ଆମ ଜିଲା ଖବର

ବିଦ୍ୟାଳୟ ସମସ୍ୟା ନେଇ ରାସ୍ତାରୋକୋ

ବାରିପଦା ଅଫିସ,୨୬।୧:ମୟୂରଭଞ୍ଜ ଜିଲା ବାରିପଦା-ଚିତ୍ରଡ଼ା ରାଜ୍ୟ ରାଜପଥର ଶଙ୍ଖାଭଙ୍ଗାଠାରେ ବିଦ୍ୟାଳୟ ସମସ୍ୟାକୁ ନେଇ ଅଭିଭାବକ ଓ ଗ୍ରାମବାସୀ ମଙ୍ଗଳବାର ରାସ୍ତାରୋକୋ କରିଥିଲେ। ଦୀର୍ଘ ଦିନ ଧରି ସ୍କୁଲରେ ନୂତନ ଶ୍ରେଣୀ ଗୃହ ଓ ଛାତ୍ରାବାସ ନିର୍ମାଣ ପାଇଁ ଦାବିକରି ବିଫଳ ହେବା…

ଜିଲାପାଳଙ୍କୁ ଫେରାଦ ହେଲେ ହିତାଧିକାରୀ

କେନ୍ଦୁଝର, ୨୫।୧ (ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଅଧୀନ ତେନ୍ତଳାପଶି ପଞ୍ଚାୟତ (ଓ୍ବାର୍ଡ ନଂ. ୨,୩) ବଡ଼କମଣ୍ଡରା ଗ୍ରାମକୁ ପୁରୁଣା ତାଲିକାରେ ୯୧ଟି ଘର ମଞ୍ଜୁର ହୋଇଥିବା ବେଳେ ପଞ୍ଚାୟତରେ ଲାଗିଥିବା ନୂତନ ତାଲିକାରେ ୩୩ଟି ଘର ଅଛି। ଅବଶିଷ୍ଟ…

ରାସ୍ତା ନିର୍ମାଣର ଶେଷ ପର୍ଯ୍ୟାୟରେ ଗଛକଟା

ଚଣ୍ଡିଖୋଲ,୨୫ା୧(ଡି.ଏନ.ଏ.): ଚାରବାଟିଆ ପୂର୍ତ୍ତ ବିଭାଗ ଅନ୍ତର୍ଗତ ବଡ଼ଚଣା ଉପଖଣ୍ଡରେ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ବିଭାଗୀୟ ଅଧିକାରୀଙ୍କ ଠିକାଦାର ପ୍ରୀତି ପାଇଁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। ଏହି ବିଭାଗ ଅଧୀନରେ ନିର୍ମାଣ…

ବୈତରଣୀ ଜଳ ଶୋଷିବ ଶିଳ୍ପ

ଯାଜପୁର ଅଫିସ,୨୫ା୧: କେନ୍ଦୁଝର, ଯାଜପୁର ଓ ଭଦ୍ରକ ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀଜଳ ଉପରେ ପୁଣି ଏକ ଶିଳ୍ପ କମ୍ପାନୀ ନିର୍ଭରଶୀଳ ହେବ। ଇଡ୍‌କୋର ଧାମନଗର ଟେକ୍ସଟାଇଲ ଏବଂ ଫୁଡ୍‌ସ ପାର୍କ ବୈତରଣୀ ନଦୀ ଆଖୁଆପଦା ବ୍ୟାରେଜ ଡାଉନଷ୍ଟ୍ରିମରୁ ଇନ୍‌ଟେକ…

ଆବାସ ଯୋଜନା ଅଭିଯୋଗ ପାଇଁ ହିତାଧିକାରୀଙ୍କ ଭିଡ଼

ଏରସମା,୨୫ା୧(ସ୍ବ.ପ୍ର.): ଏରସମା ବ୍ଲକ ପରିସରରେ ମଙ୍ଗଳବାର ଜିଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବହୁ ଅଭିଯୋଗକାରୀଙ୍କ ଭିଡ଼ ଜମିଥିଲା। ଶିବିରରେ ଅଧିକାଂଶ ଅଭିଯୋଗ ଆବାସ ଯୋଜନା ସମ୍ପର୍କିତ ଥିଲା। ଏ ବିଷୟରେ ଅଭିଯୋଗ କରିବା ପାଇଁ ହିତାଧିକାରୀମାନେ ଦୀର୍ଘ…

ପାଣି ପାଇଁ ରାସ୍ତା ଅବରୋଧ କଲେ ମହିଳା

ବାଲିକୁଦା,୨୫।୧(ସ୍ବ .ପ୍ର.): ୮ ପଞ୍ଚାୟତକୁ ପାନୀୟ ଜଳ ଆସୁ ନ ଥିବା ଅଭିଯୋଗ କରି ବାଲିକୁଦା ବ୍ଲକ ଅପଣ୍ଡରା ପଞ୍ଚାୟତ ଅନ୍ତର୍ଗତ ଓଳାଂଶ ଗ୍ରାମର ମହିଳାମାନେ ତିହୁଡି ନହରଣା ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଏହି ବ୍ଲକ…

ପଞ୍ଚାୟତ ପୋଖରୀ ହୁଡ଼ାରୁ ୧୭ ଗଛ କାଟି ନେଲେ

ରାଜନଗର, ୨୫ା୧(ଡି.ଏନ.ଏ.): ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଞ୍ଚାୟତ ହାତିଆଗଡି ପୋଖରୀ ହୁଡାରୁ ୧୭ଟି ବଡ ଗଛକୁ କେତେଜଣ ବ୍ୟକ୍ତି କାଟି ନେଇଛନ୍ତି। ୨୦ ବର୍ଷ ତଳେ ପରିବେଶ ସୁରକ୍ଷା ପାଇଁ ଲଗାଯାଇଥିବା ଏହି ଗଛକୁ କଟାଯିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

ରଥଯାତ୍ରା ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ

ପୁରୀ ଅଫିସ,୨୫ା୧: ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ତେବେ ଗତ ୬ ତାରିଖଠାରୁ ଶ୍ରୀମନ୍ଦିର ସିଂହଦ୍ୱାର ପାର୍ଶ୍ୱ ରାସ୍ତା କାର୍ଯ୍ୟ ପାଇଁ ଶ୍ରୀନଅରଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ରାସ୍ତାକୁ ସର୍ବସାଧାରଣଙ୍କ ଯାତାୟାତ ପାଇଁ ବନ୍ଦ ରହିଥିଲା।…

ତଦନ୍ତ ରିପୋର୍ଟ ୮ ସପ୍ତାହରେ ଦେବାକୁ ନିର୍ଦ୍ଦେଶ

ପୁରୀ ଅଫିସ,୨୫ା୧: ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁ ମାମଲାରେ ଗତ ୧୪ ତାରିଖରେ ଜାତୀୟ ମାନବ ଅଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି)ଙ୍କ ଟିମ୍‌ ତଦନ୍ତ ଏବଂ ରାଜଶ୍ରୀଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଲଢ଼େଇ ପରିବାରର ଓଡ଼ିଶାର ରାଜ୍ୟ…

ମହିଳା ମାଓବାଦୀ, ତାଙ୍କ ସମର୍ଥକ ଗିରଫ

ନବରଙ୍ଗପୁର/ରାଇଘର, ୨୫।୧(ବି.ପ୍ର./ଡି.ଏନ୍‌.ଏ.): ନବରଙ୍ଗପୁର ପୋଲିସ ମେନପୁର ନୂଆପଡ଼ା ଡିଭିଜନର ଜଣେ ମହିଳା ମାଓବାଦୀ ଓ ତାଙ୍କ ସମର୍ଥକଙ୍କୁ ଗିରଫ କରିଛି। ଏନେଇ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ସୂଚନା ଦେଇଛନ୍ତି। ଗିରଫ ମହିଳା ମାଓବାଦୀ…

କନଷ୍ଟେବଳ ନିଯୁକ୍ତି ବୟସ ସୀମା ୪ ବର୍ଷ କୋହଳ, ଆଶାୟୀ ଆଶ୍ୱସ୍ତ

କଟକ ଅଫିସ,୨୪।୧: ରାଜ୍ୟରେ କନଷ୍ଟେବଳ ନିଯୁକ୍ତି ନେଇ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ପଦବୀ ଲାଗି ଆବେଦନକାରୀଙ୍କ ଲାଗି ବୟସ ସୀମା ୪ ବର୍ଷ କୋହଳ କରାଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ କରୋନା ମହାମାରୀକୁ ନେଇ ୨୦୧୮ରୁ ୨୦୨୨…

କଟକରେ ସେକ୍ସ ରାକେଟ୍‌ ଠାବ

କଟକ ଅଫିସ,୨୪।୧: କଟକ ସୂର୍ଯ୍ୟବିହାର ଅଞ୍ଚଳରେ ଚାଲିଥିଲା ସେକ୍ସ ରାକେଟ । ଏନେଇ କୌଣସି ସୂତ୍ରରୁ ଖବର ପାଇ ମଙ୍ଗଳବାର ବାଦାମବାଡ଼ି ଥାନା ପୋଲିସ ଅଚାନକ ଚଢ଼ାଉ କରିଥିଲା। ଚଢ଼ାଉରେ ପୋଲିସ ରାଣୀ ମହୁମାଛି ସମେତ ୫ ଦେହଜୀବୀଙ୍କୁ ଉଦ୍ଧାର କରିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri