କୂଳ ଖାଇ ଚାଲିଛି ମହାନଦୀ

ବୌଦ୍ଧ,୨୧ା୫(ସ୍ବ.ପ୍ର.): ବୌଦ୍ଧ ଜିଲାରେ ଚିରସ୍ରୋତା ମହାନଦୀ ଜିଲାର ମନମୁଣ୍ଡାଠାରୁ ହରଭଙ୍ଗା ବ୍ଲକର ମାରଡା ପର୍ଯ୍ୟନ୍ତ ପ୍ରାୟ ୧୨୦ କିମି ପର୍ଯ୍ୟନ୍ତ ପ୍ରବାହିତ ହୋଇଛି। ମହାନଦୀ କୂଳରେ ୨୦୦ରୁ ଅଧିକ ଗ୍ରାମ ଥିବା ବେଳେ ୧୦ ହଜାରରୁ ଊର୍ଦ୍ଧ୍ୱ ପରିବାର ଘର କରି ରହି ଆସୁଛନ୍ତି। କିନ୍ତୁ ଜିଲାରେ ବର୍ତ୍ତମାନ ମହାନଦୀ କୂଳ ଖାଇ ଚାଲିଥିବାରୁ ପ୍ରତିବର୍ଷ ନଦୀକୂଳିଆ ଗାଁଗୁଡିକ ବନ୍ୟାରେ ବିଶେଷ ପ୍ରଭାବିତ ହେଉଛି। ପାଣିପାଗ ବିଜ୍ଞାନୀମାନେ ପୂର୍ବ ସୂଚନା ଦେଇ ସାରିଲେଣି ଯେ ଚଳିତବର୍ଷ ସ୍ବାଭାବିକ ମୌସୁମୀ ବର୍ଷା ହେବ। ପ୍ରତିବର୍ଷ ଜୁଲାଇ ଠାରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ବୌଦ୍ଧ ଜିଲାରେ ବର୍ଷା ବିପତ୍ାତ ଘଟିବା ସହିତ ମହାନଦୀ ଓ ତେଲନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ। ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ନଦୀକୂଳରେ ରହୁଥିବା ପରିବାର ଆତଙ୍କିତ ଅବସ୍ଥାରେ ରହିଥାନ୍ତି। ଜିଲାରେ ମହାନଦୀ ଓ ତେଲନଦୀ ଦୁଇଟି ଚିରସ୍ରୋତା ନଦୀ ପ୍ରବାହିତ ହେଉଥିବା ବେଳେ ବାଘ ଓ ସାଲୁଙ୍ଖି ଭଳି ଛୋଟ ନଦୀ ଯୋଗୁ ଜିଲାରେ ବନ୍ୟା ଦେଖାଦେଇଥାଏ।
ବୌଦ୍ଧ ଜିଲାରେ ୧୯୮୨ରେ ପ୍ରଳୟଙ୍କରୀ ବନ୍ୟା ଦେଖାଦେଇଥିବା ବେଳେ ଜିଲାରେ ପ୍ରତିବର୍ଷ ବନ୍ୟା ତାଣ୍ଡବ ରଚିଥାଏ। ପ୍ରତିବର୍ଷ ବନ୍ୟା ଯୋଗୁ ନଦୀ କୂଳ ଖାଇ ଚାଲିଥିବା ବେଳେ ଅନେକ ସ୍ଥାନରେ ମହାନଦୀ ଶଯ୍ୟାରେ ବାଲି ପୋତି ହୋଇଯିବା ଯୋଗୁ ନଦୀ ପାଣି ନଦୀକୂଳିଆ ଗାଁ ଭିତରକୁ ପ୍ରବେଶ କରିବାକୁ ସୁବିଧା ହେଉଛି ା ପ୍ରତିବର୍ଷ ପ୍ରଶାସନ କାଁ ଭାଁ ନଦୀକୂଳିଆ ଗ୍ରାମଗୁଡିକରେ ପଥର ପ୍ୟାକିଂ କରି କାମ ସାରି ଦେଉଥିବା ବେଳେ ଏହା ପ୍ରକୃତ ବନ୍ୟାପାଣିକୁ ରୋକି ପାରି ନ ଥାଏ। ନଦୀ କୂଳର ସୁରକ୍ଷା ଲାଗି ପଥର ପ୍ୟାକିଂ ସହିତ ବୃକ୍ଷରୋପଣ ପାଇଁ ପ୍ରତିବର୍ଷ ଯୋଜନା ହୋଇ କେବଳ କାଗଜକଲମରେ କରାଯାଉଥିବା ଦେଖିବାକୁ ମିଳୁଛି। ଜିଲାରେ ନଦୀବନ୍ଧର ସୁରକ୍ଷା ସହିତ ପରିବେଶର ସୁରକ୍ଷା ପାଇଁ ସବୁଜ ମହାନଦୀ ଯୋଜନା ଆରମ୍ଭ ହୋଇ କାର୍ଯ୍ୟକାରୀ ହୋଇଥିବା ବେଳେ ଜିଲାରେ ଏହି ଯୋଜନା ପୁରାପୁରି ଫେଲ୍‌ ମାରିଛି। ସେହିପରି ବୌଦ୍ଧ ସହରର ମହାନଦୀ କୂଳେ କୂଳେ ଏକ ବନ୍ୟା ପ୍ରତିରୋଧକ ପ୍ରାଚୀର ନିର୍ମାଣ ପାଇଁ ସରକାର ଅର୍ଥ ମଞ୍ଜୁର କରିଥିଲେ। କିନ୍ତୁ ଅନେକ ସ୍ଥାନରେ ବେସରକାରୀ ଜମି ପଡୁଥିବାରୁ ଜଳସେଚନ ବିଭାଜନ କାର୍ଯ୍ୟାଳୟ ପକ୍ଷରୁ ଏହି ଅର୍ଥରୁ କିଛି ଖର୍ଚ୍ଚ କରି ବଳକା ଅର୍ଥକୁ ସରକାରଙ୍କୁ ଫେରାଇ ଦିଆଗଲା। ଏବେ ପୁଣି ଥରେ ବଙ୍କାପଡାଠାରୁ ବନ୍ୟା ପ୍ରତିରୋଧକ ପ୍ରାଚୀର ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା କୁହାଯାଉଛି। ବୌଦ୍ଧ ସହରର ଜନସାଧାରଣ ପ୍ରତିବର୍ଷ ଗ୍ରୀଷ୍ମରେ ପାନୀୟଜଳ ପାଇଁ ଡହଳ ବିକଳ ହେଉଥିବା ବେଳେ ବର୍ଷାରେ ବନ୍ୟା ଆଶଙ୍କାରେ ରହୁଛନ୍ତି। ତେଣୁ ବୌଦ୍ଧ ସହର ସମେତ ଜିଲାର ଜନବସତି ରହିଥିବା ନଦୀକୂଳଗୁଡିକର ଉପଯୁକ୍ତ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ସହିତ ନଦୀ କୂଳେ କୂଳେ ଏକ ରିଙ୍ଗବନ୍ଧ ନିର୍ମାଣ ପାଇଁ ସାଧାରଣରେ ମତପ୍ରକାଶ ପାଉଛି। ସେହିପରି ବୌଦ୍ଧ ସହରର ମହାନଦୀ ଘେରି ରହିଥିବା ମର୍ଜାକୁଦର ଚାରିପଟୁ ପ୍ରତିବର୍ଷ କୂଳଖାଇ ଚାଲିଥିବା ଯୋଗୁ ଏହାର ସୁରକ୍ଷା ପାଇଁ ସ୍ବତନ୍ତ୍ର ଯୋଜନାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri