୨୨କ୍ୟାରେଟ କହି ନିମ୍ନମାନର ସୁନା ଦେଇ ଗ୍ରାହକଙ୍କୁ ଆକ୍ରମଣ, ବନ୍ଧା ହେଲେ ଶ୍ରୀରାମ ଜୁଏଲର୍ସର ମାଲିକ

ପୋଲସରା,୧୯।୫: ଦୀଘବର୍ଷ ଧରି ପୋଲସରା ଗୋପବନ୍ଧୁ ହାଇସ୍କୁଲ ଛକ ଠାରେ ସୁନା ବ୍ୟବସାୟ କରୁଥିବା ଶ୍ରୀରାମ ଜୁଏଲର୍ସର ମାଲିକ ବିନୋଦ ବିହାରୀ ପଣ୍ଡା ଜଣେ ଗ୍ରାହକଙ୍କୁ ୨୨ କ୍ୟାରେଟର ସୁନା କହି ନିମ୍ନମାନର ସୁନା ଦେଇ ହରଡ଼ଘଣାରେ ପଡ଼ିଛନ୍ତିି । ଉକ୍ତ ଗ୍ରାହକ ସେହି ନିମ୍ନମାନର ସୁନାର କ୍ରୟ ଓ ଟଙ୍କା ଫେରସ୍ତକୁ ନେଇ ଶ୍ରୀରାମ ଜୁଏଲର୍ସକୁ ଆସିଥିବା ବେଳେ ମାଲିକ ସେମାନଙ୍କୁ ଅତର୍କିତ ଆକ୍ରମଣ କରଥିବା ନେଇ ପୋଲସରା ଥାନାରେ ମାମଲା ରୁଜୁ ହୋଇଛି। ଯାହାକୁ ନେଇ ପୋଲସରା ପୋଲିସ ଘଟଣାର ତଦନ୍ତ କରି ଶ୍ରୀରାମ ଜୁଏଲର୍ସର ମାଲିକ ବିନୋଦ ବିହାରୀ ପଣ୍ଡା ଓ ପୁଅ ଆଶୁତୋଷ ପଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ପୋଲସରା ଅଞ୍ଚଳର ବବିତା ବେହେରା ମେ ୪ ୨୦୧୯ରେ ବିନୋଦଙ୍କ ଜୁଏଲର୍ସ ଦୋକାନରୁ ୧୩ ଗ୍ରାମ ୯୦୦ ମିଲିଗ୍ରାମ ଓଜନର ସୁନାହାର ଓ ୫ ଗ୍ରାମ ୬୮୦ ମିଲିଗ୍ରାମ ଓଜନର ଦୁଇଟି ସୁନା ଅଳଙ୍କାର ୨୨ କ୍ୟାରେଟ ସୁନାର ବିଲିଙ୍ଗ୍‌ରେ ୬୧ହଜାର ୮୪୬ ଟଙ୍କାରେ କ୍ରୟ କରିଥିଲେ । ହେଲେ ସମୟ ଅନୁସାରେ ସେହି ୨୨ କ୍ୟାରେଟ କ୍ରୟ କରାଯାଇଥିବା ସୁନା ଗହଣା ଗୁଡ଼ିକ କଳା ପଡ଼ି ଯାଇଥିଲା । ଏନେଇ ବବିତା ବେହେରା ନିଜ ସ୍ବାମୀ ମନୋଜ କୁମାର ଘଡେଇ ଓ କ୍ରୟ କରିଥିବା କଳା ସୁନା ଗୁଡିକୁ ସାଙ୍ଗରେ ନେଇ ୧୫ ତାରିଖ ସଂଧ୍ୟା ୫ଟାରେ ଶ୍ରୀରାମ ଜୁଏଲର୍ସ ଯାଇ ଉକ୍ତ ସୁନାର ମାନ ଏବଂ ୨୨ କ୍ୟାରେଟ ସୁନାର ଶୁଦ୍ଧତା ନେଇ ଟଙ୍କା ଫେରସ୍ତ କରିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ଦୋକାନ ମାଲିକ ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ସହିତ କ୍ରୟ କରିଥିବା ଗ୍ରାହକଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ଯାହାକୁ ନେଇ ମହିଳା ଗ୍ରାହକଙ୍କ ସ୍ବାମୀ ପ୍ରତିବାଦ କରିବାରୁ ଉଭୟ ବାପା ପୁଅ ମିଶି ଉକ୍ତ ସୁନା ଦୋକାନରେ ହିଁ ଅତର୍କିତ ଆକ୍ରମଣ କରିଥିଲେ । ଏନେଇ ପୋଲସରା ଥାନାରେ ୨୭୧/୨୩ରେ କେସ ରୁଜୁ କରାଯାଇ ବାପା ଓ ପୁଅଙ୍କୁ ଗିରଫ କରାଯାଇଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଏପରିକି ପୋଲସରା ଅଞ୍ଚଳରେ ଶ୍ରୀରାମ ଜୁଏଲର୍ସର ଏଭଳି ୨୨ କ୍ୟାରେଟ ସୁନା କିଣା ବିକାକୁ ନେଇ ପୂର୍ବରୁ ବହୁ ଅଭିଯୋଗ ହୋଇଛି । ହେଲେ ଏଭଳି ପରିସ୍ଥିତିରେ ଗ୍ରାହକଙ୍କୁ ଆକ୍ରମଣ କରି ଗିରଫ ହୋଇ ଜେଲ ଯିବା ପ୍ରଥମ ଘଟଣା ବୋଲି ପୋଲସରା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri