ନିଶାମୁକ୍ତ ସମାଜ ଗଠନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଛତିଶଗଡ଼ର ଦୁଇ ଯୁବକ

ଛତ୍ରପୁର,୧୯।୫(ଡିଏନଏ ): ନିଶା ସେବନର ମାୟା ଜାଲରେ ଆଜିକାର ଯୁବପିଢି। ନିଶା ଉଜାଡୁଛି ଅନେକ ପରିବାର ଆଉ ଏହି ନିଶାମୁକ୍ତ ସମାଜ ଗଠନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଛତିଶଗଡ଼ର ଦୁଇ ଯୁବକ । ସେମାନେ ହେଲେ ଦୁଇ ବନ୍ଧୁ ହେମ କୁମାର ଏବଂ ଅମର।  ମେ ୯ରୁ ରାଇଘରରୁ ବାହାରି ଆଜି ଗଞ୍ଜାମରେ ପହଞ୍ଚିଛନ୍ତି । ବିଭିନ୍ନ ସ୍କୁଲ କଲେଜକୁ ଯାଇ ଯୁବପିଢିଙ୍କୁ ନିଶା ନିବାରଣ ସଚେତନତା କରିବା ସହ ସ୍ଲୋଗାନ ଦେଇ ସହର ପରିଭ୍ରମଣ କରୁଛନ୍ତି ।

ଆଗାମୀ ଦିନରେ ପୁରା ଭାରତ ଭ୍ରମଣ କରି ସଚେତନତା ମାଧ୍ୟମରେ ନିଶା ମୁକ୍ତ ସମାଜ ଗଠନର ଲକ୍ଷ୍ୟ ରଖିଥିବା କହିଛନ୍ତି ଏହି ଦୁଇଜଣ ଯୁବକ । ନିଜସ୍ବ ଖର୍ଚ୍ଚରେ ପ୍ରଥମେ ସେ ରାଇଘରରୁ ଏହି କାର୍ଯ୍ୟକ୍ରମ କରିବା ପରେ ଓଡିଶାର ସମ୍ବଲପୁର, ଝାରସୁଗୁଡ଼ା, ରେଙ୍ଗାଲି ପ୍ରଭୃତ ସ୍ଥାନରେ ଯୁବବର୍ଗ, ବସ୍ତି ପିଲା ଏବଂ ସ୍କୁଲ ପିଲାଙ୍କୁ ନିଶାମୁକ୍ତି ସଚେତନତା ବାର୍ତ୍ତା ଦେବା ପରେ କଟକ ଭୁବନେଶ୍ୱର ଖୋର୍ଦ୍ଧା ଦେଇ ଗଞ୍ଜାମରେ ପହଞ୍ଚିଛନ୍ତି। ଦୁଇ ବନ୍ଧୁଙ୍କ କହିବା କଥା, ନିଶା ଦ୍ୱାରା କିଭଳି ପରିବାର ଛାରଖାର ହେଉଛି ତାହା ଆମେ ଆଖିରେ ଦେଖିଛୁ । ଆମର ଜଣେ ବନ୍ଧୁ ଏହି ନିଶା କବଳରେ ପଡି ପ୍ରାଣ ହରାଇଛନ୍ତି । ତେଣୁ ସେବେଠୁ ଚିନ୍ତା କଲୁ ନିଶା ସେବନ ନ କରିବା ପାଇଁ ଆମେ ଯୁବପିଢିଙ୍କ ମଧ୍ୟରେ ସଚେତନତା କରାଇବୁ, ଯଦି ଏହି ସଚେତନ ମାଧ୍ୟମରେ ଯୁବକମାନେ ନିଶା କବଳରୁ ମୁକ୍ତ ହେଉଛନ୍ତି ତାହା ଆମ ପାଇଁ ବଡ଼ ଉପହାର ହେବ । ନିଶା ମୁକ୍ତି ନ ହେବା ପର୍ଯ୍ୟନ୍ତ ଆମର ଏହି ପ୍ରୟାସ ଜାରି ରହିବ ବୋଲି ସେମାନେ କହିଛନ୍ତି । ଗଞ୍ଜାମ ପରେ ଭାୟା ଆନ୍ଧ୍ର ଦେଇ ଆଗକୁ ହାଇଦ୍ରାବାଦ ଯିବାକୁ ଲକ୍ଷ୍ୟ ରଖିଛନ୍ତି ଏହି ଦୁଇ ଯୁବକ ।

 


Enter your email to get our daily news in your inbox.

All Right Reserved By Dharitri.Com

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri