ଚଳିତ ବର୍ଷ ଛେରାପହଁରା କରିବେନି ରଣପୁର ରାଜା

ରଣପୁର,୧୯ା୬(ସୁକାନ୍ତ କିଶୋର ଡାକୁଆ): ରଣପୁର ରାଜା ଚଳିତ ବର୍ଷ ଠାକୁରଙ୍କ ୩ରଥରେ ଛେରାପହଁରା କରିବେ ନାହିଁ ବୋଲି ଲିଖିତ ଆକାରରେ ଏଣ୍ଡାଓମେଣ୍ଟ କମିଶନର, ମୁଖ୍ୟ ଶାସନ ସଚିବ, ନୟାଗଡ଼ ଜିଲାପାଳଙ୍କ ସହିତ ରଣପୁର ଦେବୋତ୍ତର ବିଭାଗର ଅଧିକାରୀ ତଥା ତହସିଲଦାରଙ୍କୁ ଜଣାଇଛନ୍ତି। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଚଳିତ ବର୍ଷ ଛେରାପହଁରା କରିବେ ନାହିଁ ବୋଲି ରଣପୁର ରାଜା ଦିଲୀପ ଚନ୍ଦ୍ର ସିଂହଦେଓ କହିଛନ୍ତି। ମନ୍ଦିରରେ ହେଉଥିବା ଅଭଡା ଓ ଭୋଗ ଟଙ୍କାମନ୍ଦିର ପ୍ରଶାସନ ତରଫରୁ ତାଙ୍କୁ ପ୍ରଦାନ କରାଯାଉନାହିଁ। ରାଜା ଏବେ ନିଜେ ଚଳିବାକୁ ଅସମର୍ଥ ଥିଲା ବେଳେ ତାଙ୍କୁ କୌଣସି ସରକାରୀ ସହାୟତା ବି ମିଳୁନାହିଁ। ୧୯୪୭ରେ ଭାରତ ସରକାର ଏହି ରାଜ ପରିବାରକୁ ରଣପୁର ଅଞ୍ଚଳରେ ହଜାର ଏକର ଜମି ପ୍ରଦାନ କରିଥିଲେ। ହେଲେ ୧୯୯୬ରେ ରାଜ୍ୟ ସରକାରଙ୍କ ତରଫରୁ କରାଯାଇଥିବା ହାଲ ସେଟଲମେଣ୍ଟରେ ରାଜାଙ୍କ ୩୦ ଏକର ଜମିକୁ ଛାଡି ୯୭୦ ଏକର ଜମି ଘରବାରି ତୋଟା ପୋଖରୀ ବିଲକୁ ଅନାବାଦି କରାଯାଇ ରାଜ୍ୟ ସରକାର ନିଜ ଅକ୍ତିଆରକୁ ନେଇ ଯାଇଛନ୍ତି। ଅପରପକ୍ଷେ ରାଜାଙ୍କର ବିଭିନ୍ନ ଦୋକାନ ଘରଗୁଡିକୁ କିଛି ଲୋକମାନେ ବେଆଇନି ଭାବେ ମାଡିବସି ରହିଛନ୍ତି। ଏହାଫଳରେ ରାଜା ନିଜର ପରିବାର ପୋଷଣ କରିବା ପାଇଁ ତାଙ୍କୁ କଷ୍ଟ ହେଉଛି। ବହୁ ପୁରାତନ କାଳରୁ ରାଜବାଟିକୁ ଏବେ ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିବାକୁ ବସିଲାଣି ଅପରପକ୍ଷେ ରଥାଖଳାଟି ରାଜାଙ୍କର ହେଉଥିଲା ବେଳେ ରଣପୁର ତହସିଲ ଏହି ରଥଖଳାଟି ମନ୍ଦିରର ବୋଲି ଦାବି କରିଆସୁଛନ୍ତି, ଯାହାକୁ ନେଇ ରାଜା ଅସନ୍ତୁଷ୍ଟ ହୋଇରହିଛନ୍ତି। ଅପରପକ୍ଷେ ରଣପୁର ମନ୍ଦିର ପରିଚାଳନା କମିଟି ତରଫରୁ ରାଜା କୌଣସି ସହଯୋଗ ଠିକ୍‌ଭାବେ କରୁନାହାନ୍ତି ବୋଲି ରାଜ ସିଂହଦେଓ ପ୍ରକାଶ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଘୋଷ ଯାତ୍ରାରେ ୩ ରଥ ଉପରେ ଛେରା ପହଁରା କରିବା ପାଇଁ ରାଜା ସିଂହଦେଓ ରଣପୁର ଦେବୋତ୍ତର ବିଭାଗ ପାଖରେ ମନ୍ଦିରରେ ଭୋଗ ହେଉଥିବା ନିଲାମ ଟଙ୍କା ଦାବି କରିିଛନ୍ତି। ଯଦି ତାଙ୍କୁ ଏହି ଅର୍ଥ ପ୍ରଦାନ କରା ନ ଯାଏ ତାହା ହେଲେ ସେ ରଥ ଉପରେ ଛେରା ପହଁରା କରିବେ ନାହିଁ ବୋଲି ଲିଖିତ ଭାବେ ଜଣାଇଛନ୍ତି।
ଏହି ବିଷୟରେ ରଣପୁର ଦେବୋତ୍ତର ବିଭାଗର ଅଧିକାରୀ ତଥା ତହସିଲଦାରଙ୍କୁ ପଚାରିବାରୁ ସେ କୁହନ୍ତି ମୁଁ ଓ ମନ୍ଦିର ପରିଚାଳକ ରମେଶ ପ୍ରଧାନ ରାଜବାଟୀକୁ ଯାଇ ରାଜାଙ୍କୁ ବହୁତ ବୁଝାଶୁଝା କରିଥିଲେ ମଧ୍ୟ ସେ ତାଙ୍କ ଜିଦ୍‌ରେ ଅଟଳ ରହିଛନ୍ତି । ଏନେଇ ଏଣ୍ଡାଓମେଣ୍ଟ କମିଶନରଙ୍କୁ ଏହି ବିଷୟରେ ଅବଗତ କରିବା ପରେ ରବିବାର ଏଣ୍ଡାଓମେଣ୍ଟ ନିରୀକ୍ଷକ ରଣପୁର ଆସି ରାଜାଙ୍କ ସହିତ ଆଲୋଚନା କରିଥିଲେ। ରାଜା କୌଣସି ସନ୍ତୋଷ ଜନକ ଉତ୍ତର ଦେଇନାହଁାନ୍ତି। ଏହି ବିଷୟରେ ରଣପୁର ଯୁବରାଜ କୌଶକ ଚନ୍ଦ୍ର ସିଂହଦେଓ କୁହନ୍ତି, ପ୍ରତିବର୍ଷ ରଥଯାତ୍ରାରେ ଛେରାପହଁରା କାର୍ଯ୍ୟ ରାଜପରିବାର ତରଫରୁ କରାଯାଏ । କିନ୍ତୁ ଚଳିତ ବର୍ଷ ମନ୍ଦିର ପ୍ରଶାସନ ତରଫରୁ ଆମକୁ ଅବହେଳା କରିବାରୁ ଛେରାପହଁରା କରିବୁ ନାହିଁ ବୋଲି ନିଷ୍ପତ୍ତି ନେଇଛୁ। ଏହିସବୁ ଘଟଣାକୁ ନେଇ ରଣପୁର ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?