କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଚାଷୀ ସାଜିଛନ୍ତି ଦାଦନ ଶ୍ରମିକ

ନୂଆପଡା ଅଫିସ,୨୧ା୫: ନୂଆପଡ଼ା ଜିଲାରେ ଚାଷୀଙ୍କ ଉନ୍ନତି ପାଇଁ କୋମନା ବ୍ଲକ ଅନ୍ତର୍ଗତ ଜଟଗଡ଼ ପଞ୍ଚାୟତ ସାହଜଟ-ବାଲିପାଟି ଗ୍ରାମରେ ଭୃଷି ଡୋଙ୍ଗରୀ, ଭାଲୁ ଡୋଙ୍ଗରୀ, ସିରିଆଲ ଖୋଲ ଡୋଙ୍ଗରୀ ମଧ୍ୟ ଭାଗରେ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ନିର୍ମାଣ ହୋଇଛି। ଏହି ପ୍ରକଳ୍ପରେ ଲୋକେ ଉପକୃତ ହେବା ପରିବର୍ତ୍ତେ କ୍ଷତି ସହୁଛନ୍ତି। ମୁଖ୍ୟ କେନାଲର କବାଟ ଭଲଭାବେ ଲଗା ଯାଇ ନ ଥିବାରୁ ଅନବରତ ପାଣି ବୋହି ଯାଉ ଥିବାରୁ ପ୍ରକଳ୍ପରେ ପାଣି କ୍ଷମତା କମି ଯାଉଛି। ଚାଷୀଙ୍କୁ ଚାଷ ସମୟରେ ପାଣିର ଅସୁବିଧା ହେଉଛି। ପ୍ରାପ୍ତ ସୁଚନା ମୁତାବକ ୨୦୧୨-୧୩ ମସିହାରେ ସାହଜଟ-ବାଲିପାଟି ଗ୍ରାମର ଭାଲୁ ଡୋଙ୍ଗରୀ,ଭୃଷି ଡୋଙ୍ଗରୀ ଓ ସିରିଆଲ ଖୋଲ ଡୋଙ୍ଗରୀ ଅଞ୍ଚଳର ଜମି ଅଧି ଗ୍ରହଣ କରି ଏକ କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି। ଏଥିରେ ବାଲିପାଟି ଗଁାର ୭ ଜଣଙ୍କ ଜମି ସଂପୂର୍ଣ୍ଣ ବୁଡି ଯାଇଥିବା ବେଳେ ୧୫ ଜଣଙ୍କ ଜମି ଆଂଶିକ ଭାବେ ବୁଡ଼ିଛି। ଗୁରୁବାରୁ ମାଝିଙ୍କ ଜମି ସଂପୂର୍ଣ୍ଣ ବୁଡି ଯାଇଥିବା ବେଳେ ତାଙ୍କ ଘର ମଧ୍ୟ ବୁଡ଼ି ଯାଇଛି। ଗୁରୁବାରୁଙ୍କୁ ଥଇଥାନ ନ କରିଥିବାରୁ ବାର ଦ୍ୱାର ହୋଇ ବୁଲୁଛନ୍ତି। ଦାଦନ ଶ୍ରମିକ ହୋଇ ବାହାର ରାଜ୍ୟରେ ଦିନ କାଟୁଛନ୍ତି। ସେହିପରି ବାଲିପାଟି ଗ୍ରାମର ଭାଗିରଥି ମାଝି, ଭଗତ ମାଝି, ସଗତ ମାଝି, ମାଣିକ୍ୟ ମଜି, ମାଲଗୁଜାର ଅହିର, ସୁନାଫୁଲ ମାଝିଙ୍କ ଜମି ପ୍ରକଳ୍ପରେ ସଂପୂର୍ଣ୍ଣ ବୁଡ଼ି ଯାଇଛି। କ୍ଷତି ପୁରଣ ରାଶି କମ ପରିମାଣରେ ମିଳିଥିବାରୁ ଅନ୍ୟ ସ୍ଥାନରେ ଜମି କିଣି ନ ପାରି ଦାଦନ ଶ୍ରମିକ ସାଜିଛନ୍ତି। ମାର୍କଣ୍ଡ ମାଝି, ଘାସିରାମ ମାଝି, ବୃଷ ମାଝି, ନୃପତି ମାଝି, ବିକ୍ରମ ମାଝି, ତ୍ରିନାଥ ମାଝି, ରୁଖ ମାଝି, ନେହେରୁ ହରିଜନ, କେଶବ ମାଝି, ବିଶ୍ୱମ୍ବର ମାଝି, ସମୁଦ୍ର ଘାସି, ରେହେନୁ ଜଗତ, ଧରମ ସିଂ ମାଝି, ଝାଲି ମାଝି, ଲୋକନାଥ ଖଏରା ପ୍ରମୁଖଙ୍କ ଜମି ଆଂଶିକ ଭାବରେ ବୁଡି ଯାଇଛି। ଯାହା ଜମି ରହିଛି ପ୍ରକଳ୍ପ ପାଣିରେ ଚାଷ କରିବୁ ଓ ପରିବାର ପ୍ରତିପୋଷଣ କରିବୁ ବୋଲି ଭାବିଥିଲେ। ତାହା ବିପରିତ ଦିଗକୁ ଗତି କରୁଛି। ପ୍ରକଳ୍ପରେ ୫୦ ଏକର ଜମିରେ ପାଣି ରହୁଥିବା ବେଳେ ୨୭ ଚାଷି ୪୦ ରୁ ୪୫ ଏକର ଜମିରେ ରବି ରୁତୁରେ ଧାନ ଚାଷ କରନ୍ତି। ମୁଖ୍ୟ କେନାଲର ଗେଟରେ କବାଟ ଭଲ ଭାବରେ ଲଗା ଯାଇ ନ ଥିବାରୁ ସବୁ ଦିନ ଅନବରତ ପାଣି ବୋହି ଯାଉଛି। ଫଳରେ ପ୍ରକଳ୍ପରେ କ୍ଷମତା ଠାରୁ କମ ପାଣି ରହୁଛି। ଖରିଫ ରୁତୁରେ ଫସଲ ଠିକ ଭାବେ ହେଉଥିବା ବେଳେ ରବି ରୁତୁରେ ପାଣି କମି ଯାଉଥିବାରୁ ଚାଷ ଅମଳ ପର୍ଯ୍ୟନ୍ତ ଯାଇ ପାରୁନାହିଁ। ଫଳରେ ଚାଷି କ୍ଷତି ସହୁଛି। ଏ ସଂକ୍ରାନ୍ତରେ ଯନ୍ତ୍ରୀ ଅନ୍ତର୍ଯ୍ୟାମୀ ନାୟକଙ୍କୁ ପଚାରିବାରୁ ପ୍ରକଳ୍ପରେ ଗେଟ ଲଗାଇବା ସମୟରେ ଠିକ ଥିଲା। ଯେଉଁମାନେ ଗେଟ ଖୋଲୁଛନ୍ତି ସେମାନେ ଠିକ ଭାବେ ଖୋଲୁ ନ ଥିବାରୁ ଗେଟ ଠିକ ଭାବରେ ଲାଗୁ ନାହିଁ। ସେଥିପାଇଁ ପାଣି ଝରୁଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

JSSC CGL ପରୀକ୍ଷା ବାତିଲ: ଶେଷରେ ଛାତ୍ରଙ୍କ ଆଗରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧୭।୮: ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ କରିବାକୁ…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri