ବୁଡ଼ିବାକୁ ବସିଲାଣି ବାଉଁଶ ଶିଳ୍ପ

ବାଲିମେଳା,୨୪ା୪(ଡ଼ି.ଏନ୍‌.ଏ.): ଦିନକୁ ଦିନ ବୁଡିବାକୁ ବସିଲାଣି ବାଉଁଶ ଶିଳ୍ପ। ଜଙ୍ଗଲକ୍ଷୟ ଓ ବାଉଁଶରେ ପ୍ରସ୍ତୁତ ସମଗ୍ରୀର ଚାହିଦା କମୁଥିବାରୁ ଏହି ଶିଳ୍ପକୁ ବୃତ୍ତି କରି ପରିବାର ଚଳାଉଥିବା ଲୋକେ ହତାଶ ହୋଇ ଦାଦନ ଖଟିବାକୁ ଅନ୍ୟତ୍ର ଯିବା ପାଇଁ ବାଧ୍ୟ ହେଉଛନ୍ତି। ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଓ ବାଲିମେଳା ଅଞ୍ଚଳରେ ବିଶେଷକରି ବାଉଁଶ ଶିଳ୍ପ ପାଇଁ ପ୍ରୋତ୍ସାହନ ମିଳୁ ନ ଥିବାରୁ କାରିଗରମାନେ ନିରୁପାୟ ହୋଇ ଏହି ବୃତ୍ତିରୁ ମୁହଁ ଫେରାଉଛନ୍ତି । ତଥାପି ବହୁ ସମସ୍ୟାର ସମ୍ମୁଖୀନ ହୋଇ ଏବେ ବି କେତେଜଣ ନିଜ କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି ।
ପୂର୍ବରୁ ଜିଲାର ବିଭିନ୍ନ ଜଙ୍ଗଲରେ ଯଥେଷ୍ଟ ପରିମାଣର ବାଉଁଶ ମିଳୁଥିଲା। କୋରୁକୋଣ୍ଡା ବ୍ଲକ ଅଞ୍ଚଳରୁ ବହୁ ପରିମାଣରେ ବାଉଁଶ ମିଳୁଥିଲା । କାଗଜ ଶିଳ୍ପ ପାଇଁ ଏଠାରୁ ପ୍ରତିଦିନ ଟ୍ରକ ଟ୍ରକ ବାଉଁଶ ଜୟପୁରସ୍ଥିତ ପେପର ମିଲ, ରାଜମେନ୍ଦ୍ରୀ ପେପର ମିଲ ଓ ରାୟଗଡା ଜେକେ କାଗଜ କଳକୁ ବାଉଁଶ ଯାଉଥିଲା। ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ ଜଙ୍ଗଲରୁ ବାଉଁଶ ସଂଗ୍ରହ କରି ସେଥିରେ ବହୁ ସାମଗ୍ରୀ ପ୍ରସ୍ତୁତ କରୁଥିଲେ। ବାଉଁଶ ପାତିଆରେ ତିଆରି ପାଛିଆ, କୁଲା, ଚାଙ୍ଗୁଡ଼ି, ବିଞ୍ଚଣା, ଝୁଡ଼ି, ଡାଲା ଆଦିର ବହୁତ ଚାହିଦା ରହିଥିଲା। ମେଦ୍ରୀ ଓ ଆଦିବାସୀ ପରିବାରର ଲୋକେ ଏହାକୁ ବୃତ୍ତି କରି ଚଳୁଥିଲେ। ବର୍ତ୍ତମାନ ଏହି ଅଞ୍ଚଳରୁ ବାଉଁଶ ଜଙ୍ଗଲ ଲୋପ ପାଇବାରେ ଲାଗିଛି । ବାଉଁଶ ଗଛର ଯତ୍ନ ନ ନେବା, ଗଛଗୁଡିକରେ ଫୁଲ ହୋଇ ମରିଯିବା, ଆବଶ୍ୟକ ଠାରୁ ଅଧିକ ବାଉଁଶ ଗୃହ ନିର୍ମାଣରେ ବ୍ୟବହାର କରିବା, ବାଉଁଶ ଝାଟି ଆଣି ଘର ଚାରିପଟେ ବାଡ଼ ବନ୍ଧା ଯାଉଥିବା ଯୋଗୁ ଜଙ୍ଗଲରେ ଏହାର ପରିମାଣ ହ୍ରାସ ପାଇବାରେ ଲାଗିଛି। ବର୍ଷାଦିନେ ବିଭିନ୍ନ ଅଞ୍ଚଳରେ ବାଉଁଶ ଗଜା (କରଡି)ସଂଗ୍ରହ ବୃଦ୍ଧି ପାଉଥିବାରୁ ବାଉଁଶ ଜଙ୍ଗଲ ନ ବଢ଼ିବାର ମୁଖ୍ୟ କାରଣ ବୋଲି କୁହାଯାଉଛି । ଏବେ ଅଞ୍ଚଳରେ ବାଉଁଶ କମୁଥିବାରୁ ଲୋକେ ଆଉ ସାମଗ୍ରୀ ପ୍ରସ୍ତୁତିକୁ ବୃତ୍ତି କରି ପାରୁନାହାନ୍ତି । ଯାହା ଫଳରେ ବାଉଁଶ କାରିଗରଙ୍କ ପରିବାର ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅନେକ ଏଥିରୁ ମୁହଁ ଫେରାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବା ଜଣାପଡିଛି । ଏମାନେ ପୂର୍ବରୁ ବାଉଁଶରେ ତିଆରି ବିଭିନ୍ନ ସାମଗ୍ରୀକ ବାଲିମେଳା, କୋରୁକୋଣ୍ଡା, ସୋର୍ଲକୋଣ୍ଡା, ତାରଲାକୋଟା, କାମ୍ବେଡା ଆଦି ବିଭିନ୍ନ ସାପ୍ତାହିକ ହାଟ ଓ ବଜାରରର ବିକ୍ରିକରି ପରିବାର ଚଳାଉଥିଲେ । ଏ ଦିଗରେ କୌଣସି ସରକାରୀ ପ୍ରୋତ୍ସାହନ ମିଳୁ ନ ଥିବା କେତେଜଣ କାରିଗର କହିଛନ୍ତି। ସରକାର ଆବଶ୍ୟକ ବାଉଁଶ ଯୋଗାଇ ଦେଲେ କିମ୍ବା ପାଖ ଅଞ୍ଚଳରେ ବାଉଁଶ ଜଙ୍ଗଲ ସୃଷ୍ଟି କଲେ ସେମାନେ କୌଳିକ ବୃତ୍ତିକୁ ବଞ୍ଚାଇ ରଖି ପାରନ୍ତେ ବୋଲି କହିଛନ୍ତି । ଜିଲା ପ୍ରଶାସନ ଅଞ୍ଚଳରେ ଥିବା ସମସ୍ତ ବାଉଁଶ କାରିଗରଙ୍କୁ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବାକୁ ସେମାନେ ନିବେଦନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?