ପୋଲିସ ହାତରେ ଅଭିଯୁକ୍ତ

ଅନୁଗୋଳ ଅଫିସ,୨୪।୪: ଅନୁଗୋଳ ସହର ହୁଲୁରୁସିଂହା ଖେଳପଡ଼ିଆରେ ଶୁକ୍ରବାର ସଂଘଟିତ ପ୍ରକାଶ ବେହେରା (୩୮) ହତ୍ୟାକାଣ୍ଡର ଦୁଇଦିନ ପରେ ଘାସିସାହିର ଜଣେ ଯୁବକଙ୍କୁ ପୋଲିସ ଉଠାଇ ଆଣିଛି। ସମ୍ପୃକ୍ତ ଯୁବକ ହିଁ ଏହି ହତ୍ୟାକାଣ୍ଡ ପଛର ମାଷ୍ଟର ମାଇଣ୍ଡ୍‌ ବୋଲି କୁହାଯାଉଛି। ତେବେ ତଦନ୍ତ ଚାଲିଥିବାରୁ ତାଙ୍କ ନାମକୁ ପୋଲିସ ସାର୍ବଜନୀନ କରିନାହିଁ। ଅଭିଯୁକ୍ତ ଯୁବକଙ୍କ ବୟାନ ଆଧାରରେ ଲିଙ୍ଗରା ନାଳରୁ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରି ଓ ଭୁଜାଲି ଜବତ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି। ଖୁବ୍‌ଶୀଘ୍ର ଏହାର ରହସ୍ୟ ଉନ୍ମୋଚନ ହେବ ବୋଲି ଥାନାଧିକାରୀ ପ୍ରଭାତ ତ୍ରିପାଠୀ କହିଛନ୍ତି। ଅନ୍ୟପଟେ ଏହି ହତ୍ୟା ପଛରେ ଟଙ୍କା ଓ ପରକୀୟା ପ୍ରୀତି ରହିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଉଠାଇ ଆଣିବା ପରେ ଗୁଡ଼େଇତୁଡ଼େଇ ପ୍ରଶ୍ନ କରିଥିଲା। ପ୍ରଥମରେ ଭୁଅଁା ବୁଲାଇବାକୁ ଚେଷ୍ଟା କରିଥିବା ଅଭିଯୁକ୍ତ ପୋଲିସ ପ୍ରଶ୍ନବାଣର ସମ୍ମୁଖୀନ ହୋଇ ନ ପାରି ଭୋର୍‌ ସମୟରେ ସତ ଓକାଳିଥିଲେ। ପ୍ରକାଶ ପାଖରେ ତାଙ୍କ ବକେୟା ଟଙ୍କା ଥିଲା। ବିବାହିତ ଥିବା ସତ୍ତ୍ୱେ ପ୍ରକାଶ ଅଭିଯୁକ୍ତ ଯୁବକଙ୍କ ସମ୍ପର୍କୀୟା ଭଉଣୀଙ୍କ ସହ ସମ୍ପର୍କ ରଖିଥିଲେ। ତେଣୁ ସେ ତାଙ୍କୁ ହତ୍ୟା କରିଥିବା କହିଛନ୍ତି। ଏଥିରେ ଅନ୍ୟ କାହାରି ସମ୍ପୃକ୍ତି ନ ଥିବା ପ୍ରକାଶ କରିଛନ୍ତି। ଜେରା ପରେ ହତ୍ୟାରେ ବ୍ୟବହୃତ ଅସ୍ତ୍ର ସମ୍ପର୍କରେ ସେ ସୂଚନା ଦେଇଥିଲେ। ଏହାପରେ ଲିଙ୍ଗରା ନାଳରୁ ମାରଣାସ୍ତ୍ର ଜବତ କରାଯାଇଛି। ହେଲେ ମୃତ ପ୍ରକାଶଙ୍କ ବେକରେ ପଡ଼ିଥିବା ସୁନାଚେନ୍‌ଠାବ କରିବାରେ ପୋଲିସ ବିଫଳ ହୋଇଛି।
ଅନ୍ୟପଟେ ଅଭିଯୁକ୍ତ ଯୁବକ ହିଁ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଛନ୍ତି ନା ଏଥିରେ ଅନ୍ୟ କେହି ସହଯୋଗ କରିଛନ୍ତି, ସେ ନେଇ ପୋଲିସ ଖୋଳତାଡ଼ ଜାରି ରଖିଛି। ଘଟଣାର ସମ୍ବେଦନଶୀଳତା ଦୃଷ୍ଟିରୁ ପୋଲିସ ଅତି ସତର୍କତାର ସହ ତଦନ୍ତ ଆଡ଼କୁ ଅଗ୍ରସର ହେଉଛି। ଅନୁଗୋଳ ଥାନାରେ ଅଟକ ଯୁବକଙ୍କୁ ଥାନା ଅଧିକାରୀ ପ୍ରଭାତ ତ୍ରିପାଠୀ, ଏସ୍‌ଡିପିଓ ରମାକାନ୍ତ ମହାଳିକ ସକାଳେ ଜେରା କରିଥିବାବେଳେ ସନ୍ଧ୍ୟାରେ ଅତିରିକ୍ତ ଏସ୍‌ପି ସୁରେଶ ପାଣିଗ୍ରାହୀ ପଚରାଉଚରା କରିଛନ୍ତି। ଅନ୍ୟ ଏକ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ହୁଲୁରିସିଂହାରେ ପ୍ରକାଶଙ୍କ ଏକ ଚିକେନ କାଉଣ୍ଟର ରହିଛି। ଗତ ଶୁକ୍ରବାର ରାତିରେ ଏକ ଜରୁରୀ କାର୍ଯ୍ୟରେ ଯାଉଥିବା କହି ଭଣଜାଙ୍କୁ ଦୋକାନରେ ବସାଇ ପ୍ରକାଶ ଚାଲିଯାଇଥିଲେ। ରାତି ପ୍ରାୟ ୧୦ଟାରେ ହୁଲୁରିସିଂହା ଘାସିସାହି ନିକଟ ଖେଳପଡ଼ିଆରୁ ତାଙ୍କର କ୍ଷତାକ୍ତ ମୃତଦେହ ଠାବ କରାଯାଇଥିଲା। ଖଣ୍ଡା, ଭୁଜାଲି, କଟୁରିରେ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ତାଙ୍କ ଶରୀରରେ ୩୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଏଭଳି ନୃଶଂସ ହତ୍ୟାକାଣ୍ଡରୁ ତାଙ୍କ ପ୍ରତି ରହିଥିବା ଅଭିଯୁକ୍ତଙ୍କ ଆକ୍ରୋଶ ସ୍ପଷ୍ଟ ହୋଇଥିଲା। ଏଭଳି ନାରକୀୟ କାଣ୍ଡ ପରେ ପୋଲିସ ଅପାରଗତା ବିରୋଧରେ ଲୋକେ ରାସ୍ତାକୁ ଓହ୍ଲାଇଥିଲେ। ଏନେଇ ମୃତକଙ୍କ ସ୍ତ୍ରୀ ରିଙ୍କି ବେହେରାଙ୍କ ଅଭିଯୋଗକ୍ରମେ ନଂ. ୨୦୦/୨୩ରେ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?