ବେଆଇନ ପାକିର୍ଂକୁ ନେଇ ଚିନ୍ତା

ନୟାଗଡ଼,୧୯।୬(ଲୋକନାଥ ମିଶ୍ର): ନୟାଗଡ଼ ଟ୍ରାଫିକ ଛକରୁ ବସଷ୍ଟାଣ୍ଡ ପୁରୁଣା ସହରକୁ ସ୍ଥାନାନ୍ତରିତ ହେବା ପରେ ନୟାଗଡ଼ ସହରରେ ଟ୍ରାଫିକ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ଯିଏ ଯେଉଁଠି ପାଇଲା ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥ ଉପରେ ବସ, ଟ୍ରକକୁ ବେଆଇନ ଭାବେ ପାକିର୍ଂ କରୁଛନ୍ତି । ବେଆଇନ ପାର୍କିଂ ଯୋଗୁ ଦୁର୍ଘଟଣା ଯେ ନ ଘଟିବ କହି ହେବ ନାହିଁ । ନିକଟରେ ବଲାଙ୍ଗୀରରେ ସଡ଼କ ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ସ୍ଥାନୀୟ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଥିଲା । ରାସ୍ତାକଡ଼ରେ ପାକିର୍ଂ ହୋଇଥିବା ଟ୍ରକ ନ ଥିଲେ ୫ଜଣଙ୍କ ମୃତ୍ୟୁ ହୋଇ ନ ଥାନ୍ତା ବୋଲି କୁହାଯାଉଛି । ବଲାଙ୍ଗୀରରେ ରାସ୍ତା କଡରେ ପାକିର୍ଂ ହୋଇଥିବାରୁ ୫ଟି ଜୀବନ ଚାଲିଗଲା । ହେଲେ ନୟାଗଡ଼ ସହରରେ ରାଜପଥ ଉପରେ ବେଆଇନ ପାର୍କିଂ ସବୁ ଦିନିଆ ଘଟଣା ହୋଇଥିଲେ ମଧ୍ୟ ଏହାର ପ୍ରତିକାର ନାହିଁ । କିଛି ଅଘଟଣ ନ ଘଟିଲେ କାରଣ ଖୋଜା ଯାଇ ପ୍ରତିକାର ହେବ ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପ୍ରକାଶ ପାଇଛି ।
ପ୍ରକାଶ ଯେ, ନୟାଗଡ଼ ସହର ପ୍ଲାନିଂ ମୁତାବକ ଗଠନ ହୋଇନି । ସହର ମଧ୍ୟ ଦେଇ ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥ ଯାଇଥିଲେ ମଧ୍ୟ ଏହାର ରାସ୍ତା ପ୍ରଶସ୍ତ ହୋଇ ପାରିନାହିଁ । ସହର ମଧ୍ୟରେ ଜବରଦଖଲ ବାଧକ ସାଜିଛି। ଯଦିଓ ବାଇପାସ୍‌ କାମ ଚାଲିଛି ଏହା ହେଲା ପରେ କିଛି ସମସ୍ୟା ସମାଧାନ ହୋଇ ପାରେ । ତେବେ ବାଇପାସ୍‌ କାର୍ଯ୍ୟକ୍ଷମ ନ ହେବା ପୂର୍ବରୁ ସହରରେ ଟ୍ରାଫିକ ସେବା ବିପର୍ଯ୍ୟସ୍ତ ହୋଇ ରହିଛି । ରାଜପଥ ଉପରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଯାତ୍ରୀ ବାହୀ ବସ ଅଟକି ରହିଛି । ସେହିପରି ପୁରୁଣା କୋର୍ଟ ସମ୍ମୁଖ, ସାମ୍ବାଦିକ ଭବନ ନିକଟ, ଏନ୍‌ଏସି ହାଇସ୍କୁଲ ନିକଟରେ ଅନୁରୂପ ଭାବେ ବସ ଅଟକି ରହି ରାସ୍ତା ଜାମ କରୁଛି । ଅପରପକ୍ଷେ ଖଣ୍ଡପଡା ରୋଡ, ନୟାଗଡ଼ କଲେଜ ରୋଡ଼ରେ ମଧ୍ୟ ବସ, ଟ୍ରକ ରାସ୍ତା ଉପରେ ଅଟକି ରହୁଛି । ପୁଣି ନୟାଗଡ଼ ଟ୍ରାଫିକ ଛକ ନିକଟସ୍ଥ ଲେମ୍ବୁ ଛକଠାରୁ ତ୍ରିନାଥ ଛକ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବସ, ଅଟୋ, ବାଇକ୍‌ ଓ ଅନ୍ୟ ଯାନବାହାନ ବେଆଇନ ଭାବେ ଅଟକି ରହୁଛି । ଖଣ୍ଡପଡା, ଦଶପଲ୍ଲା, ଖୋର୍ଦ୍ଧା ରାସ୍ତାରେ ମଧ୍ୟ ସମାନ ଅବସ୍ଥା ସୃଷ୍ଟି ହୋଇଛି ।
ଏନେଇ ଆଇନଜୀବୀ ରଣଜିତ ଦାଶ କୁହନ୍ତି, ରାସ୍ତା ଉପରେ ବେଆଇନ ପାର୍କିଂକୁ ପ୍ରତିବାଦ କରାଯିବା ଦରକାର। ବଲାଙ୍ଗୀର ଘଟଣା ପରେ ନୟାଗଡ଼ ଜିଲା ପ୍ରଶାସନ କିପରି ନିଜର ତ୍ରୁଟି ସୁଧାରୁ ନାହିଁ ତାହା ଚିନ୍ତାର କାରଣ । ବସ ରହଣି ପାଇଁ ବସଷ୍ଟାଣ୍ଡ ରହିଛି । ହେଲେ ବସ ବସଷ୍ଟାଣ୍ଡକୁ ଯାଉନି । ଯେଉଁଠି ବସ ସାମୟିକ ରହଣୀ ପାଇଁ ବ୍ୟବସ୍ଥା କରାଯିବ ସେଠାରେ ରାସ୍ତାକୁ ପ୍ରଶସ୍ତ କରାଯାଉ। ରାସ୍ତା ପାର୍ଶ୍ୱରୁ ବେଆଇନ ଅସ୍ଥାୟୀ ଦୋକାନ ହଟାଇ ବସ ରହଣି ପାଇଁ ବ୍ୟବସ୍ଥା କରାଯାଉ। ପୁଣି ବାଇକ୍‌ ଓ ଅନ୍ୟ ଯାହବାହନ ପାଇଁ ପାର୍କିଂ ସ୍ଥାନ ଚୟନ କରାଯିବା ଦରକାର । ନଚେତ୍‌ ଦୁର୍ଘଟଣାକୁ ଆମନ୍ତ୍ରଣ କରିବା ବ୍ୟତୀତ ଅନ୍ୟ ଉପାୟ ନାହିଁ ବୋଲି କହିଛନ୍ତି । ମାଧବ ଚନ୍ଦ୍ର ସ୍ବାଇଁ ନାମକ ଜଣେ ବସଯାତ୍ରୀ କହିଛନ୍ତି, ନୟାଗଡ ମେଡିକାଲଠାରୁ ପୁରୁଣା କୋର୍ଟ ପର୍ଯ୍ୟନ୍ତ ବେଶି ଟ୍ରାଫିକ ଜାମ ହେଉଛି । ଟ୍ରାଫିକ ଜାମକୁ ଜାଣି କରି କରାଯାଉଛି । ବସ ବହୁ ସମୟ ଧରି ରାସ୍ତା ଉପରେ ଅଟକି ରହିବା ଓ ରାସ୍ତା କଡରେ ଅସ୍ଥାୟୀ ଦୋକାନ ପଡିବା କାରଣରୁ ଦୁର୍ଘଟଣା ପାଇଁ ସୁଯୋଗ ସୃଷ୍ଟି କରୁଛି । ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ସହରର ଟ୍ରାଫିକ ସେବାକୁ ନିରାକରଣ କରିବା ପାଇଁ ପଦକ୍ଷେପ ନେଉ ନ ଥିବାରୁ ଏହା ବଢ଼ିବାରେ ଲାଗିଛି। ଟ୍ରାଫିକ ସେବା ସୁଧାରିବା ପାଇଁ ଗୋଲେଇ ଟ୍ରାଫିକ ତିଆରି କରାଯାଉଛି କହି ପ୍ରଶାସନ ଚୁପ ରହିବା ଘଟଣା ବହୁ ଅଘଟଣକୁ ଜନ୍ମ ଦେଇ ପାରେ। ଏଣୁ ପ୍ରଶାସନ ଟ୍ରାଫିକ ସେବା ଦିଗରେ ସୁଧାର ଆଣିବା ଦରକାର ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri