ଫ୍ୟାସନ ଡିଜାଇନର ପରେ ଏବେ ରାଜନୀତିରେ ସୁଜିତ

ଭବାନୀପାଟଣା,୧୯।୬: (ଉତ୍ତମ କୁମାର ଦାଶ)ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ କଳାହାଣ୍ଡି ଜିଲାରେ ଏବେଠୁ ରାଜନିତୀ ସରଗରମ ହେବାରେ ଲାଗିଛି। ବିଭିନ୍ନ ଦଳର ଆଶାୟୀ ନେତାମାନେ ବର୍ତ୍ତମାନ ଜନସମ୍ପର୍କରେ ଆଗାଇଛନ୍ତି। ଚା’ ଖଟିଠୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ଆଗାମୀ ନିର୍ବାଚନକୁ ନେଇ ବିଭିନ୍ନ ଦଳର ଗତିବିଧି ଉପରେ ରୋଚକ ଚର୍ଚ୍ଚା ଆରମ୍ଭ ହେଲାଣି। ଏଥିପାଇଁ ସମସ୍ତ ଦଳର ନେତାମାନେ ନିଜ ଦଳକୁ ସୁଦୃଢ଼ କରିବା ପାଇଁ ଜୋରସୋରରେ ଲାଗି ପଡିଛନ୍ତି। ଏପରି ସ୍ଥଳେ କଳାହାଣ୍ଡି ରାଜନୀତିରେ ଏକ ନୂତନ ଚେହେରା ଭାବେ ସୁଜିତ ମେହେର ଆଗେଇ ଆସିଥିବା ଦେଖିବାକୁ ମିଳୁଛି।
ଏଥିପାଇଁ ସେ ଲଗାତାର ଭାବେ ଜନସମ୍ପର୍କରେ ଲାଗି ପଡିଥିବା ଦେଖିବାକୁ ମିଳୁଛି। ଅନ୍ତର୍ଜାତୀୟ ଫେସନ ଡିଜାଇନର ଭାବେ ସେ ବେଶ ପରିଚିତ ରହିଥିବା ବେଳେ ଏବେ ରାଜନୈତିକ କ୍ଷେତ୍ରରେ ମଧ୍ୟ ତାଙ୍କ ଦବଦବା ବେଶ ବଢ଼ିବାରେ ଲାଗିଛି। ସୋସିଆଲ ମିିଡିଆ ହଉ ଅବା ଗାଁକୁ ଗାଁ ଜନସମ୍ପର୍କ ସୁଜିତଙ୍କ ଚର୍ଚ୍ଚା ଜୋର ଧରିବା ଆରମ୍ଭ କରିଛି। ସେହିପରି ତୃତୀୟ ମହଲାରେ ଯୁବ ଚେହେରା ସୁଜିତଙ୍କ ନାଁ ଜୋର ଧରିଥିବା ଶୁଣିବାକୁ ମିଳୁଛି। କଳାହାଣ୍ଡି ଲୋକ ସଭା କିମ୍ବା ଧର୍ମଗଡ ବିଧାନସଭା କିମ୍ବା ଜୁନାଗଡ଼ ବିଧାନ ସଭାରୁ ତାଙ୍କ ଟିକେଟ ମିଳିବା ବହୁତ ସମ୍ଭାବନା ରହିଛି। ସୁୁଜିତ ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେରଙ୍କ ପୁତୁରା। ଯେଉଁ ପରିବାର କି କଳାହାଣ୍ଡି ଭାରତୀୟ ଜନତା ପାଟିର ମଙ୍ଗ ସବୁବେଳେ ଧରି ଆସିଛି। ଏହି କ୍ରମରେ ବିଜୁ ଜନତା ଦଳ ତାଙ୍କୁ ଦଳୀୟ ଟିକେଟ ଦେଇ କିଛି ମାତ୍ରାରେ ଭାଜପାର ପକେଟ ଭୋଟ ନିଜ ଖାତାକୁ ଆଣିବ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ସୁଜିତ ହେଉଛନ୍ତି ଜଣେ ସୁନାମଧନ୍ୟ ଅନ୍ତର୍ଜାତୀୟ ଫେସନ ଡିଜାଇନର ତେଣୁ ସେ ସମସ୍ତଙ୍କ ମଧ୍ୟରେ ସୁପରିଚିତ ଓ ପଶ୍ଚିମ ଓଡିଶାର ଏକ ଜଣାସୁଣା ନାମ। ତାଙ୍କ ମାଧ୍ୟମରେ ବିଜୁ ଜନତା ଦଳ ପଶ୍ଚିମରେ ନିର୍ବାଚନ ବୈତରଣୀ ପାର ହେବାରେ ସାହାଯ୍ୟ କରିବ ବୋଲି ଜଣାପଡିଛି। ସୁଜିତ ବିଜୁ ଜନତା ଦଳରୁ ବିଧାୟକ ବା ଏମପି ପ୍ରାର୍ଥୀ ହେଲେ ଏହା କଳାହାଣ୍ଡି ରାଜନୀତିକୁ ପ୍ରଭାବ ପକାଇବା ସଙ୍ଗେ ସଙ୍ଗେ ପଶ୍ଚିମ ଓଡିଶା ରାଜନୀତିକୁ ମଧ୍ୟ ପ୍ରଭାବ ପକାଇପାରେ। ଅନ୍ୟପକ୍ଷରେ ସୁଜିତ ବିଜୁ ଜନତା ଦଳରେ ଯଦି ଚେହେରା ହୁଅନ୍ତି ତାହେଲେ ସେ ମେହେର ସମ୍ପ୍ରଦାୟର ଭୋଟ ମଧ୍ୟ ବିଜୁ ଜନତା ଦଳ ଆଡକୁ ଯିବା ନିଶ୍ଚିତ, ଯେହେତୁ ସେ ହେଉଛନ୍ତି ମେହେର ସମ୍ପ୍ରଦାୟର ଏକ ବଡ ଚେହେରା। ଗତ ଦିନରେ ସୁଜିତ କଳାହାଣ୍ଡିର ଲୁପ୍ତ ପ୍ରାୟ ହସ୍ତତନ୍ତ ହାବସପୁରିକୁ ବିଶ୍ୱ ଦରବାରରେ ପହଞ୍ଚାଇବାରେ ସଫଳ ହୋଇ କଳାହାଣ୍ଡିବାସୀଙ୍କ ପ୍ରିୟ ଭାଜନ ହେଇପାରିଛନ୍ତି। କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ତାଙ୍କ ଡିଜାଇନ ହାବସପୁରି ୟୁନିଫ୍ରମ ପ୍ରଚଳନ ସହିତ ଯୁବ ପିଢ଼ି ମଧ୍ୟରେ ସେ ଆଦୃତ ହେଇପାରିଛନ୍ତି। ଅନ୍ୟପକ୍ଷରେ ସର୍ବଦା ଉପେକ୍ଷିତ ଓ ସମସ୍ୟା ଭରା ଅଞ୍ଚଳର ମଣ୍ଡିଗୁଡିକ ପରିଦର୍ଶନ କରି ଯଥା ସମ୍ଭବ ସେଠାକାର ସ୍ଥିତି ଅନୁଧ୍ୟାନ କରିବା ସହ ବିଭିନ୍ନ ସମସ୍ୟା ସମାଧାନ ସ୍ବରୂପ ଚାଷୀମାନଙ୍କ ପ୍ରିୟଭାଜନ ହେଇପାରିଛନ୍ତି। କଳାହାଣ୍ଡି ରାଜନୀତିର ଏହି ଉଦୟମାନ ଚେହେରା କେଉଁ ଆସନରୁ କ ରାଜନୀତି ର ଏକ ନୂତନ ଅଧ୍ୟାୟ ଆରମ୍ଭ କରିବେ ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଲରେ ଛୁଆକୁ ଶୁଆଇଥିବା ବେଳେ କାମୁଡିଦେଲା ସାପ; ହଠାତ୍ ଫୁଲିଗଲା ମୁହଁ, ତାପରେ…

ପଟ୍ଟାଙ୍ଗି,୬।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପୁକାଲି ଗ୍ରାମପଞ୍ଚାୟତର ମାଳିଗୁଡା ଗ୍ରାମରେ ସାପ କାମୁଡାରେ ଜଣେ ନାବାଳକଙ୍କର ମୃତ୍ୟୁ ହୋଇଛି । କୋରାପୁଟ…

ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଦାବିପତ୍ର, ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀଙ୍କ…

ମହାକାଳପଡ଼ା,୬ା ୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସମ୍ମୁଖରେ ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ, କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ୪ ଦଫା ଦାବି…

ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ‘ତେହେଲକା’ ସମ୍ପାଦକ: ହାଇକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୬।୮: ୨୦୧୩ ମସିହାର ବହୁଚର୍ଚ୍ଚିତ ବଳାତ୍କାର ମାମଲା ସମ୍ପର୍କରେ ପୂର୍ବତନ ‘ତେହେଲକା’ ସମ୍ପାଦକ ତରୁଣ ତେଜପାଲଙ୍କୁ ଏକ ବଡ଼ ଝଟକା ଲାଗିଛି। ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ…

Gen Zଙ୍କୁ ବଡ଼ ଉପହାର ଦେଲେ ବିଜୟ, କଲେ ବଡ଼ ଘୋଷଣା: ମିଳିବ…

ଚେନ୍ନାଇ,୬।୮: ତାମିଲନାଡୁରେ ଟିଭିକେ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରଥମ ବଜେଟ ବିଧାନସଭାରେ ଉପସ୍ଥାପନ କରିଛି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱାଧୀନ ଏହି ନୂଆ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଆହୁରି ୧୮ଟଙ୍କା ବଢିଯିବ LPG ସିଲିଣ୍ଡର! ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୬।୮: ଭାରତରେ ଆଗାମୀ ଦିନରେ ଘରୋଇ ଏଲପିଜି (LPG) ସିଲିଣ୍ଡର ପିଛା ଦାମ୍ ପ୍ରାୟ ୧୮ ଟଙ୍କା ବୃଦ୍ଧି ହୋଇପାରେ। ଏହାସହିତ ପେଟ୍ରୋଲ-ଡିଜେଲ ଏବଂ ସିଏନ୍‌ଜି (CNG)ର…

ପୁଣି ହଜାର ହଜାର ଟଙ୍କା ବଢିଲା ସୁନା ଦର: ରୁପା ମୂଲ୍ୟରେ ମଧ୍ୟ…

ନୂଆଦିଲ୍ଲୀ,୬।୮: ପୁଣି ବଢିଲା ସୁନା ଦର। ଗତକାଲି ତୁଳନାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୨,୮୯୦ ବୃଦ୍ଧି ପାଇଛି। ରୁପା ମୂଲ୍ୟରେ ମଧ୍ୟ ଏକ…

ଭାରତର ଏମିତି ଏକ ଗାଁ: ୫ ଦିନ ବିନା ପୋଷାକରେ ରୁହନ୍ତି ମହିଳା, ରହସ୍ୟ ଜାଣି ହେବେ ତାଜୁବ

ପୃଥିବୀ ବହୁତ ବିଶାଳ ଏବଂ ଏହାର ପ୍ରତ୍ୟେକ କୋଣରେ ଲୋକମାନଙ୍କର ନିଜସ୍ବ ପରମ୍ପରା ଓ ରୀତିନୀତି ରହିଛି। କେତେକ ପରମ୍ପରା ଆମ ପାଖପାଖି ସାଧାରଣ ଲାଗେ, ଆଉ…

Gen-Zଙ୍କ ପାଇଁ RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri