ବୁଡ଼ିବାକୁ ବସିଲାଣି ବାଉଁଶ ଶିଳ୍ପ

ବାଲିମେଳା,୨୪ା୪(ଡ଼ି.ଏନ୍‌.ଏ.): ଦିନକୁ ଦିନ ବୁଡିବାକୁ ବସିଲାଣି ବାଉଁଶ ଶିଳ୍ପ। ଜଙ୍ଗଲକ୍ଷୟ ଓ ବାଉଁଶରେ ପ୍ରସ୍ତୁତ ସମଗ୍ରୀର ଚାହିଦା କମୁଥିବାରୁ ଏହି ଶିଳ୍ପକୁ ବୃତ୍ତି କରି ପରିବାର ଚଳାଉଥିବା ଲୋକେ ହତାଶ ହୋଇ ଦାଦନ ଖଟିବାକୁ ଅନ୍ୟତ୍ର ଯିବା ପାଇଁ ବାଧ୍ୟ ହେଉଛନ୍ତି। ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଓ ବାଲିମେଳା ଅଞ୍ଚଳରେ ବିଶେଷକରି ବାଉଁଶ ଶିଳ୍ପ ପାଇଁ ପ୍ରୋତ୍ସାହନ ମିଳୁ ନ ଥିବାରୁ କାରିଗରମାନେ ନିରୁପାୟ ହୋଇ ଏହି ବୃତ୍ତିରୁ ମୁହଁ ଫେରାଉଛନ୍ତି । ତଥାପି ବହୁ ସମସ୍ୟାର ସମ୍ମୁଖୀନ ହୋଇ ଏବେ ବି କେତେଜଣ ନିଜ କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି ।
ପୂର୍ବରୁ ଜିଲାର ବିଭିନ୍ନ ଜଙ୍ଗଲରେ ଯଥେଷ୍ଟ ପରିମାଣର ବାଉଁଶ ମିଳୁଥିଲା। କୋରୁକୋଣ୍ଡା ବ୍ଲକ ଅଞ୍ଚଳରୁ ବହୁ ପରିମାଣରେ ବାଉଁଶ ମିଳୁଥିଲା । କାଗଜ ଶିଳ୍ପ ପାଇଁ ଏଠାରୁ ପ୍ରତିଦିନ ଟ୍ରକ ଟ୍ରକ ବାଉଁଶ ଜୟପୁରସ୍ଥିତ ପେପର ମିଲ, ରାଜମେନ୍ଦ୍ରୀ ପେପର ମିଲ ଓ ରାୟଗଡା ଜେକେ କାଗଜ କଳକୁ ବାଉଁଶ ଯାଉଥିଲା। ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ ଜଙ୍ଗଲରୁ ବାଉଁଶ ସଂଗ୍ରହ କରି ସେଥିରେ ବହୁ ସାମଗ୍ରୀ ପ୍ରସ୍ତୁତ କରୁଥିଲେ। ବାଉଁଶ ପାତିଆରେ ତିଆରି ପାଛିଆ, କୁଲା, ଚାଙ୍ଗୁଡ଼ି, ବିଞ୍ଚଣା, ଝୁଡ଼ି, ଡାଲା ଆଦିର ବହୁତ ଚାହିଦା ରହିଥିଲା। ମେଦ୍ରୀ ଓ ଆଦିବାସୀ ପରିବାରର ଲୋକେ ଏହାକୁ ବୃତ୍ତି କରି ଚଳୁଥିଲେ। ବର୍ତ୍ତମାନ ଏହି ଅଞ୍ଚଳରୁ ବାଉଁଶ ଜଙ୍ଗଲ ଲୋପ ପାଇବାରେ ଲାଗିଛି । ବାଉଁଶ ଗଛର ଯତ୍ନ ନ ନେବା, ଗଛଗୁଡିକରେ ଫୁଲ ହୋଇ ମରିଯିବା, ଆବଶ୍ୟକ ଠାରୁ ଅଧିକ ବାଉଁଶ ଗୃହ ନିର୍ମାଣରେ ବ୍ୟବହାର କରିବା, ବାଉଁଶ ଝାଟି ଆଣି ଘର ଚାରିପଟେ ବାଡ଼ ବନ୍ଧା ଯାଉଥିବା ଯୋଗୁ ଜଙ୍ଗଲରେ ଏହାର ପରିମାଣ ହ୍ରାସ ପାଇବାରେ ଲାଗିଛି। ବର୍ଷାଦିନେ ବିଭିନ୍ନ ଅଞ୍ଚଳରେ ବାଉଁଶ ଗଜା (କରଡି)ସଂଗ୍ରହ ବୃଦ୍ଧି ପାଉଥିବାରୁ ବାଉଁଶ ଜଙ୍ଗଲ ନ ବଢ଼ିବାର ମୁଖ୍ୟ କାରଣ ବୋଲି କୁହାଯାଉଛି । ଏବେ ଅଞ୍ଚଳରେ ବାଉଁଶ କମୁଥିବାରୁ ଲୋକେ ଆଉ ସାମଗ୍ରୀ ପ୍ରସ୍ତୁତିକୁ ବୃତ୍ତି କରି ପାରୁନାହାନ୍ତି । ଯାହା ଫଳରେ ବାଉଁଶ କାରିଗରଙ୍କ ପରିବାର ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅନେକ ଏଥିରୁ ମୁହଁ ଫେରାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବା ଜଣାପଡିଛି । ଏମାନେ ପୂର୍ବରୁ ବାଉଁଶରେ ତିଆରି ବିଭିନ୍ନ ସାମଗ୍ରୀକ ବାଲିମେଳା, କୋରୁକୋଣ୍ଡା, ସୋର୍ଲକୋଣ୍ଡା, ତାରଲାକୋଟା, କାମ୍ବେଡା ଆଦି ବିଭିନ୍ନ ସାପ୍ତାହିକ ହାଟ ଓ ବଜାରରର ବିକ୍ରିକରି ପରିବାର ଚଳାଉଥିଲେ । ଏ ଦିଗରେ କୌଣସି ସରକାରୀ ପ୍ରୋତ୍ସାହନ ମିଳୁ ନ ଥିବା କେତେଜଣ କାରିଗର କହିଛନ୍ତି। ସରକାର ଆବଶ୍ୟକ ବାଉଁଶ ଯୋଗାଇ ଦେଲେ କିମ୍ବା ପାଖ ଅଞ୍ଚଳରେ ବାଉଁଶ ଜଙ୍ଗଲ ସୃଷ୍ଟି କଲେ ସେମାନେ କୌଳିକ ବୃତ୍ତିକୁ ବଞ୍ଚାଇ ରଖି ପାରନ୍ତେ ବୋଲି କହିଛନ୍ତି । ଜିଲା ପ୍ରଶାସନ ଅଞ୍ଚଳରେ ଥିବା ସମସ୍ତ ବାଉଁଶ କାରିଗରଙ୍କୁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବାକୁ ସେମାନେ ନିବେଦନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

ଦାୟିତ୍ୱ ଗ୍ରହଣ କଲେ ନୂଆ ଯୋଗାଣ ଅଧିକାରୀ, କହିଲେ ସମସ୍ତ କାର୍ଯ୍ୟକୁ ଦୁର୍ନୀତିମୁକ୍ତ କରିବା ସହ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଭାବେ ବସନ୍ତ କୁମାର ପଣ୍ଡା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ କେନ୍ଦୁଝର ମୁଖ୍ୟ…

କ୍ୟାବିନେଟ୍‌ ବୈଠକ ପରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆର୍ଥିକ ସମସ୍ୟା ପାଇଁ କେହି ଶିକ୍ଷାରୁ…

ଭୁବନେଶ୍ବର,୧ା୭: କ୍ୟାବିନେଟ୍‌ରେ ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି । ନାମଲେଖା ପାଇଁ ଛାତ୍ରୀଛାତ୍ରଙ୍କୁ କୌଣସି ଦେୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri