ଯାତ୍ରୀଙ୍କୁ ମିଳୁନି ବସ୍‌ ଟିକେଟ, ପଥହୁଡ଼ି ଭୋଗୁଛନ୍ତି ହୀନସ୍ତା

ଆନନ୍ଦପୁର,୨୧ା୫(ସ୍ବ.ପ୍ର.): ୫୩ ନଂ ରାଜ୍ୟ ରାଜପଥ ଆନନ୍ଦପୁର ବ୍ରିଜଛକ ନିକଟରେ ଜଣେ ଯାତ୍ରୀ ପଥହୁଡ଼ି କ୍ୟାବିନ ତଳେ ଆଶ୍ରୟ ନେବା ଭଳି ଘଟଣା ଚର୍ଚ୍ଚାକୁ ଆସିଛି। ଯାତ୍ରୀଙ୍କୁ ସମସ୍ତ ଘଟଣା ସମ୍ପର୍କରେ ପଚରାଯିବା ପରେ ବସର କଣ୍ଡକ୍ଟର ତାଙ୍କ ପାଖରୁ ଦୁଇ ଶହ ଟଙ୍କା ନେଇଥିବା ଏବଂ ଓହ୍ଲାଇବା ବେଳେ ବଳକା ଫେରସ୍ତ ନ ଦେବା ଜଣାପଡ଼ିଥିଲା। ହେଲେ ଯାତ୍ରୀଙ୍କ ପାଖରେ ସେ ସମ୍ପର୍କରେ କୌଣସି ବସ୍‌ ଟିକେଟ୍‌ ନ ଥିଲା।

ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା କେନ୍ଦୁମୁଣ୍ଡି ଗ୍ରାମର ୬୫ ବର୍ଷୀୟ ରମ୍ପା ପୂର୍ତ୍ତି ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ସମୟରେ ଠାକୁରମୁଣ୍ଡା – ଭଦ୍ରକ ଭାୟା ଆନନ୍ଦପୁର ଦେଇ ଆସୁଥିବା ଏକ ଘରୋଇ ବସ୍‌ କଣ୍ଡକ୍ଟର ତାଙ୍କୁ ଭୁବନେଶ୍ୱର ଯିବା କହି ଗାଡ଼ିକୁ ଉଠାଇ ଆଣିଥିଲେ। ରମ୍ପା ଭଡ଼ା ବାବଦକୁ କଣ୍ଡକ୍ଟରଙ୍କୁ ଦୁଇ ଶହ ଟଙ୍କା ଦେଇଥିଲେ। କିନ୍ତୁ ତାଙ୍କୁ ସମ୍ପୃକ୍ତ ବସ୍‌ର ଟିକେଟ୍‌ ମିଳି ନ ଥିଲା। ଭଦ୍ରକ ଗସ୍ତରେ ଆସୁଥିବା ବସ୍‌ଟି ଯାତ୍ରୀଙ୍କୁ ଆନନ୍ଦପୁର ବ୍ରିଜଛକ ଠାରେ ଶନିବାର ଅପରାହ୍ନ ୩ଟା ୩୦ରେ ଓହ୍ଲାଇଦେଇ ପଳାଇଥିଲା। ହେଲେ ବଳକା ଅର୍ଥ ଫେରସ୍ତ କରି ନ ଥିଲା ବୋଲି ଯାହା ଯାତ୍ରୀଙ୍କ ମୁହଁରୁ ଶୁଣିବାକୁ ମିଳିଛି। ଯାତ୍ରୀ ରମ୍ପା କାହାକୁ କିଛି କହି ନ ପାରି କୌଣସି ଉପାୟ ନପାଇ ଆନନ୍ଦପୁର ବ୍ରିଜଛକ ଠାରେ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ହେବା ପରେ ଏକ କ୍ୟାବିନରେ ଆଶ୍ରୟ ନେଇଥିଲେ। ରବିବାର ଭୋର ସମୟରେ ତାଙ୍କ ଅସହାୟତା ସମ୍ପର୍କରେ ଶୁଣିବା ପରେ ପ୍ରତାପ ସିଂହ ନାମକ ସ୍ଥାନୀୟ ସମାଜସେବୀ ଯାତ୍ରୀଙ୍କ ଖାଇବାର ବ୍ୟବସ୍ଥା କରାଇବା ସହିତ ତାଙ୍କ ଗାଁକୁ ବସ୍‌ ଯୋଗେ ପଠାଇବାର ବ୍ୟବସ୍ଥା କରିଥିଲେ। ତେବେ ଯାତ୍ରୀଙ୍କ ନିକଟରେ ସେ ଯାତ୍ରା କରୁଥିବା ବସ୍‌ର ଟିକେଟ୍‌ ନ ଥିବାରୁ ତାଙ୍କୁ ଏପରି ହୀନସ୍ତା ଭୋଗିବାକୁ ପଡ଼ିଛି ବୋଲି ସାଧାରଣରେ ଚର୍ଚ୍ଚା ହୋଇଛି। ବସ୍‌ର ନାମଥିବା ଟିକେଟ୍‌ ଯାତ୍ରୀଙ୍କ ପାଇଁ ବ୍ୟବସ୍ଥା ହେଲେ ଅନେକାଂଶରେ ବାଟ ହୁଡୁଥିବା କିମ୍ବା ଠକାମୀର ଶିକାର ହେଉଥିବା ଯାତ୍ରୀମାନେ ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri