ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଆବାସ କି ବିଜୁ ପକ୍କାଘର

ପଟ୍ଟାଙ୍ଗି,୧୯ା୬(ଶରତ ଧଳ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ଆବାସ ଏବଂ ବିଜୁ ପକ୍କା ଘର ଯୋଜନା ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ଏବେ ମଧ୍ୟ ଅପହଞ୍ଚ ହୋଇରହିଛି। ଅନେକ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚତ୍ତ ହୋଇ ରହିଛନ୍ତି। କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ଗାଙ୍ଗରଜପୁର ପଞ୍ଚାୟତର ୬ନଂ ୱାର୍ଡର ନିଲାମପାଡୁ ଗ୍ରାମରେ ଏପରି ଦେଖିବାକୁ ମିଳିଛି।
ଏହି ଗ୍ରାମରେ ଦୁଇପୁଅ ବାଲିଆ ନାୟକ ଜଗୁ ଏବଂ ବାଲିଆ ନାୟକ କୁନାଙ୍କୁ ଧରି ବସବାସ କରୁଛନ୍ତି ବାଲିଆ ନାୟକ ଫୁଲମତୀ। ସ୍ବାମୀଙ୍କ ମୃତ୍ୟୁ ପରେ ଫୁଲମତୀ ଅନେକ କଷ୍ଟରେ ପିଲା ଦୁହିଁଙ୍କୁ ବଡ କରିଛନ୍ତି। ଫୁଲମତୀଙ୍କ କାନକୁ ଠିକ ରୂପେ ଶୁଭୁନାହିଁ। ନିଜସ୍ବ ଜମି ବୋଲି ତାଙ୍କର କିଛି ନାହିଁ । ଯେଉଁ ଜାଗା ଉପରେ ସେ ଘରକରି ରହୁଥିଲେ ତାହା ତିନି ବର୍ଷ ତଳେ ହୋଇଥିବା ବାତ୍ୟାରେ ଭାଙ୍ଗିଯାଇଛି। ଘର ତିଆରି କରିବାକୁ ପାଖରେ ଅର୍ଥନାହିଁ । ଦିନରେ ଜରିଢାଙ୍କି ନିଜ ଜାଗା ଉପରେ ରହୁଥିବା ଫୁଲମତୀ ରାତିରେ ଗ୍ରାମର ଜଣେ ସହୃଦୟ ବ୍ୟକ୍ତି ବଇ ଦାମଙ୍କ ଘରେ ପିଲାଙ୍କୁ ଧରି ଆଶ୍ରୟ ନେଉଛନ୍ତି। ଗ୍ରାମ ଲୋକଙ୍କ ଚାଷଜମିରେ କୁଲି କାମ କରି ସେଥିରୁ ଯାହା ପାରିଶ୍ରମିକ ପାଉଛନ୍ତି ସେଥିରେ ଚଳୁଛନ୍ତି। ମିଳୁଥିବା ରାଶନ ଚାଉଳ ଏବଂ ବିଧବା ଭତ୍ତା ଫୁଲମତୀଙ୍କ କିଛି ଅଭାବକୁ ତୁଲାଇ ଦେଉଛି। ସାନପୁଅ କୁନା ପଡୋଶୀ ଆନ୍ଧ୍ର ରାଜ୍ୟରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ବେଳେ ବଡ଼ପୁଅ ଜଗୁ ମା’ ଫୁଲମତୀଙ୍କ ପାଖରେ ରହି ଗ୍ରାମରେ ଦିନ ମଜୁରିଆ ସାଜିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରହିଥିବା ଆବାସ ଅବା ବିଜୁ ପକ୍କା ଘର ଯୋଜନାରେ ଘର ଖଣ୍ଡିଏ ପାଇବା ଲାଗି ଫୁଲମତୀ ପଞ୍ଚାୟତ କାର୍ଯ୍ୟାଳୟରେ ବାରମ୍ବାର ଆବେଦନ କରି ଏଯାଏ କିଛି ସୁଫଳ ମିଳିନାହିଁ ତାଙ୍କୁ। ଗ୍ରାମବାସୀଙ୍କ ଚାପରେ କେବଳ ନିଜ ଦାୟିତ୍ୱ ଖସାଇବାକୁ ପଞ୍ଚାୟତର ଗ୍ରାମ ରୋଜଗାର ସେବକ (ଜିଆରଏସ୍‌) ଫୁଲମତୀ ରହୁଥିବା ସ୍ଥାନରେ ପହଞ୍ଚତ୍ ପଚରାଉଚରା କରି ଫଟୋ ଉଠାଇ ଚାଲିଯାଇଛନ୍ତି। ଏଯାଏ ଆଉ ଆବାସ ପାଇଁ ତାଙ୍କ ପାଖକୁ କିଛି ଖବର ଆସିନାହିଁ। ଆମ ପାଇଁ ସରକାରୀ ଘର ସାତସପନ ପାଲଟିଛିି ବୋଲି କହନ୍ତି ଫୁଲମତୀ। ପୁଅମାନଙ୍କ ବିବାହ ବୟସ ହୋଇଯାଇଥିଲେ ମଧ୍ୟ ଘର ଖଣ୍ଡିଏ ନ ଥିବାରୁ କେହି ଝିଅ ଦେବାକୁ ରାଜି ହେଉନାହାନ୍ତି ବୋଲି ଦୁଃଖର ସହ କହନ୍ତି ସେ। ପରିଣତ ବୟସରେ ଟିକେ ବିଶ୍ରାମ ଲୋଡୁଥିବା ଫୁଲମତୀଙ୍କ ପରିବାର ଉପରେ କେବେ ପ୍ରଶାସନର ଶୁଭଦୃଷ୍ଟି ପଡିବ ତାହା ସମୟ କହିବ। ଏ ସମ୍ପର୍କରେ ପିଇଓ କମଳ ପରଜାଙ୍କୁ ପଚାରିବାରୁ ସେ କହିଲେ, ଫୁଲମତୀଙ୍କ ସମସ୍ୟା ସମ୍ପର୍କରେ ଅବଗତ ଅଛି। ଏହା କିପରି ସମାଧାନ ହୋଇପାରିବ ସେଥିପ୍ରତି ମୁଁ ଗୁରୁତ୍ୱ ଦେବି। ନିଜେ ନିଲାମପାଡୁ ଗ୍ରାମ ଗସ୍ତ କରି ଅନୁଧ୍ୟାନ କରିବି ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri