ସମ୍ବଲପୁର ସହରରେ କର୍ଫ୍ୟୁ
ସମ୍ବଲପୁର,୧୫ା୪(ବ୍ୟୁରୋ): ସମ୍ବଲପୁର ସହରରେ ଭୟର ବାତାବରଣ ଲାଗି ରହିଛି। ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ସତ୍ତ୍ୱେ ଗୁରୁବାର ରାତିରୁ ଶୁକ୍ରବାର ରାତି ପର୍ଯ୍ୟନ୍ତ ୧୦ଟି ଦୋକାନରେ ଭଙ୍ଗାରୁଜା କରାଯିବା ସହ ପୋଡ଼ାଜଳା କରାଯାଇଛି। ସ୍ଥିତି ନିୟନ୍ତ୍ରଣକୁ ନ ଆସିବା…
୪ ଗ୍ରାମରେ ପହଞ୍ଚତ୍ନି ମୌଳିକ ସୁବିଧା
ମାଥିଲି,୧୫ା୪(ଡି.ଏନ.ଏ.) ମାଲକାନଗିରି ଜିଲା ମାଥିଲି ବ୍ଲକର ଘାଟି ଉପରେ ଥିବା ଗ୍ରାମଗୁଡ଼ିକରେ ପହଞ୍ଚତ୍ପାରିନି ଏଯାଏ ମୌଳିକ ସୁବିଧା ସୁଯୋଗ। ଏପର୍ଯ୍ୟନ୍ତ ଗ୍ରାମବାସୀଙ୍କ ପାଇଁ ରାସ୍ତାଘାଟ ସ୍ବପ୍ନ ପାଲଟିଛି। ଚାଉଳ ଓ ଭତ୍ତା ପାଇଁ ୧୩ କି.ମି. ପାହାଡ଼ ଚଢ଼ି ପଞ୍ଚାୟତ କାର୍ଯ୍ୟାଳୟକୁ…
ମାଲବାହୀ ଗାଡ଼ିରେ ଯାଉଛନ୍ତି ଶ୍ରମିକ
ଯାଜପୁରରୋଡ, ୧୫।୪(ଡି.ଏନ.ଏ.): ଦିନକୁ ଦିନ କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ବ୍ୟାସନଗର ଜନଗହଳିପୂର୍ଣ୍ଣ ହୋଇଚାଲିଛି। ଆବଶ୍ୟକତାଠାରୁ ଏଠାରେ ଅଧିକ ଲୋକ ବସବାସ କରୁଥିବାବେଳେ ଏହି ଲୋକଙ୍କ ବିଭିନ୍ନ ଆବଶ୍ୟକତା ପୂରଣ କରିବାରେ ବ୍ୟାସନଗର ପୌର ପ୍ରଶାସନ ଏକପ୍ରକାର କାର୍ପଣ୍ୟତା ଦେଖାଉଛି। ଯାହାର ଜ୍ୱଳନ୍ତ…
ଅଗ୍ନିକାଣ୍ଡରେ ୧୦ ବଖରା ଜଳିଗଲା
ଭଞ୍ଜନଗର,୧୫ା୪(ଡି.ଏନ୍.ଏ.): ଭଞ୍ଜନଗର ତହସିଲ ଅନ୍ତର୍ଗତ ବାରୁଡ଼ାରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୧୦ ବଖରା ଜଳିଯାଇଛି। କ୍ଷତିଗ୍ରସ୍ତ ପରିବାରଗୁଡିକ ହେଲେ ରାଜୁ ନାଇକ, ସୁରେଶ ନାଇକ, ପାଲୁଣି ନାଇକ, ସେବତୀ ନାଇକ, ଭିକାରୀ ନାଇକ। ଶର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ…
କୋଇଲାର କଳା ଧୂଆଁ ଯୋଗୁ ପ୍ରଦୂଷଣ
କୋରେଇ,୧୫।୪(ଡି.ଏନ.ଏ.):କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା କୋରେଇ ବ୍ଲକ ଅଧୀନସ୍ଥ ପଥରପଦା ପଞ୍ଚାୟତର ଖସାଗଡ଼ିଆ ମୌଜାରେ ଥିବା ଜୟ ଜଗନ୍ନାଥ କୋକ ଇଣ୍ଡଷ୍ଟ୍ରି କଳାଧୂଆଁ ସାଜି ଲୋକଙ୍କ ପାଇଁ ଖଳନାୟକ ସାଜିଛି। ଏହି କୋକ ଇଣ୍ଡଷ୍ଟ୍ରି ଦୀର୍ଘ ବର୍ଷ ହେବ ବିନା କାଗଜପତ୍ରରେ ଚାଲିଛି।…
ବେଆଇନ ଭାବେ ବିକ୍ରି ହେଉଛି ପେଟ୍ରୋଲ, ଡିଜେଲ
ବାଲିମେଳା,୧୫ା୪(ଡି.ଏନ୍.ଏ.) ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳ ସମେତ ବାଲିମେଳା ସହରର ଅଧିକାଂଶ ପାନଦୋକାନ, ତେଜରାତି ଦୋକାନରେ ବିନା ଲାଇସେନ୍ସରେ ପ୍ରତ୍ୟହ ଶହ ଶହ ଲିଟର ପେଟ୍ରୋଲ, ଡିଜେଲ ବେଆଇନ ଭାବେ ଚଢ଼ା ଦରରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି…
ପ୍ରଭୁ ନାରାୟଣ ଗୋସାଇଁଙ୍କ ସ୍ଥଳାଦେଶ ଯାତ୍ରା ଆରମ୍ଭ
ରସୁଲପୁର,୧୫।୪(ଡି.ଏନ.ଏ.):ରସୁଲପୁର ବ୍ଲକ ଅଞ୍ଚଳର ଐତିହାସିକ ସିଂହାପୁର ଯାତ୍ରା ଅବସରରେ ପ୍ରଭୁ ନାରାୟଣ ଗୋସାଇଁଙ୍କ ୩ ଦିନିଆ ସ୍ଥଳାଦେଶ ଯାତ୍ରା ମହାବିଷୁବ ସଂକ୍ରାନ୍ତି ତିଥି ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏହି ଯାତ୍ରାରେ ନାରାୟଣ ଗୋସାଇଁଙ୍କ ଜଳକ୍ରୀଡ଼ା ଯାତ୍ରା ଦର୍ଶନ ପାଇଁ ୧୦ ହଜାରରୁ…
ସକାଳ ହେଲେ ସଙ୍କଟ
ବଇଣ୍ଡା, ୧୫ା୪ (ଡି.ଏନ.ଏ.) ରାତି ପାହିବାଠାରୁ ରାତି ହେବା ଯାଏ ପାଣି ବିନା ଜୀବନଚର୍ଯ୍ୟା ଅଚଳ। ହେଲେ ଏହି ବାସ୍ତବତାକୁ ବୁଝିପାରୁନି କିଶୋରନଗର ବ୍ଲକ ପ୍ରଶାସନ। କାରଣ ହଣ୍ଡପା ପଞ୍ଚାୟତର ୯ ଗ୍ରାମକୁ ଏଯାଏ ପାଇପ୍ ପାଣିର ବ୍ୟବସ୍ଥା ହୋଇ ନ…
କେନ୍ଦ୍ରୀୟ ଯୋଜନା ବୁଝାଇଲେ ଗିରିରାଜ
ଆଠମଲ୍ଲିକ, ୧୫।୪ (ଡି.ଏନ.ଏ.): କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ ଶୁକ୍ରବାର ଅନୁଗୋଳ ଜିଲା ଆଠମଲ୍ଲିକ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଆଠମଲ୍ଲିକ ବ୍ଲକ ନଅଗାଁ ପଞ୍ଚାୟତର କମଳପୁର ଗଁାରେ ସ୍ବେଚ୍ଛାସେବୀ ସଙ୍ଗଠନ ବ୍ୟାକ୍ ଟୁ…
ଆଉ ୪୮ ଘଣ୍ଟା ୧୪୪ ବଳବତ୍ତର
ଭଦ୍ରକ ଅଫିସ,୧୫।୪: ଭଦ୍ରକ ରାନ୍ଦିଆସ୍ଥିତ ଫେକର କମ୍ପାନୀରେ ଗତ ମଙ୍ଗଳବାର ଫର୍ନେସ ଚାର୍ଜିଂ ବେଳେ ନିଅଁା ଲାଗି ୨ ଅପରେଟର ଗୁରୁତର ହେବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ପ୍ରଶାସନ ପକ୍ଷରୁ…
କାନ୍ଥ ପଡ଼ି ଶ୍ରମିକ ମୃତ
ଛେଣ୍ଡିପଦା,୧୫।୪(ସ୍ବ.ପ୍ର.): ଅନୁଗୋଳ ଜିଲା ବାଗଡିଆ ଥାନା ଟାଙ୍ଗିରି ପଞ୍ଚାୟତର ନୂଆପଡା ଗ୍ରାମରେ ଘର କାନ୍ଥ ପଡି ଶୁକ୍ରବାର ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ନୂଆପଡା ଗ୍ରାମର ବାମନ ବେହେରା। ଘଟଣାରୁ ପ୍ରକାଶ, ନୂଆପଡା ଗ୍ରାମର ଟୁନା ମହାପାତ୍ରଙ୍କ ପୁରୁଣା…
ବ୍ରାହ୍ମଣୀ ନଦୀଜଳ ପ୍ରଦୂଷଣ ଅପରିବର୍ତ୍ତିତ
ଯାଜପୁର ଅଫିସ,୧୫।୪: ଶିଳ୍ପ ଯୋଗୁ ଅର୍ଥନୀତି ବିକାଶ ହୋଇପାରେ। ହେଲେ ଶିଳ୍ପରୁ ନିର୍ଗତ ଦୂଷିତ ପାଣି ଯୋଗୁ ନଦୀ ଓ ନାଳ ଜଳ ବିଷାକ୍ତ ହେବାରେ ଲାଗିଛି। ଓଡ଼ିଶାର ପ୍ରମୁଖ ନଦୀ ଓ ନାଳର ଜଳମାନ ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଛି। ଜଳସମ୍ପଦ…

