ଜାମୁକୋଳି ଦର ଆକାଶଛୁଆଁ

ବ୍ରହ୍ମପୁର,୧୯।୬(ତନୁଶ୍ରୀ ନାହାକ): ବ୍ରହ୍ମପୁର ବଜାରରେ ବର୍ତ୍ତମାନ ଜାମୁକୋଳିର ଯଥେଷ୍ଟ ଚାହିଦା ରହିଛି। ଦର ମଧ୍ୟ ଆକାଶଛୁଆଁ ହୋଇଛି। ଜାମୁକୋଳି ଖାଇବା ଦ୍ୱାରା ହିମଗ୍ଲୋବିନ ବୃଦ୍ଧି ହୋଇଥାଏ, ହୃଦୟରେ ରକ୍ତ ସଂଚାଳନ ଠିକ ହୋଇଥାଏ, ମେଦବହୁଳ ରୋଗୀଙ୍କ ନିମନ୍ତେ ମଧ୍ୟ ଜାମୁକୋଳି ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ଜାମୁକୋଳି ଖାଇଲେ ଦୃଷ୍ଟି ଶକ୍ତି ବୃଦ୍ଧି ହେବା ସହ ଚର୍ମକୁ ସତେଜ ରଖିବାରେ ମଧ୍ୟ ସହାୟକ ହୋଇଥାଏ। ଜାମୁକୋଳିି ସରବତ ମଧ୍ୟ ବଜାରରେ ଅଧିକା ଦରରେ ବିକ୍ରି ହେଉଛି। ସହରର ବିଜିପୁର, ଗିରିରୋଡ଼, କମାପଲ୍ଳୀ, ଖଲିକୋଟ କଲେଜ ଛକ, ବଡ଼ବଜାର ଅଞ୍ଚଳରେ ଠେଲାଗାଡ଼ିରେ ବ୍ୟବସାୟୀମାନେ ପ୍ରାୟ ସପ୍ତାହେ ହେବ ଜାମୁକୋଳି ବିକ୍ରି ଆରମ୍ଭ କରିଛନ୍ତି। ପୂର୍ବରୁ କେଜିପ୍ରତି ଦର ମାତ୍ର ୫୦ରୁ ୬୦ଟଙ୍କା ବିକ୍ରି ହେଉଥିବା ବେଳେ ଚଳିତ ବର୍ଷ ଦୁଇଗୁଣା ବୃଦ୍ଧି ପାଇଛି। ବିଜିପୁର ଅଞ୍ଚଳରେ ଠେଲା ଗାଡ଼ିରେ ବ୍ରିକି କରୁଥିବା ଜଣେ ବ୍ୟବସାୟୀ କୁହନ୍ତି ସେ ଦୈନିକ ପ୍ରାୟ ୪୦ରୁ ୫୦ କେଜି ଜାମୁ କୋଳି ବିକ୍ରି କରୁଛନ୍ତି। ପ୍ରଥମ ଦିନ ଜାମୁକୋଳିର ଦର ୨୨୦ଟଙ୍କା ରହିଥିଲା। ସହରକୁ ଅଧିକା ଆମଦାନୀ ହେବାରୁ ବର୍ତ୍ତମାନ ଦର ହ୍ରାସ ପାଇ ୧୨୦ରେ ପହଞ୍ଚିଛି। ବ୍ରହ୍ମପୁର ବଜାରକୁ ଏହି କୋଳି ପଶ୍ଚିମ ଓଡ଼ିଶାର ସମ୍ବଲପୁର, ରାଉରକେଲା, ଝାରସୁଗୁଡ଼ା ଏବଂ ଆନ୍ଧ୍ରର ବିଜୟୱାଡ଼ା ଅଞ୍ଚଳରୁ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଭଞ୍ଜନଗର ବିଧାୟକଙ୍କ ବଡ଼ ସୂଚନା, ସମସ୍ତ ହାଇସ୍କୁଲରେ ଖୋଲିବ ଯୁକ୍ତ ୨

ଭଞ୍ଜନଗର,୧୬।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ୍ ରାସ୍ତାରେ ତ୍ରିରଙ୍ଗା ମିଡ଼ିଆ ଓ ସାମାଜିକ ସଂଗଠନର କାର୍ଯ୍ୟାଳୟ ଶନିବାର ରାତିରେ ଉଦ୍‌ଘାଟିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri