୨୨କ୍ୟାରେଟ କହି ନିମ୍ନମାନର ସୁନା ଦେଇ ଗ୍ରାହକଙ୍କୁ ଆକ୍ରମଣ, ବନ୍ଧା ହେଲେ ଶ୍ରୀରାମ ଜୁଏଲର୍ସର ମାଲିକ

ପୋଲସରା,୧୯।୫: ଦୀଘବର୍ଷ ଧରି ପୋଲସରା ଗୋପବନ୍ଧୁ ହାଇସ୍କୁଲ ଛକ ଠାରେ ସୁନା ବ୍ୟବସାୟ କରୁଥିବା ଶ୍ରୀରାମ ଜୁଏଲର୍ସର ମାଲିକ ବିନୋଦ ବିହାରୀ ପଣ୍ଡା ଜଣେ ଗ୍ରାହକଙ୍କୁ ୨୨ କ୍ୟାରେଟର ସୁନା କହି ନିମ୍ନମାନର ସୁନା ଦେଇ ହରଡ଼ଘଣାରେ ପଡ଼ିଛନ୍ତିି । ଉକ୍ତ ଗ୍ରାହକ ସେହି ନିମ୍ନମାନର ସୁନାର କ୍ରୟ ଓ ଟଙ୍କା ଫେରସ୍ତକୁ ନେଇ ଶ୍ରୀରାମ ଜୁଏଲର୍ସକୁ ଆସିଥିବା ବେଳେ ମାଲିକ ସେମାନଙ୍କୁ ଅତର୍କିତ ଆକ୍ରମଣ କରଥିବା ନେଇ ପୋଲସରା ଥାନାରେ ମାମଲା ରୁଜୁ ହୋଇଛି। ଯାହାକୁ ନେଇ ପୋଲସରା ପୋଲିସ ଘଟଣାର ତଦନ୍ତ କରି ଶ୍ରୀରାମ ଜୁଏଲର୍ସର ମାଲିକ ବିନୋଦ ବିହାରୀ ପଣ୍ଡା ଓ ପୁଅ ଆଶୁତୋଷ ପଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ପୋଲସରା ଅଞ୍ଚଳର ବବିତା ବେହେରା ମେ ୪ ୨୦୧୯ରେ ବିନୋଦଙ୍କ ଜୁଏଲର୍ସ ଦୋକାନରୁ ୧୩ ଗ୍ରାମ ୯୦୦ ମିଲିଗ୍ରାମ ଓଜନର ସୁନାହାର ଓ ୫ ଗ୍ରାମ ୬୮୦ ମିଲିଗ୍ରାମ ଓଜନର ଦୁଇଟି ସୁନା ଅଳଙ୍କାର ୨୨ କ୍ୟାରେଟ ସୁନାର ବିଲିଙ୍ଗ୍‌ରେ ୬୧ହଜାର ୮୪୬ ଟଙ୍କାରେ କ୍ରୟ କରିଥିଲେ । ହେଲେ ସମୟ ଅନୁସାରେ ସେହି ୨୨ କ୍ୟାରେଟ କ୍ରୟ କରାଯାଇଥିବା ସୁନା ଗହଣା ଗୁଡ଼ିକ କଳା ପଡ଼ି ଯାଇଥିଲା । ଏନେଇ ବବିତା ବେହେରା ନିଜ ସ୍ବାମୀ ମନୋଜ କୁମାର ଘଡେଇ ଓ କ୍ରୟ କରିଥିବା କଳା ସୁନା ଗୁଡିକୁ ସାଙ୍ଗରେ ନେଇ ୧୫ ତାରିଖ ସଂଧ୍ୟା ୫ଟାରେ ଶ୍ରୀରାମ ଜୁଏଲର୍ସ ଯାଇ ଉକ୍ତ ସୁନାର ମାନ ଏବଂ ୨୨ କ୍ୟାରେଟ ସୁନାର ଶୁଦ୍ଧତା ନେଇ ଟଙ୍କା ଫେରସ୍ତ କରିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ଦୋକାନ ମାଲିକ ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ସହିତ କ୍ରୟ କରିଥିବା ଗ୍ରାହକଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ଯାହାକୁ ନେଇ ମହିଳା ଗ୍ରାହକଙ୍କ ସ୍ବାମୀ ପ୍ରତିବାଦ କରିବାରୁ ଉଭୟ ବାପା ପୁଅ ମିଶି ଉକ୍ତ ସୁନା ଦୋକାନରେ ହିଁ ଅତର୍କିତ ଆକ୍ରମଣ କରିଥିଲେ । ଏନେଇ ପୋଲସରା ଥାନାରେ ୨୭୧/୨୩ରେ କେସ ରୁଜୁ କରାଯାଇ ବାପା ଓ ପୁଅଙ୍କୁ ଗିରଫ କରାଯାଇଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଏପରିକି ପୋଲସରା ଅଞ୍ଚଳରେ ଶ୍ରୀରାମ ଜୁଏଲର୍ସର ଏଭଳି ୨୨ କ୍ୟାରେଟ ସୁନା କିଣା ବିକାକୁ ନେଇ ପୂର୍ବରୁ ବହୁ ଅଭିଯୋଗ ହୋଇଛି । ହେଲେ ଏଭଳି ପରିସ୍ଥିତିରେ ଗ୍ରାହକଙ୍କୁ ଆକ୍ରମଣ କରି ଗିରଫ ହୋଇ ଜେଲ ଯିବା ପ୍ରଥମ ଘଟଣା ବୋଲି ପୋଲସରା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?