କେନାଲ ନବୀକରଣରେ ଦୁର୍ନୀତି ଅଭିଯୋଗ

ସମ୍ବଲପୁର, ୧୯ା୬(ଶୁଭାଶୀଷ ପାଢୀ): ଚାଷଜମିକୁ ସୁଷମ ଜଳ ବଣ୍ଟନ କରିବା ପାଇଁ ସରକାର ହୀରାକୁଦ ଜଳଭଣ୍ଡାର କେନାଲଗୁଡିକ ନବୀକରଣ କରି କଂକ୍ରିଟ କରୁଛନ୍ତି। ଶାସନ, ହୁମାଟେଲ, ପରମାଣପୁର କେନାଲର ଗତବର୍ଷଠାରୁ ନିର୍ମାଣ କାମ ଆରମ୍ଭ ହୋଇଛି। ଓସିସି ପକ୍ଷରୁ କାମ ତଦାରଖ କରାଯାଉଥିବାବେଳେ ଭୁବନେଶ୍ୱରର ଏକ ଠିକା ସଂସ୍ଥା କାମ କରୁଛି। ହେଲେ ଏହି କେନାଲ ନିର୍ମାଣ କାମରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହେଉଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି। ଜଳସେଚନ ବିଭାଗ ଅଧିକାରୀଙ୍କୁ ଏନେଇ ଅଭିଯୋଗ କରିବା ପରେ ମଧ୍ୟ ସେମାନେ ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଠିକା ସଂସ୍ଥାକୁ ପ୍ରଶୟ ଦେଲାଭଳି ଚୁପ ବସି ଯାଉଛନ୍ତି। ଅନ୍ୟପଟେ ଓସିସି ଜେଇ ଓ ଟେକନିକାଲ ଦଳ ଉପସ୍ଥିତିରେ କାମ ହେଉଛି। ସେମାନେ ମଧ୍ୟ ତଦାରଖ କରୁନାହାନ୍ତି ବୋଲି ଅଭିଯୋଗ ହେଉଛି। ଚାଷୀ ଦେବେନ୍ଦ୍ର ପ୍ରଧାନ କହିଛନ୍ତି ଯେ, କାମ ଆରମ୍ଭରୁ ନିମ୍ନମାନର ହେଉଥିବା ନେଇ ଅଭିଯୋଗ କରିଥିଲୁ। ଏପରିକି କାମ ହେଉଥିବା ସ୍ଥାନକୁ ଯାଇ କାମ ବନ୍ଦ କରି କରି ଦିଆଯାଇଥିଲା। ପରେ କାମମାନ ଠିକ କରିବାକୁ କହିଥିଲେ ଠିକା ସଂସ୍ଥା ଅଧିକାରୀ। ହେଲେ ଯେଭଳି ଚାଲୁଥିଲା ସେଭଳି ଚାଲିଲା। ଗତ ବର୍ଷରେ ଯେତେ କିମି କେନାଲ ନିର୍ମାଣ ହୋଇଥିଲା, ମାତ୍ର ୪ ମାସ ପାଣି ପ୍ରବାହିତ ହୋଇଛି। ଉକ୍ତ କେନାଲରେ କଂକ୍ରିଟ ଉପୁଡି ଯାଇଛି। ୱାଲଗୁଡିକ ଭାଙ୍ଗିବାକୁ ବସିଲାଣି। କାମର ମାନ ଠିକ ହୋଇ ନ ଥିବାରୁ ୫ ମାସରେ କୋଟି କୋଟି ଟଙ୍କା ବରବାଦ ହୋଇଯିବ। ଚାଷୀ ଓ ଚାଷ ପାଇଁ ନବିକରଣ ହେଉଥିବା କେନାଲ କାମରେ ଲାଗିବ ନାହିଁ ଓଲଟା ସମସ୍ୟା ସୃଷ୍ଟି କରିବ। ଚଳିତବର୍ଷ ଏକ ମାସ ଭିତରେ ଯାହା କାମ ହୋଇଛି ଉକ୍ତ କାମର ସ୍ଥାୟିତ୍ୱକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ଏବେ କେନାଲ ପାଣି ଛାଡି ଦିଆଯିବ। ସବୁ ଦୁର୍ନୀତି ଓ ଅନିୟମିତତା କେନାଲ ପାଣିରେ ବୋହିଯିବ। ହେଲେ ଆଗକୁ ଉଚିତ ତଦନ୍ତ କରା ନ ଗଲେ ଏହି ବୃହତ୍ତ ପ୍ରକଳ୍ପ ଲକ୍ଷ୍ୟଠାରୁ ଦୂରେଇ ଯିବ। ସରକାରଙ୍କ ଟଙ୍କାକୁ ଠିକା ସଂସ୍ଥା, ଅଧିକାରୀ ଭାଗବାଣ୍ଟି ଖାଇଦେବେ। ୨୦୦୪ ମସିହାରେ ମଧ୍ୟ କୋଟି କୋଟି ଟଙ୍କା କେନାଲ ନବିକରଣ ନାମରେ ଆତ୍ମସାତ କରିଥିଲେ। ଚାଷୀ ସଙ୍ଗଠନ ଅଭିଯୋଗ କରିଥିଲେ। ଏହାର ଉଚ୍ଚସ୍ତରୀୟ ତଦନ୍ତ ମଧ୍ୟ ହୋଇଥିଲା। ହେଲେ କାହାରି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ ବୋଲି କହିଥିଲେ। ଜଳସେଚନ ବିଭାଗ ପକ୍ଷରୁ କୁହାଯାଇଛି, କାମ ହେବା ପରେ ଜଳସେଚନ ବିଭାଗ ଯାଞ୍ଚ କରି ରିପୋର୍ଟ ଦେବ। ଏବେ ମଧ୍ୟ ଚାଷୀଙ୍କ ଅଭିଯୋଗକୁ ଆଧାର କରି ଠିକା ସଂସ୍ଥାକୁ ତାଗିଦ କରାଯାଇଛି। ସୂଚନାଯୋଗ୍ୟ ଯେ, ଶାସନ, ପରମାଣପୁର, ହୁମାଟେଲ ନବିକରଣ ପାଇଁ ମୋଟ ୧୨୩ କୋଟି ଟଙ୍କା ମଞ୍ଜୁର ହୋଇଛି। ବିଭିନ୍ନ ଠିକା ସଂସ୍ଥା ଏହି କାମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କୁ ଜଳଖିଆ ପରଷିଲେ, ନିଜେ ବି ଖାଇଲେ ସିଏମ ବିଜୟ; ଭିଡିଓ ଭାଇରାଲ

ଚେନ୍ନାଇ,୨୨।୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ମଙ୍ଗଳବାର (ସେପ୍ଟେମ୍ବର ୨୨) ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ଜଳଖିଆ ଯୋଜନାର ସମ୍ପ୍ରସାରଣ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ…

ମନ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ କରିନେଲେ ଅପହରଣ: ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ

ଇସଲାମାବାଦ/ପେଶାୱାର,୨୨।୯: ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ପାକିସ୍ତାନରେ ଏବେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ନିଜ ଦେଶର ନିର୍ବାଚିତ ଜନପ୍ରତିନିଧି ଏବଂ ମନ୍ତ୍ରୀମାନେ ମଧ୍ୟ ଏବେ ସୁରକ୍ଷିତ…

ବୁଢ଼ା ବୟସରେ ପ୍ରେମ, ପରେ ପ୍ରେମିକଙ୍କୁ ହତ୍ୟା କରି ଜାଳିଦେଲେ ୭୦ ବର୍ଷୀୟା! DNA ଟେଷ୍ଟ ଖୋଲିଲା ରହସ୍ୟ

ମୁମ୍ବାଇ,୨୨।୯: ମହାରାଷ୍ଟ୍ରର ସୋଲାପୁର ଜିଲାପଣ୍ଢରପୁରରୁ ଏକ ଚାଞ୍ଚଲ୍ୟକର ହତ୍ୟା ଘଟଣା ସାମ୍ନାକୁ ଆସିଛି। ୭୦ ବର୍ଷ ବୟସରେ ପ୍ରେମ ସମ୍ପର୍କକୁ ନେଇ ନିଜ ପ୍ରେମିକଙ୍କୁ ହତ୍ୟା କରିବା…

୩୮୦ କୋଟିର ଗଡ଼ବଡ଼ ଅଭିଯୋଗ ଆଣିଲା CJP , ତଦନ୍ତ ଦାବି: ଓଡ଼ିଶା ସରକାର ଛାନିଆ!

ଭୁବନେଶ୍ୱର,୨୨।୯: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ଓ ଛପା-ବଣ୍ଟନକୁ ନେଇ ବିବାଦ ମଧ୍ୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କକରୋଚ ଜନତା ପାର୍ଟି (CJP)। ଦଳର ସହ-ସଂଯୋଜକ…

ଭୋ ଭୋ ହୋଇ କାନ୍ଦିଲେ ଭାଜପା ମନ୍ତ୍ରୀ: ବିଜୟ ସତ୍ତ୍ୱେ…

ଅଲୱର,୨୨।୯: ରାଜସ୍ଥାନର ଅଲୱର ନଗର ନିଗମରେ ଭାଜପାର ବିଜୟ ପରେ ଭାବବିହ୍ବଳ ହୋଇପଡ଼ିଛନ୍ତି ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ସଞ୍ଜୟ ଶର୍ମା। ଅଲୱର ନଗର ନିଗମର ଦାୟିତ୍ୱ ତାଙ୍କୁ…

କମାଲ୍‌ କଲେ ୧୩ ବର୍ଷୀୟା ବାଳିକା: ଏସିଆନ ଗେମ୍ସରେ ୨ ସ୍ବର୍ଣ୍ଣ ସହ ମହାରେକର୍ଡ

ନୂଆଦିଲ୍ଲୀ,୨୨।୯: ଯେଉଁ ବୟସରେ ଅଧିକାଂଶ ପିଲା ପାଠପଢ଼ା ଓ ଖେଳର ମୌଳିକ ଅଭ୍ୟାସରେ ବ୍ୟସ୍ତ ରହନ୍ତି, ସେହି ବୟସରେ ଚାଇନାର ୧୩ ବର୍ଷୀୟା ସନ୍ତରଣକାରୀ ୟୁ ଜିଦି…

ଆଗାମୀ ୩ ମାସ ଏହି ରାଶିଙ୍କ ଭାଗ୍ୟରେ ଲାଗିବ ଲଟେରୀ! ମିଳିବ ମନଚାହାଁ ସଫଳତା, ଚାକିରିରେ ପଦୋନ୍ନତି, ବ୍ୟବସାୟରେ ଟଙ୍କା ହିିଁ ଟଙ୍କା

ଭୁବନେଶ୍ୱର: ୨୦୨୬ ବର୍ଷ ଶେଷ ଆଡ଼କୁ ଗତି କରୁଥିବା ବେଳେ ଆଗାମୀ ତିନି ମାସ ଧାର୍ମିକ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଏହି…

ଆସିଲା ନୂଆ ସିମ୍ କାର୍ଡ ନିୟମ; ନିଜ ସିମ୍‌ ଅନ୍ୟକୁ ଦେଲେ ଏତିକି ବର୍ଷ ଜେଲ୍‌

ନୂଆଦିଲ୍ଲୀ,୨୨।୯: ସିମ୍ କାର୍ଡକୁ ନେଇ ନୂଆ ନିୟମ ଆସିଛି । ଜଣେ ବ୍ୟକ୍ତିଙ୍କ ନାଁରେ ଚାଲୁଥିବା ସିମ୍‌ରୁ ଯଦି ସାଇବର ଠକେଇ କିମ୍ବା ଅନ୍ୟ କୌଣସି ବେଆଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?