ଆମ ଜିଲା ଖବର

ମହାପ୍ରଭୁଙ୍କ ଜମିରେ ଥିବା ୧୪୭ କ୍ରଶର ବନ୍ଦ ନିର୍ଦ୍ଦେଶ

ପୁରୀ ଅଫିସ,୧୨ା୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୂସମ୍ପତ୍ତିର ପରିଚାଳନା ଓ ସୁରକ୍ଷା ସମ୍ପର୍କରେ ଏକ ସମୀକ୍ଷା ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଖୋର୍ଦ୍ଧା ଓ ବେଗୁନିଆ ଅଞ୍ଚଳରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିରେ ସମୁଦାୟ ୨୩୨ଟି…

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ୪ର୍ଥ ଶ୍ରେଣୀ କର୍ମଚାରୀ

ମୋରଡ଼ା,୧୨ା୫(ଡି.ଏନ୍‌.ଏ.): ଶିକ୍ଷାର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ବର୍ତ୍ତମାନ ରାଜ୍ୟର ପ୍ରାୟ ସମସ୍ତ ବିଦ୍ୟାଳୟ ୫-ଟି ଅନ୍ତର୍ଭୁକ୍ତ ହେବା ସହିତ ଉତ୍ତମ ତଥା ଗୁଣାତ୍ମକ ଶିକ୍ଷାଦାନ ପାଇଁ ପ୍ରତିଟି ବିଦ୍ୟାଳୟରେ ଯଥେଷ୍ଟ ଶିକ୍ଷକ…

ସକାଳ ୮ଟାରେ ପୋଷ୍ଟାଲ ବାଲଟ ଗଣତି

ଭୁବନେଶ୍ବର,୧୨ା୫(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ମତଦାନ ହାର ୭୯.୨୧ ପ୍ରତିଶତ ହୋଇଛି। ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ନିକୁଞ୍ଜ ବିହାରୀ ଧଳ ଗୁରୁବାର ସୂଚନା ଦେଇଛନ୍ତି। ଏଥିସହ ସେ ଭୋଟ ଗଣତି ସମ୍ପର୍କରେ ଏକ ସମୀକ୍ଷା କରିଛନ୍ତି। ଭିଡିଓ କନ୍‌ଫରେନ୍ସରେ…

ଚିରଞ୍ଜୀବଙ୍କ ମନ୍ତବ୍ୟକୁ ନେଇ ଜଗତ୍‌ସିଂହପୁରରେ ଚର୍ଚ୍ଚା

ଜଗତ୍‌ସିଂହପୁର ଅଫିସ, ୧୧ା୫: ୨୦୧୯ ସାଧାରଣ ନିର୍ବାଚନରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳଙ୍କ ପରାଜୟ ହୋଇଥିଲା। ଏହା ପରଠାରୁ ଚିରଞ୍ଜୀବ କାଁ ଭାଁ ନିର୍ବାଚନମଣ୍ଡଳୀକୁ ଆସୁଛନ୍ତି। ସାଙ୍ଗଠନିକ କାର୍ଯ୍ୟ ହେଉ ନ ଥିବାରୁ ଦଳୀୟ ନେତା ଓ…

ଆଜି ଭଉଁରି, ଚକ-ଅଖ ଡେରା ନୀତି

ପୁରୀ ଅଫିସ,୧୨ା୫: ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରାର ବିଂଶତମ ଦିବସରେ ଶ୍ରୀକ୍ଷେତ୍ର ଭଉଁରି ଅନୁଷ୍ଠିତ ହୋଇଥାଏ। ଶୁକ୍ରବାର ଶ୍ରୀକ୍ଷେତ୍ର ଭଉଁରୀ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଶେଷ ହୋଇଛି। ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ରଥଖଳାରେ ପରମ୍ପରା ମୁତାବକ…

ଆଗକୁ ବର୍ଷା, ନାଳ ସଫା କରୁନି ପୌର ପରିଷଦ

ନବରଙ୍ଗପୁର,୧୨।୫(ବି.ପ୍ର.): କିଛିଦିନ ମଧ୍ୟରେ ବର୍ଷା ଆରମ୍ଭ ହୋଇଯିବ। ନବରଙ୍ଗପୁର ସହରର ବିଭିନ୍ନ ଓ୍ବାର୍ଡରେ ନାଳ ସଫା କରାଯାଇନାହିଁ। ଫଳରେ ଅଳ୍ପ ବର୍ଷାରେ ମଧ୍ୟ ପାଣି ଜମି ରାସ୍ତାରେ ଭାସିବା ଆଶଙ୍କା ରହିଛି। ସଫେଇ ଦାୟିତ୍ୱ ପୌର ପ୍ରଶାସନ ଏକ ଘରୋଇ ସଂସ୍ଥାକୁ…

ରାସ୍ତା କାର୍ଯ୍ୟର ସୂଚନାଫଳକ ନ ଥିବାରୁ ଘଟୁଛି ଦୁର୍ଘଟଣା

କୋରୁକୋଣ୍ଡା, ୧୨ା୫(ଡି.ଏନ. ଏ.): ମାଲକାନଗିରି ଜିଲା ସଦରରୁ ବାଲିମେଳା ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ବହୁ ସଂଖ୍ୟାରେ ଗାଡିମୋଟର ଚଳାଚଳ କରେ। ବୁଧବାରଠାରୁ ପୋଟ୍ରେଲ ଛକଠାରୁ ଶିରାଗୁଡ଼ା ଛକ ମଧ୍ୟରେ ଥିବା ଏକ ଛୋଟ ଘାଟିକୁ କାଟି ସମତୁଲ କରିବା କାର୍ଯ୍ୟ…

ଚମ୍ପେଇତର ମିଳୁନି ଉଚିତ ମୂଲ୍ୟ

ମାଥିଲି,୧୨ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକରେ ଚମ୍ପେଇତର ଉଚିତ ମୂଲ୍ୟ ଲୋକଙ୍କୁ ମିଳୁନାହିଁ। ଏନେଇ ବଜାର ସୁବିଧା ନ ଥିବାରୁ ଲୋକେ ଦଲାଲଙ୍କ ଶିକାର ହେଉଛନ୍ତି। ଦିନ ସାରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ ଆମ୍ବ ସଂଗ୍ରହ କରି ସେଥିରୁ ଚମ୍ପେଇତ…

ମୋବାଇଲ ବ୍ୟବହାର ନେଇ ପାହାଡ଼ ଚଢ଼ା

ମାଲକାନଗିରି,୧୨ା୫(ଡି.ଏନ୍‌.ଏ.): ଦେଶକୁ ଡିଜିଟାଲ କରି ସମସ୍ତେ ଡିଜିଟାଲ ହେବାର ସ୍ବପ୍ନ ଦେଖୁଥିବା ବେଳେ କେନ୍ଦ୍ର ସରକାରଙ୍କ ଏହି ଯୋଜନା ମାଲକାନଗିରି ଜିଲାରେ ଅପହଞ୍ଚ ହୋଇ ରହିଛି। ଜିଲାର ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳରେ ମୋବାଇଲ ବ୍ୟବହାର କରିବାକୁ ହେଲେ ଲୋକଙ୍କୁ ଚଢ଼ିବାକୁ…

ଗ୍ରାମବାସୀଙ୍କ ଦାବି ମୁତାବକ କାର୍ଯ୍ୟ ଆରମ୍ଭ କଲା ପ୍ରଶାସନ

ଦଶମନ୍ତପୁର,୧୨ା୫( ଡି.ଏନ.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁର୍କାର ପଞ୍ଚାୟତ ଅଧୀନ ଖଣି ପ୍ରଭାବିତ ଅଞ୍ଚଳର କଡିଙ୍ଗାମାଳି ପାହାଡ଼ ପାଦଦେଶରେ ଥିବା ମାଳିଚେମା ଗ୍ରାମର ବିକାଶ ନେଇ ବହୁ ଦାବି କରିବା ପରେ ଏବେ ପ୍ରଶାସନ ଗ୍ରାମର ବିକାଶ ଲାଗି…

ବରିଷ୍ଠ ନେତା ଚନ୍ଦ୍ରଶେଖରଙ୍କୁ ନିଲମ୍ବନ ସୁପାରିସ

ରାୟଗଡ଼ା(ସ୍ବ.ପ୍ର.)/ମୁନିଗୁଡ଼ା/ ବିଷମକଟକ (ଡି.ଏନ.ଏ.)୧୨ା୫: ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଛି। ଏଥିରେ ବରିଷ୍ଠ ନେତା ଚନ୍ଦ୍ରଶେଖର ବେହେରାଙ୍କୁ ଦଳରୁ ୩ ବର୍ଷ ପାଇଁ ନିଲମ୍ବନ କରିବାକୁ ରାଜ୍ୟ ନେତୃବୃନ୍ଦଙ୍କୁ ସୁପାରିସ କରାଯାଇଛି । ଚନ୍ଦ୍ରଶେଖର…

୨ ଏକର ଲେଖାଏ ଜମି ନିରୂପଣ ନିଷ୍ପତ୍ତି: ଖୋଲିବ ୭୯ ନୂଆ ଲ୍ୟାମ୍ପସ୍‌

ରାୟଗଡ଼ା(ସ୍ବ.ପ୍ର.)/ରାୟଗଡ଼ା ଅଫିସ,୧୨ା୫: ରାୟଗଡ଼ା ଜିଲାରେ ୭୯ଟି ନୂତନ ଲ୍ୟାମ୍ପସ୍‌ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରତି ଦୁଇଟି ପଞ୍ଚାୟତକୁ ନେଇ ଗୋଟିଏ ଲେଖାଏ ଲ୍ୟାମ୍ପସ୍‌ ଗଠନ କରି କୃଷିଜନିତ ସମସ୍ୟା ଦୂରୀକରଣ କରିବା ପାଇଁ ସରକାର ଏଭଳି ନିଷ୍ପତ୍ତିନେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?