନିର୍ବାଚନୀମଣ୍ଡଳୀର ଦାନଗଦି ବ୍ଲକ ଅନ୍ତର୍ଗତ ରଣାଗୁଣ୍ଡି ପଞ୍ଚାୟତ ଘାଟିସାହିରେ ପୁଣି ଦେଖିବାକୁ ମିଳିଛି ଅପପୁଷ୍ଟିର ଚିତ୍ର। ଗ୍ରାମରେ ବାସ କରନ୍ତି ବାଙ୍କୁ ହେମ୍ବ୍ରମ, ତାଙ୍କ ସ୍ତ୍ରୀ ତୁଳସୀ ହେମ୍ବ୍ରମ ଏବଂ ୯ଟି ପିଲା। ୯ ପିଲା…

ଅବଧି ସରିଲାଣି, କାମ ସରୁନି

ଚଣ୍ଡିଖୋଲ,୨୩ା୩(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବଡ଼ ବାଲିକୁଦା ପଞ୍ଚାୟତର ଜନକଠାରୁ ନିଆଳି ପର୍ଯ୍ୟନ୍ତ ୫ କିଲୋମିଟର ରାସ୍ତା ଉନ୍ନତୀକରଣ କାର୍ଯ୍ୟ ଚାଲିଛି। ୨୦୨୧ ନଭେମ୍ବର ୮ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ୨୦୨୨ ଅଗଷ୍ଟ ୭ରେ ଶେଷ…

ଅସରାଏ ବର୍ଷାରେ ରାସ୍ତାକଡ଼ ମାଟି ଧସିଲା

ପଟ୍ଟାମୁଣ୍ଡାଇ,୨୩ା୩(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପୂର୍ତ୍ତ ବିଭାଗ ଡିଭିଜନ-୧ ପକ୍ଷରୁ ପଟ୍ଟାମୁଣ୍ଡାଇ-ରାଜନଗର ଦକ୍ଷିଣପାର୍ଶ୍ୱ ବନ୍ୟା ବନ୍ଧ ପ୍ରଶସ୍ତିକରଣ ଓ ସୁଦୃଢିକରଣ କାର୍ଯ୍ୟ ଚାଲିଛି। ନିମ୍ନମାନର କାମ ଯୋଗୁ ଅସରାଏ ବର୍ଷାରେ ରାସ୍ତା ପାର୍ଶ୍ୱ ମାଟି ଧୋଇ ହୋଇଯାଇଛି। ପଟ୍ଟାମୁଣ୍ଡାଇ କେନାଲ ପୋଲଠାରୁ ଅଳଭା…

ଜମିବାଡ଼ି ବିବାଦରୁ ଗଣ୍ଡଗୋଳ: ଜଣେ ମୃତ୍ୟୁ, ୪ ଗୁରୁତର

ଅନୁଗୋଳ ଅଫିସ,୨୩।୩: ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଥିବା ବଡ଼ହିଂସର ଗାଁରେ ଜମିବାଡ଼ି ବିବାଦକୁ ନେଇ ଜଣଙ୍କର ମୁଣ୍ଡ ଗଡିଛି। ମୃତକ ହେଲେ ନବୀନ ସାହୁ(୬୫)ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଚଳାଇଛି। ସୂଚନାଯୋଗ୍ୟ…

୨୬ରେ ଗଞ୍ଜାମ ଆସିବେ ମୁଖ୍ୟମନ୍ତ୍ରୀ: ଫୋକସ ମିଶନ ଶକ୍ତି

ଛତ୍ରପୁର,୨୩।୩(ଡି.ଏନ.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୬ରେ ଗଞ୍ଜାମ ଜ଼ିଲା ଗସ୍ତରେ ଆସିବା ନେଇ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି। ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୫ ଘଣ୍ଟିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ଆସି ଜ଼ିଲାର ହିଞ୍ଜିଳି, କବିସୂର୍ଯ୍ୟନଗର ଓ ଛତ୍ରପୁରକୁ ଆୟୋଜିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?