ପୋଷ୍ଟର ଲଗାଇ ଦାବି କଲେ ମାଓବାଦୀ

ଲାଞ୍ଜିଗଡ଼,୧୯।୫(ଡି.ଏନ.ଏ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ସିକେରକୂପା ଫାଣ୍ଡି ଅଧିନସ୍ଥ ଡ଼େଙ୍ଗେନ ଛକ ବା କୁଚେଇଜୋର ଅଞ୍ଚଳରେ ମାଓ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି । ଏନେଇ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ଏହି ପୋଷ୍ଟରରେ ପାଷ୍ଟିକୁଡିର ଲାଲୁ ନିଆଲ, ଭବାନୀପାଟଣା ବଡ଼ପଡାର ବିନ୍ଦୁ ନାଏକ, ପାଣିଗାଁ ବୀଜମରା ଜୟପାଟଣାର ଭଦ୍ରାଞ୍ଚଳ ନାଏକ ଏମାନେ ୩ ଜଣ ସରକାରୀ ଶିକ୍ଷକଙ୍କୁ ଟଙ୍କା ମାଗି ହଇରାଣ କରୁଛନ୍ତ ବୋଲି କୁହାଯାଇଛି। ସରକାରୀ କର୍ମଚାରୀଙ୍କୁ ହଇରାଣ କରି ଟଙ୍କା ଆଦାୟ କରିବା ବନ୍ଦ କରାଯାଉ ଏବଂ ପୋଲିସ ଦ୍ୱାରା ଏହାର ଉଚିତ ଜବାବ ଦିଆଯାଉ ବୋଲି ଉଲ୍ଲେଖ କରାଯାଇଛି। ଭଦ୍ରାଞ୍ଚଳ ନାଏକ ନିରୀହ ଯୁବତୀଙ୍କୁ ଚାକିରୀ କରାଇ ଦେବା ନାଁରେ ଶାରୀରିକ ସମ୍ପର୍କ ରଖି ବ୍ଲାକମେଲ କରି ଟଙ୍କା ମାଗିବା, ସରକାରୀ ଶିକ୍ଷକଙ୍କୁ ହଇରାଣ କରି ଟଙ୍କା ମାଗିବା, ଏବଂ ମାଓବାଦୀ ବିରୋଧରେ ଯିବା ବନ୍ଦ କରିବା ପାଇଁ ଉଲ୍ଲେଖ ଅଛି। ଏଥିସହ ଲାଲୁ ନିଆଲ ପାଷ୍ଟିକୁଡିର ନିରୀହ ଯୁବତୀଙ୍କୁ ଚାକିରୀ କରାଇ ଦେବା ନାଁରେ ଶାରୀରିକ ସମ୍ପର୍କ ରଖି ବ୍ଲାକମେଲ କରି ଟଙ୍କା ମାଗୁଛନ୍ତି ତାହା ବନ୍ଦ ନକଲେ ପ୍ରଜା କୋର୍ଟକୁ ଡକାଯିବ ଏବଂ ଆଦିବାସୀଙ୍କଠୁ ଆଣିଥିବା ଏକ ସପ୍ତାହର ଟଙ୍କା ଫେରସ୍ତ କରିବାପାଇଁ ଉଲ୍ଲେଖ କରାଯାଇଛି।

ସୂଚନାଯୋଗ୍ୟ, କିଛିଦିନ ତଳେ ମଦନପୁର ରାମପୁର ଥାନା ଅନ୍ତର୍ଗତ ଟାପରଙ୍ଗ ଜଙ୍ଗଲରେ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ୩ ଜଣ ମାଓବାଦୀଙ୍କୁ ନିହତ କରିଥିଲେ ଯବାନ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri