ଭିମ୍‌ସାର ଡାକ୍ତରୀ ଛାତ୍ରୀଛାତ୍ରଙ୍କ ପାଇଁ ଅଡୁଆ

ସମ୍ବଲପୁର,୨୦ା୫(ବ୍ୟୁରୋ): ସମ୍ବଲପୁର ବୁର୍ଲାସ୍ଥିତ ଭିମ୍‌ସାର ମେଡିକାଲ କଲେଜ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ଖେଳ ଖେଳାଯାଉଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ବେପରୁଆ ନୀତି ଯୋଗୁ ପିଲାଙ୍କ ଭବିଷ୍ୟତ ଅଡୁଆରେ ପଡିବା ଭୟ ରହିଛି। ସେମାନଙ୍କୁ ପାସ୍‌ ସାର୍ଟିଫିକେଟ ସହ ଡାକ୍ତର ସ୍ବୀକୃତି ମିଳିବ କି ନାହିଁ ସେ ନେଇ ଅନିଶ୍ଚିତତା ଦେଖାଦେଇଛି। ନ୍ୟାଶନାଲ ମେଡିକାଲ କାଉନ୍‌ସିଲ (ଏନ୍‌ଏମ୍‌ସି) ନିର୍ଦ୍ଦେଶକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପାଳନ ନ କରିବାରୁ ଛାତ୍ରୀଛାତ୍ରଙ୍କ ପାଇଁ ଅଡୁଆ ବଢିଯାଇଛି। ଏ ସମ୍ପର୍କରେ ଛାତ୍ରୀଛାତ୍ର ଓ ଭିମ୍‌ସାର ପକ୍ଷରୁ ଡାଇରେକ୍ଟର ଅଫ ମେଡିକାଲ ଏଜୁକେଶନ ଆଣ୍ଡ ଟ୍ରେନିଂ (ଡିଏମ୍‌ଇଟି)କୁ ଚିଠି କରାଯାଇଥିଲା। ଇତିମଧ୍ୟରେ ୨ମାସ ବିତିଥିଲେ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ସେମାନେ ଅଭିଯୋଗ କରିଛନ୍ତି, ଏମ୍‌ବିବିଏସ୍‌ ପାଠ୍ୟକ୍ରମ ପରେ ହାଉସ ସର୍ଜନ ଭାବେ ଏକବର୍ଷ କାମ କରିବାକୁ ପଡିଥାଏ। ଏନ୍‌ଏମ୍‌ସି ନିର୍ଦ୍ଦେଶ ଅନୁସାରେ ହାଉସ ସର୍ଜନ ଭାବେ ଏକବର୍ଷ ତଥା ୫୨ ସପ୍ତାହ କାମ କରିବେ। ଏହି ସମୟ ଭିତରେ ୯ ସପ୍ତାହ ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ହାଉସ ସର୍ଜନ ଭାବେ କାମ କରିବେ। ସର୍ଜରି, ସ୍ତ୍ରୀ ଓ ପ୍ରସୂତି, ମେଡିସିନ ଭଳି ବିଭାଗ ଉପରେ ଅଧିକ ତାଲିମ ନେଇପାରିବେ। ଏହି ୯ ସପ୍ତାହ କାମ କରିବା ବାଧ୍ୟତାମୂଳକ। ଏହା ପରେ ସାର୍ଟିଫିକେଟ ଓ ସ୍ବୀକୃତି ମିଳିଥାଏ। ଏମ୍‌ବିବିଏସ୍‌ ପାଠ୍ୟକ୍ରମ ଶେଷ କରି ପ୍ରାୟ ୨ ମାସ ହେବ ୧୫୦ ଛାତ୍ରୀଛାତ୍ର ହାଉସ ସର୍ଜନ ଭାବେ ଭିମ୍‌ସାରରେ କାର୍ଯ୍ୟରତ ଅଛନ୍ତି। ହେଲେ ଏପର୍ଯ୍ୟନ୍ତ କାହାକୁ ତାଲିମ ପାଇଁ ପଠାଯାଇ ନାହିଁ। ଭିମ୍‌ସାର ପକ୍ଷରୁ ଦେବେଇପାଲି, ଚାଆଁରପୁର, ଠେମରା ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ହାଉସ ସର୍ଜନ ଭାବେ କାମ କରିବା ପାଇଁ ଚୟନ କରାଯାଇଛି। ୧୫୦ ଛାତ୍ରୀଛାତ୍ରଙ୍କୁ ଯଦି ଏବେଠାରୁ ଉକ୍ତ ମେଡିକାଲରେ ନିଯୁକ୍ତି ଦିଆ ନ ଯିବ ତା’ହେଲେ ଆଗକୁ ସମୟ ଅଭାବ ରହିବ। ତେଣୁ ଶୀଘ୍ର ନିଯୁକ୍ତି ଦେବାକୁ ସେମାନେ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଭିମ୍‌ସାର ଅଧୀକ୍ଷକଙ୍କ କାର୍ଯ୍ୟାଳୟରୁ ୨୦୨୩ ମାର୍ଚ୍ଚ ୩୧ ତାରିଖ ଓ ପୁଣିଥରେ ମେ ୪ ତାରିଖରେ ଚିଠି କରାଯାଇଛି। ଛାତ୍ରୀଛାତ୍ର ମଧ୍ୟ ଡିଏମ୍‌ଇଟିକୁ ଅନୁରୋଧ କରିଛନ୍ତି। ହେଲେ କୌଣସି ଉତ୍ତର ବା ଅନୁମୋଦନ ଆସି ନ ଥିବାରୁ ହାଉସ ସର୍ଜନମାନଙ୍କୁ ନିଯୁକ୍ତି ଦିଆଯାଇପାରୁ ନାହିଁ। ଭିମ୍‌ସାର ଅଧୀକ୍ଷକ ଲାଲମୋହନ ନାୟକ କହିଛନ୍ତି, ଅନୁମୋଦନ ପାଇଁ ଡିଏମଇଟିକୁ ଚିଠି କରାଯାଇଛି। ସେଠାରୁ ଉତ୍ତର ଆସିବା ପରେ ଛାତ୍ରୀଛାତ୍ରମାନେ ସିଡିଏମ୍‌ଓଙ୍କ ଦ୍ୱାରା ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ପର୍ଯ୍ୟାୟକ୍ରମେ ନିଯୁକ୍ତି ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri