ପୋଲିସ ହାତରେ ଅଭିଯୁକ୍ତ

ଅନୁଗୋଳ ଅଫିସ,୨୪।୪: ଅନୁଗୋଳ ସହର ହୁଲୁରୁସିଂହା ଖେଳପଡ଼ିଆରେ ଶୁକ୍ରବାର ସଂଘଟିତ ପ୍ରକାଶ ବେହେରା (୩୮) ହତ୍ୟାକାଣ୍ଡର ଦୁଇଦିନ ପରେ ଘାସିସାହିର ଜଣେ ଯୁବକଙ୍କୁ ପୋଲିସ ଉଠାଇ ଆଣିଛି। ସମ୍ପୃକ୍ତ ଯୁବକ ହିଁ ଏହି ହତ୍ୟାକାଣ୍ଡ ପଛର ମାଷ୍ଟର ମାଇଣ୍ଡ୍‌ ବୋଲି କୁହାଯାଉଛି। ତେବେ ତଦନ୍ତ ଚାଲିଥିବାରୁ ତାଙ୍କ ନାମକୁ ପୋଲିସ ସାର୍ବଜନୀନ କରିନାହିଁ। ଅଭିଯୁକ୍ତ ଯୁବକଙ୍କ ବୟାନ ଆଧାରରେ ଲିଙ୍ଗରା ନାଳରୁ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରି ଓ ଭୁଜାଲି ଜବତ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି। ଖୁବ୍‌ଶୀଘ୍ର ଏହାର ରହସ୍ୟ ଉନ୍ମୋଚନ ହେବ ବୋଲି ଥାନାଧିକାରୀ ପ୍ରଭାତ ତ୍ରିପାଠୀ କହିଛନ୍ତି। ଅନ୍ୟପଟେ ଏହି ହତ୍ୟା ପଛରେ ଟଙ୍କା ଓ ପରକୀୟା ପ୍ରୀତି ରହିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଉଠାଇ ଆଣିବା ପରେ ଗୁଡ଼େଇତୁଡ଼େଇ ପ୍ରଶ୍ନ କରିଥିଲା। ପ୍ରଥମରେ ଭୁଅଁା ବୁଲାଇବାକୁ ଚେଷ୍ଟା କରିଥିବା ଅଭିଯୁକ୍ତ ପୋଲିସ ପ୍ରଶ୍ନବାଣର ସମ୍ମୁଖୀନ ହୋଇ ନ ପାରି ଭୋର୍‌ ସମୟରେ ସତ ଓକାଳିଥିଲେ। ପ୍ରକାଶ ପାଖରେ ତାଙ୍କ ବକେୟା ଟଙ୍କା ଥିଲା। ବିବାହିତ ଥିବା ସତ୍ତ୍ୱେ ପ୍ରକାଶ ଅଭିଯୁକ୍ତ ଯୁବକଙ୍କ ସମ୍ପର୍କୀୟା ଭଉଣୀଙ୍କ ସହ ସମ୍ପର୍କ ରଖିଥିଲେ। ତେଣୁ ସେ ତାଙ୍କୁ ହତ୍ୟା କରିଥିବା କହିଛନ୍ତି। ଏଥିରେ ଅନ୍ୟ କାହାରି ସମ୍ପୃକ୍ତି ନ ଥିବା ପ୍ରକାଶ କରିଛନ୍ତି। ଜେରା ପରେ ହତ୍ୟାରେ ବ୍ୟବହୃତ ଅସ୍ତ୍ର ସମ୍ପର୍କରେ ସେ ସୂଚନା ଦେଇଥିଲେ। ଏହାପରେ ଲିଙ୍ଗରା ନାଳରୁ ମାରଣାସ୍ତ୍ର ଜବତ କରାଯାଇଛି। ହେଲେ ମୃତ ପ୍ରକାଶଙ୍କ ବେକରେ ପଡ଼ିଥିବା ସୁନାଚେନ୍‌ଠାବ କରିବାରେ ପୋଲିସ ବିଫଳ ହୋଇଛି।
ଅନ୍ୟପଟେ ଅଭିଯୁକ୍ତ ଯୁବକ ହିଁ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଛନ୍ତି ନା ଏଥିରେ ଅନ୍ୟ କେହି ସହଯୋଗ କରିଛନ୍ତି, ସେ ନେଇ ପୋଲିସ ଖୋଳତାଡ଼ ଜାରି ରଖିଛି। ଘଟଣାର ସମ୍ବେଦନଶୀଳତା ଦୃଷ୍ଟିରୁ ପୋଲିସ ଅତି ସତର୍କତାର ସହ ତଦନ୍ତ ଆଡ଼କୁ ଅଗ୍ରସର ହେଉଛି। ଅନୁଗୋଳ ଥାନାରେ ଅଟକ ଯୁବକଙ୍କୁ ଥାନା ଅଧିକାରୀ ପ୍ରଭାତ ତ୍ରିପାଠୀ, ଏସ୍‌ଡିପିଓ ରମାକାନ୍ତ ମହାଳିକ ସକାଳେ ଜେରା କରିଥିବାବେଳେ ସନ୍ଧ୍ୟାରେ ଅତିରିକ୍ତ ଏସ୍‌ପି ସୁରେଶ ପାଣିଗ୍ରାହୀ ପଚରାଉଚରା କରିଛନ୍ତି। ଅନ୍ୟ ଏକ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ହୁଲୁରିସିଂହାରେ ପ୍ରକାଶଙ୍କ ଏକ ଚିକେନ କାଉଣ୍ଟର ରହିଛି। ଗତ ଶୁକ୍ରବାର ରାତିରେ ଏକ ଜରୁରୀ କାର୍ଯ୍ୟରେ ଯାଉଥିବା କହି ଭଣଜାଙ୍କୁ ଦୋକାନରେ ବସାଇ ପ୍ରକାଶ ଚାଲିଯାଇଥିଲେ। ରାତି ପ୍ରାୟ ୧୦ଟାରେ ହୁଲୁରିସିଂହା ଘାସିସାହି ନିକଟ ଖେଳପଡ଼ିଆରୁ ତାଙ୍କର କ୍ଷତାକ୍ତ ମୃତଦେହ ଠାବ କରାଯାଇଥିଲା। ଖଣ୍ଡା, ଭୁଜାଲି, କଟୁରିରେ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ତାଙ୍କ ଶରୀରରେ ୩୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଏଭଳି ନୃଶଂସ ହତ୍ୟାକାଣ୍ଡରୁ ତାଙ୍କ ପ୍ରତି ରହିଥିବା ଅଭିଯୁକ୍ତଙ୍କ ଆକ୍ରୋଶ ସ୍ପଷ୍ଟ ହୋଇଥିଲା। ଏଭଳି ନାରକୀୟ କାଣ୍ଡ ପରେ ପୋଲିସ ଅପାରଗତା ବିରୋଧରେ ଲୋକେ ରାସ୍ତାକୁ ଓହ୍ଲାଇଥିଲେ। ଏନେଇ ମୃତକଙ୍କ ସ୍ତ୍ରୀ ରିଙ୍କି ବେହେରାଙ୍କ ଅଭିଯୋଗକ୍ରମେ ନଂ. ୨୦୦/୨୩ରେ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri